ବିଜେପିର ଓଡ଼ିଶା ପାଇଁ ଗେମ୍‌ପ୍ଲାନ୍‌

ରବି ଦାସ ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା ସାମାଜିକ ନ୍ୟାୟ, ବହୁଜନ ସମାଜ ରାଜନୀତି, ମଣ୍ଡଳ ରାଜନୀତି ଓ ଆମ୍ବେଦକରପନ୍ଥୀମାନଙ୍କ ପାଇଁ ଏପରି ଏକ ସମସ୍ୟା ସୃଷ୍ଟି କରିଛି ଯାହାକୁ ସେମାନେ ସିଧାସଳଖ ବିରୋଧ ବା ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଯଦି ପ୍ରଥମରୁ ଘୋଷଣା କରାଯାଇଥାନ୍ତା ଓ ସେହି ଅନୁସାରେ ସମସ୍ତ ବିରୋଧୀ ଦଳଙ୍କ ସହିତ ସହମତିରେ […]

Draupadi

Draupadi

Debendra Prusty
  • Published: Thursday, 23 June 2022
  • Updated: 23 June 2022, 06:22 PM IST

Sports

Latest News

ରବି ଦାସ

ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା ସାମାଜିକ ନ୍ୟାୟ, ବହୁଜନ ସମାଜ ରାଜନୀତି, ମଣ୍ଡଳ ରାଜନୀତି ଓ ଆମ୍ବେଦକରପନ୍ଥୀମାନଙ୍କ ପାଇଁ ଏପରି ଏକ ସମସ୍ୟା ସୃଷ୍ଟି କରିଛି ଯାହାକୁ ସେମାନେ ସିଧାସଳଖ ବିରୋଧ ବା ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ବିଜେପି ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମ ଯଦି ପ୍ରଥମରୁ ଘୋଷଣା କରାଯାଇଥାନ୍ତା ଓ ସେହି ଅନୁସାରେ ସମସ୍ତ ବିରୋଧୀ ଦଳଙ୍କ ସହିତ ସହମତିରେ ରାଷ୍ଟ୍ରପତି ମନୋନୟନ ପାଇଁ ବ୍ୟବସ୍ଥା ହୋଇଥାନ୍ତା ତେବେ ଶ୍ରୀମତୀ ମୁର୍ମୁ ବିନା ପ୍ରତିଦ୍ୱନ୍ଦ୍ୱୀତାରେ ରାଷ୍ଟ୍ରପତି ନିର୍ବାଚିତ ହୋଇପାରିଥାନ୍ତେ। ଅବଶ୍ୟ ଏବେ ତାଙ୍କର ବିଜୟ ନେଇ କୌଣସିଠାରେ ବି ସନ୍ଦେହର ଅବକାଶ ନାହିଁ।

ବିଜେଡି ଓ ଏନ୍‌ଡିଏର ଯେତିକି ଭୋଟ ଅଛି ତାହାଠାରୁ ଯଥେଷ୍ଟ ଅଧିକ ଭୋଟ୍ ପାଇ ସେ ବିଜୟୀ ହେବା ସୁନିଶ୍ଚିତ। ତାଙ୍କ ପ୍ରାର୍ଥିତ୍ୱକୁ ବିଜୁ ଜନତା ଦଳ ପ୍ରଥମରୁ ସମର୍ଥନ କରିଥିବା ଫଳରେ ତାଙ୍କର ବିଜୟ ସୁନିଶ୍ଚିତ ହୋଇଥିବା ସମୟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, ଯିଏକି ଝାଡ଼ଖଣ୍ଡରେ କଂଗ୍ରେସ ସହିତ ମେଣ୍ଟ ସରକାର ଚଳାଇଛି ସେହି ଦଳ ବି ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ କରିବା ପାଇଁ ବାଧ୍ୟ ହେବାକୁ ଯାଉଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବସ୍ତୁତଃ ଆଦିବାସୀମାନଙ୍କର ଦଳ ଓ ସାନ୍ତାଳମାନେ ଏହି ଦଳର ନେତୃତ୍ୱରେ ରହିଛନ୍ତି। ଏଣୁ ଦ୍ରୌପଦୀ ମୁର୍ମୁଙ୍କ ପରି ଜଣେ ସାନ୍ତାଳୀ ମହିଳା ଯିଏକି ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବାରୁ ଜେଏମ୍‌ଏମ୍ ତାଙ୍କୁ ବିରୋଧ କରିବା ସହଜ ନୁହେଁ। ବିଜେପି ସହିତ କେତେକ ବିଷୟରେ ଭିନ୍ନମତ ସତ୍ତ୍ୱେ ଜନତା ଦଳ (ୟୁ) ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛି। ସ୍ୱାଧୀନତାର ୭୫ ବର୍ଷ ପରେ ଦେଶର ସବୁଠାରୁ ନିମ୍ନବର୍ଗରେ ଥିବା ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ନିର୍ବାଚିତ ହେଉଥିବାରୁ ନୀତିଗତ ଭାବରେ କାହାକୁ ବିରୋଧ କରିବା ସମ୍ଭବ ନୁହେଁ।

ରାଷ୍ଟ୍ରପତି ପଦବୀ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବସ୍ତୁତଃ ବ୍ରିଟେନ୍‌ର ମହାରାଜା ବା ମହାରାଣୀଙ୍କ ପରି। କେନ୍ଦ୍ର ମନ୍ତ୍ରି ପରିଷଦର ପରାମର୍ଶ ଅନୁସାରେ ସେ ସମସ୍ତ ନିଷ୍ପତି ନେବା ପାଇଁ ବାଧ୍ୟ। କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରାଯିବା ଦ୍ୱାରା ତାହାର ଯେଉଁ ରାଜନୈତିକ ପ୍ରଭାବ ରହିଛି ସେଥିରୁ ବିଜେପି ବହୁ ଭାବରେ ଲାଭବାନ ହୋଇପାରିବ। ପୂର୍ବ ଭାରତରୁ ଜଣେ ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବା ପାଇଁ ବିଜେପି ନୀତିଗତ ନିଷ୍ପତି ନେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ହିଁ ଏଥିପାଇଁ ଚିହ୍ନଟ କରିବାର ଏକ ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ନିଶ୍ଚିତ। ଏପରିକି  ଚଳିତ ବର୍ଷ ଗୁଜୁରାଟରେ ହେଉଥିବା ବିଧାନସଭା ନିର୍ବାଚନ ଯେଉଁଠାରେ ୪୦ଟି ଆସନର ଫଳାଫଳ ଆଦିବାସୀଙ୍କ ଉପରେ ନିର୍ଭରଶୀଳ ତାହା ପ୍ରଭାବିତ ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା ବର୍ଷ ହେବାକୁ ଥିବା ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଯେଉଁ ଦୁଇ ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ଶତକଡ଼ା ୨୦ ଭାଗରୁ ଅଧିକ ରହିଛି ସେଠାରେ ମଧ୍ୟ ବିଜେପି ଏହାକୁ ବ୍ୟବହାର କରିପାରିବ।

କିନ୍ତୁ ଏହି ସମସ୍ତ ରାଜନୈତିକ ଦିଗ ଭିତରେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ହୋଇଥିବାରୁ ଏବଂ ଏହି ରାଜ୍ୟରେ ଆଦିବାସୀମାନଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୨୨/୨୩ ଭାଗ ଥିବାରୁ ବିଜେପି ରାଜନୈତିକ ଦୃଷ୍ଟିକୋଣରୁ ସକ୍ରିୟ ଓ ସଶକ୍ତ ହେବା ପାଇଁ ଏହା ଏକ ଉପାଦାନ ଯୋଗାଇଦେଇଛି। ଓଡ଼ିଶାରେ ୨୦୧୯ ନିର୍ବାଚନରେ ବିଜେପି ଲୋକସଭାରେ ୮ଟି ଆସନ ସହିତ ବିଧାନସଭାରେ ପ୍ରମୁଖ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଗତ ୩ ବର୍ଷରେ ଦଳର ନିଷ୍କ୍ରିୟତା ଓ ନେତୃତ୍ୱ ସଂକଟ ଯୋଗୁ ବିଜେପି ପ୍ରତି ଆକର୍ଷଣ କମିଯାଉଥିବା ଗତ ପଂଚାୟତ ଓ ପୌର ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଏହାର ସୁବିଧା ନେଇ ଗତ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନକୁ ଆସିଯିବା ଓ ବିଜେପି ଅମାନତ ହରାଇବା ସହିତ ବିଜେଡି ବିପୁଳ ବିଜୟ ହାସଲ କରିବା  ସମସ୍ତଙ୍କୁ ବିସ୍ମୀତ କରିଥିଲା।

ଏହା କେହି ଅସ୍ୱୀକାର କରିପାରିବେ ନାହିଁ ଯେ, ଓଡ଼ିଶାକୁ ପୂର୍ବ ଭାରତରେ ବିଜେପି ପକ୍ଷରୁ ଏକ ପ୍ରମୁଖ ରାଜ୍ୟ ଭାବରେ ଗତ ୮ ବର୍ଷ ହେଲା ବିଚାର କରାଯାଇ ଆସିଛି। ଓଡ଼ିଶାରୁ କେନ୍ଦ୍ରୀୟ ମନ୍ତ୍ରି ପରିଷଦରେ ପ୍ରତିନିଧିତ୍ୱ ଏବଂ ଓଡ଼ିଆ ଅଫିସରମାନଙ୍କ ପ୍ରମୁଖ ସ୍ଥାନରେ ଅବସ୍ଥାନ ସହିତ ପ୍ରତିବର୍ଷ ପଦ୍ମ ପୁରସ୍କାରରେ ଓଡ଼ିଶାର ବିଭିନ୍ନ ଅଂଚଳରୁ ଯେଉଁମାନଙ୍କୁ ଚିହ୍ନଟ କରାଯାଇ ସ୍ୱୀକୃତି ଦିଆଯାଇଛି ସେଥିରେ ବିଜେପିର ଓଡ଼ିଶା ପ୍ରତି ଏକ ସ୍ୱତନ୍ତ୍ର ଧ୍ୟାନ ରହିଥିବା ପ୍ରମାଣିତ ହୋଇଛି। ଯେତେବେଳେ ଓଡ଼ିଶାର ଲୋକମାନେ କଂଗ୍ରେସ ଶାସନ ସମୟରେ ରାଜ୍ୟରୁ ଲୋକସଭାକୁ ଯଥେଷ୍ଟ ପ୍ରତିନିଧିତ୍ୱ ସହିତ ରାଜ୍ୟରେ କ୍ରମାଗତ କ୍ଷମତା ହାସଲ କରି ରଖିଥିଲେ ସେତେବେଳେ କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ପ୍ରତି କେବେହେଲେ ବି ଏପରି ଦୃଷ୍ଟି ଦେଇନଥିଲେ।

ଏହି ତୁଳନାତ୍ମକ ଚିତ୍ର କଲାବେଳେ ବିଜେପି ଆଗରେ ରହୁଥିବାରୁ କଂଗ୍ରେସ ଦଳ ଓଡ଼ିଶାରେ ତୃତୀୟ ସ୍ଥାନକୁ ଚାଲିଯାଇଛି। କିନ୍ତୁ ରାଜ୍ୟରେ ଏକ ଆଂଚଳିକ ବା ରାଜ୍ୟ ଦଳ କ୍ଷମତାରେ ଥିବାରୁ ଏହା ଓଡ଼ିଶା ପାଇଁ ଅଧିକ ଅଙ୍ଗୀକାରବଦ୍ଧ ଓ କେନ୍ଦ୍ର ପକ୍ଷରୁ ଓଡ଼ିଶାକୁ ବରାବର ଅନ୍ୟାୟ କରାଯାଇଛି ବୋଲି କୁହାଯାଇ ଆଂଚଳିକ ଦଳକୁ କ୍ଷମତା ପାଇଁ ରାଜ୍ୟରେ ଜନସାଧାରଣ ସମର୍ଥନ କରୁଛନ୍ତି। ଅସଲକଥା ହେଲା, ଏହି ଆଂଚଳିକ ଦଳ ଯାହାକି ଓଡ଼ିଶାର ସବୁଠାରୁ ପ୍ରଭାବଶାଳୀ ନେତା ଭାବେ ପରିଚିତ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଓ ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ଏହାର ନେତୃତ୍ୱ ନେଉଛନ୍ତି, ଯାହାକି ପ୍ରଥମ ଅବସ୍ଥାରେ ବିଜେପି ସହିତ ମେଂଟ କରି କ୍ଷମତାକୁ ଆସିଥିଲା ତାହାକୁ ସିଧାସଳଖ ବିରୋଧ କରି କ୍ଷମତାଚ୍ୟୁତ କରିବା ବିଜେପି ପାଇଁ ସହଜ ହୋଇନାହିଁ। ନବୀନଙ୍କ ନେତୃତ୍ୱ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟ ସରକାର ନିଜ କାର୍ଯ୍ୟକ୍ରମ ଭାବରେ ସରକାରୀ କଳର ସହାୟତାରେ ଯେପରି କାର୍ଯ୍ୟକାରୀ କରାଯାଉଛି ସେଥିରେ ରାଜ୍ୟବାସୀ ଏକ ବିକଳ୍ପ ନେତୃତ୍ୱ ବିନା ବିଜେଡିକୁ ହଟାଇବାକୁ ସହଜରେ ରାଜି ହେଉନାହାନ୍ତି। ଏଥିରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। କାରଣ ରାଜ୍ୟ ସରକାର ସମସ୍ତ ଗ୍ରାମ୍ୟଭିତିକ ବିକାଶ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପ୍ରାଧାନ୍ୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ କାର୍ଯ୍ୟକ୍ରମରୁ ବିଜେପି ଅପେକ୍ଷା ବିଜେଡି ଅଧିକ ଲାଭବାନ ହେଉଛି।

ବିଜେପି ରାଜ୍ୟରେ କୌଣସି ମନ୍ଦିର ରାଜନୀତି ଆରମ୍ଭ କରିବା ପୂର୍ବରୁ ଓଡ଼ିଶାର ଶ୍ରୀଜଗନ୍ନାଥ, ଶ୍ରୀଲିଙ୍ଗରାଜ ଓ ସମଲେଶ୍ୱରୀ ପ୍ରମୁଖ ବଡ଼ ବଡ଼ ସବୁ ମନ୍ଦିରରେ ରାଜ୍ୟ ସରକାର ବ୍ୟାପକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୃଷ୍ଟି ହୋଇଥିବା ଏକ ବିବାଦ ସୁପ୍ରିମକୋର୍ଟ ଯେପରି ସମାଧାନ କରିଦେଲେ ସେଥିରେ ରାଜ୍ୟ ସରକାର ଫାଇଦା ପାଇଲେ। ଏପରି ଅବସ୍ଥାରେ ବିଜେପିକୁ ରାଜ୍ୟରେ ମୁଖ୍ୟ ପ୍ରତିତ୍ୱନ୍ଦ୍ୱୀ ଭାବରେ ରଖାଯାଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଅବସାନ ପର୍ଯ୍ୟନ୍ତ ଅପେକ୍ଷା କରିବା ନିମନ୍ତେ ଦଳକୁ ସକ୍ରିୟ କରିବା ପାଇଁ ଯାହା ଆବଶ୍ୟକ ତାହା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇ ବିଜେପି ହାସଲ କରିଛି। ନବୀନ ପଟ୍ଟନାୟକ ରାଜ୍ୟର ଜଣେ ମହିଳା ଆଦିବାସୀ ନେତ୍ରୀଙ୍କୁ ସଂଗେ ସଂଗେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ ମଧ୍ୟ ଆଦିବାସୀମାନଙ୍କ ଭିତରେ ବିଜେପି ପ୍ରତି ଏକ ନୂଆ ଆଗ୍ରହ ପ୍ରକାଶ ପାଇଛି।

ଫଳରେ ବିଜେପି ୨୦୧୯ ପରି ମୟୂରଭଂଜ, ସୁନ୍ଦରଗଡ଼ ସହିତ ଅନ୍ୟ ଜିଲ୍ଲାମାନଙ୍କରେ ନିଷ୍କ୍ରିୟ ହୋଇଯାଇଥିବା ବିଜେପି ପୁନର୍ବାର ସକ୍ରିୟ ହୋଇଯାଇଛି। ଯେଉଁ କଂଗ୍ରେସ ଦଳ ବ୍ରଜରାଜନଗର ଉପନିର୍ବାଚନ ପରେ ରାଜ୍ୟରେ ପୁଣି ଦ୍ୱିତୀୟ ସ୍ଥାନକୁ ଫେରିବ ବୋଲି ସ୍ୱପ୍ନ ଦେଖୁଥିଲା ତାହା ମଧ୍ୟ ବାଧାପ୍ରାପ୍ତ ହୋଇଛି। କାରଣ ଏକଦା ରାଜ୍ୟର ଆଦିବାସୀ ଓ ଦଳିତମାନେ କଂଗ୍ରେସର ମୁଖ୍ୟ ସମର୍ଥକ ହୋଇ ରହିଥିଲେ। କିନ୍ତୁ ବିଜେପି ଧୀରେ ଧୀରେ ଆଦିବାସୀ ବର୍ଗରେ କଂଗ୍ରେସକୁ ହଟାଇ ନିଜ ସ୍ଥାନକୁ ମଜଭୁତ କରିବାର ଯେଉଁ ଉଦ୍ୟମ ଆରମ୍ଭ କରିଥିଲା ତାହା ଏବେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତ୍ୱରାନ୍ୱିତ ହେବାର ସମ୍ଭାବନା ଦେଖାଦେଇଛି। ଏଣୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ରାଜ୍ୟରେ ବିଜେପିକୁ କ୍ରିୟାଶୀଳ କରିବା ସହିତ କଂଗ୍ରେସର ଅଭିବୃଦ୍ଧିରେ ଏକ ପ୍ରାଚୀର ଭାବରେ କାମ କରିଛି। ତେଣୁ ଜାତୀୟ ସ୍ତରରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ଦ୍ୱାରା ଯେଉଁ ସୁବିଧା ବିଜେପି ପାଇଛି ତାହାଠାରୁ ଅଧିକ ରାଜନୈତିକ ଫାଇଦା ଓଡ଼ିଶାରେ ମିଳିବ ବୋଲି ହିସାବ କରାଯାଉଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story