ବିନା ଗଡ୍ ଫାଦରରେ ସଫଳତା ସମ୍ଭବ ନୁହେଁ!

ଶୁଭ୍ରାଂଶୁ ଶେଖର ଗତ ୧୪ ତାରିଖରେ ବଲିଉଡ୍  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ସୋଶାଲ ମିଡିଆରେ ନେପୋଟିଜିମ୍ (ପ୍ରିୟାପ୍ରୀତି ତୋଷଣ ବା ପକ୍ଷପାତିତା) ଟ୍ରେଣ୍ଡ କରିବା ଆରମ୍ଭ ହୋଇଛି। ନେପୋଟିଜିମ ହେଉଛି ଅନ୍ୟକୁ ଅଣଦେଖା କରି ଆତ୍ମୀୟମାନଙ୍କୁ ଅଧିକ ସୁଯୋଗ ଦେବା। ଏହି ନେପୋଟିଜିମ୍ ସାଧାରଣତଃ କ୍ରୀଡା, ରାଜନୀତି, ସିନେମା ଆଦିରେ ଅଧିକ ଦେଖାଯାଏ। ସୁଶାନ୍ତ ସିଂହ ରାଜପୁତ ଜଣେ ମେଧାବୀ ଛାତ୍ର ଥିଲେ। ମହାକାଶଚାରୀ ହେବା ତାଙ୍କ ପିଲା ଦିନର […]

article (1)

article (1)

Subhransu Sekhar
  • Published: Wednesday, 17 June 2020
  • Updated: 19 June 2020, 09:36 AM IST

ଗତ ୧୪ ତାରିଖରେ ବଲିଉଡ୍  ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବାର କିଛି ଘଣ୍ଟା ପରେ ସୋଶାଲ ମିଡିଆରେ ନେପୋଟିଜିମ୍ (ପ୍ରିୟାପ୍ରୀତି ତୋଷଣ ବା ପକ୍ଷପାତିତା) ଟ୍ରେଣ୍ଡ କରିବା ଆରମ୍ଭ ହୋଇଛି। ନେପୋଟିଜିମ ହେଉଛି ଅନ୍ୟକୁ ଅଣଦେଖା କରି ଆତ୍ମୀୟମାନଙ୍କୁ ଅଧିକ ସୁଯୋଗ ଦେବା। ଏହି ନେପୋଟିଜିମ୍ ସାଧାରଣତଃ କ୍ରୀଡା, ରାଜନୀତି, ସିନେମା ଆଦିରେ ଅଧିକ ଦେଖାଯାଏ। ସୁଶାନ୍ତ ସିଂହ ରାଜପୁତ ଜଣେ ମେଧାବୀ ଛାତ୍ର ଥିଲେ। ମହାକାଶଚାରୀ ହେବା ତାଙ୍କ ପିଲା ଦିନର ସ୍ୱପ୍ନ ଥିଲା। ଆଉ ଅଭିନୟ ବୃତ୍ତିକୁ ଆସିବା ପରେ ଚନ୍ଦା ମାମା ଭଳି ମହାକାଶ ସମ୍ପର୍କିତ ଏକ କାଳ୍ପନିକ ଅଥଚ ବିଜ୍ଞାନ ଆଧାରିତ ଫିଲ୍ମ କରିବା ପାଇଁ ଇଚ୍ଛା ରଖିଥିଲେ। ଏଥିପାଇଁ ନିଜ କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଜରିଆରେ ସେ ପୁଞ୍ଜି ନିବେଶ କରିଥିଲେ। କିନ୍ତୁ ଏହି ପ୍ରତିଭାବାନ ଦୀପ ଶେଷରେ ନିଜେ ଜୀବନର ଅନ୍ଧାର ଭିତରକୁ ଠେଲି ହୋଇ ମୃତ୍ୟୁକୁ ବାଛି ନେଇଛନ୍ତି।

ଏବେ ଫେରିବା ନେପୋଟିଜିମର ମୂଳ ପ୍ରସଙ୍ଗକୁ। ସରକାରୀ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ ହେବା ପରେ ଏହି ନେପୋଟିଜିମର ଏକ ପ୍ରକାର ଦି ଏଣ୍ଡ ହୋଇସାରିଛି। କହିବାକୁ ଗଲେ. ଜଣେ ଶିକ୍ଷକତା କରିବା ହେଉ ଅବା ଆଇଏଏସ କି ଆଇପିଏସ, ସବୁଥିପାଇଁ ତାଙ୍କୁ ପ୍ରବେଶିକା ପରୀକ୍ଷା ଦେଇ ନିଜ ଯୋଗ୍ୟତା ଓ ଦକ୍ଷତାକୁ ପ୍ରଥମେ ପ୍ରମାଣିତ କରିବାକୁ ପଡ଼ିବ। କିନ୍ତୁ ଏହା ବାଦ୍ ଛୋଟ ବଡ଼ ସରକାରୀ ଅବା ପ୍ରାଇଭେଟ୍ ଚାକିରି ଅବା ବ୍ୟବସାୟ ଭଳି ବୃତ୍ତି କି  ରାଜନୀତି ଓ  କ୍ରିକେଟରେ ଆତ୍ମୀୟଙ୍କୁ ଅଧିକ ସୁଯୋଗ ବା ନେପୋଟିଜିମ୍ ରହିଛି। ରାଜନୀତି ଓ ଅନ୍ୟାନ୍ୟ କିଛି ବୃତ୍ତିରେ ଏହାକୁ ପରିବାରବାଦ ବା କୌଳିକ ଉତ୍ତରାଧିକାର ଭଳି ଶବ୍ଦ ଦ୍ୱାରା ଆକ୍ଷେପ କରାଯାଇଥାଏ।  କ୍ରିକେଟରେ ଏହା ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରଭାବରେ ବେଶ୍ ସୁସ୍ପଷ୍ଟ।

ସାଧାରଣତଃ ଜଣେ କ୍ଷମତାଶାଳୀ ବ୍ୟକ୍ତି ନିଜ କ୍ଷମତାର ଉପଯୋଗ ବା ଦୁରୁପଯୋଗ କରି ନିଜ ସଂପର୍କୀୟ, ଆତ୍ମୀୟ ବା ପସନ୍ଦର ବ୍ୟକ୍ତିଙ୍କୁ ଅଧିକ ସୁଯୋଗ ଦେବାକୁ ହିଁ ନେପୋଟିଜିମ୍ କୁହାଯାଏ। ଯେମିତି କି  ମୁଁ ନେତା - ମୋ ପୁଅ ନେତା, ମୁଁ ଷ୍ଟାର - ମୋ ପୁଅ ସୁପରଷ୍ଟାର। ରାଜନୀତିରେ ଏହି ନେପୋଟିଜିମ୍ ପ୍ରଥା ରହିଥିଲେ ହେଁ  ପରିବାରର କୌଣସି ପ୍ରଭାବ ନଥାଇ ସୁଦ୍ଧା ନରେନ୍ଦ୍ର ମୋଦି, ଅରବିନ୍ଦ କେଜ୍ରିଓ୍ୱାଲ, ଯୋଗୀ ଆଦିତ୍ୟନାଥଙ୍କ ଭଳି ଏବର ଚର୍ଚ୍ଚିତ ରାଜନେତାମାନେ କ୍ଷମତା ରାଜନୀତିର ଶିଖର ଛୁଇଁ ନେପୋଟିଜିମ୍ ବିରୋଧରେ ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ଅବଶ୍ୟ ଭାରତୀୟ ସାମାଜିକ ଓ ରାଜନୀତିକ ଇତିହାସରେ ଏଭଳି ବହୁ ଉଦାହରଣ ରହିଛି ଯେଉଁମାନେ ବିନା ଗଡ୍ ଫାଦର୍ ବା କୌଣସି ବ୍ୟାକିଂରେ ଶିକ୍ଷଣୀୟ ସଫଳତା ହାସଲ କରିପାରିଛନ୍ତି।

ଏବେ ଆସିବା ବଲିଉଡରେ ନେପୋଟିଜିମ୍ ପ୍ରସଙ୍ଗକୁ ।  ବିନା ଗଡ୍ ଫାଦରରେ ବଲିଉଡ଼ରେ ତିଷ୍ଠିବା ସମ୍ଭବ କି? ଏଭଳି ପ୍ରଶ୍ନର ଉତ୍ତର ହଁ ଆସିଲେ ଉଦାହରଣ ଭାବେ ଆପଣା ଛାଏ ଆଗକୁ ଆସିଯିବେ ଶାହାରୁଖ, ଅକ୍ଷୟ କୁମାର, ଇମ୍ରାନ୍ ଖାନ, କଙ୍ଗନା ରଣାଓ୍ୱତଙ୍କ ଭଳି କଳାକାର। ଉତ୍ତର ନା ଆସିଲେ, ସୁଶାନ୍ତ ସିଂହ ରାଜପୁତ ଓ ପୂର୍ବରୁ ସମାନ କାରଣ ପାଇଁ ଜୀବନ ହାରିଥିବା ଆଉ କିଛି କଳାକାରଙ୍କ କଥା ଆଗକୁ ଆସିବ। କୁହାଯାଉଛି,  ବଲିଉଡ଼ରେ ଏକ ଗ୍ରୁପ ରହିଛି ଯେଉଁମାନଙ୍କର ସାରା ବି ଟାଉନ ଉପରେ ଅଖଣ୍ଡ ପ୍ରଭାବ ରହିଛି। ଏମାନଙ୍କ ପରିବାର ବା ସମ୍ପର୍କୀୟମାନେ ଇଣ୍ଡଷ୍ଟ୍ରୀରେ ପ୍ରଭାବ ବିସ୍ତାର କରିଥିବାରୁ ସାଧାରଣତଃ ଏହି ଗୋଷ୍ଠୀ ବଲିଉଡକୁ ସେମାନଙ୍କ ପୈତୃକ ଘର ଭଳି ଭାବିଥାନ୍ତି।  ଆଉ ଏକ ଗ୍ରୁପ ରହିଛି ଯେଉଁମାନେ ବାହାରୁ ଆସିଛନ୍ତି। ପୂର୍ବରୁ ବାହାର ଲୋକ ସିନେମାରେ ସ୍ଥାନ ପାଇବା କଷ୍ଟକର ଥିଲା। ହେଲେ ଅନୁରାଗ କଶ୍ୟପ, ରାମ ଗୋପାଳ ବର୍ମାଙ୍କ ଭଳି କିଛି ନିର୍ଦ୍ଦେଶକ ଆସିବା ପରେ ନୂଆ ନୂଆ ପ୍ରତିଭାବାନ କଳାକାରଙ୍କୁ ଦେଶବାସୀ ଦେଖିବାକୁ ପାଇଛନ୍ତି। ନଓ୍ୱାଜୁଦ୍ଦିନ୍ ସିଦ୍ଦିକି ଏବଂ ମନୋଜ ବାଜପେୟୀ ମଧ୍ୟ ଅନୁରାଗ କଶ୍ୟପଙ୍କୁ ଏଥିପାଇଁ ଅନେକ ଧନ୍ୟବାଦ ଦେଇଛନ୍ତି।

ତେବେ ବଲିଉଡରେ ତଥାକଥିତ ଏହି ପୁରୁଣା ଗୋଷ୍ଠୀ ଏବେ ନୁହେଁ, କେବେଠାରୁ ଖୁବ୍ ସକ୍ରିୟ ରହିଛି। ତେଣୁ ସେମାନଙ୍କ ପୁଅ, ଝିଅଙ୍କ ପ୍ରତି ଅନ୍ୟ ନିର୍ଦ୍ଦେଶକଙ୍କର ଆତ୍ମୀୟତା ରହିବା ସ୍ୱାଭାବିକ୍। ଆଉ ଏହି ଗୋଷ୍ଠୀ ଏତେ ସକ୍ରିୟ ଯେ ଏମାନଙ୍କ ପ୍ରଡକ୍ସନ ହାଉସ ଅନେକ ଟିଭି ଚ୍ୟାନେଲ ପାଇଁ ବହୁ କାର୍ଯ୍ୟକ୍ରମ ମଧ୍ୟ କରୁଛନ୍ତି। ତେଣୁ ଏମାନଙ୍କ ପ୍ରଭାବ ଯୋଗୁ ଦ୍ୱିତୀୟ ଗୋଷ୍ଠୀଙ୍କୁ ବଲିଉଡରେ ତିଷ୍ଠିବା ପାଇଁ ବହୁ ସଂଘର୍ଷ କରିବାକୁ ପଡ଼ିଥାଏ। ତେବେ ଏହି ଦ୍ୱିତୀୟ ଗୋଷ୍ଠୀକୁ ପ୍ରଥମ ଗୋଷ୍ଠୀ ତୁଳନାରେ ବିଫଳ ବୋଲି କହିବା ଭୁଲ୍। କିନ୍ତୁ ସୁଶାନ୍ତ ସିଂହଙ୍କ ଭଳି ଅଭିନେତାମାନେ ବୋଧହୁଏ ନିଜେ ବିଫଳ ହୋଇଛନ୍ତି ବୋଲି ଭାବି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି।

ସାଧାରଣତଃ ଜଣଙ୍କ ଫିଲ୍ମ ହିଟ୍ ହେବା ପରେ ସେ ଆଗକୁ ବଢ଼ିବା ସହଜ ହୋଇଥାଏ। ହେଲେ ସୁଶାନ୍ତଙ୍କ କ୍ଷେତ୍ରରେ ଏହାର ଓଲଟା ହୋଇଥିବା ଦେଖିବାକୁ ମିଳିଛି। କାଇ ପୋ ଚେ, ଏମ୍ ଏସ୍ ସିଂହ ଧୋନୀ, ଛିଚୋରେ ଆଦି ଭଲ ଫିଲ୍ମ କରିବା ପରେ ନେପୋଟିଜିମର ଶିକାର ହୋଇଥିଲେ। ନିଜେ ସୁଶାନ୍ତ ସିଂହ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ ଯଦି ତାଙ୍କର ଆଗାମୀ ଫିଲ୍ମ ଦିଲ ବେଚାରାକୁ ହଲରେ ଦର୍ଶକ ବହୁ ସଂଖ୍ୟାରେ ନଦେଖିବେ ତାହେଲେ ସେ ବଲିଉଡରୁ ଆଉଟ୍ ହୋଇଯିବେ। ଜଣେ ଏତେ ବଡ଼ କଳାକାର ଏଭଳି ମନ୍ତବ୍ୟ ରଖିବା ପଛର କାରଣ କଣ ଏଇଠୁ ହୃଦବୋଧ ହୋଇଛି।

ସଞ୍ଜୟ ଦତ୍ତ, ସନ୍ନି ଦେଓଲ, ବବି ଦେଓଲ, କରନ୍ ଦେଓଲ୍, ଅଭିଷେକ ବଚ୍ଚନ, ଆଲିଆ ଭଟ୍ଟ, ବରୁଣ ଧାଓ୍ୱନ, ଜାହ୍ନଭୀ କପୁର, ରଣବୀର କପୁର, ଶ୍ରଦ୍ଧା କପୁର, ଟାଇଗର ଶ୍ରଫ୍, ସୋନମ କପୁର, ଅର୍ଜୁନ୍ କପୁର, ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ ଆଦି କଳକାରଙ୍କ ମୁହଁରୁ ସୁଶାନ୍ତ ଦେଇଥିବା ମନ୍ତବ୍ୟ କେବେ ଶୁଣିବାକୁ ମିଳିନି। ତେବେ ସୁଶାନ୍ତ ସିଂହ ଆତ୍ମହତ୍ୟା କରିବା ପରେ ବଲିଉଡର ବହୁ ବରିଷ୍ଠ ଏବେ ଇଣ୍ଡଷ୍ଟ୍ରୀର  ଗୁମର ଖୋଲିବା ଆରମ୍ଭ କରିଛି। ଯାହାକି ଏଯାବତ ଲୁଚି ହୋଇ ରହିଥିଲା।

୧୭୫୦ରେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା। ଯେତେବେଳେ କ୍ୟାପିଟାଲିଜିମ୍ ଆରମ୍ଭ ହେଲା ଦେଶ ଆଗକୁ ଯାଉଥିଲା। ହେଲେ ଏହାର ଫାଇଦା ନେଇ ଅନେକ ବ୍ୟବସାୟୀ ଶ୍ରମିକଙ୍କୁ କମ୍ ପଇସା ଦେଇ ନିଜେ ଅଧିକ ରୋଜଗାର କରୁଥିବା ଦେଖିବାକୁ ମିଳିଥିଲା। ଆଉ କାର୍ଲମାର୍କସ ଆସିବା ପରେ ପୁଞ୍ଜିପତିଙ୍କ ବିରୋଧରେ ଆରମ୍ଭ ହୋଇଥିଲା ବିଦ୍ରୋହ। ଗଣତନ୍ତ୍ରରେ କ୍ୟାପିଟାଲିଜିମ୍ ରହିବ। ଯଦି ଏହା ସଠିକ୍ ଢ଼ଙ୍ଗରେ ପରିଚାଳିତ ନହେବ ଏହାର ପ୍ରତିକୂଳ ପ୍ରଭାବ ଅଭଶ୍ୟ ଅନୁଭୂତ ହେବ। ବଲିଉଡକୁ ମଧ୍ୟ କ୍ୟାପିଟାଲିଜିମ ସହିତ ଯୋଡ଼ି ପାରିବା। ଏଠାରେ କିଛି ପୁରୁଣା ଫିଲ୍ମ ବ୍ୟବସାୟୀଙ୍କର ଅଖଣ୍ଡ ପ୍ରଭାବ ରହିଛି। ଏହା କେବଳ ବଲିଉଡ୍ ନୁହେଁ, ଉଦ୍ୟୋଗ ଜଗତରେ ମଧ୍ୟ ରହିଛି।

ବରିଷ୍ଠ କ୍ରାଇମ୍ ରିପୋର୍ଟର ତଥା ଜଣାଶୁଣା ସାମ୍ୱାଦିକ ସମ୍ସ ତାହିର ଖାନଙ୍କ ଏକ ରିପୋର୍ଟ ଅନୁଯାୟୀ ୨୦୧୯ରେ ବଲିଉଡ ୧୮ ହଜାର କୋଟି ଟଙ୍କା ଆୟ କରିଛି। ହଲିଉଡ ପରେ ବଲିଉଡ଼ରେ ସବୁଠୁ ଅଧିକ ଫିଲ୍ମ ରିଲିଜ୍ ହେଉଛି। ତେବେ ଫିଲ୍ମ ତିଆରି କରିବା ପରେ ସେହି ଫିଲ୍ମକୁ ଡିଷ୍ଟ୍ରିବ୍ୟୁଟ କରିବା ସବୁଠୁ କାଠିକାର ପାଠ। ଯଦି ଫିଲ୍ମ ନିର୍ମାଣକାରୀ ସଂସ୍ଥା ଡିଷ୍ଟ୍ରିବ୍ୟୁଟ୍ କରିବାରେ ସଫଳ ହେବ ତା’ହେଲେ ଫିଲ୍ମ ବ୍ୟବସାୟିକ କ୍ଷତିରୁ ବର୍ତ୍ତି ପାରିବ। ହେଲେ ଏଥିରେ ଅନେକ ସମସ୍ୟା ରହିଥିବାରୁ ନବାଗତ କଳାକାରଙ୍କ ଫିଲ୍ମ ହଲରେ ପଡ଼ିବା ସେତେଟା ସହଜ ହୋଇନଥାଏ। ଯାହାକି ସୁଶାନ୍ତଙ୍କ କ୍ଷେତ୍ରରେ ଅନେକ ଥର ହୋଇଛି।

ହେଲେ ଅଧିକାଂଶ ଫିଲ୍ମ ଗୋଟିଏ ବଡ଼ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି। ଯଦି ଏମାନଙ୍କ ସହିତ ଚ୍ୟାଲେଞ୍ଜ କରାଯିବ ତାହେଲେ ମହାଙ୍ଗା ସାବ୍ୟସ୍ତ ହେବ। ଯାହାର ଜ୍ୱଳନ୍ତ ଉଦାହରଣ ସୁଶାନ୍ତ ସିଂହ ରାଜପୁତ।

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ବଲିଉଡର କୁଇନ୍ କୁହାଯାଉଥିବା କଙ୍ଗନା ରଣାଓ୍ୱତ ନିର୍ଭୀକତାର ସହିତ ଅନେକ କଥା ସାମ୍ନାକୁ ଆଣିଛନ୍ତି। ଉତ୍ତରାଖଣ୍ଡର ଏହି ଝିଅ ମୁମ୍ୱାଇର ହୋଇନଥିଲେ ମଧ୍ୟ ଅନେକ ସଂଘର୍ଷ କରିବା ପରେ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରି ନାହାନ୍ତି ବରଂ ଗୋଟିଏ ଗୋଷ୍ଠୀ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଛନ୍ତି ବୋଲି କଙ୍ଗନା କହିଛନ୍ତି।

ସେହିପରି ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶେଖର କପୁର ମଧ୍ୟ ସୁଶାନ୍ତଙ୍କ ବାବଦରେ ଟୁଇଟ୍ କରିଥିଲେ। ଯେଉଁଥିରେ ସେ ପରୋକ୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟା ପଛର କାରଣ ଜାଣିଥିବା କହିଛନ୍ତି। ବ୍ୟାଣ୍ଡିଟ୍‌ କୁଇନ୍ ଏବଂ ମିଷ୍ଟର ଇଣ୍ଡିଆ ଭଳି ସିନେମାର ନିର୍ଦ୍ଦେଶନା ଦେଇଥିବା ଶେଖର କପୁର ଏବେ ଏତେ ସକ୍ରିୟ ନାହାନ୍ତି। ହେଲେ ସୁଶାନ୍ତଙ୍କୁ ନେଇ ‘ପାନି’ ନାମକ ଚଳଚ୍ଚିତ୍ର ତିଆରି କରିବାକୁ ଯୋଜନା ରଖିଥିଲେ। ସୁଶାନ୍ତ ‘ପାନି’ ଫିଲ୍ମ ପାଇଁ ରାଜି ହୋଇଥିବାରୁ ଧର୍ମା ପ୍ରଡକସନ ସହିତ ମତାନ୍ତର ହୋଇଥିବା ଚର୍ଚ୍ଚା ହେଉଛି। ଆଉ ଏହା ପରେ ଏକତା କପୁରଙ୍କ ପ୍ରଡକସନ ହାଉସ, ଯଶରାଜ ପ୍ରଡକସନ ହାଉସ ସୁଶାନ୍ତଙ୍କୁ ବ୍ୟାନ କରିବା ଆରମ୍ଭ କରି ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି। ଏମିତିକି ବଲିଉଡର ବିଭିନ୍ନ ପାର୍ଟିକୁ ମଧ୍ୟ ସୁଶାନ୍ତଙ୍କୁ ବୟକଟ କରାଯାଇଥିଲା। ଏହି ଚର୍ଚ୍ଚା କେତେ ସତ କେତେ ମିଛ ଜଣାନାହିଁ। ହେଲେ ଅଧିକାଂଶ ରିପୋର୍ଟରେ ଏହା କୁହାଯାଉଛି। କିଛି ମାସ ପୂର୍ବରୁ ନିଜେ ସୁଶାନ୍ତ ସିଂହ ରାଜପୁତ ଏକ ସାମ୍ୱାଦିକ ସମ୍ମିଳନୀରେ ନେପୋଟିଜିମ୍ ବାବଦରେ ମତ ରଖିଥିଲେ। ନେପୋଟିଜିମ୍ ସବୁ ଆଡ଼େ ରହିଛି କେବଳ ବଲିଉଡରେ ନୁହେଁ। ହେଲେ ନେପୋଟିଜିମ୍ ଏବଂ ଟ୍ୟାଲେଣ୍ଟ ଯଦି ଯତିପାତ ଓ ଭଲ ବୁଝାମଣାରେ ଚାଲିବ ତାହେଲେ ଠିକ୍ ରହିବ ବୋଲି ସୁଶାନ୍ତ କହିଥିଲେ।

ତେଣୁ ଜାଣିଶୁଣି ଟ୍ୟାଲେଣ୍ଟକୁ ଅଣଦେଖା କରିବା କିମ୍ୱା ସମ୍ମାନ ନଦେବା ଠିକ୍ ନୁହେଁ। ନେପୋଟିଜିମ୍ ବି ଗୋଟିଏ ଦୃଷ୍ଟିରୁ ଠିକ୍ ହୋଇପାରେ। ଜଣେ ବଡ଼ ହୋଇଛି ବା ସିନେମା ପାଇଁ ପଇସା ଲଗାଉଛି ତେଣୁ ତା’ର ପସନ୍ଦ ଅଧିକ ଗ୍ରହଣୀୟ। କାରଣ ସେ ମଧ୍ୟ ଦିନେ ଗରିବ ଥିବ ବହୁ କଷ୍ଟକରି ହୁଏତ ଏହି ଶୀର୍ଷରେ ପହଞ୍ଚିଛି। ତେଣୁ ନେପୋଟିଜିମ୍ ରହୁ ହେଲେ ଟ୍ୟାଲେଣ୍ଟକୁ ଅଣଦେଖା କରିବା ଠିକ୍ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story