ସୂଚନା ଅଧିକାର ଆଇନ ଅନୁସାରେ ଜନ କର୍ତ୍ତୃପକ୍ଷ କିଏ?

ପ୍ରଦୀପ ପ୍ରଧାନ ବିଗତ କିଛି ଦିନ ତଳେ ରାଜ୍ୟ ସୂଚନା କମିଶନ ବେସରକାରୀ ସଂସ୍ଥା କିଟ୍, ଆପୋଲୋ ହସ୍ପିଟାଲ୍, ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ସୂଚନା ଅଧିକାର ଆଇନ ଅଧୀନରେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରି ନାଗରିକମାନଙ୍କୁ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ, ସରକାରୀ ବା ବେସରକାରୀ ସଂସ୍ଥା ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା ହେଲେ ହିଁ ଉକ୍ତ ସଂସ୍ଥା ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇ ଜନ ସୂଚନା […]

RTI

RTI

Debendra Prusty
  • Published: Friday, 17 December 2021
  • Updated: 17 December 2021, 03:38 PM IST

Sports

Latest News

  • ପ୍ରଦୀପ ପ୍ରଧାନ

ବିଗତ କିଛି ଦିନ ତଳେ ରାଜ୍ୟ ସୂଚନା କମିଶନ ବେସରକାରୀ ସଂସ୍ଥା କିଟ୍, ଆପୋଲୋ ହସ୍ପିଟାଲ୍, ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ସୂଚନା ଅଧିକାର ଆଇନ ଅଧୀନରେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରି ନାଗରିକମାନଙ୍କୁ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ଅନୁଯାୟୀ, ସରକାରୀ ବା ବେସରକାରୀ ସଂସ୍ଥା ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା ହେଲେ ହିଁ ଉକ୍ତ ସଂସ୍ଥା ସୂଚନା ଅଧିକାର ଆଇନର ପରିସରଭୁକ୍ତ ହୋଇ ଜନ ସୂଚନା ଅଧିକାରୀ, ପ୍ରଥମ ଅପିଲ କର୍ତ୍ତୃପକ୍ଷ ନିଯୁକ୍ତି ସହ ନାଗରିକମାନଙ୍କୁ ସୂଚନା ପ୍ରଦାନ କରିବେ।

ସୂଚନା ଆଇନର ଧାରା ୨(ଏଚ୍)ରେ ଜନ କର୍ତ୍ତୃପକ୍ଷର ସଂଜ୍ଞା ନିରୂପଣ କରାଯାଇଛି। ଏହି ଧାରା ଅନୁଯାୟୀ, ଯେକୌଣସି ସଂସ୍ଥା/କର୍ତ୍ତୃପକ୍ଷ ବା ସ୍ୱୟଂଶାସିତ ଅନୁଷ୍ଠାନ (କ) ସମ୍ବିଧାନ ଦ୍ୱାରା ବା ଅଧୀନରେ, (ଖ) ସଂସଦ ଦ୍ୱାରା ପ୍ରଣୀତ ଆଇନ ବା ଅନ୍ୟ କୌଣସି ଆଇନ ବଳରେ, (ଗ) କୌଣସି ରାଜ୍ୟର ଆଇନ ସଭା ଦ୍ୱାରା ପ୍ରଣୀତ ଅନ୍ୟ କୌଣସି ଆଇନ ବଳରେ, (ଘ) ସମ୍ପୃକ୍ତ ସରକାରଙ୍କ ବିଜ୍ଞପ୍ତି ବା ଆଦେଶ ବଳରେ ଏବଂ ଏହା ସହିତ (୧) ଯଦି କୌଣସି ସଂସ୍ଥା/ସଂଗଠନ ନିୟନ୍ତ୍ରିତ ବା କୌଣସି ଉଦ୍ଦେଶ୍ୟରେ ସରକାରଙ୍କ ଆର୍ଥିକ ସହାୟତା ଦ୍ୱାରା ଅର୍ଥପୁଷ୍ଟ ହୋଇଥିବ, (୨) ବେସରକାରୀ ଅନୁଷ୍ଠାନ କୌଣସି ଉଦ୍ଦେଶ୍ୟରେ ସରକାରଙ୍କ ଦ୍ୱାରା ପରୋକ୍ଷ ବା ପ୍ରତ୍ୟକ୍ଷରେ ପ୍ରଦତ୍ତ ଅର୍ଥରାଶି ଦ୍ୱାରା ଅର୍ଥପୁଷ୍ଟ ହୋଇଥିବ, ତେବେ ଏହି ସଂସ୍ଥାମାନେ ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବେ ଏବଂ ସେମାନଙ୍କ କାର୍ଯ୍ୟ ସମ୍ପର୍କିତ ସୂଚନା ନାଗରିକମାନଙ୍କୁ ପ୍ରଦାନ କରିବେ। ଅର୍ଥାତ୍ (୧) ସମ୍ବିଧାନ ଦ୍ୱାରା ବା ସମ୍ବିଧାନ ଅଧୀନରେ ଗଠିତ ଯେକୌଣସି କର୍ତ୍ତୃପକ୍ଷ, ସଂସ୍ଥା ବା ସ୍ୱୟଂଶାସିତ ଅନୁଷ୍ଠାନକୁ ଜନ କର୍ତ୍ତୃପକ୍ଷ ଭାବେ ଧରାଯିବ। (୨) ସଂସଦ ଦ୍ୱାରା ପ୍ରଣୀତ ଆଇନ ଅନୁଯାୟୀ ଗଠିତ ଯେକୌଣସି ସଂସ୍ଥା ବା ସ୍ୱୟଂଶାସିତ ଅନୁଷ୍ଠାନ, (୩) ରାଜ୍ୟ ବିଧାନସଭା ଦ୍ୱାରା ପ୍ରଣୀତ ଆଇନ ଆଧାରରେ କୌଣସି କର୍ତ୍ତୃପକ୍ଷ, ସଂସ୍ଥା ବା ସ୍ୱୟଂଶାସିତ ଅନୁଷ୍ଠାନ, (୪) ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶନାମା ବା ବିଜ୍ଞପ୍ତି ବଳରେ ଗଠିତ କୌଣସି କର୍ତ୍ତୃପକ୍ଷ ବା ଅନୁଷ୍ଠାନ ବା ସ୍ୱୟଂଶାସିତ ଅନୁଷ୍ଠାନ ଇତ୍ୟାଦି ଜନ କର୍ତ୍ତୃପକ୍ଷ ଭାବେ ଧରାଯିବେ। ଏହା ବ୍ୟତୀତ ୨(ଏଚ)(ଡି) (୧), (୨)ରେ ସନ୍ନିବେଶିତ (୧) ଯେକୌଣସି ସଂସ୍ଥା ସରକାରଙ୍କ ଆର୍ଥିକ ଅନୁଦାନରେ ଅର୍ଥପୁଷ୍ଟ ଓ ନିୟନ୍ତ୍ରିତ ହୋଇଥିବ, (୨) ଯେକୌଣସି ବେସରକାରୀ ସଂସ୍ଥା ସରକାରଙ୍କ ଦ୍ୱାରା ପ୍ରଦତ୍ତ ଅର୍ଥରାଶି ଦ୍ୱାରା ଅର୍ଥପୁଷ୍ଟ ହୋଇଥିବେ ସେମାନଙ୍କୁ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରାଯିବ।

୧ରୁ ୪ ପର୍ଯ୍ୟନ୍ତ ଜନ କର୍ତ୍ତୃପକ୍ଷର ନିରୂପିତ ସଂଜ୍ଞା ଉପରେ କୌଣସି ବାଦାନୁବାଦ ନଥିବା ବେଳେ ୨(ଏଚ)(ଡି) (୧), (୨) ସରକାରୀ ଆର୍ଥିକ ସହାୟତାରେ ନିୟନ୍ତ୍ରିତ ବା ଅର୍ଥପୁଷ୍ଟ ହୋଇଥିବା ସଂସ୍ଥା (ଯଥା - ସମବାୟ ସଂସ୍ଥା) ବା ସରକାରୀ ଆର୍ଥିକ ସହାୟତାରେ ଅର୍ଥପୁଷ୍ଟ ହୋଇଥିବା ବେସରକାରୀ ସଂସ୍ଥାକୁ ନେଇ ବହୁ ବାଦବିବାଦ ରହିଛି। ସୂଚନା ଅଧିକାର ଆଇନରେ ଅର୍ଥପୁଷ୍ଟ ଏବଂ ବେସରକାରୀ ସଂସ୍ଥାର ସଂଜ୍ଞା ନିରୂପଣ ହୋଇନଥିବାରୁ ଏହି ସମସ୍ୟା ଉପୁଜିଛି। ତେଣୁ ବେସରକାରୀ ସଂସ୍ଥା ବୋଲି କାହାକୁ ଧରାଯିବ, ଅର୍ଥପୁଷ୍ଟ ଅର୍ଥ କେତେ ଟଙ୍କା ହୋଇଥିବ, ଗୋଟିଏ ସଂସ୍ଥା କେତେ ସରକାରୀ ଅର୍ଥ ନେଇଥିଲେ ଏହା ଅର୍ଥପୁଷ୍ଟ ବୋଲି ଧରାଯିବ, ଏହାକୁ ନେଇ ଅନେକ ବାଦାନୁବାଦ, ବିଭିନ୍ନ ସୂଚନା କମିଶନ୍ ବିଭିନ୍ନ ପ୍ରକାରର ନିଷ୍ପତ୍ତି ଦେବାକୁ ନେଇ ଉଚ୍ଚ ନ୍ୟାୟାଳୟ ଓ ଉଚ୍ଚତମ ନ୍ୟାୟାଳୟରେ ଚାଲେଞ୍ଜ୍ କରାଯାଇଛି।

ମାନ୍ୟବର ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମ କୋର୍ଟ ୨୦୧୩ ମସିହାରେ ଥାଲାପାଲମ ସେବା ସମବାୟ ବ୍ୟାଙ୍କ ସହ ଅନ୍ୟାନ୍ୟ ସେବା ସମବାୟ ସଂସ୍ଥା ବନାମ କେରଳ ରାଜ୍ୟ ସରକାର (ସିଭିଲ ଅପିଲ୍ ନଂ. ୯୦୧୭/୨୦୧୩) ଏବଂ ୨୦୧୯ରେ ଡି.ଏ.ଭି. କଲେଜ ଟ୍ରଷ୍ଟ ଏବଂ ମ୍ୟାନେଜମେଣ୍ଟ୍ ସୋସାଇଟି (ସିଭିଲ୍ ଅପିଲ୍ ନଂ. ୯୮୨୮/୨୦୧୩) କେସ୍ ଗୁଡ଼ିକର ଶୁଣାଣୀ କରି ଅର୍ଥପୁଷ୍ଟର ସଂଜ୍ଞା ନିରୂପଣ ସହ କେଉଁ କେଉଁ ସଂସ୍ଥା ବା ବେସରକାରୀ ସଂସ୍ଥା କେଉଁ ପ୍ରକାରର ଆର୍ଥିକ ସାହାଯ୍ୟ (ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ) ନେଇଥିଲେ, ସେମାନଙ୍କୁ ଜନ କର୍ତ୍ତୃପକ୍ଷ ଭାବେ ଧରାଯିବ, ଏହା ବିସ୍ତୃତ ଭାବେ ଉଲ୍ଲେଖ କରିଛନ୍ତି। ଡି.ଏ.ଭି. କଲେଜ ଟ୍ରଷ୍ଟ ମାମଲାରେ ସୁପି୍ରମ କୋର୍ଟ ‘ଅର୍ଥପୁଷ୍ଟ'ର ଏକ ବିସ୍ତୃତ ନିୟମାବଳି ନିର୍ଦ୍ଧାରଣ କରି ଏହି ଆଧାରରେ ବେସରକାରୀ ସଂସ୍ଥାମାନେ ସୂଚନା ଅଧିକାର ଆଇନର ପରିସରକୁ ଅଣାଯାଇପାରିବ ତାହା ବିଚାର କରି ନିଷ୍ପତ୍ତି ନେବାକୁ ହାଇକୋର୍ଟ ଓ ସୂଚନା କମିଶନମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାର ସୂଚନା କମିଶନ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, କିଟ୍ ଓ ଆପୋଲୋ ହସ୍ପିଟାଲ୍‌ଙ୍କୁ ସୂଚନା ଆଇନ ଅଧୀନରେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରିବା ପାଇଁ ସୁପ୍ରିମମ କୋର୍ଟଙ୍କ ଉପରୋକ୍ତ ଦୁଇଟି ରାୟକୁ ଆଧାର କରି କରିଛନ୍ତି। ଅର୍ଥପୁଷ୍ଟିକୁ ବାଖ୍ୟା କରିବାକୁ ଯାଇ ମାନ୍ୟବର ସୁପ୍ରିମ କୋର୍ଟ ବ୍ଲାକ ଲ ଡିକ୍ସନାରୀ ଷଷ୍ଠ ସଂସ୍କରଣର ସଂଜ୍ଞା ନିରୂପଣକୁ ଉଦ୍ଧାର କରିଛନ୍ତି। The word “Substantial” is not synonymous with “dominant” or “majority”. It is closer to “material” or “important” or “of considerable value”. “Substantially” is closer to “essentially”. ତେଣୁ ଗୋଟିଏ ସଂସ୍ଥାକୁ ନାମ ମାତ୍ର କିଛି ସବସିଡି, ଆର୍ଥିକ ଅନୁଦାନ, ସୁବିଧା ସୁଯୋଗ ଏବଂ କିଛି ରିହାତି ପ୍ରଦାନକୁ ବହୁତ ଅର୍ଥ ପ୍ରଦାନ ବୋଲି ଧରାଯିବ ନାହିଁ। କିନ୍ତୁ ଯଦି ଉକ୍ତ ସଂସ୍ଥା ବା ଅନୁଷ୍ଠାନ ଚାଲିବା ପାଇଁ ଏହି ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ ଏବଂ ଯଦି ଏହି ଆର୍ଥିକ ସହାୟତା ପ୍ରତ୍ୟାହାର କରି ନିଆଯାଏ, ସେ ସଂସ୍ଥା ବା ଅନୁଷ୍ଠାନ ଚାଲି ପାରିବ ନାହିଁ, ତେବେ ଏହାକୁ ସବ୍‌ଷ୍ଟାନ୍ସିଆଲ ବା ଯଥେଷ୍ଟ ପରିମାଣର ଅର୍ଥ ପ୍ରଦାନ ବା ଅର୍ଥପୁଷ୍ଟି ବୋଲି ଧରାଯିବ। ସାଧାରଣତଃ ସମବାୟ ସଂସ୍ଥାମାନଙ୍କର ଉନ୍ନତି ପାଇଁ ସହାୟତା ଯୋଗାଇ ଦେବାକୁ ସରକାର ଅନେକ ଯୋଜନା, ନାବାର୍ଡ଼ ଆର୍ଥିକ ସହାୟତା ଇତ୍ୟାଦି ପ୍ରଦାନ କରୁଛନ୍ତି। ଏହି ସହାୟତାଗୁଡ଼ିକୁ ଅର୍ଥପୁଷ୍ଟି ବୋଲି ଧରାଯିବ ନାହିଁ। କିନ୍ତୁ ଯେଉଁ ସ୍ଥାନରେ ବେସରକାରୀ ଅନୁଷ୍ଠାନଗୁଡ଼ିକ ସରକାରଙ୍କଠାରୁ ୯୫ ଭାଗ ଆର୍ଥିକ ସହାୟତା ପାଉଛନ୍ତି, ଉକ୍ତ ଅନୁଷ୍ଠାନଗୁଡ଼ିକୁ ସୂଚନା ଆଇନର ଧାରା ୨(ଏଚ)(ଡି)(୧)ରେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରାଯାଇପାରିବ ଅର୍ଥାତ୍ ସେମାନେ ସୂଚନା ଅଧିକାର ଆଇନ ଅଧୀନରେ ଆସିବେ ବୋଲି ସୁପ୍ରିମ କୋର୍ଟ ଦର୍ଶାଇଛନ୍ତି।

ତେଣୁ ସବ୍‌ଷ୍ଟଶନ୍ସିଆ ଅର୍ଥ ମେଜର ପୋର୍ସନ ଅଟେ। ଏହାର ଅର୍ଥ ନୁହେଁ ମେଜର ପୋର୍ସନ ବା ୫୦%ରୁ ଅଧିକ। କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ଏଥିପାଇଁ ନିର୍ଦ୍ଧାରିତ କରାଯାଇ ପାରିବ ନାହିଁ। ତେଣୁ ସବ୍‌ଷ୍ଟାନ୍ସିଆଲ ଫଣ୍ଡିଂ ବା ଅର୍ଥପୁଷ୍ଟି ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଧରାଯାଇପାରେ। ଉଦାହରଣ ସ୍ୱରୂପ, ଯଦି ଗୋଟିଏ ସହରରେ ବିନା ମୂଲ୍ୟରେ ଜମି ବା ବହୁତ ରିହାତି ଦରରେ କୌଣସି ସଂସ୍ଥାକୁ ଡାକ୍ତରଖାନା ବା ଶିକ୍ଷାନୁଷ୍ଠାନ ପାଇଁ ଦିଆଯାଇଥାଏ, ଏହାକୁ ସବ୍‌ଷ୍ଟାନ୍ସିଆ ଫଣ୍ଡିଂ ବୋଲି ଧରାଯିବ। ଉକ୍ତ ଅନୁଷ୍ଠାନ ଯଦି ସରକାରଙ୍କ ଦ୍ୱାରା ରିହାତି ଦରରେ ପ୍ରଦତ୍ତ ଜମି ଉପରେ ନିର୍ଭରଶୀଳ, ତେବେ ଏହାକୁ ସବ୍‌ଷ୍ଟାନ୍ସିଆଲ ଫଣ୍ଡିଂ ଭାବେ ଧରାଯିବ। ତେଣୁ ଏହି ଜମିର ଦର ପ୍ରଦାନ ତାରିଖରେ ମୂଲ୍ୟାୟନ ନ ହୋଇ ଉକ୍ତ ବେସରକାରୀ ସଂସ୍ଥା ସବ୍‌ଷ୍ଟାନ୍ସିଆଲି ଫାଇନାନ୍ସ୍‌ଡି କି ନୁହେଁ ଉଠିଥିବା ପ୍ରଶ୍ନର ତାରିଖରେ ଜମିର ମୂଲ୍ୟାୟନ ଦରକୁ ନେଇ ବିଚାର କରାଯିବ। ଅନେକ କ୍ଷେତ୍ରରେ ଧରି ନିଆଯାଉ ଗୋଟିଏ ଅନୁଷୋଠାନ ତା’ର ସମୁଦାୟ ଆୟର ୫୦ ଭାଗରୁ ଉର୍ଦ୍ଧ୍ୱ ଅର୍ଥ ସରକାରୀ ସହାୟତା ଆକାରରେ ପାଇଛି। ତଥାପି ଏହାକୁ ଜନ କର୍ତ୍ତୃପକ୍ଷ ଭାବେ ଧରାଯିବ ନାହିଁ। ଯଦି ଗୋଟିଏ ଛୋଟ ଏନ୍.ଜି.ଓ. ଯାହାର ସମୁଦାୟ ଆୟ ୧୦,୦୦୦ ଟଙ୍କା ଏବଂ ସେଥିରୁ ୫,୦୦୦ ଟଙ୍କା ହେଉଛି ସରକାରୀ ସହାୟତା, ଏପରି ସ୍ଥଳେ ଏହାକୁ ଜନ କର୍ତ୍ତୃପକ୍ଷ କୁହାଯାଇ ପାରିବ ନାହିଁ। ଅପର ପକ୍ଷରେ ଗୋଟିଏ ଏନ୍.ଜି.ଓ. ସରକାରଙ୍କଠାରୁ ଶହଶହ କୋଟିର ଅନୁଦାନ ପାଇଛି, କିନ୍ତୁ ଏହି ଅର୍ଥ ତା’ର ସମସ୍ତ ଆୟର ୫୦ ଭାଗରୁ କମ୍, କିନ୍ତୁ ଏହାକୁ ଜନ କର୍ତ୍ତୃପକ୍ଷ ଭାବେ ଧରାଯିବ। ଯଦି ଗୋଟିଏ ଏନ୍.ଜି.ଓ. ସଂସ୍ଥା ଚଳିବା ବା ଚଳେଇବା ପାଇଁ ସରକାରୀ ଅନୁଦାନ ଉପରେ ନିର୍ଭରଶୀଳ, ତେବେ ଉକ୍ତ ସଂସ୍ଥାକୁ ନିହାତି ଭାବେ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରାଯାଇ ପାରିବ। ତେଣୁ ସୁପ୍ରିମ କୋର୍ଟ ଏହା ମଧ୍ୟ କହିଛନ୍ତି, ବେସରକାରୀ ସଂସ୍ଥାମାନଙ୍କଠାରୁ ନେଉଥିବା ଆର୍ଥିକ ଅନୁଦାନକୁ ସବ୍‌ଷ୍ଟାନ୍ସିଆଲ ଫାଇନାନ୍ସ ଭାବେ ଘୋଷଣା କଲାବେଳେ ସୂଚନା ଅଧିକାର ଆଇନରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖିବାକୁ ପଡ଼ିବ।

ସାଧାରଣ ଜୀବନରେ ସାଧୁତା ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା ରକ୍ଷା ପାଇଁ ଏହା ଏକ ଯୁଗାନ୍ତକାରୀ ଆଇନ। ଯଦି ବିଭିନ୍ନ ବେସରକାରୀ ସଂସ୍ଥାମାନେ ସରକାରଙ୍କଠାରୁ ସବ୍‌ଷ୍ଟାନ୍ସିଆଲ ଫାଇନାନ୍ସ ପାଉଛନ୍ତି, ତେବେ ସେମାନେ କାହିଁକି ଦେଶର ନାଗରିକମାନଙ୍କୁ ତଥ୍ୟ ଦେବେନାହିଁ? ସେମାନଙ୍କର ଅର୍ଥ କିପରି ଏବଂ କେଉଁ ବାଟରେ ଖର୍ଚ୍ଚ ହୋଇଛି, ଏହାର ଜାଣିବାର ଅଧିକାର ନାଗରିକମାନଙ୍କର ଅଛି ବୋଲି ସୁପ୍ରିମ କୋର୍ଟ କହିଛନ୍ତି।

ଥାଲାପାଲାମ କେସରେ ମାନ୍ୟବର ସୁପ୍ରିମ କୋର୍ଟ ଦର୍ଶାଇଥିଲେ ଯେ, କେରଳ ରାଜ୍ୟର ସମବାୟ ସଂସ୍ଥାଗୁଡ଼ିକ ସୂଚନା ଅଧିକାର ଆଇନର ପରିସରଭୁକ୍ତ ନୁହଁନ୍ତି। କିନ୍ତୁ ସମବାୟ ସୋସାଇଟିଗୁଡ଼ିକର ରେଜିଷ୍ଟ୍ରାର ତାଙ୍କ ନିୟନ୍ତ୍ରଣରେ ବା ରେଗୁଲେଟୋରି ଅଥରିଟି ଭାବେ ସମବାୟ ସଂସ୍ଥାମାନଙ୍କର ଯେକୌଣସି ତଥ୍ୟ ହାସଲ କରିପାରୁଥିବେ, ଉକ୍ତ ତଥ୍ୟଗୁଡ଼ିକୁ ନାଗରିକମାନଙ୍କୁ ସୂଚନା ଆଇନରେ ପ୍ରଦାନ କରିପାରିବେ।

ସୁପ୍ରିମ କୋର୍ଟଙ୍କ ସବ୍‌ଷ୍ଟାନ୍ସିଆଲ ଫଣ୍ଡିଂର ବିଶ୍ଳେଷଣ କୌଣସି ଏକ ବେସରକାହରୀ ସଂସ୍ଥାକୁ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା ପାଇଁ ମାର୍ଗଦର୍ଶିକା ଭାବେ କାମ କରୁଛି। ଏହାକୁ ଆଧାର କରି ଓଡ଼ିଶା ସୂଚନା କମିଶନ୍ କିଟ୍ ସଂସ୍ଥା, ଆପୋଲୋ ହସ୍ପିଟାଲ୍, ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ଜନ କର୍ତ୍ତୃପକ୍ଷ ଭାବେ ଘୋଷଣା କରି ନିଷ୍ପତ୍ତି ଶୁଣାଇଛନ୍ତି। ଓଡ଼ିଶା ସୂଚନା କମିଶନଙ୍କ ଏହିସବୁ ନିଷ୍ପତ୍ତି ସୂଚନା ଅଧିକାର ଆଇନକୁ ରାଜ୍ୟରେ ଆହୁରି କ୍ରିୟାଶୀଳ କରିବାରେ ସାହାଯ୍ୟ କରିଛି, ଏହା ନିଃସନ୍ଦେହରେ କୁହାଯାଇପାରେ।

ସୂଚନାଧିକାର କର୍ମୀ

ମୋ : ୯୯୩୭୮୪୩୪୮୨

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story