ଓଡ଼ିଶାର ଖେଳ ସଂସ୍କୃତି କେତେ ମଜବୁତ୍‌?

ସୁଧାଂଶୁ ରଞ୍ଜନ ଦାସ ଜାତି, ଧର୍ମ ଓ ଭାଷାକୁ ନେଇ ସମାଜରେ ଉତ୍ପନ୍ନ ହୋଇଥିବା ଭେଦଭାବକୁ ଖେଳ ସଂସ୍କୃତି ଦ୍ୱାରା ଅନେକାଂଶରେ ଲାଘବ କରିହେବ। ଓଡ଼ିଶା ସରକାର ରାଜ୍ୟରେ ଖେଳ ସଂସ୍କୃତିର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ୨୦୨୩ ବିଶ୍ୱକପ ହକି ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ସ୍ଥିର କରାଯାଇଛି। ବିଶ୍ୱକପ ପ୍ରତିଯୋଗିତା ପାଇଁ ଓଡ଼ିଶା ସରକାର ୩୫୬ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମର […]

hocky

hocky

Debendra Prusty
  • Published: Tuesday, 14 December 2021
  • Updated: 14 December 2021, 12:35 PM IST

ସୁଧାଂଶୁ ରଞ୍ଜନ ଦାସ

ଜାତି, ଧର୍ମ ଓ ଭାଷାକୁ ନେଇ ସମାଜରେ ଉତ୍ପନ୍ନ ହୋଇଥିବା ଭେଦଭାବକୁ ଖେଳ ସଂସ୍କୃତି ଦ୍ୱାରା ଅନେକାଂଶରେ ଲାଘବ କରିହେବ। ଓଡ଼ିଶା ସରକାର ରାଜ୍ୟରେ ଖେଳ ସଂସ୍କୃତିର ବିକାଶ ପାଇଁ ପ୍ରତ୍ୟେକ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି। ୨୦୨୩ ବିଶ୍ୱକପ ହକି ପ୍ରତିଯୋଗିତା ଓଡ଼ିଶାରେ ହେବ ବୋଲି ସ୍ଥିର କରାଯାଇଛି। ବିଶ୍ୱକପ ପ୍ରତିଯୋଗିତା ପାଇଁ ଓଡ଼ିଶା ସରକାର ୩୫୬ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରରେ ଥିବା କଳିଙ୍ଗ ଷ୍ଟାଡିୟମର  ନବୀକରଣ କରିବା ସଂଗେ ସଂଗେ ସୁନ୍ଦରଗଡ଼ରେ ଭାରତର ସବୁଠାରୁ ବଡ଼ ଅନ୍ତର୍ଜାତୀୟ ସ୍ତରର ବିର୍ସା ମୁଂଡା ହକି ଷ୍ଟାଡିୟମ ତିଆରି କରୁଛନ୍ତି। ସୁନ୍ଦରଗଡ଼ ଜିଲାର ୧୭ଟି ମଣ୍ଡଳରେ ମଧ୍ୟ ହକିର ବିକାଶ ପାଇଁ ଆଷ୍ଟ୍ରୋଟ୍ରଫ ପଡ଼ିଆର ମଧ୍ୟ ଯୋଜନା ଅଛି। ତେବେ କେବଳ ବ୍ୟୟବହୁଳ ଷ୍ଟାଡିୟମ କରିଦେଲେ ଓଡ଼ିଶାରେ ଖେଳର ବିକାଶ ହେବ ନାହିଁ। ପ୍ରକୃତ ଆନ୍ତର୍ଜାତିକ ସ୍ତରର ଖେଳାଳି ତିଆରି କିରବା ପାଇଁ ଓଡ଼ିଶାରେ ଖେଳ ସଂସ୍କୃତିର ବିକାଶ ହେବା ଦରକାର।

ସୁନ୍ଦରଗଡ଼ ଜିଲାକୁ ଛାଡ଼ିଦେଲେ ଓଡ଼ିଶାର ଅନ୍ୟାନ୍ୟ ଜିଲାରେ ହକି ଖେଳର ଲୋକପ୍ରିୟତା ପ୍ରାୟ ନାହିଁ କହିଲେ ଚଳେ। ହକି ଖେଳାଳି ତିଆରି କରିବା ପାଇଁ ସରକାର ହକିକୁ ଅନ୍ୟ ଜିଲ୍ଲାରେ ମଧ୍ୟ ଲୋକପ୍ରିୟ କରାଇବା ଉଚିତ। ବିଗତ ତିନି ଦଶନ୍ଧିରେ ସୁନ୍ଦରଗଡ଼ ଜିଲା ଭାରତୀୟ ପୁରୁଷ ଓ ସ୍ତ୍ରୀ ହକି ଦଳକୁ ୩୦ରୁ ଅଧିକ  ଖେଳାଳି ଦେଇପାରିଛି। ବିଗତ ତିରିଶ ବର୍ଷରେ ଓଡ଼ିଶାର ଆଦିବାସୀମାନେ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତାରେ ନିଜର ପ୍ରତିଭା ଦେଖାଇ ଦେଶ ଓ ରାଜ୍ୟକୁ ଗୌରବାନ୍ୱିତ କରିପାରିଛନ୍ତି। ଓଡ଼ିଶା ଆଦିବାସୀମାନଙ୍କର ଶାରୀରିକ ବଳ, ପ୍ରବଳ ଇଚ୍ଛା ଶକ୍ତି, ବୁଦ୍ଧି ଓ କୌଶଳ ସେମାନଙ୍କୁ ବିଶ୍ୱସ୍ତରର ଖେଳାଳି ହେବାପାଇଁ ସାହାଯ୍ୟ କରିଛି। ଓଡ଼ିଶା ଯଦି ଖେଳ ଜଗତରେ ତାହାର ଏହି ଗରିମାକୁ ବଜାୟ ରଖିବାକୁ ଚାହେଁ ତେବେ ଆଦିବାସୀ ଜିଲ୍ଲାଗୁଡ଼ିକରେ ପ୍ରାକୃତିକ ପରିବେଶକୁ ନିଖୁଣ ରଖିବା ଉଚିତ। ପ୍ରାକୃତିକ ପରିବେଶରେ ଥିବା ଅନେକ ଆର୍ଥିକ ଗତିବିଧି ସ୍ଥାନୀୟ ଲୋକଙ୍କ ପାଇଁ ସହଜରେ କର୍ମସଂସ୍ଥାନ ଯୋଗାଇପାରିବ। ପ୍ରାକୃତିକ ଅର୍ଥନୀତି ଉପରେ ଗଭୀର ଜ୍ଞାନ ଥିବା ଓଡ଼ିଆ ଅଧିକାରୀଙ୍କୁ ଖୋଜି ଆଦିବାସୀ ଜିଲ୍ଲାଗୁଡ଼ିକର ବିକାଶ ଯୋଜନାର ଦାୟିତ୍ୱଦେବା ଉଚିତ। ଆଦିବାସୀ ବହୁଳ ଜିଲ୍ଲାଗୁଡିକରେ ନିଷ୍ଠାପର, ଦକ୍ଷ ଓ ସଚ୍ଚୋଟ ଅଧିକାରୀଙ୍କୁ ଠାବ କରି ସେମାନଙ୍କୁ ଆଦିବାସୀ ବିକାଶ କାମରେ ଲଗାଇବା ଦରକାର। ସରକାର ଆଦିବାସୀ ବହୁଳ ଜିଲାଗୁଡିକରେ ଅସାଧୁ ଅଧିକାରୀ ଓ ବ୍ୟବସାୟୀମାନଙ୍କ ପ୍ରତି ଜିରୋ ଟଲେରାନ୍ସ ଭାବ ରଖିବା ଉଚିତ।  କାରଣ ଖେଳାଳି କର୍ମସଂସ୍ଥାନ ପାଇଲେ ଖେଳରେ ମନୋଯୋଗ ଦେଇପାରିବ। ଆଦିବାସୀ ଜିଲ୍ଲା ଗୁଡ଼ିକରେ ପ୍ରକୃତି ଭିତ୍ତିକ ଆର୍ଥିକ ଗତିବିଧିକୁ ପ୍ରୋତ୍ସାହନ ଦେଲେ ଆଦିବାସୀମାନେ ନିଜ ସଂସ୍କୃତି ଓ ଜୀବନ ଶୈଳୀଠାରୁ ବିଚ୍ଛିନ୍ନ ହେବେ ନାହିଁ। ଆଦିବାସୀମାନେ ଭୋକବିକଳରେ ସହରକୁ ଆସି ମୁଲ ଲାଗିବା ଅପେକ୍ଷା ନିଜ ଗାଁରେ ରହି ଜଙ୍ଗଲଜାତ ଦ୍ରବ୍ୟକୁ ଅତି ସହଜରେ ଇଣ୍ଟରନେଟ ମାଧ୍ୟମରେ ବିକ୍ରିକରି ପାରିବେ। ଓଡ଼ିଶାରେ ଶହେରୁ ଅଧିକ ଜଙ୍ଗଲଜାତ ଦ୍ରବ୍ୟ ମିଳିଥାଏ। କିନ୍ତୁ ଏହାର ଫାଇଦା ସହରୀ ଟାଉଟର, ବାବୁ, ଦଲାଲ ଓ ସାହୁକାରମାନେ ନେଇଥାନ୍ତି।

ପ୍ରାକୃତିକ ପରିବେଶ ଓ ପ୍ରାକୃତିକ ଖାଦ୍ୟ ଆଦିବାସୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ଖେଳାଳି ହେବାରେ ସାହାଯ୍ୟ କରିଥାଏ। କୌଣସି ଖେଳାଳି ଯଦି ଅଲମ୍ପିକରେ ପଦକ ଜିତେ ତେବେ ତାକୁ କୋଟି କୋଟି ଟଙ୍କା ଦେଇ ଆଳସ୍ୟ ପରାୟଣ କରିଦେବା ଉଚିତ ନୁହେଁ। ଚୀନରେ ରୌପ୍ୟ ପଦକ ଜିତିଲେ ଖେଳାଳିକୁ ସ୍ଵର୍ଣ୍ଣପଦକ ପାଇବା ପାଇଁ କଡ଼ା ତାଲିମ ଦିଆଯାଇଥାଏ। ଯଦିଓ ଓଡ଼ିଶାର ଦିଲୀପ ତିର୍କି , ଦୂତୀ ଚାନ୍ଦ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ଅମିତ ରୋହିଦାସଙ୍କ ଭଳି ଅନେକ ଆନ୍ତର୍ଜାତିକ ଖ୍ୟାତି ସଂପନ୍ନ ଖେଳାଳିଙ୍କୁ ତିଆରି କରିଛି ତଥାପି ଖେଳ ସଂସ୍କୃତିର ଅଭାବରୁ କେବଳ ହକିକୁ ଛାଡ଼ି ଅନ୍ୟ କୌଣସି ଖେଳରେ ଓଡ଼ିଶା ଖେଳ ଜଗତରେ ନିଜର ପରିଚୟ ପ୍ରତିଷ୍ଠା କରିପାରି ନାହିଁ। ସ୍ମାର୍ଟ ଫୋନ ନିଶା, ସାର୍ବଜନୀନ ଖେଳ ପଡ଼ିଆର ଉଭାନ ହୋଇଯିବା, ପିଲାମାନଙ୍କ ଉପରେ ପାଠର ଚାପ ଓ ଖେଳାଳିମାନଙ୍କ ପାଇଁ କର୍ମସଂସ୍ଥାନର ଅଭାବ ଇତ୍ୟାଦି ଓଡ଼ିଶାରେ ଖେଳର ବିକାଶ ପାଇଁ ବାଧା ସୃଷ୍ଟି କରୁଛି।

ପଚାଶ ବର୍ଷ ତଳେ ପୁରୀ ଓ କଟକର ପ୍ରତି ସାହିବସ୍ତିରେ ମଲ୍ଲଯୋଦ୍ଧାମାନେ କୁସ୍ତି ଅଭ୍ୟାସ କରୁଥିଲେ। କଟକର ବନା ପହିଲମାନ ଓ ଗାମା ପହିଲମାନ ଜାତୀୟ ସ୍ତରରେ ନାଁ କମାଇଥିଲେ। ଆଜି ଏହି କୁସ୍ତି ଅଖଡ଼ାଗୁଡ଼ିକ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିଛି। ଅନେକ ଜାଗାରେ ମଲ୍ଲଯୋଦ୍ଧାମାନେ କୁସଙ୍ଗରେ ପଡ଼ି ମଦ, ଗଂଜେଇ, ଚରସ ଓ ଭାଙ୍ଗ ଇତ୍ୟାଦି ଖାଇ ଶାରୀରିକ ଯୋଗ୍ୟତା ଓ ଦକ୍ଷତା ହରାଉଛନ୍ତି। ସରକାର ଓ ସାହିମୁରବିମାନେ ଏହି କୁସ୍ତି ଅଖଡ଼ାଗୁଡ଼ିକୁ ପୁନର୍ଜୀବିତ କରି ଯୁବପିଢ଼ିକୁ କୁସ୍ତି ପ୍ରତି ଆକର୍ଷିତ କରିବା ଉଚିତ। ପଚାଶ ବର୍ଷ ତଳେ କଟକର ପ୍ରତ୍ୟେକ ସାହିରେ ଫୁଟବଲ ଟିମ ଥିଲା ଓ ସେମାନେ କଟକ ଲିଗରେ ପ୍ରତିବର୍ଷ ଭାଗ ନେଉଥିଲେ। ଆଜି ଅଳ୍ପ କେତୋଟି ଫୁଟବଲ ଟିମ କଟକରେ ବଂଚି ରହିଛି। କଟକ ଲିଗର ଲୋକପ୍ରିୟତା ଆଗ ଭଳି ନାହିଁ।

କ୍ରିକେଟ ଜଗତରେ ରଞ୍ଜୀବ ବିଶ୍ୱାଳ, ଶିବ ସୁନ୍ଦର ଦାସ ଓ ଦେବାଶିଷ ମହାନ୍ତିଙ୍କ ପରେ ଓଡ଼ିଶାର ଅନ୍ୟ କୌଣସି ଖେଳାଳି ଭାରତ ପାଇଁ ଖେଳି ନାଁ କମାଇ ପାରିନାହାନ୍ତି। ୨୦୨୧ ଆଇପିଏଲରେ ମଧ୍ୟ ଓଡ଼ିଶାର କୌଣସି ଖେଳାଳି ସ୍ଥାନ ପାଇନାହାନ୍ତି। ରଞ୍ଜୀବ ବିଶ୍ୱାଳ, ଶିବ ସୁନ୍ଦର ଦାସ ଓ ଦେବାଶିଷ ମହାନ୍ତିଙ୍କର ବହୁ ପ୍ରତିଭା ଥାଇ ମଧ୍ୟ ସେମାନେ ଭାରତ ପାଇଁ ବେଶି ଦିନ ଖେଳିପାରିନଥିଲେ। ଓଡ଼ିଶାରେ କ୍ରିକେଟ ଖେଳର ବିକାଶ ପାଇଁ ସରକାର ସାର୍ବଜନୀନ ଖେଳ ପଡ଼ିଆର ପ୍ରାବଧାନ କରିବା ଉଚିତ। ପ୍ରତି ୨୦୦୦ ପରିବାର ପାଇଁ ଗୋଟିଏ ସାର୍ବଜନୀନ ଖେଳ ପଡ଼ିଆର ବ୍ୟବସ୍ଥା ହେବା ଉଚିତ। କ୍ରିକେଟ ଖେଳର ବିକାଶ ପାଇଁ ଟର୍ଫ ପିଚ୍‌ ଓ କୋଚିଂର ନିହାତି ଆବଶ୍ୟକତା ଅଛି। ଓଡ଼ିଶାର ପୂର୍ବତନ କ୍ରିକେଟ ଖେଳାଳିମାନେ ନିଷ୍କ୍ରିୟ ନହୋଇ ନୂତନ ଯୁବପିଢିଙ୍କୁ ମାର୍ଗଦର୍ଶନ ଦେବା ଉଚିତ।

ଖେଳ ସଂସ୍କୃତିର ବିକାଶ ପାଇଁ ସରକାର ପ୍ରଥମେ ଓଡ଼ିଶାର ପ୍ରମୁଖ ସହର କଟକ, ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ପୁରୀ ଓ ରାଉରକେଲା ଆଦି ଅଞ୍ଚଳରେ ଥିବା ସମସ୍ତ ଖୋଲା ଜାଗା ଓ ଖେଳ ପଡ଼ିଆକୁ ପଞ୍ଜିକୃତ କରିବା ଉଚିତ। ଖୋଲା ଜାଗାଗୁଡ଼ିକୁ ପଞ୍ଜିକୃତ କରିବା ପରେ ଏହାକୁ ଜିଓଟ୍ୟାଗ କରି ଏଥିରେ ମାନବ ବିକାଶ ପାଇଁ ସାର୍ବଜନୀନ ଖେଳ ପଡ଼ିଆ, ଲାଇବ୍ରେରୀ ଓ ପାର୍କର ପ୍ରାବଧାନ କରିବା ଉଚିତ। ସ୍କୁଲଗୁଡିକରେ ଥିବା ଖେଳ ପଡ଼ିଆଗୁଡ଼ିକର ରକ୍ଷଣାବେକ୍ଷଣ କରି ପିଲାମାନଙ୍କ ଭିତରେ ଖେଳକୁଦ ପାଇଁ ଆଗ୍ରହ ସୃଷ୍ଟି କରିବା ଉଚିତ। ସ୍କୁଲଗୁଡ଼ିକରେ ଉତ୍ତମ ଶିକ୍ଷା ଦିଆଗଲେ ପିଲାମାନେ ଆଉ ଟିଉସନ ଯାଇ ସମୟ ନଷ୍ଟ କରିବେ ନାହିଁ। ସ୍କୁଲ ପରେ ଯୋଉ ସମୟ ମିଳିବ ସେମାନେ ତାକୁ ଶାରୀରିକ ବିକାଶରେ ଲଗାଇ ପାରିବେ। ସରକାର ସ୍ମାର୍ଟ ଫୋନ ନିଶାରୁ ପିଲାଙ୍କୁ ରକ୍ଷା କରିବା ପାଇଁ ଆଇନ ପ୍ରଣୟନ କରିବା ଉଚିତ। ଷୋହଳ ବର୍ଷରୁ କମ ପିଲା ହାତରେ ଯଦି ସ୍ମାର୍ଟ ଫୋନ ଦେଖାଯାଏ ତେବେ ପୋଲିସ ଫୋକୁ ତୁରନ୍ତ ବାଜ୍ୟାପ୍ତ କରିବା ଉଚିତ। ସରକାର ଯଦି ରାଜ୍ୟର ଆର୍ଥିକ ବିକାଶ ସଂଗେ ସଂଗେ ମାନବ ବିକାଶ କରିପାରନ୍ତେ ତେବେ ଓଡ଼ିଶା ଖୁବ ଶୀଘ୍ର ଆତ୍ମନିର୍ଭର ହୋଇପାରିବ। ଓଡ଼ିଶାର ନେତା ଓ ସରକାରୀ ବାବୁମାନେ ଜାଣିବା ଦରକାର ବୃଦ୍ଧ ବୟସରେ ଅର୍ଥ ଅପେକ୍ଷା ସୁସନ୍ତାନର ଆବଶ୍ୟକତା ଅଧିକ। ଖେଳ ସଂସ୍କୃତିର ବିକାଶ ହେଲେ ଓଡ଼ିଶାରେ ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ବିକାଶ ହୋଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story