ଢିଙ୍କିଆ ଚାରିଦେଶ- ପଦାରେ ପଡ଼ିଛି ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି

ସୁଜ।ତ। ସ।ହ।ଣୀ ବିଗତ ଦିନରେ ଦକ୍ଷିଣ କୋରିଆର ପୋହ।ଙ୍ଗ ଷ୍ଚିଲ୍ କମ୍ପ।ନୀ ବିରୁଦ୍ଧରେ ଏକ ବୀରତ୍ୱପୂର୍ଣ ଲଢ଼େଇ ଲଢ଼ି ଢିଙ୍କିଆ ଚ।ରିଦେଶବାସୀ ଏ ଅଞ୍ଚଳର ଜୀବନଜୀବିକ। ଓ ଉପକୂଳୀୟ ପରିବେଶକୁ ସୁରକ୍ଷିତ କରିଥିଲେ। ୨୦୧୭ ମସିହ।ରେ ପୋସ୍କୋ ବିଦାୟ ନେବା ପରେ ଏ ଅଞ୍ଚଳବାସୀ ନିଜ ପୁରୁଷ ପୁରୁଷର ଗଁ। ଭୂଇଁର ଅସ୍ତିତ୍ୱ ଓ ସ୍ୱାବଲମ୍ବୀ ଅର୍ଥନୀତିର ସୁରକ୍ଷାକୁ ନେଇ ଆଶ୍ୱସ୍ତ ହେଉଥିବା ବେଳେ ର।ଜ୍ୟ ସରକ।ର ଅଞ୍ଚଳବାସୀଙ୍କ ବିରୁଦ୍ଧରେ ଜିନ୍ଦଲ ନ।ମକ ଆ।ଉ ଏକ ଯୁଦ୍ଧର […]

Dhinkia

Dhinkia

Debendra Prusty
  • Published: Saturday, 18 December 2021
  • Updated: 18 December 2021, 01:49 PM IST

Sports

Latest News

  • ସୁଜ।ତ। ସ।ହ।ଣୀ

ବିଗତ ଦିନରେ ଦକ୍ଷିଣ କୋରିଆର ପୋହ।ଙ୍ଗ ଷ୍ଚିଲ୍ କମ୍ପ।ନୀ ବିରୁଦ୍ଧରେ ଏକ ବୀରତ୍ୱପୂର୍ଣ ଲଢ଼େଇ ଲଢ଼ି ଢିଙ୍କିଆ ଚ।ରିଦେଶବାସୀ ଏ ଅଞ୍ଚଳର ଜୀବନଜୀବିକ। ଓ ଉପକୂଳୀୟ ପରିବେଶକୁ ସୁରକ୍ଷିତ କରିଥିଲେ। ୨୦୧୭ ମସିହ।ରେ ପୋସ୍କୋ ବିଦାୟ ନେବା ପରେ ଏ ଅଞ୍ଚଳବାସୀ ନିଜ ପୁରୁଷ ପୁରୁଷର ଗଁ। ଭୂଇଁର ଅସ୍ତିତ୍ୱ ଓ ସ୍ୱାବଲମ୍ବୀ ଅର୍ଥନୀତିର ସୁରକ୍ଷାକୁ ନେଇ ଆଶ୍ୱସ୍ତ ହେଉଥିବା ବେଳେ ର।ଜ୍ୟ ସରକ।ର ଅଞ୍ଚଳବାସୀଙ୍କ ବିରୁଦ୍ଧରେ ଜିନ୍ଦଲ ନ।ମକ ଆ।ଉ ଏକ ଯୁଦ୍ଧର ଡ।କର। ଦେଇଛନ୍ତି। ପୋସ୍କୋ ପ।ଇଁ ବଳପୂର୍ବକ ଭାବେ ଅଧିଗୃହୀତ ହୋଇଥିବା ୨୭୦୦ ଏକର ଜମିକୁ ପ୍ରଚଳିତ ସମସ୍ତ ଆଇନକ।ନୁନ ଓ ଜନମତର ଉର୍ଦ୍ଧ୍ୱରେ ଜିନ୍ଦଲ(ଜେଏସଡଡବ୍ଲୁ) ହ।ତକୁ ଟେକି ଦେଇଛନ୍ତି। ଉକ୍ତ ଅଧିଗୃହୀତ ଜମିରେ ଜିନ୍ଦଲ କମ୍ପ।ନୀ ବାର୍ଷିକ ୧୩.୨ ନିୟୁତ ଟନର ଇସ୍ପ।ତ କ।ରଖ।ନ।, ୯୦୦ ମେଗ।ୱ।ଟର ତ।ପଜ ବିଦ୍ୟୁତ କେନ୍ଦ୍ର, ୧୦ ନିୟୁତ ଟନର ଇସ୍ପ।ତ କ।ରଖ।ନ। ସହିତ ଜଟ।ଧ।ର ମୁହ।ଣରେ ଏକ ନିଜସ୍ୱ ବନ୍ଦର ନିର୍ମ।ଣ କରିବ।ର ଯୋଜନା ପ୍ରସ୍ତୁତ କରିଛି। ଗତ ୨୦.୧୨.୨୦୧୯ରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ପ୍ରସ୍ତାବିତ ପ୍ରକଳ୍ପର ପରିବେଶ ମଞ୍ଜୁରୀ ନିମନ୍ତେ ଗଡ଼କୁଜଙ୍ଗଠାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ନିହାତି ଅଗଣତାନ୍ତ୍ରିକ ଉପାୟରେ କରାଯାଇଥିଲା ବୋଲି ସ୍ଥାନୀୟ ବାସିନ୍ଦା, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅଭିଯୋଗ କରିଛନ୍ତି।

ତେବେ ଜିନ୍ଦଲର ଏହି ସମନ୍ୱିତ ପ୍ରକଳ୍ପ ପ୍ରତିଷ୍ଠ। ଯୋଜନା କେବଳ ଢିଙ୍କିଆ ଚ।ରିଦେଶର ଜୀବନଜୀବିକା ତଥା ଭିଟାମାଟିର ପ୍ରଶ୍ନ ସହିତ ଜଡ଼ିତ ନୁହେଁ, ବରଂ ଓଡ଼ିଶ।ର ଉପକୂଳୀୟ ପରିବେଶ ପ୍ରତି ଏକ ନକରାତ୍ମକ ଆହ୍ୱାନ। ଏହ। ପୂର୍ବରୁ ପୋସ୍କୋ ପ।ଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ଗଛ କଟ।ଯ।ଇ ସ୍ଥ।ନୀୟ ପରିବେଶର ଗୁରୁତର କ୍ଷତି କର।ଯ।ଇ ସ।ରିଛି। ଏହ।ପରେ ବି ଯଦି ଜିନ୍ଦଲ ପ୍ରକଳ୍ପର ସଫଳ ରୂପ।ୟନ ହୁଏ, ତେବେ ସ୍ଥ।ନୀୟ ଅଞ୍ଚଳରେ ଇଞ୍ଚେ ହେଲେ ବି ଜଙ୍ଗଲ ରହିବା ସ୍ୱପ୍ନ ହୋଇପଡ଼ିବ। ଏଠ।କ।ର ଘଞ୍ଚ ଝ।ଉଁବଣ ଓ ସୁଉଚ୍ଚ ବ।ଲିବନ୍ତ ସ।ମୁଦ୍ରିକ ବ।ତ୍ୟ।, ସୁନ।ମୀ ଆଦି ପ୍ର।କୃତିକ ବିପର୍ଯୟ ସ।ମନ।ରେ ପ୍ର।ଚୀର ଭଳି କ।ମ କରେ। ବିଗତ ଅନେଶତ ମହ।ବ।ତ୍ୟ।, ଫ।ଇଲିନ୍, ବୁଲବୁଲ, ଫନି ଓ ଅମ୍ଫ।ନ ପରି ଭୟଙ୍କର ବ।ତ୍ୟ। କବଳରୁ ଏ ଅଞ୍ଚଳବ।ସୀଙ୍କୁ ରକ୍ଷ। କରିଆସୁଥିବ। ଏହି ଜଙ୍ଗଲ ଓ ବ।ଲିବନ୍ତ ଜିନ୍ଦଲର କର।ଳ ଗ୍ର।ସରେ ସବୁଦିନ ପ।ଇଁ ଲୋପ ପ।ଇଯିବ। ନିକଟରେ କ୍ଲ।ଇମେଟ୍ ସେଣ୍ଟ୍ର।ଲ ନ।ମକ ଏକ ବିଜ୍ଞ।ନ ସଂସ୍ଥ।(ଆମେରିକ।ର ନିୟୁଜର୍ସି)ର ଆକଳନ ଅନୁସ।ରେ ୨୦୫୦ ମସିହ। ସୁଦ୍ଧ। ସମୁଦ୍ରର ଜଳସ୍ତର ବୃଦ୍ଧି ପ।ଇ ଭ।ରତର ଉପକୂଳବର୍ତ୍ତୀ  ଅଞ୍ଚଳ ସଂପୂର୍ଣ ଜଳମଗ୍ନ ହୋଇଯିବ ଏବଂ ସ।ର। ବିଶ୍ୱରେ ତିରିଶ କୋଟିରୁ ଉର୍ଦ୍ଧ୍ୱ ଲୋକ ଏହ। ଦ୍ୱ।ର। ପ୍ରଭାବିତ ହେବେ। ଏହ। ବ୍ୟତୀତ ଇଣ୍ଡିଆନ୍ ନ୍ୟ।ଶନ।ଲ୍ ସେଣ୍ଟର୍ ଫର୍ ଓସେନ୍ ଇନଫରମେସନ୍ ସର୍ଭିସେସ୍(INCOIS) ଦ୍ୱ।ର। ପ୍ରସ୍ତୁତ ହୋଇଥିବ। କୋଷ୍ଟ।ଲ୍ ଭଲନେରେବିଲିଟି ଇଣ୍ଡେକ୍ସ(CVI) ଅନୁଯ।ୟୀ ଓଡ଼ିଶ।ର ଗଞ୍ଜ।ମ, ପୁରୀ, ଜଗତସିଂହପୁର, କେନ୍ଦ୍ର।ପଡ଼ା।, ଭଦ୍ରକ ଓ ବ।ଲେଶ୍ୱରକୁ ଅତ୍ୟନ୍ତ ବିପଦପୂର୍ଣ ଅଞ୍ଚଳ ଭ।ବେ ଚିହ୍ନଟ କର।ଯ।ଇଛି। ର।ଜ୍ୟର ଏହି ଛ’ଟି ଜିଲ୍ଲ।ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଏହିସବୁ ଆସନ୍ନ ବିପଦରୁ ରକ୍ଷ। କରିବ।ପ।ଇଁ ଓଡ଼ିଶ। ସରକ।ର ଜଳବ।ୟୁ ପରିବର୍ତ୍ତନ ଆକ୍ସନ୍ ପ୍ଲ।ନ୍(୨୦୧୮-୧୯୨୩) ଜରିଆରେ ପ୍ରଭ।ବିତ ଉପକୂଳ ଅଞ୍ଚଳ ନିମନ୍ତେ ଅନେକଗୁଡିଏ ଯୋଜନ। ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରୁ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟ।ପକ ଜଙ୍ଗଲ ତଥ। ସବୁଜ ବଳୟ ସୃଷ୍ଟି କରିବ। ହେଉଛି ଅନ୍ୟତମ।

ମ।ତ୍ର ଗୋଟିଏ ପଟେ ସବୁଜ ବଳୟର ଯୋଜନ। ପ୍ରସ୍ତୁତ କରି ଅପର ପକ୍ଷରେ ଜଗତସିଂହପୁର ଜିଲ୍ଲ।ର ସବୁଠୁ ଅଧିକ ବ।ତ୍ୟ। ପ୍ରବଣ ଅଞ୍ଚଳ ଢିଙ୍କିଆ ଚ।ରିଦେଶର ଉପକୂଳୀୟ ଜଙ୍ଗଲକୁ ଜେଏସଡବ୍ଲ୍ୟ ପ୍ରତିଷ୍ଠ। କରି ଧ୍ୱଂସ କରିଦେବ।ର ମସୁଧ। ର।ଜ୍ୟ ସରକ।ରଙ୍କ ଦୋମୁହଁ। ନୀତିକୁ ପଦ।ରେ ପକ।ଇ ଦେଇଛି। ନୂତନ ଜଙ୍ଗଲ ସୃଷ୍ଟି କରିବ। ପରିବର୍ତ୍ତେ ଉପସ୍ଥିତ ଜଙ୍ଗଲକୁ ଶିଳ୍ପ ନିମନ୍ତେ ହତ୍ୟ। କରିବ। ସରକ।ରଙ୍କ ଜନମଙ୍ଗଳ ଭ।ବମୂର୍ତ୍ତି ପ୍ରତି ଏକ ବିର।ଟ ପ୍ରଶ୍ନବ।ଚୀ ସୃଷ୍ଟି କରିଛି। ଏମିତିରେ ପ।ର।ଦ୍ୱୀପ ବନ୍ଦରକୁ  ଭତ୍ତି କରି ଏ ଅଞ୍ଚଳରେ ଗଢ଼ି ଉଠିଥିବ। ତୈଳ ବିଶୋଧନ।ଗ।ର, ପିପିଏଲ୍, ଇଫକୋ, ଏସ।ର୍, କ।ର୍ବନ୍ ଆଦି ପନ୍ଦରରୁ ଉର୍ଦ୍ଧ୍ୱ ଶିଳ୍ପ କ।ରଖ।ନ। ଏ ଅଞ୍ଚଳର ମ।ଟି, ପ।ଣି, ପବନକୁ ସଙ୍କଟରେ ପକ।ଇସ।ରିଲ।ଣି। ପ୍ରଦୂଷଣ ଦୃଷ୍ଟିରୁ ପ।ର।ଦ୍ୱୀପକୁ କ୍ରିଟିକ।ଲ ଏରିଆ ତଥ। ରେଡ୍ ଜୋନ୍ ଭ।ବେ ଘୋଷଣ। କର।ଯ।ଇସ।ରିଛି।

କେବଳ ଜୀବନଜୀବିକା ନୁହେଁ, ଇସ୍ପାତ କାରଖାନା, ତାପଜ ବିଦ୍ୟୁତ କେନ୍ଦ୍ର ଓ ସିମେଣ୍ଟ କାରଖାନା ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଘୋର ବିପଦ ଡାକିଆଣିବ। ଅଧ୍ୟୟନରୁ ଜଣାପଡ଼ିଛି ଯେ ଇସ୍ପାତ କାରଖାନା ପାଇଁ କଳିଙ୍ଗନଗରର ସ୍ଥାନୀୟ ଅଧିବାସୀ ଶ୍ୱାସକ୍ରିୟା ଜନିତ ରୋଗ, ଚର୍ମରୋଗ, କିଡନୀ ରୋଗ ଆଦିରେ ପୀଡ଼ିତ ହେଉଛନ୍ତି। ବିଶ୍ୱସ୍ୱାସ୍ଥ୍ୟ ସଙ୍ଗଠନ ଓ ଆନ୍ତର୍ଜାତୀୟ ଶ୍ରମ ସଙ୍ଗଠନ କହେ ଯେ ଇସ୍ପାତ କାରଖାନାରେ କାମ କରୁଥିବା ଶ୍ରମିକମାନେ ଶ୍ରବଣଶକ୍ତି ହରେଇବା ସହିତ କର୍କଟ ଓ କିଡନୀ ରୋଗରେ ପୀଡ଼ିତ ହେଉଛନ୍ତି। ନିକଟରେ ଆଞ୍ଚଳିକ ସୁରକ୍ଷା ସମିତି, ପାରାଦ୍ୱୀପର ବୟାନ ଅନୁସାରେ ବିଗତ ତିନି ବର୍ଷ ମଧ୍ୟରେ ପାରାଦ୍ୱୀପ ଶିଳ୍ପାଞ୍ଚଳରେ ଶତାଧିକ ଲୋକ କର୍କଟ ଓ ହୃଦରୋଗ ଆଦିରେ ମୃତ୍ୟୁବରଣ କରିଛନ୍ତି। ତେଣୁ ଏହି ପରିସ୍ଥିତିରେ ନୂତନ ଶିଳ୍ପ ପ୍ରତିଷ୍ଠ। କରିବ। ପ।ଇଁ ଅନୁମତି ଦେବ। ଭୟଙ୍କର ବିପଦକୁ ଆହ୍ୱ।ନ କରିବ। ସହ ସମ।ନ।

ଏହା ବ୍ୟତୀତ କମ୍ପାନୀ ପ୍ରତିଷ୍ଠା ହେଲେ ଏହି ଅଞ୍ଚଳର ଜୈବ ବିବିଧତା ଗୁରୁତର ଭାବେ ପ୍ରଭାବିତ ହେବ। ପରିବେଶର ସୁରକ୍ଷା ସ୍ଥାନୀୟ ଲୋକଜୀବନ ନିମନ୍ତେ ଯେତିକି ଜରୁରୀ ସେଠାକାର ଜଙ୍ଗଲରେ ବସବାସ କରୁଥିବା ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କ ଅସ୍ତିତ୍ୱ ଧାରଣ ନିମନ୍ତେ ସେତିକି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏହିସବୁ ଅତି ସମ୍ବେଦନଶୀଳ ବିଷୟଗୁଡ଼ିକ ପ୍ରତି ଧ୍ୟାନ ନଦେଇ ରାଜ୍ୟ ସରକାର କର୍ପୋରେଟ ସ୍ୱାର୍ଥ ନିମନ୍ତେ କାର୍ଯ୍ୟ କରୁଛନ୍ତି। ସ୍ଥାନୀୟ ଲୋକଙ୍କର ସମସ୍ତ ବିରୋଧ ସତ୍ତ୍ୱେ ଜିଲ୍ଲା ପ୍ରଶାସନ ଜିନ୍ଦଲ ପ୍ରତିଷ୍ଠା ନିମନ୍ତେ ଲୋକଙ୍କୁ ମନେଇବା ପାଇଁ ଏଇ ନିକଟରେ ପ୍ରଭାବିତ ହେବାକୁ ଥିବା ତିନି ପଞ୍ଚାୟତ (ଢିଙ୍କିଆ, ନୂଆଗାଁ, ଗଡକୁଜଙ୍ଗ)ରେ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଇବା, ସରକାରଙ୍କର କମ୍ପାନୀପ୍ରୀତିକୁ ସ୍ପଷ୍ଟ କରୁଛି। ଏହା ସହିତ ଜିନ୍ଦଲ ବିରୋଧରେ ସଂଗଠିତ ହେଉଥିବା ଲୋକଙ୍କୁ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରାୟୋଜିତ ଘଟଣାମାନ ସଂଘଟିତ କରାଯାଇ ଲୋକମାନଙ୍କୁ ଗିରଫ କରାଯାଉଛି। ଗତ ୩ ଡିସେମ୍ୱର ରାତିରେ ଢିଙ୍କିଆରେ ଘଟିଥିବା ପୋଲିସର ରାତିଅଧିଆ ଚଢଉ ଓ ଗ୍ରାମବାସୀଙ୍କ ସହିତ ହୋଇଥିବା ମୁହାଁମୁହିଁ ପରିସ୍ଥିତି ଏହାର ସଦ୍ୟତମ ଉଦାହରଣ।

ଉପରବର୍ଣ୍ଣିତ ବିପଦଗୁଡ଼ିକର ନିରାକରଣ ପାଇଁ ଉପକୂଳୀୟ ପରିବେଶକୁ ସୁରକ୍ଷିତ ଓ ଦୃଢୀଭୂତ କରିବା ପରିବର୍ତ୍ତେ ସରକାର ଜିନ୍ଦଲ ଭଳି କମ୍ପାନୀକୁ ଏକ ପାରିବେଶିକ ସମ୍ୱେଦନଶୀଳ ଅଞ୍ଚଳରେ ଶିଳ୍ପ ପ୍ରକଳ୍ପ ସ୍ଥାପନ ପାଇଁ ଅନୁମତି ଦେଇ, ଉପସ୍ଥିତ ପରିବେଶ ସଙ୍କଟକୁ ଆହୁରି ଗୁରୁତର କରୁଛନ୍ତି। ବିକାଶ ନାମରେ ରାଜ୍ୟ ସରକାର ଢିଙ୍କିଆ ଚ।ରିଦେଶର ସବୁଜ-ସୁନ୍ଦର ପରିବେଶ ଓ ଏକ ସଂପୂର୍ଣ୍ଣ ଆତ୍ମନିର୍ଭରଶୀଳ ଅଞ୍ଚଳକୁ ଧ୍ୱଂସ ମୁଖକୁ ଠେଲିଦେଉଛନ୍ତି। ଯେଉଁଠିକି ବାତ୍ୟାପ୍ରବଣ ଏହି ଅଞ୍ଚଳରେ ବ୍ୟାପକ ଜଙ୍ଗଲ ତିଆରି କରି ଉପକୂଳୀୟ ପରିବେଶକୁ ସୁରକ୍ଷା ପ୍ରଦାନ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କର।

ଗୋବିନ୍ଦପୁର, ଢିଙ୍କିଆ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos