ଚୀନ୍ ବିଂଶ ଶତାବ୍ଦୀର ଇଷ୍ଟ ଇଣ୍ଡିଆ କମ୍ପାନୀ

ଶୁଭ୍ରାଂଶୁ ଶେଖର ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଯଦିଓ ଦୁଇ ଦେଶ ମଧ୍ୟରେ ବୁଝାମଣା ପ୍ରକ୍ରିୟା ଚାଲିଛି, ହେଲେ ଲଦାଖ ସୀମାରେ ଭାରତ ରାସ୍ତା ତିଆରି କରିବାକୁ ଚୀନ୍ ସହଜରେ ଗ୍ରହଣ କରିପାରୁ ନାହିଁ। ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ବିବାଦ ଦେଖାଦେବା ଏବେ ସାରା ବିଶ୍ୱ ପାଇଁ ଚିନ୍ତାଜନକ। ତେବେ ଯେଉଁ ବିବାଦ ଦେଖାଦେଇଛି ତା’ର ପ୍ରକୃତ କାରଣ କ’ଣ ଦୁଇ ଦେଶ ସ୍ପଷ୍ଟ କରି ନାହାନ୍ତି। ଉଭୟ ପାର୍ଶ୍ୱରୁ […]

xing ping

xing ping

Subhransu Sekhar
  • Published: Thursday, 18 June 2020
  • Updated: 19 June 2020, 01:17 AM IST

Sports

Latest News

ଶୁଭ୍ରାଂଶୁ ଶେଖର

ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଯଦିଓ ଦୁଇ ଦେଶ ମଧ୍ୟରେ ବୁଝାମଣା ପ୍ରକ୍ରିୟା ଚାଲିଛିହେଲେ ଲଦାଖ ସୀମାରେ ଭାରତ ରାସ୍ତା ତିଆରି କରିବାକୁ ଚୀନ୍ ସହଜରେ ଗ୍ରହଣ କରିପାରୁ ନାହିଁ। ଏସିଆ ମହାଦେଶର ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ବିବାଦ ଦେଖାଦେବା ଏବେ ସାରା ବିଶ୍ୱ ପାଇଁ ଚିନ୍ତାଜନକ। ତେବେ ଯେଉଁ ବିବାଦ ଦେଖାଦେଇଛି ତାର ପ୍ରକୃତ କାରଣ କଣ ଦୁଇ ଦେଶ ସ୍ପଷ୍ଟ କରି ନାହାନ୍ତି। ଉଭୟ ପାର୍ଶ୍ୱରୁ ସ୍ପଷ୍ଟ ହୋଇଛି ଯେ ସୀମାରେ ଗୁଳି ବିନିମୟ ହୋଇନାହିଁ। ପଥର ମାଡ଼ରେ ଯବାନମାନେ ପ୍ରାଣ ହରାଇଛନ୍ତି। କାରଣ ଯାହା ବି ହେଉ ସୀମାରେ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ଦେଶବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି। ସ୍ଥିତି ଏମିତି ହୋଇଛି ପାକିସ୍ତାନକୁ ବିରୋଧ ଭଳି ଏବେ ଗାଁରୁ ସହର ଯାଏ ଭାରତୀୟଙ୍କ ମନରେ ଚୀନ ବିପକ୍ଷ ନିଆଁ ବ୍ୟାପିବାରେ ଲାଗିଲାଣି।

ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ବିବାଦ ନୂଆ ନୁହେଁହେଲେ ଦୀର୍ଘ ଦଶନ୍ଧି ପରେ ଏଭଳି ଉତ୍ତେଜନା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଏତେ ଉତ୍ତେଜନା କଣ ବୋଲି ପ୍ରଶ୍ନ ଉଠିଛି। ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ହଠାତ୍ ବଢ଼ିଥିବା ତିକ୍ତତାର ମୁଖ୍ୟ କାରଣ ଆମେରିକା ବୋଲି କହିପାରିବା। ଯଦିଓ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗଙ୍କ ମଧ୍ୟରେ ସମ୍ପର୍କ ଭଲ ଥିଲା.... ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ନିବିଡ଼ତା ବଢ଼ିବାକୁ ବୋଧହୁଏ ଜିନ୍ ପିଙ୍ଗ୍ ସହଜରେ ଗ୍ରହଣ କରିପାରୁ ନାହାନ୍ତି। କାରଣ କରୋନା ମହାମାରୀ ପୂର୍ବରୁ ଉଭୟ ଆମେରିକା ଏବଂ ଚୀନ୍ ମଧ୍ୟରେ ବିବାଦ ରହିଆସିଛି। ବିଶ୍ୱର ଶକ୍ତିଶାଳୀ ହେବା ପାଇଁ ଚୀନ୍ ଲକ୍ଷ୍ୟ ରଖିଛି ବୋଲି ଆମେରିକା ସମେତ ଅନେକ ଦେଶ କହି ଆସୁଛନ୍ତି।

ନିଜ ଜିନିଷକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖି ବିଶ୍ୱ ବଜାରକୁ ହାତ ମୁଠାରେ ରଖିବାକୁ ଲକ୍ଷ୍ୟ ରଖିଛି ବେଜିଂ। ହେଲେ ବିଶ୍ୱର ସର୍ବଶକ୍ତିମାନ ରାଷ୍ଟ୍ର ଆମେରିକା ବେଜିଂର ସ୍ୱପ୍ନରେ ପାଚେରୀ ହେଉଥିବାରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନାହିଁ। ଅନ୍ୟପଟେ କରୋନା ପାଇଁ ବେଜିଂ ବିରୋଧରେ ମୋର୍ଚ୍ଚା ଖୋଲି ଆମେରିକା ଅନ୍ୟାନ୍ୟ ଦେଶକୁ ଏକାଠି କରିବାରେ ଲାଗିଛିଯାହାକି ଚୀନକୁ ଏହା ବହୁତ ଆଘାତ ଦେଇଛି। ତେବେ ଚୀନ୍‌ର ସମ୍ପର୍କ ଏବେ କେବଳ ଭାରତ ସହିତ ଖରାପ ହୋଇନାହିଁବରଂ ପଡ଼ୋଶୀ ତାଇଓ୍ୱାନ ସହିତ ମଧ୍ୟ ଖରାପ ରହିଛି। ହଂକଂ ଚୀନଠୁ ଅଲଗାକିନ୍ତୁ ନିଜର ଏକ ସ୍ୱତନ୍ତ୍ର ଅଧିକାର ବଳରେ ରୋକ ଲଗାଇ ହଂକଂରେ ଗଣତନ୍ତ୍ରକୁ ବିଲୋପ କରି କମ୍ୟୁନିଷ୍ଟ ଶାସନ ଜାରି କରିବାକୁ ଚିନ୍ତା କରିଛନ୍ତି ଜିନ୍ ପିଙ୍ଗ୍।

ଚୀନ୍ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ଭାରତ ଗସ୍ତକୁ ଯଦି ଦେଖିବା ମୋଦି ଜିନପିଙ୍ଗଙ୍କ ପଇଡ଼ ପିଇବା ଦୃଶ୍ୟ ହେଉ କି ଭ୍ରମଣ କରିବା ଦୃଶ୍ୟ ସେତେବେଳେ ବେଶ୍ ଚର୍ଚ୍ଚାକୁ ଆସିଥିଲା। ଚୀନ୍‌ର ଲକ୍ଷ୍ୟ କେବଳ ବ୍ୟବସାୟଯାହାକି ଇଂରେଜ ମାନଙ୍କର ଥିଲା। ସମାନ ଚିନ୍ତାଧାରା କିନ୍ତୁ ନୂଆ ଶୈଳୀରେ ଇଂରେଜଙ୍କ ନୀତିକୁ ଆପଣାଇଛି ଚୀନ୍। ଗୋରା ମାନେ ପ୍ରଥମେ ବାଣିଜ୍ୟ କରିବାକୁ ଆସୁଥିଲେପରେ ସେଠାକାର ଲୋକଙ୍କୁ ରୋଜଗାର ଦେଇ ତାଙ୍କୁ ଆର୍ଥିକ ସହାୟତା ଦେଇ ସେମାନଙ୍କୁ ନିଜ ଅକ୍ତିଆରକୁ ନେଉଥିଲେ। ଏବେ ଚୀନ୍ ମଧ୍ୟ ସମାନ ରଣନୀତି ଆପଣାଇଛି।

ଚୀନ୍ ଏବେ ନିଜର ଜିନିଷକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବାରେ ଲାଗିଛି। ପ୍ରଥମେ ଚୀନ୍ ନିଜ ଉତ୍ପାଦିତ ସାମଗ୍ରୀକୁ ବିଭିନ୍ନ ବ୍ୟାବସାୟିକ ଫାଇଦାର ଆକର୍ଷଣ ଓ ଲୋଭ ଦେଖାଇ ପଡୋଶୀ ଦେଶରେ ପ୍ରବେଶ କରାଏ। ଏହି ସମୟରେ ଚୀନ୍ କୌଣସି ପ୍ରକାର କେଁ'କୁ ବରଦାସ୍ତ କରେ ନାହିଁ। ଯଦି ଅଡ଼ୁଆ ହେଲା ତାହେଲେ ସୀମାରେ ହସ୍ତକ୍ଷେପ କରିବା ଆରମ୍ଭ କରେ। ପୂର୍ବରୁ ଇଣ୍ଡୋନେସିଆର ଏକ ଦ୍ୱୀପକୁ ନିଜର କହି ଚୀନ୍ ଏଭଳି ରଣନୀତି ଆରମ୍ଭ କରିଥିଲା। ଯାହାକି ଚୀନଠୁ ହଜାରେ କିଲୋମିଟର ଦୂର। ହେଲେ ଜାତିସଂଘ ସହିତ ଇଣ୍ଡୋନେସିଆ ମିଶି ଏହି ସମସ୍ୟାର ସମାଧାନ କରିଛି।

ଚୀନ୍ ସର୍ବଦା ନିଜର ବ୍ୟାବସାୟିକ ସାମ୍ରାଜ୍ୟର ସମୃଦ୍ଧି ଚାହେଁ । ଏଥିପାଇଁ ଏକଚାଟିଆ ନୀତି ଆପଣାଇ ମନମୁଖୀ ଉପାୟରେ ଏହାର ସମସ୍ତ ପଡ଼ୋଶୀ ଦେଶ ଉପରେ ପ୍ରଭାବ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାର କୌଶଳ ଆପଣାଇଥାଏ। ଚୀନ୍ ଅନେକ ଦେଶକୁ ଋଣ ଦିଏ। ଅନ୍ୟ ଦେଶର ଅଭାବ ସମୟରେ ଋଣ ଦେଇ ସେହି ଦେଶକୁ ନିଜ ଅଧିନକୁ ଆଣିବା ଚୀନର ପ୍ରଥମ ରଣନୀତି। ଆଉ ସମୟ ସମୟରେ ଏହାର ଫାଇଦା ନେଇଥାଏ ବେଜିଂ। ଚୀନ୍‌ର ପଡୋଶୀ ଦେଶ ଯେପରିକି ପାକିସ୍ତାନଶ୍ରୀଲଙ୍କାମିଆଁମାର ଏବଂ ଇଣ୍ଡୋନେସିଆ ଚୀନ୍‌ ପାଖରୁ ଋଣ ନେଇ ବୁଡ଼ି ରହିଛନ୍ତିଏଥିପାଇଁ ବେଜିଂ ବିରୋଧରେ ପଡ଼ୋଶୀ କେବେ ମୁହଁ ଖୋଲି ପାରନ୍ତିନି।

ଅଧିକାଂଶ ଦେଶ ଏବେ ଚୀନ୍‌କୁ କରୋନା ଭାଇରାସ ପାଇଁ ଦାୟୀ କରୁଛନ୍ତି। ଏହି ଭାଇରସ ବିସ୍ତାର କରି ଚୀନ୍ ବିଶ୍ୱ ବଜାରକୁ ଅକ୍ତିଆର କରିବାକୁ ଚେଷ୍ଟା କରୁଛି ବୋଲି ଅଭିଯୋଗ ମଧ୍ୟ ଉଠୁଛି। ଏପରିକି ଚୀନ୍ କରୋନା ପ୍ରସଙ୍ଗରେ ବିଶ୍ୱକୁ ବିଳମ୍ୱରେ ସୂଚନା ଦେବାରୁ ଉତ୍କଟ ସ୍ଥିତି ଉପୁଜିଛି ବୋଲି କୁହାଯାଏ। ତେବେ ଚୀନ୍ ଏହି ପ୍ରସଙ୍ଗରେ ନିରବ ରହୁଛି। କରୋନାରେ ଭାରତ ମଧ୍ୟ ପ୍ରଭାବିତ ହୋଇଛି। ଆର୍ଥିକ ସ୍ଥିତି ଖରାପ ହୋଇଥିବାରୁ ଭାରତ ଏବେ କିଭଳି ଆଗକୁ ଯିବ ସେ ନେଇ ଚିନ୍ତା କରୁଛି। ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ କହିବା ଏବେ ଚୀନ୍ ପାଇଁ କାଳ ସାଜିଛି। କରୋନା ଦେଶରେ ପାଦ ଥାପିବା ପରେ ବୟକଟ ଚାଇନା ପାଇଁ ଦେଶବାସୀ ବିଭିନ୍ନ ଫୋରମରେ ଆହ୍ୱାନ କରୁଛନ୍ତି।

ତେବେ ଚୀନ୍ ଚାହୁଁନାହିଁ ଯେ ଭାରତ ଚୀନ୍ ବ୍ୟତୀତ ଅନ୍ୟ କୌଣସି ଦେଶ ସହିତ ବନ୍ଧୁତ୍ୱ ବଢ଼ାଉ। ଆଉ ଏହାର ଚେତାବନୀ ଦେବାକୁ ଯାଇ ୧୯୬୨ ପରେ ପ୍ରଥମ ଥର ପାଇଁ ଲଦାଖର ଗୁଲଓ୍ୱାନା ଦ୍ୱୀପରେ ହିଂସା ସୃଷ୍ଟି ହେବା ହେଉଛି ମୁଖ୍ୟ କାରଣ। ଇତିହାସ ପୃଷ୍ଠାକୁ ଯଦି ଦେଖିବା ଇଣ୍ଡୋନେସିଆ ଏବଂ ତାଇଓ୍ୱାନ ସହିତ ଚୀନର ବିବାଦ ଏହି  ସୀମା ବିବାଦରୁ ହିଁ ଆରମ୍ଭ ହୋଇଥିଲା।

ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଚାଇନାର ଜିଡିପି ପ୍ରାୟ ୧୪ ଟ୍ରିଲିୟନ ଡଲାର ଏବଂ ଭାରତର ୩ ଟ୍ରିଲିୟନରୁ କମ୍ ରହିଛି। ଭାରତ ଏବଂ ଚୀନ୍ ମଧ୍ୟରେ ଥିବା ବିବାଦ କେମିତି ଶାନ୍ତ ହେବ ତାହା ପର କଥା। ଏବେ କିନ୍ତୁ ଚୀନ୍ ସମସ୍ୟାର ସମାଧାନ ପାଇଁ ଭାରତ ପ୍ରସ୍ତୁତ ହେବା ଉଚିତ।

ଏକଦା ଜାପାନର ହିରୋସୀମା ଏବଂ ନାଗାସାକିରେ ଆମେରିକା ପରମାଣୁ ବୋମା ପକାଇ ଧ୍ୱଂସ କରିଦେଇଥିଲା। ହେଲେ ତାପରେ ଜାପାନ ପୁଣି ମୁଣ୍ଡ ଟେକି ବିଶ୍ୱରେ ଏକ ଅଗ୍ରଣୀ ଦେଶ ଭାବେ ଛିଡ଼ା ହେବାରେ ସକ୍ଷମ ହୋଇଛି। ଆଉ ଜାପାନ ସହିତ ଆମେରିକା ଅନେକ ଚୁକ୍ତି ପାଇଁ ଚେଷ୍ଟା କଲେ ମଧ୍ୟ ଜାପାନ ବିନା ଆମେରିକାରେ ଆଗକୁ ବଢ଼ିପାରିଛି।

ଭାରତ ଏବେ ଚୀନକୁ ବୟକଟ କରି ଜାପାନଅଷ୍ଟ୍ରେଲିଆଭିଏତନାମ ଭଳି ଦେଶର ପଥ ଅନୁସରଣ କରିବାକୁ ପଡିବ। ଭାରତକୁ ବର୍ତ୍ତମାନ ଏହି ସମସ୍ୟାର ମୂଳରୁ ଶେଷ କରିବାକୁ ପଡିବନଚେତ୍ ସୀମାରେ ଏହି ଟେନସନ ସର୍ବଦା ଉପୁଜିବ। ଚୀନକୁ ଚେକ୍ ଦେବା ବେଳେ ବେଜିଂର ଚରିତ୍ରକୁ ଭାରତ ପ୍ରଥମେ ଇଷ୍ଟ ଇଣ୍ଡିଆ କମ୍ପାନୀ ସହ ତୁଳନା କରିବା ଜରୁରୀ। ଇଷ୍ଟ ଇଣ୍ଡିଆ କମ୍ପାନୀ ଭଳି ବ୍ୟବସାୟରୁ ଉପନିବେଶବାଦର ଥିଓରୀ ଧରିଥିବା ଚୀନକୁ ଏବେ ଠୁ ତାର ସାମଗ୍ରୀ ବୟକଟ ଭଳି ଲଗାମ୍ ନଦେଲେ ହୁଏତ ଭବିଷ୍ୟତରେ ପରାଧୀନତାର ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ନୂଆଦିଲ୍ଲୀ ଅବଶ୍ୟ ଚିନ୍ତା କରିବା ଜରୁରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos