କୋଭିଡ -୧୯: ରୋଗ ପ୍ରତିରୋଧ କରିବ ଯୋଗ 

କମଲେଶ   ବରୱାଲ

ଯଦି ଆମେ ଦୃଷ୍ଟି ଦେବା, ଆମ ଭିତରୁ ଅଧିକାଂଶ ରୋଗଗ୍ରସ୍ତ ହେବା ଆଗରୁ  ତଥା ନାକରୁ ପାଣି ବୋହିବା,  ଅନିୟମିତ ଶୋଇବା ସମୟ, ରାତିରେ ଡେରି ପର୍ଯ୍ୟନ୍ତ କାମ କରିବା, ଅଫିସ କାର୍ଯ୍ୟ ର ସମୟ ସୀମାଧାର୍ଯ୍ୟ ଏବଂ ନିଜସ୍ୱ କିମ୍ବା ବ୍ୟବସାୟିକ ପରିସ୍ଥିତିରେ ଉତ୍ତେଜନାସ୍ତର  ବୃଦ୍ଧି ହୋଇଥାଏ। ଏହି ସମୟରେ କେବଳ ପ୍ରତିରୋଧକ ଅଭ୍ୟାସ ପ୍ରତି ଧ୍ୟାନ କେନ୍ଦ୍ରିତ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ଏବଂ ଶରୀର ର ରୋଗ ସହ ଲଢ଼ିବାର ପ୍ରାକୃତିକ ସକ୍ଷମତାକୁ  ଅଭ୍ୟାସ ଦ୍ୱାରା ବଢ଼େଇ ବାକୁ ହେବ।

ମହର୍ଷି ପତଞ୍ଜଳି କହିଛନ୍ତି , “ହେୟମ ଦୁଃଖମ ଆନ୍ନାଙ୍ଗତ୍ତମଃ। ଯୋଗର ଲକ୍ଷ୍ୟ ହେଲା କଷ୍ଟ ଆସିବା ବହୁତ ଆଗରୁ ରକ୍ଷା ପାଇବା। ସାଧାରଣତଃ ଯେପର୍ଯ୍ୟନ୍ତ ଶରୀରରେ ରୋଗର ଲକ୍ଷଣ ଦେଖାଯାଏନି ଆମେ ଲୋକକୁ ରୋଗୀ ବୋଲି ମାନି ନ ଥାଉ। ଯୋଉଠି କି ଯୋଗରେ ଆମେ ବିଶ୍ୱାସ କରିଥାଉ, ଆମର ଆନନ୍ଦମୟ କୋଷରେ ରୋଗ ବହୁତ ଆଗରୁ ପ୍ରବେଶ କରିଥାଏ ଏବଂ ମନ ସ୍ଥିତି (ମନମୟ କୋଷ )କୁ ପ୍ରଭାବିତ କରିଥାଏ ଏବଂ କ୍ରମଶଃ  sharira(ଅନାମୟ କୋଷ )ରେ ଲକ୍ଷଣ ରୂପେ ପ୍ରକଟିତ ହୁଏ। ତେଣୁ ରୋଗର ପ୍ରଥମ ଲକ୍ଷଣ ହେଲା ପ୍ରକୃତ ରେ  ଖୁସି କମିଯିବା।

ଅତି ଉତ୍ସାହ, ସକାରାତ୍ମକ ଶକ୍ତି  ଏବଂ ଆମର ବିଶ୍ରାନ୍ତି କ୍ଷମତା ଏହି ସବୁ ହଜିଯାଇଥିବା ସନ୍ତୁଳନ କୁ ପୁନଃ ଉଦ୍ଧାର କରିବାର ପୂର୍ବ ସଂକେତ। ଏଇ ସମୟ ହିଁ  ଉଚିତ ସମୟ ଯେତେବେଳେ ଆମେ ଆମର ପ୍ରାଣ ଶକ୍ତି ର ଧାରାକୁ ମ ର ଶିଥିଳତା  ସହ san,ପ୍ରାଣାୟାମ ଏବଂ ଧ୍ୟାନ କରି ବଢ଼େଇ ପାରିବା।

ଯୋଗ ଏକ  ଅତିଶୟ ପ୍ରଭାବ ଶାଳୀ ପ୍ରାକୃତିକ ପ୍ରତିରୋଧକ ସଂବର୍ଦ୍ଧକ ଭାବେ ପରିଚିତ। ନିକଟରେ ଏକ ବ୍ୟବହାରିକ ଔଷଧ ପତ୍ରିକାରେ ପ୍ରସ୍ତାବ ଦିଆଯାଇଛି ଯୋଗ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼େଇ ଥାଏ ଏବଂ ଶରୀର ରେ ପ୍ରଜ୍ୱଳନକୁ କମ କରିଥାଏ। ନିୟମିତ ଏକ ଯୋଗ ଅଭ୍ୟାସ ଶରୀରରେ ଉତ୍ତେଜକ ରସାୟନକୁ ପ୍ରଭାବିତ ଭାବେ ହ୍ରାସ କରି ସ୍ନାୟୁ ତନ୍ତ୍ରକୁ ଶକ୍ତିଶାଳୀ କରିଥାଏ। ଲସିକା ପ୍ରଣାଳୀ କୁ ମଧ୍ୟ ଉତ୍ତେଜିତ କରିଥାଏ। ତାସହ ଶରୀର ର ବିଷାକ୍ତ ଦ୍ରବ୍ୟକୁ ବାହାର କରିଥାଏ। ପ୍ରତିଦିନ କୌଣସି ପ୍ରକାରର ଯୋଗ ଅଭ୍ୟାସ ମନ କୁ ଶାନ୍ତ କରେ ଏବଂ ଉତ୍ତେଜନା କୁ କମ କରିଦିଏ । ତେଣୁ ନିଦ୍ରାର ସ୍ତର ଉନ୍ନତ ହୋଇଥାଏ। ସୁନିଦ୍ରା ଏକ ଉପଶମକାରି ଏବଂ ସୁସ୍ଥ ପ୍ରତିରୋଧକ ପ୍ରଣାଳୀ ର ସାହାଯ୍ୟକାରୀ।

ନିମ୍ନ ରେ କେତେ ଯୋଗାଭ୍ୟାସ  ପ୍ରତିରୋଧକ ଶକ୍ତି କୁ  ବଢ଼େଇ କୋଭିଡି -19  ର ପ୍ରତିକାର ଲାଗି ଦିଆଯାଇଛି। ଏହି ଶ୍ରୀ ଶ୍ରୀ ଯୋଗ ର ନିୟମାବଳୀ  ଆସନ ପ୍ରାଣାୟାମ ଏବଂ ଧ୍ୟାନ କୁ ନେଇ ଗଠିତ ହୋଇଛି। ଆସନ (ଯୋଗ  ମୁଦ୍ରା )ତାଲିକା ଏହି ନିୟମାବଳୀ ରେ ସମ୍ପୃକ୍ତ ହୋଇଛି ତାହାକୁ  ନିରପେକ୍ଷ ଭାବେ ବିପରୀତି କରଣ , ଛାତି  ପ୍ରସାରଣ ଏବଂ ମୋଡିବାରେ ଭାଗ କଟା ହୋଇଛି।  ଯେ କୌଣସି ବିପରୀତିକରଣ ଆସନ ରକ୍ତ ସଂଚାଳନ ରେ ସାହାଯ୍ୟ କରେ ଏବଂ ଲିମ୍ଫ ରସାୟନ ପ୍ରଣାଳୀ କୁ ଉଦ୍ରେକ କରି ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟତା କରିଥାଏ । ତେଣୁ ଶରୀରର ପ୍ରତିରୋଧକ ଶକ୍ତି ବଢି ଯାଏ। ବିପରୀତି  କରଣ ବିଶେଷ ଭାବେ ଜମି ଯାଇଥିବା ନାଲି ଘା ଏବଂ ଫୁସଫୁସ ର ସଂକ୍ରମିତ ହେବ ଆଶଙ୍କାକୁ ହ୍ରାସ କରିଦିଏ। ମସ୍ତିସ୍କ କୁ ରକ୍ତ ସଂଚାଳନ ହେବା  ଦ୍ୱାରା,  ପ୍ରାକୃତିକ ଭାବେ ମନର କ୍ଲାନ୍ତିନ୍ତି ଅପସାରଣ ବୋଧ ହୋଇଥାଏ ।

ଉଚ୍ଚ ରକ୍ତ ଚାପ ର ପୀଡିତ ବ୍ୟକ୍ତି ବିପରୀତ କରଣ କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷଜ୍ଞଙ୍କ  ପରାମର୍ଶ ନିଅନ୍ତୁ। ହସ୍ତପାଦାସନା ଏବଂ ଅର୍ଦ୍ଧ ଉତ୍ତାନସନ (ଠିଆ ହୋଇ ଆଗକୁ ନଇଁବା ),ଅଧୋ ମୁଖ ସ୍ୱସନାସନା (ସ୍ୱାନଭଳିଆ ତଳ ଆଡକୁ )ସର୍ବାଙ୍ଗ ଆସନ (କାନ୍ଧ ରେ ଭାର ଦେଇ  ଛିଡା ହେବା )କିମ୍ବା ବିପରୀତ କରଣୀ ( ଗୋଡ଼ ଉପରକୁ ଉଠେଇବା )ପୁରା ଶରୀର ରେ ରକ୍ତ ସଂଚାରଣ କୁ ସୁଗମ କରିଥାଏ।

ପାଚନ କ୍ରିୟା ଆମ ଶରୀରର ପ୍ରତିରୋଧକ ଶକ୍ତି ବଢେଇବାରେ ଏକ ମୁଖ୍ୟ ଭୂମିକା ନିଭେଇଥାଏ। ଆୟୁର୍ବେଦ ଅନୁସାରେ, ଦୁର୍ବଳ ପାଚନ ତନ୍ତ୍ର ଏବଂ ଅସୁସ୍ଥ ଭରଣ ପୋଷଣ ହେଉଥିବା ପାଚନ ତନ୍ତ୍ର ଶରୀରରେ ଶ୍ଳେଷ୍ମା (mucus)ଏବଂକଫ ସୃଷ୍ଟି କରେ। ତାହା ଧୀରେ ଧୀରେ ମନକୁ ଆକ୍ରାନ୍ତ କରେ ଏବଂ ଫୁସଫୁସକୁ ଅବରୋଧ କରିଦିଏ। ପେଟ ଦବେଇବାର ଏବଂ  ମୋଡି ବାର ମୁଦ୍ରା ଆମ ଆସନରେ ଅନ୍ତର୍ଭୁକ୍ତ କଲେ ପାକସ୍ଥଳୀ ଓ ଅନ୍ତ ନାଡ଼ୀ,ଯକୃତ ଏବଂ ଅନ୍ୟାନ ଅଙ୍ଗରେ ରେ ରକ୍ତ ସଞ୍ଚାଳନ  ବଢ଼ିବ ଏବଂ ହଜମ ଶକ୍ତି କୁ ବଢେଇବ । ବିଷାକ୍ତ ପଦାର୍ଥ ସୃଷ୍ଟି ହେବନାହିଁ। ବକ୍ର ଆସନ କିମ୍ବା ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ମେରୁଦଣ୍ଡ କୁ ମୋଡି କି ବସିବା ),ଶିଶୁ ଆସନ (ଶିଶୁ ଭଙ୍ଗୀ ),ପବନମୁକ୍ତ ଆସନ ( ବାୟୁ ବହିଷ୍କାର କରିବା )ଏବଂ ପଶ୍ଚିମୋଉତ୍ତାନସାନ (ବସିକି ଆଗକୁ ନଇଁବା) ଏହି ସବୁ ଆପଣଙ୍କୁ ଉତ୍ତମ ଫଳ ପାଇବାରେ ସାହାଯ୍ୟ କରିବ।

ସେହି ଆସନ ଗୁଡିକ ବକ୍ଷ ପ୍ରସାରଣରେ ସାହାଯ୍ୟ କରିବ, ବକ୍ଷ ଗହ୍ୱର ର ଆୟତନ ବୃଦ୍ଧି ହୋଇ ଫୁସଫୁସ ଚାରିପଟେ ରକ୍ତ ସଞ୍ଚାଳନ କୁ ବୃଦ୍ଧି କରେ।  ଯାହାଦ୍ୱାରା ଫୁସଫୁସ ସଂକ୍ରମଣରୁ ରକ୍ଷା ପାଇଥାଏ। ମତ୍ସ୍ୟାସନ (ମତ୍ସ୍ୟ ଭଙ୍ଗୀ), ଭୁଜଂଘାସନ (ନାଗ ଭଙ୍ଗୀ ),ଧନୁରାସନ (ଧନୁ ଭଙ୍ଗୀ),ଅର୍ଦ୍ଧଚକ୍ରାସନ (ଛିଡା ହୋଇ ପଛ  ଆଡ଼କୁ ନଇଁବା ) ଏବଂ ସେତୁବନ୍ଧାସନ (ବନ୍ଧ ଭଙ୍ଗୀ )ଏହି ଆସନ ଗୁଡିକ  ବେଶ ଭଲ ବକ୍ଷ ପ୍ରସାରକ ତେଣୁ ପ୍ରତିଦିନ ଯୋଗାଭ୍ୟାସ ରେ ଅନ୍ତର୍ଭୁକ୍ତ କର।

ପ୍ରାଣାୟାମ ଆମର ଫୁସଫୁସକୁ ବିସ୍ତାରିତ କରି ଶ୍ୱାସ ପ୍ରକ୍ରିୟା କୁ ନିୟନ୍ତ୍ରିତ କରିଥାଏ । ଖାଲି ତା’ ନୁହେଁ, ମନକୁ ଶାନ୍ତ, ସକାରାତ୍ମକ ଏବଂ ଶକ୍ତି କୁ ପୁନରୁଦ୍ଧାର କରିଥାଏ।

ଆର୍ଟ ଅଫ ଲିଭିଂ ର ହାପିନେସ କାର୍ଯ୍ୟକ୍ରମ ରେ ଶିକ୍ଷା ଦିଆଯିବା ତିନି ସ୍ତର ପ୍ରାଣାୟାମ ଅଭ୍ୟାସ ଏବଂ ଭସ୍ତ୍ରିକା  ଶ୍ୱାସ ନଳୀ କୁ ଲାଭାନ୍ୱିତ କରି ଶ୍ୱାସ ପ୍ରଣାଳୀ କୁ ଶକ୍ତିଶାଳୀ କରିଥାଏ। ନାଡ଼ୀ ଶୋଧନ ପ୍ରାଣାୟାମ (ଏକାନ୍ତର  ନାସିକା ଶ୍ୱାସ ପ୍ରଶ୍ୱାସ )ନାସିକାନଳୀ ରା ଅବରୋଧ କୁ ଖୋଲିଦିଏ, ସାଇନସ, ଶରୀର କୁ ଯେକୌଣସି ସଂକ୍ରମଣ ରୁ ରକ୍ଷା  କରି ବାର ପ୍ରଥମ ପ୍ରହରୀ. ତେଣୁ ତାକୁ ଛାଣି ସୁସ୍ଥ ରଖି ଲେ  ଆମେ ବାହ୍ୟ ଆକ୍ରମଣରୁ ରକ୍ଷା ପାଇଥାଉ।

ସର୍ବ ଶେଷ ରେ ସୁସ୍ଥ ରହିବାକୁ କେବଳ ଶରୀର ନୁହେଁ ମନ ଏବଂ ଆତ୍ମା ମଧ୍ୟ ଦାୟୀ ହୋଇଥାଏ. ଆମକୁ ଆମର ଉତ୍ତେଜନା ସ୍ତରକୁ ହ୍ରାସ କରିବାକୁ ପଡିବ. ଉତ୍ତେଜନା ପ୍ରତିରୋଧକ ପ୍ରକ୍ରିୟା କୁ ଏବଂ ଶରୀର ରା ପ୍ରାକୃତିକ ରକ୍ଷା ଶକ୍ତି କୁ ଦୁର୍ବଳ  କରିଦିଏ, ଧ୍ୟାନ ସବୁଠାରୁ ସହଜ ଏବଂ ପ୍ରଭାବଶାଳୀ ମାର୍ଗ ଯାହାକି ଉତ୍ତେଜନା ଏବଂ ବିଷାଦ କୁ ଶୀଘ୍ର କମ କରିଦିଏ. ଅନେକ ପ୍ରକାର ଅଧ୍ୟୟନ ରୁ ଜଣାଯାଇଛି ମାତ୍ର କୋଡିଏ ମିନିଟ ଧ୍ୟାନ କଲେ ରକ୍ତ ରେ ଆଲର୍ଜି ନିବାରକ ରସାୟନ ଏବଂ ମସ୍ତିଷ୍କ ଓ ମେରୁଦଣ୍ଡ ରେ ପ୍ରାକୃତିକ ରୂପେ ଯନ୍ତ୍ରଣା ନାଶ କାରୀ ରସାୟନ  ସ୍ତର ବୃଦ୍ଧି ହୁଏ, ଯାହାକି ଏକ ସକାରାତ୍ମକ ଏବଂ ଆନନ୍ଦ ମନକୁ ଗଢିଥାଏ.

ଗୁରୁଦେବ ଶ୍ରୀଶ୍ରୀ ରବି ଶଙ୍କର କହିଛନ୍ତି, “ଏକ ଶକ୍ତିଶାଳୀ ମନ ଦୁର୍ବଳ ଶରୀର କୁ ସମ୍ଭାଳି ପାରିବ, କିନ୍ତୁ ଏକ ଦୁର୍ବଳ ମନ ଏକ ଶକ୍ତିଶାଳୀ ଶରୀର କୁ ସମ୍ଭାଳି ପାରିବ  ନାହିଁ “.

ନିଜର ଦୈନଦିନ  ଜୀବନରେ ଆସନ, ପ୍ରାଣାୟମ, ଏବଂ ଧ୍ୟାନ କୁ ମୂଲ୍ୟବାନ ଅଂଶ ଭାବେ ଅନ୍ତର୍ଭୁକ୍ତ କଲେ ଆପଣଙ୍କ ବିଷଣୁ ବିରୁଦ୍ଧ ରେ  ପ୍ରତିରୋଧ ଶକ୍ତି ବୃଦ୍ଧି ହେବ ଯେଉଁ ଥିରେ ଏବେ ପୁରା ବିଶ୍ୱ ଆକ୍ରାନ୍ତ ହୋଇଛି।

ଘରେ  ନିତ୍ୟ ଅଭ୍ୟାସର ଅନୁକ୍ରମ

ଗହୀର ପ୍ରଚଳିତ ଶ୍ଵାସ -5 ରୁ 7ପ୍ରତ୍ୟେକ ଶ୍ଵାସ

ଭସ୍ତ୍ରିକା (ହାପର  ଶ୍ଵାସ )-2ବୃତ୍ତ  20 ଶ୍ଵାସ

ମାର୍ଜାର  ଆସନ (ବିଲେଇ bhangi)

ଅର୍ଦ୍ଧ ଚକ୍ର ଆସନ (ଛିଡା ହୋଇ ପଛକୁ ନଇଁବା )

ହସ୍ତ ପଦାସନ କିମ୍ବା ଅର୍ଦ୍ଧ ଉତ୍ତନାସନ (ଛିଡା ହୋଇ ଆଗକୁ ନଇଁବା-ହାତ ରେ ଆଣ୍ଠୁ /ଟିପା  )

ତ୍ରିକୋଣାସନ ( ତ୍ରିକୋଣ ଭଙ୍ଗୀ )

ଅର୍ଦ୍ଧମତ୍ସ୍ୟେନ୍ଦ୍ରିୟାସନ  କିମ୍ବା ବକରାସନ (ମେରୁଦଣ୍ଡ ଅଧା ମୋଡିକି ବସିବା )

ପଶ୍ଚିମୋତ୍ତନାସନ (ବସିକି ଆଗକୁ ନଇଁବା  )

ଶିଶୁ ଆସନ (ଶିଶୁ ଭଙ୍ଗୀ  )

ଭୁଜଂଘାସନ (ନାଗ ଭଙ୍ଗୀ )

ଧନୁରାସନ (ଧନୁ ଭଙ୍ଗୀ )

ଅଧନୁଖସ୍ବାନସନ (ତଳୁଆ  କୁକୁର ଭଙ୍ଗୀ )

ସେତୁବନ୍ଧ ଆସନ (ବନ୍ଧ ଭଙ୍ଗୀ )

ସର୍ବାଂଗାସନ  କିମ୍ବା ବପରିତ କରଣୀ (କାନ୍ଧ ରେ ଭରା ଦେବା କିମ୍ବା ସାଧାରଣ ଗୋଡ଼ କୁ ଉଠେଇ ଠିଆ ହେବା )

ମତ୍ସ୍ୟାସନ (ମାଛ ଭଙ୍ଗୀ )

ନଟରାଜାସନ (ଉର୍ଦ୍ଧ ମୁଖ ସ୍ୱୟଂ କରି ମେରୁଦଣ୍ଡ କୁ ମୋଡିବା ).

ପବନମୁକ୍ତ ଆସନ (ବାୟୁ ନିଷ୍କାସନ ଭଙ୍ଗୀ )

ଯୋଗ ନିଦ୍ରା (ବିଶ୍ରାମ )

ନାଡ଼ୀ ଶୋଧନ ପ୍ରାଣାୟାମ (ନାସିକା ଏକାନ୍ତର ଶ୍ୱାସ ନେବା )

5 ମିନିଟ

ପଥ ପ୍ରଦର୍ଶକ ପଞ୍ଚ କୋଷ  ଧ୍ୟାନ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର ଙ୍କ ଦ୍ୱାରା ୟୁ ଟ୍ୟୁବ ରେ ଉପଲବ୍ଧ ଅଛି

ନିୟମିତ ଏକ ଯୋଗାଭ୍ୟାସ ରେ ଉତ୍ତମ ଶ୍ଵାସ୍ଥ୍ୟ ପାଇ ପାରିବେ. କିନ୍ତୁ ଜାଣି ରଖନ୍ତୁ ଏହା ଡାକ୍ତରୀ ଚିକିତ୍ସା ର ପ୍ରତିକଳ୍ପ ନୁହେଁ. ଯଦି ଶ୍ଵାସ୍ଥ୍ୟ ଅବସ୍ଥା ଠିକ ନାହିଁ ତାହେଲେ ଡାକ୍ତର ଙ୍କ ପରାମର୍ଶ ନେଇ ଅଭିଜ୍ଞା ଯୋଗ ଶିକ୍ଷକ ଙ୍କ ତତ୍ତ୍ୱାବଧାନ  ରେ ଯୋଗ ଅଭ୍ୟାସ କରନ୍ତୁ।

 

ଏହି ଲେଖକ  ଜଣକ ଶ୍ରୀ ଶ୍ରୀ ଯୋଗ ବିଦ୍ୟାଳୟର CEO

ଆହୁରି ପଢ଼ନ୍ତୁ