ଭାରତରୁ ଟିକା ରପ୍ତାନୀ କେତେ ଯଥାର୍ଥ!

ସରଳ କୁମାର ଦାସ ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରିଥିବା ଅଭିଯୋଗରେ ସରକାର ଆଲୋଚନାର ଶରବ୍ୟ ହୋଇଛନ୍ତି। ଏ ନେଇ “ମୋଦିଜୀ ଆମ ପିଲାଙ୍କ ଭ୍ୟାକସିନ ବିଦେଶକୁ କାହିଁକି ପଠାଇ ଦେଲ?” ବୋଲି ଦିଲ୍ଲୀରେ ପ୍ରାଚୀରପତ୍ରମାନ ବି ଲାଗିଲା। ସରକାରୀ ଦଳ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ବିଦେଶକୁ ଟିକା ରପ୍ତାନୀ କରିବାର ମୁଖ୍ୟ କାରଣ ଥିଲା କୁଆଡେ କମ୍ପାନୀଗୁଡିକଙ୍କ ଦାୟବଦ୍ଧତା (ଲାଏବିଲିଟି), ଯାହା ଦୁଇ ପ୍ରକାରର – ବାଣିଜ୍ୟିକ […]

Vaccine-1

Vaccine-1

Debendra Prusty
  • Published: Tuesday, 25 May 2021
  • Updated: 25 May 2021, 03:19 PM IST

Sports

Latest News

ସରଳ କୁମାର ଦାସ

ଦେଶବାସୀଙ୍କ ଟିକାକରଣ ଆବଶ୍ୟକତାକୁ ଅଗ୍ରାଧିକାର ନ ଦେଇ ବିଦେଶକୁ ଟିକା ରପ୍ତାନୀ କରିଥିବା ଅଭିଯୋଗରେ ସରକାର ଆଲୋଚନାର ଶରବ୍ୟ ହୋଇଛନ୍ତି। ଏ ନେଇ “ମୋଦିଜୀ ଆମ ପିଲାଙ୍କ ଭ୍ୟାକସିନ ବିଦେଶକୁ କାହିଁକି ପଠାଇ ଦେଲ?” ବୋଲି ଦିଲ୍ଲୀରେ ପ୍ରାଚୀରପତ୍ରମାନ ବି ଲାଗିଲା। ସରକାରୀ ଦଳ ତରଫରୁ ସ୍ପଷ୍ଟୀକରଣ ଦିଆଗଲା ଯେ ବିଦେଶକୁ ଟିକା ରପ୍ତାନୀ କରିବାର ମୁଖ୍ୟ କାରଣ ଥିଲା କୁଆଡେ କମ୍ପାନୀଗୁଡିକଙ୍କ ଦାୟବଦ୍ଧତା (ଲାଏବିଲିଟି), ଯାହା ଦୁଇ ପ୍ରକାରର - ବାଣିଜ୍ୟିକ ଦାୟବଦ୍ଧତା (କମର୍ସିଆଲ ଲାଏବିଲିଟି) ଓ  ଲାଇସେନ୍ସିଂ ଦାୟବଦ୍ଧତା। ହେଲେ ଏହି ଦାୟବଦ୍ଧତା ତାତ୍କାଳିକ ଭାବେ ପୂରଣ କରିବା ଲାଗି କୌଣସି ବାଧ୍ୟବାଧକତା ନ ଥିବାରୁ ପ୍ରସଙ୍ଗଟି ଉପରେ ସ୍ପଷ୍ଟତାର ଆବଶ୍ୟକତା ରହିଛି।

ଭାରତରୁ ଜାନୁଆରି ୨୦, ୨୦୨୧ରୁ ଅପ୍ରେଲ ୨୨, ୨୦୨୧ ଅର୍ଥାତ୍ ତିନି ମାସ ଭିତରେ ପ୍ରାୟ ୬.୬୪ କୋଟି ଟିକା ୯୪ଟି ଦେଶ ଓ ଜାତିସଂଘର ଶାନ୍ତି ରକ୍ଷାକାରୀ ସେନାଙ୍କୁ ଅନୁଦାନ ଆକାରରେ, କୋଭାକ୍ସ କାର୍ଯ୍ୟକ୍ରମ ଅଧୀନରେ ଓ ବାଣିଜ୍ୟିକ କାରବାର ପାଇଁ ରପ୍ତାନୀ ହୋଇଛି। ଏଥିରୁ ୧.୦୭ କୋଟି ଡୋଜ ଅନୁଦାନ ଆକାରରେ ୭ଟି ପଡୋଶୀ ରାଷ୍ଟ୍ର ସମେତ ୪୬ଟି ଦେଶ ଓ ଜାତିସଂଘର ଶାନ୍ତି ସୁରକ୍ଷାକାରୀ ସେନାଙ୍କୁ ଦିଆଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ସେପି, ଗାଭି ଓ ୟୁନିସେଫ ଭଳି ଅନ୍ତର୍ଜାତୀୟ ଅନୁଷ୍ଠାନଗୁଡିକର ମିଳିତ ସହଯୋଗରେ ଦୁର୍ବଳ ଦେଶଗୁଡିକୁ ମହାମାରୀର ମୁକାବିଲା କରିବାରେ ସାହାଯ୍ୟ କରିବା ଲାଗି ଉଦ୍ଦିଷ୍ଟ ‘କୋଭାକ୍ସ’ କାର୍ଯ୍ୟକ୍ରମ ପାଇଁ ଭାରତରୁ ଫେବୃଆରି ୨୩ରୁ  ଅପ୍ରେଲ ୧୬ ମଧ୍ୟରେ ୪୭ଟି ଦେଶକୁ ୧.୯୯ କୋଟି ଡୋଜ ଟିକା ପଠାଯାଇଛି। ଅର୍ଥାତ୍, ଅବଶିଷ୍ଟ ପ୍ରାୟ ୩.୫୮ କୋଟି ଡୋଜ ଟିକା ବାଣିଜ୍ୟିକ ଭାବେ ଜାନୁଆରି ୨୫ରୁ ୨୬ଟି ଦେଶକୁ ବିକ୍ରି କରାଯାଇଛି। ଏଥି ମଧ୍ୟରୁ ୩.୪୪ କୋଟି ଡୋଜ ବା ପ୍ରାୟ ୯୬ ପ୍ରତିଶତ ବଙ୍ଗଳାଦେଶ, ମରକ୍କୋ, ବ୍ରାଜିଲ, ସାଉଦି ଆରବ ସମେତ ମାତ୍ର ୧୩ଟି ଦେଶକୁ ରପ୍ତାନୀ ହୋଇଛି। ଟିକାର ଗଦା ଉପରେ ବସିଥିବା ବ୍ରିଟେନ ଓ କାନାଡାକୁ ଯଥାକ୍ରମେ ୫୦ ଲକ୍ଷ ଓ ୫ ଲକ୍ଷ ଡୋଜ ଟିକା ବିକ୍ରି କରାଯାଇଛି। ଅର୍ଥାତ୍, କୋଭାକ୍ସ କାର୍ଯ୍ୟକ୍ରମରେ ଦୁର୍ବଳ ଦେଶଙ୍କୁ ଟିକା ପଠାଇବାର ମାସକ ଆଗରୁ ଜାନୁଆରି ମାସରୁ ବାଣିଜ୍ୟିକ ଚୁକ୍ତିର ଅନୁପାଳନ କରି ଅପେକ୍ଷାକୃତ ସମ୍ପନ୍ନ ଦେଶଗୁଡିକୁ ଟିକା ରପ୍ତାନୀ କରାଯାଉଥିଲା। ଅବଶ୍ୟ କୋଭିଡ ସଂକ୍ରମଣ ଅଣାୟତ୍ତ ହେବାରୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ବାଣିଜ୍ୟିକ ରପ୍ତାନୀକୁ ସ୍ଥଗିତ କରି ଦିଆଗଲା।

ଭାରତ ବିଶ୍ୱର ଏକ ପ୍ରମୁଖ ଟିକା ଉତ୍ପାଦନକାରୀ ଦେଶ ହୋଇଥିଲେ ବି ଏହାର କୋଭିଡ ଟିକା ଉତ୍ପାଦନ କ୍ଷମତାକୁ ଅତ୍ୟଧିକ ଆକଳନ କରିବା ମଧ୍ୟ ରପ୍ତାନୀ ନିଷ୍ପତ୍ତି ପଛର ଅନ୍ୟତମ କାରଣ। ଭାରତରେ ଥିବା ଉତ୍ପାଦନକାରୀଙ୍କ ମଧ୍ୟରୁ ଅଧିକାଂଶଙ୍କର କୋଭିଡ ଟିକା ଉତ୍ପାଦନ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ। ଇନଫ୍ଲୁଏଞ୍ଜା ବା ଫ୍ଲୁ ଭ୍ୟାକସିନ ପ୍ରସ୍ତୁତ କରୁଥିବା ଉତ୍ପାଦନକାରୀଙ୍କ ପାଇଁ କୋଭିଡ ଟିକା ଉତ୍ପାଦନ ସହଜ ହୋଇଥାଏ। ପାଶ୍ଚାତ୍ୟ ଦେଶଗୁଡିକ ତୁଳନାରେ ଭାରତରେ ଅଳ୍ପ କିଛି ଉତ୍ପାଦନକାରୀଙ୍କୁ ବାଦ ଦେଲେ ଅନ୍ୟମାନେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ୨୦୦୫ ମସିହାର ପରାମର୍ଶକୁ ମାନି ଫ୍ଲୁ ଭ୍ୟାକସିନ ଉତ୍ପାଦନ କ୍ଷମତା ବୃଦ୍ଧି କରି ନ ଥିବାରୁ ବର୍ତ୍ତମାନ ଏଠାରେ ତୁରନ୍ତ କୋଭିଡ ଟିକା ଉତ୍ପାଦନକୁ ଆଶାନୁରୂପ ଗତି ପ୍ରଦାନ କରିବାରେ ସମସ୍ୟା ଦେଖାଦେଉଛି।

ଦେଶରେ ଟିକା ଆବଶ୍ୟକତାକୁ ଆକଳନ କରୁଥିବା ବିଶେଷଜ୍ଞଙ୍କର ଦୃଢ ବିଶ୍ୱାସ ଥିଲା ଯେ ଦେଶରେ ଉତ୍ପାଦନ ହେଉଥିବା କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦେଶ ଭିତରେ ଟିକାକରଣର ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କଲା ପରେ ଆହୁରି ବଳିବ। କେହି କେହି ତ ‘ଭାରତରେ କୋଭିଡ ଛାଡି ଯାଇଛି ଓ ଦେଶ କୋଭିଡର ଦ୍ୱିତୀୟ ଲହରୀର ଆକ୍ରମଣରୁ ବର୍ତ୍ତି ଯାଇଛି’ ବୋଲି ଭାବିବା ଆରମ୍ଭ କରି ଦେଇଥିଲେ, ଯଦ୍ଦ୍ୱାରା ଦେଶ ଭିତରେ ଟିକାର ଆବଶ୍ୟକତାକୁ କମ କରି ଆକଳନ କରିବା ଲାଗି ମାନସିକତା ସୃଷ୍ଟି କଲା। ଏ ସବୁକୁ ଭିତ୍ତି କରି ବିଦେଶକୁ ଟିକା ରପ୍ତାନୀ ନିଷ୍ପତ୍ତି ନିଆଯାଇ ଥାଇପାରେ। କିନ୍ତୁ ସେହି ଆକଳନ ଯେ ତ୍ରୁଟିପୂର୍ଣ୍ଣ ଥିଲା, ତାହା ଖୁବ ଶୀଘ୍ର ଜଣା ପଡ଼ି ଯାଇଥିଲା।

ଟିକା ରପ୍ତାନୀକାରୀ ସିରମ ଇନଷ୍ଟିଚ୍ୟୁଟ ଓ ଭାରତ ବାଇଓଟେକ କମ୍ପାନୀ ଦ୍ୱୟଙ୍କ ଦାୟବଦ୍ଧତା (ଲାଏବିଲିଟି)ଗୁଡିକୁ ଅନୁଧ୍ୟାନ କରା ଯାଇପାରେ। କୋଭିଡ ଟିକାର ବିକାଶ ପାଇଁ ଗବେଷଣା ଚାଲିଥିଲା ବେଳେ ୨୦୨୦ ମସିହା ଜୁନ ମାସ ଆଷ୍ଟ୍ରାଜେନିକାଠାରୁ ଲାଇସେନ୍ସ ହାସଲ କରି କୋଭିସିଲ୍ଡ ଟିକା ଉତ୍ପାଦନ କରିବାକୁ ଭାରତର ସିରମ ଇନଷ୍ଟିଚ୍ୟୁଟ (ଏସଆଇଆଇ)ଏକ ଚୁକ୍ତି ସ୍ୱାକ୍ଷର କରିଥିଲା। ତଦନୁଯାୟୀ ଏସଆଇଆଇ ଏଠାରେ ଉତ୍ପାଦିତ ଟିକାରୁ ୧୦୦ କୋଟି ଡୋଜ ଟିକା ବିଶ୍ୱର ଦରିଦ୍ର ଦେଶଗୁଡିକୁ ଯୋଗାଇ ଦେବା ଲାଗି ଅନୁବନ୍ଧିତ ହୋଇଥିଲା, ଯାହାକୁ ଏସଆଇଆଇର ଲାଇସେନ୍ସିଂ ଦାୟବଦ୍ଧତା ବୋଲି ଗ୍ରହଣ କରା ଯାଇପାରେ। ତେବେ ଅନୁଧ୍ୟାନ କଲେ ଜଣାଯାଏ ଯେ ପ୍ରକୃତ ପକ୍ଷେ ଏହି ଦାୟବଦ୍ଧତା ଆଷ୍ଟ୍ରାଜେନିକାର କୋଭାକ୍ସ କାର୍ଯ୍ୟକ୍ରମରେ  ଟୀକା ଯୋଗାଣ ପାଇଁ କରିଥିବା ଏକ ଅନ୍ତର୍ଜାତିକ ପ୍ରତିଶ୍ରୁତି ପାଳନର ଅଂଶ ବିଶେଷ। ତେଣୁ ଏହାକୁ ଲାଇସେନ୍ସିଂ ଦାୟବଦ୍ଧତା ନ କହି ଲାଇସେନ୍ସ ପ୍ରଦାନକାରୀ ମୂଳ କମ୍ପାନୀର ଏକ ଅନ୍ତର୍ଜାତିକ ପ୍ରତିଶ୍ରୁତି ରକ୍ଷା ପାଇଁ ସର୍ତ୍ତ ବୋଲି କୁହାଯାଇପାରେ। ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଏକ ଭାରତୀୟ ଟିକା ହୋଇଥିବାରୁ ଏଥିପାଇଁ ଲାଇସେନ୍ସିଂ ଦାୟବଦ୍ଧତାର ପ୍ରଶ୍ନ ଉଠୁନାହିଁ। ଇତିମଧ୍ୟରେ ଉଭୟ କମ୍ପାନୀ ଟିକା ଯୋଗାଣ ପାଇଁ ବିଭିନ୍ନ ଦେଶ ସହ ବାଣିଜ୍ୟିକ ଚୁକ୍ତିମାନ କରିଥିଲେ, ଯାହା ସାଧାରଣରେ ଉପଲବ୍ଧ ନୁହେଁ।

ତେବେ ଭାରତରେ କୋଭିସିଲ୍ଡ ଓ କୋଭାକ୍ସିନ ଟିକା ଦୁଇଟିର ଜରୁରିକାଳୀନ ବ୍ୟବହାର ପାଇଁ  ଜାନୁଆରି ୩, ୨୦୨୧ରେ ଅନୁମତି ପ୍ରଦାନ କଲା ବେଳେ ସରକାର ସ୍ପଷ୍ଟ କରି ଦେଇଥିଲେ ଯେ ଦେଶ ଭିତରେ ଗରିବଗୁରୁବାଙ୍କ ଟିକାକରଣ ଆବଶ୍ୟକତା ପୂରଣ ନ ହେଲା ପର୍ଯ୍ୟନ୍ତ ବିଦେଶକୁ ଟିକା ରପ୍ତାନୀ କରାଯାଇ ପାରିବନି। ସରକାରୀ ନିର୍ଦ୍ଦେଶ ପରେ ସବୁ ପ୍ରକାର ଦାୟବଦ୍ଧତା ଗୌଣ ହୋଇ ଯାଉଥିବାରୁ କମ୍ପାନୀଦ୍ୱୟ ରପ୍ତାନୀ ନିଷ୍ପତ୍ତିରୁ ସାମୟିକ ଭାବେ ହେଲେ ବି ବିରତ ରହିଲେ। ତେବେ ହଠାତ୍ ଏମିତି କ’ଣ ପରିବର୍ତ୍ତନ ହେଲା ଯେ ଭାରତକୁ ପୂର୍ବ ନିଷ୍ପତ୍ତି ବଦଳାଇ ବିଦେଶକୁ ବିପୁଳ ପରିମାଣରେ ଟିକା ରପ୍ତାନୀ କରିବାକୁ ପଡ଼ିଲା? ଏହାର ଅନ୍ୟତମ କାରଣ ଥିଲା ‘ଭ୍ୟାକସିନ ମୈତ୍ରୀ’ କାର୍ଯ୍ୟକ୍ରମର ଘୋଷଣା କରି ସରକାର ଭ୍ୟାକସିନ କୂଟନୀତି ପାଇଁ ଅଣ୍ଟା ଭିଡ଼ିବା। ପୂର୍ବେ କମ୍ପାନୀଦ୍ୱୟ ବିଦେଶୀ କମ୍ପାନୀ ବା ଦେଶଙ୍କ ସହ ବାଣିଜ୍ୟିକ ଚୁକ୍ତି କରିଥିଲା ବେଳେ କୂଟନୀତିର ଆରମ୍ଭ ହୋଇ ଦୁଇ ଦେଶ ଭିତରେ ଚୁକ୍ତି ହେଲା ଓ ରପ୍ତାନୀରେ କମ୍ପାନୀର ଭୂମିକା ଗୌଣ ହୋଇଗଲା। ଦେଶରେ ଜାନୁଆରି ୧୬ରେ ଟିକାକରଣ ଆରମ୍ଭ ହେବାର ଠିକ ଚାରିଦିନ ପରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ଓ ସେହି ଦିନ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧୪ ହଜାରରୁ ସାମାନ୍ୟ ଅଧିକ। ଏହା ବି ଦର୍ଶା ଦିଆଯାଉଛି ଯେ ପ୍ରାରମ୍ଭିକ ଅବସ୍ଥାରେ ଦେଶରେ ଟିକା ପ୍ରତି କୁଣ୍ଠା (ଭ୍ୟାକସିନ ହେଜିଟାନ୍ସି) ଥିବାରୁ ବାଧ୍ୟ ହୋଇ ବିଦେଶକୁ ଟିକା ରପ୍ତାନୀ କରିବାକୁ ପଡ଼ିଲା। ଏହା ସତ୍ୟର ଅପଳାପ ମାତ୍ର। ଦେଶରେ ପ୍ରଥମ ପର୍ଯ୍ୟାୟର ଟିକାକରଣ କେବଳ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ୬୦ ବର୍ଷରୁ ଅଧିକ ବୟସ ବର୍ଗର ସାଧାରଣ ଲୋକଙ୍କ ପାଇଁ ଟିକାକରଣ ମାର୍ଚ୍ଚ ୧ରୁ ଆରମ୍ଭ ହେଲା। ତେଣୁ ଟିକା ପାଇଁ ଲୋକଙ୍କ କୁଣ୍ଠା ଉତ୍ପନ୍ନ ହେବା ଯଥେଷ୍ଟ ପୂର୍ବରୁ ଜାନୁଆରି ୨୦ରେ ଆରମ୍ଭ ହୋଇ ସାରିଥିବା ଟିକା ରପ୍ତାନୀ ଫେବୃଆରି ୨୮ ସୁଦ୍ଧା, ଅର୍ଥାତ୍ ମାତ୍ର ୪୦ ଦିନରେ ପ୍ରାୟ ୩.୬୬ କୋଟି ଡୋଜରେ ପହଞ୍ଚି ସାରିଥିଲା, ଯାହା ସମଗ୍ର ରପ୍ତାନୀର ୫୫ ପ୍ରତିଶତ। ଇଆଡେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଟିକା ରପ୍ତାନୀ ବି ବୃଦ୍ଧି ପାଇ ଚାଲିଥିଲା।

ଏ ସଂକ୍ରାନ୍ତରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମାର୍ଚ୍ଚ ୧୭ରେ ସଂସଦରେ ପ୍ରଦତ୍ତ ବିବୃତିଟି ପ୍ରଣିଧାନ ଯୋଗ୍ୟ – “ଦେଶରେ ପର୍ଯ୍ୟାପ୍ତ ପରିମାଣର ଟିକା ଥିବା ସୁନିଶ୍ଚିତ କଲା ପରେ ଯାଇ ବିଦେଶକୁ ଟିକା ପଠାଯାଉଛି”। କିନ୍ତୁ ଏହି ଉକ୍ତିଟି ସତ୍ୟଠାରୁ ଯେ କେତେ ଦୂରରେ ଥିଲା ତାହା ଅଚିରେ ଜଣା ପଡିଗଲା କାରଣ ସେତେବେଳକୁ ଦେଶର ୧୦ ପ୍ରତିଶତ ଲୋକଙ୍କ ପାଇଁ ବି ଟିକାର ପ୍ରାବଧାନ ହୋଇ ନ ଥିଲା। ଅପ୍ରେଲ ମାସରେ କୋଭିଡ ସଂକ୍ରମଣ ସବୁ ରେକର୍ଡକୁ ଟପିବାକୁ ଲାଗିବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ଦେଖି ସରକାରଙ୍କୁ ବାଧ୍ୟ ହୋଇ ରପ୍ତାନୀକୁ ଅତିମାତ୍ରାରେ ହ୍ରାସ କରି ଅପ୍ରେଲ ୨୨ ସୁଦ୍ଧା ସମ୍ପୂର୍ଣ୍ଣ ସ୍ଥଗିତ କରିବାକୁ ପଡ଼ିଲା। କୁହାଯାଉଛି ଯେ ବାଣିଜ୍ୟିକ ଚୁକ୍ତିକୁ ସମ୍ମାନ ଜଣାଇ ଟିକା ପାଇଁ କଞ୍ଚାମାଲ ଯୋଗାଇଥିବା ଦେଶମାନଙ୍କୁ ଟିକା ରପ୍ତାନୀ କରିବା କମ୍ପାନୀଗୁଡିକ ପାଇଁ ବାଧ୍ୟବାଧକତା ଥିଲା। କିନ୍ତୁ ବାଣିଜ୍ୟିକ ରପ୍ତାନୀ ହୋଇଥିବା ୨୬ଟି ଦେଶର ତାଲିକାକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ତନ୍ମଧ୍ୟରୁ କେବଳ ବ୍ରିଟେନ ଓ କାନାଡ଼ାକୁ ବାଦ ଦେଲେ ଅନ୍ୟ କେଉଁ ଦେଶରେ ଟିକା ପାଇଁ କଞ୍ଚାମାଲ ଉତ୍ପାଦନ ହୁଏନାହିଁ। ଆମେରିକା ଟିକାର ଉପାଦାନ ଓ କଞ୍ଚାମାଲର ପ୍ରମୁଖ ଉତ୍ପାଦକ ହୋଇଥିଲା ବେଳେ ଭାରତ ସେଠାକୁ ଆଦୌ ଟିକା ରପ୍ତାନୀ କରିନାହିଁ। ତା’ ଛଡ଼ା ଦାୟବଦ୍ଧତାର ଅନୁପାଳନ ପାଇଁ ରପ୍ତାନୀ ଯଦି ଏକ ବାଧ୍ୟବାଧକତା ହୋଇଥାଆନ୍ତା, ତେବେ ଅପ୍ରେଲ ୨୨ ପରଠାରୁ ଦୀର୍ଘ ଦିନ ବିତି ଯାଇଥିଲେ ବି ଭାରତରୁ ଆଉ ଟିକା ରପ୍ତାନୀ ନ ହୋଇ ରହିଛି କିପରି? ଏପରିକି ମଇ ୧୯ରେ ଏସଆଇଆଇ ସ୍ପଷ୍ଟ କରିଛି ଯେ ୨୦୨୧ ମସିହା ଶେଷ ପର୍ଯ୍ୟନ୍ତ ବାଣିଜ୍ୟିକ ରପ୍ତାନୀ ତ ଦୂରର କଥା, ଏହା କୋଭାକ୍ସ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଶ୍ରୁତି ପାଳନ କରି ଦରିଦ୍ର ଦେଶଙ୍କୁ ଟିକା ରପ୍ତାନୀ କରିବାକୁ ମଧ୍ୟ ସମ୍ପୂର୍ଣ୍ଣ ଅସମର୍ଥ। ତେଣୁ ବିଭିନ୍ନ ଦାୟବଦ୍ଧତାର ଆଳ ଦେଖାଇ ରପ୍ତାନୀଗୁଡିକର ଯଥାର୍ଥତାକୁ ପ୍ରତିପାଦନ କରିବାର ପ୍ରୟାସ ହେଉଥିଲେ ବି ତନ୍ମଧ୍ୟରୁ ବାଣିଜ୍ୟିକ ରପ୍ତାନୀଗୁଡିକୁ ଅନ୍ତତଃ ସାମୟିକ ଭାବେ ଏଡ଼ାଇ ଦିଆଯାଇ ପାରିଥାଆନ୍ତା।

ଦେଶ ଭିତରେ ଟିକାର ଘୋର ଅଭାବ ଦେଖା ଦେଇଥିବାରୁ ରପ୍ତାନୀକୁ ସ୍ଥଗିତ ରଖି ଏବେ ଗ୍ଲୋବାଲ ଟେଣ୍ଡର ଜରିଆରେ ଆମଦାନୀର ବାଟ ଖୋଜିବାକୁ ପଡିଲାଣି। ଟିକା ରପ୍ତାନୀର ଯଥାର୍ଥତାକୁ ପ୍ରତିପାଦନ କରିବାକୁ ଏକ ବଖାଣ ପ୍ରସ୍ତୁତ କରାଯାଉଛି ଯେ ଭାରତୀୟ ସଂସ୍କୃତିରେ ବିଶ୍ୱକୁ ଗୋଟିଏ ପରିବାର ମନେ କରି ‘ବସୁଧୈବ କୁଟୁମ୍ୱକମ’ ଭାବନାକୁ ଗୁରୁତ୍ୱ ଦିଆ ଯାଉଥିବାରୁ ଏହି ମହାମାରୀ ସମୟରେ ଦୁର୍ବଳ ଓ ଚାପଗ୍ରସ୍ତ ଦେଶମାନେ ଅନ୍ତତଃ ଭାରତ ଭଳି ଗୋଟିଏ ଦେଶକୁ ସେମାନଙ୍କ ନିକଟରେ ଠିଆ ହୋଇଥିବାର ଦେଖି ପାରିଲେ। ବଙ୍ଗଳାଦେଶ, ମ୍ୟାନମାର, ନେପାଳ, ବ୍ରାଜିଲ, ମରକ୍କୋ, ସାଉଦି ଆରବ ଓ ବ୍ରିଟେନ ଭଳି ମାତ୍ର ସାତଟି ଦେଶକୁ ସମଗ୍ର ରପ୍ତାନୀର ୫୫ ପ୍ରତିଶତରୁ ଅଧିକ ଟିକା ରପ୍ତାନୀ କରି ‘ବସୁଧୈବ କୁଟୁମ୍ୱକମ’ର କଥା କହିବା କେତେ ଯୁକ୍ତିସଙ୍ଗତ! ‘ବସୁଧୈବ କୁଟୁମ୍ୱକମ’ ନୀତିକୁ ଅନୁସରଣ କରି ନିଜ ଘରେ ଲାଗିଥିବା ନିଆଁକୁ ନ ଲିଭାଇ ପଡ଼ିଶା ଘର ନିଆଁରେ ପାଣି ଢାଳିବା ଆଦ୍ୟ-କାଳିଦାସୀୟ ବୁଦ୍ଧିମତ୍ତାର ପରିଚାୟକ ନୁହେଁ କି?

ବିଭିନ୍ନ ଦେଶର ଅନୁଭୂତିରୁ ସ୍ପଷ୍ଟ ଯେ କୋଭିଡକୁ ନିଉଜିଲାଣ୍ଡ ପରି ପରୀକ୍ଷା (ଟେଷ୍ଟିଂ)କୁ ବଢ଼ାଇ, ରୋଗ ଲକ୍ଷଣଯୁକ୍ତଙ୍କୁ ଖୋଜି ବାହାର କରି (ଟ୍ରାସିଂ, କଣ୍ଟାକ୍ଟ ଟ୍ରାସିଂ), ସୀମାକୁ ବନ୍ଦ କରି ନିୟନ୍ତ୍ରଣ କରି ହେବ। ଅନ୍ୟଥା ଗୋଷ୍ଠୀ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହେବା ଯାଏଁ ଜନସାଧାରଣଙ୍କର ବ୍ୟାପକ ଟିକାକରଣ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ ଭିତରେ ରଖିହେବ। ତେବେ ଭାରତରେ ଜନସଂଖ୍ୟାର ଘନ ସାନ୍ଧ୍ରତା ଓ ଅନ୍ୟାନ୍ୟ କାରଣରୁ ବ୍ୟାପକ ଟିକାକରଣ ହିଁ ଏହି ମହାମାରୀକୁ ଲଢିବାରେ ମୁଖ୍ୟ ଅସ୍ତ୍ର ହୋଇପାରିବ। ଏହି ବାସ୍ତବତାକୁ ସ୍ୱୀକାର କରି ଏଠାରେ ଟିକାକରଣକୁ କିପରି ଗତି ପ୍ରଦାନ କରି ହେବ ତାହା ସରକାରଙ୍କର ପ୍ରାଥମିକତା ହେବା ଉଚିତ, ଟିକା ରପ୍ତାନୀ କରି ସେହି ପ୍ରକ୍ରିୟାକୁ ମନ୍ଥର କରିବା ନୁହେଁ। ଅର୍ଥାତ୍, ସ୍ଥିତିକୁ ସଠିକ ଆକଳନ କରିବାରେ ଅସମର୍ଥ ହୋଇ ବିଦେଶକୁ ଟିକା ରପ୍ତାନୀ କରିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତି ସରକାରଙ୍କ ବିଫଳତାର ନିଦର୍ଶନ। ଏଥିରୁ ଅନ୍ତତଃ ଗୋଟିଏ ଶିକ୍ଷା ମିଳିଲା ଯେ ଟିକାକରଣ ସଂକ୍ରାନ୍ତ ନିଷ୍ପତ୍ତିକୁ ମୁଷ୍ଟିମେୟ ଶାସକ ଓ ପ୍ରଶାସକଙ୍କ ଆକସ୍ମିକ ଖିଆଲ ଉପରେ ଛାଡି ଦେଲେ ତାହା ଘାତକ ସାବ୍ୟସ୍ତ ହୋଇପାରେ। ତେଣୁ ଦେଶରେ ତୁରନ୍ତ ଏକ ସ୍ୱଚ୍ଛ ଟିକାକରଣ ନୀତି କାର୍ଯ୍ୟକାରୀ ହେବା ଆବଶ୍ୟକ, ଯଦ୍ଦ୍ୱାରା ରାଜ୍ୟଗୁଡିକୁ ଟିକା ଯୋଗାଣ କ୍ଷେତ୍ରରେ ହେଉଥିବା ପାତରଅନ୍ତରର ଅଭିଯୋଗକୁ ଏଡାଇ ହେବା ସହ ଭବିଷ୍ୟତରେ ବିଦେଶକୁ ଟିକା ରପ୍ତାନୀ ନେଇ ସ୍ପଷ୍ଟତା ମିଳିପାରିବ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story