ରାଜ୍ୟରେ ତୃତୀୟ ଶକ୍ତି ପାଇଁ ସ୍ଥାନ ଅଛି କି?

ରବି ଦାସ ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଭିତରେ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ବ୍ୟାପକ ହେଉଥିବା ସମୟରେ ଓଡ଼ିଶାରେ ଏକ ତୃତୀୟ ଶକ୍ତି ପାଇଁ ସ୍ଥାନ ଅଛି କି ନାହିଁ ଓ ଯଦି ଅଛି, ତାହାର ସମ୍ଭାବନା କ’ଣ ସେନେଇ ସଚେତନ ବୁଦ୍ଧିଜୀବୀମାନେ ବିଭିନ୍ନ ପ୍ରଶ୍ନ ଓ କଳ୍ପନାଜଳ୍ପନା ଚଳାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଯଦି ସମସ୍ତ ଉପ-ନିର୍ବାଚନ ଓ ଗତବର୍ଷ ହୋଇଥିବା […]

Political Party

Political Party

Debendra Prusty
  • Published: Monday, 09 January 2023
  • Updated: 09 January 2023, 03:41 PM IST

Sports

Latest News

  • ରବି ଦାସ

ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜୁ ଜନତା ଦଳ ଓ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ଭିତରେ ପ୍ରସ୍ତୁତି ଓ କାର୍ଯ୍ୟକ୍ରମ ବ୍ୟାପକ ହେଉଥିବା ସମୟରେ ଓଡ଼ିଶାରେ ଏକ ତୃତୀୟ ଶକ୍ତି ପାଇଁ ସ୍ଥାନ ଅଛି କି ନାହିଁ ଓ ଯଦି ଅଛି, ତାହାର ସମ୍ଭାବନା କ’ଣ ସେନେଇ ସଚେତନ ବୁଦ୍ଧିଜୀବୀମାନେ ବିଭିନ୍ନ ପ୍ରଶ୍ନ ଓ କଳ୍ପନାଜଳ୍ପନା ଚଳାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଯଦି ସମସ୍ତ ଉପ-ନିର୍ବାଚନ ଓ ଗତବର୍ଷ ହୋଇଥିବା ପଂଚାୟତ ଓ ପୌର ପରିଷଦ ନିର୍ବାଚନ ଫଳାଫଳକୁ ଦେଖାଯାଏ, ତେବେ ଓଡ଼ିଶାରେ ତୃତୀୟ ଶକ୍ତିର ସ୍ଥାନ ସଂକୁଚିତ ହେଉଥିବା ସହଜରେ କୁହାଯାଇପାରିବ।

ଏକଦା ରାଜ୍ୟରେ ଶାସନ କ୍ଷମତାରେ ଥିବା ଓ ୨୦୧୪ ପର୍ଯ୍ୟନ୍ତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବରେ ଥିବା କଂଗ୍ରେସ ଦଳ ୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ତୃତୀୟ ଦଳରେ ପରିଣତ ହେବା ସହିତ କ୍ରମାଗତ ନିର୍ବାଚନରେ ଏହାର ଶକ୍ତିକ୍ଷୟ ଘଟିବା ଅତ୍ୟନ୍ତ ସ୍ପଷ୍ଟ। ୨୦୧୯ ନିର୍ବାଚନରେ ବାମପନ୍ଥୀ ଦଳମାନଙ୍କ ସହିତ ଏହା ମେଂଟ କରିଥିଲେ ମଧ୍ୟ ଏହାର ଭୋଟ ହାର କମିଥିଲା ଓ ବିଧାନସଭାରେ ଦଳର ସଂଖ୍ୟା ୯କୁ ଖସି ଆସିଥିଲା। ବାମପନ୍ଥୀମାନେ ଏହି ମେଂଟରେ କେବଳ ଗୋଟିଏ ବିଧାନସଭା ଆସନରେ ସଫଳତା ପାଇବା ବ୍ୟତିତ କୌଣସି ପ୍ରକାରେ ଲାଭବାନ ହୋଇନଥିଲେ। ସାମୂହିକ ଭାବରେ ସେମାନଙ୍କ ଭୋଟ ହାର ବି କମିଥିଲା। ଗତବର୍ଷ ପଂଚାୟତ ଓ ପୌର ନିର୍ବାଚନରେ କଂଗ୍ରେସ ସହିତ ଅନ୍ୟ ତୃତୀୟ ଶକ୍ତି ଦଳମାନଙ୍କର ସ୍ଥାନ ଆହୁରି ସଂକୁଚିତ ହୋଇଯାଇଥିଲା। ସେଥିପାଇଁ ଉପ-ନିର୍ବାଚନଗୁଡ଼ିକରେ ଏକ ଧୃବୀକରଣ ରାଜନୀତି ପରିଲକ୍ଷିତ ହୋଇ ତୃତୀୟ ଶକ୍ତିର ଓଡ଼ିଶାରେ ସ୍ଥାନ ପ୍ରକୃତରେ କେତେ ଅଛି ତାହା ନେଇ ଆଶଙ୍କା ପ୍ରକାଶ ପାଇଲା। ବିଜେଡି ଓଡ଼ିଶାରେ ଗତ ୨୩ ବର୍ଷ ହେଲା ଶାସନ କରୁଥିଲେ ମଧ୍ୟ ସରକାରୀ ବିରୋଧୀ ବାତାବରଣରେ ଏହାର ଭୋଟ ହାର କମିବା ପରିବର୍ତ୍ତେ ପ୍ରତି ନିର୍ବାଚନରେ ବଢ଼ି ବଢ଼ି ଚାଲିଛି।

ଅବଶ୍ୟ ୨୦୧୭ ପରଠାରୁ ବିଜେପି ଏକ ପ୍ରମୁଖ ବିରୋଧୀ ଦଳ ଭାବରେ ଏହାର ଯେଉଁ ଭୋଟ ହାର ସୀମା ବଢ଼ୁଥିଲା ତାହା ଗତବର୍ଷ ପଂଚାୟତ ନିର୍ବାଚନରେ ନିମ୍ନଗାମୀ ହେଲା। ତଥାପି ଧୃବୀକରଣ ରାଜନୀତିରେ ବିଜେଡି ଓ ବିଜେପି ପ୍ରାୟ ସର୍ବନିମ୍ନ ୭୦ ଭାଗ ଭୋଟ ସେମାନଙ୍କ ନିୟନ୍ତ୍ରଣରେ ଏପରି ରଖିଛନ୍ତି ଯେ ତୃତୀୟ ଶକ୍ତି ସେଥିରେ ପ୍ରବେଶ କରିବା ହଠାତ୍ ସମ୍ଭବ ହେବନାହିଁ। ଯଦି ତୃତୀୟଶକ୍ତିର ପ୍ରକୃତ ସ୍ଥାନ ମପାଯାଏ ତେବେ ତାହା ଏବେ ଶତକଡ଼ା ୨୦ ଭାଗ ଭିତରେ ସୀମାବଦ୍ଧ ରହିଛି। ଏଥିରେ କଂଗ୍ରେସର ସବୁଠାରୁ ବଡ଼ଭାଗ ରହିଥିବା ବେଳେ ଅନ୍ୟମାନେ ମିଳିତ କୌଶଳ ଗ୍ରହଣ କଲେ ୨୦ ଭାଗ ଭୋଟ ହାର ସର୍ବାଧିକ ୩୦ ଭାଗ ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ଏହି ତୃତୀୟ ଶକ୍ତି ସ୍ଥାନ ପାଇଁ ପ୍ରକୃତ ଉଦ୍ୟମ ନହେଲେ ତୃତୀୟ ଶକ୍ତିର ମିଳିତ କ୍ଷମତା ୨୦ ଭାଗରୁ ମଧ୍ୟ କମିଯିବାର ଆଶଙ୍କା ରହିଛି।

ବାସ୍ତବରେ ଶାସନ କ୍ଷମତାରେ ଥିବା ବିଜେଡି ଓ ମୁଖ୍ୟ ବିରୋଧୀ ଆସନରେ ଥିବା ବିଜେପି ଯିଏକି କେନ୍ଦ୍ରରେ କ୍ଷମତାରେ ରହିଛି, ସେମାନଙ୍କ ଭିତରେ ଆଦର୍ଶଗତ ଦ୍ୱନ୍ଦ୍ୱ ବିଶେଷ ନାହିଁ। ବିଜେପି ସାରା ଦେଶରେ ଯେଉଁ ସାମ୍ପ୍ରଦାୟିକ ଧୃବୀକରଣ ରାଜନୀତି କରିପାରୁଛି ସେଥିପାଇଁ ଓଡ଼ିଶାରେ ସମ୍ଭାବନା ବିଶେଷ ନାହିଁ। କାରଣ ଓଡ଼ିଶାରେ ସଂଖ୍ୟାଲଘୁମାନେ ବାସ୍ତବରେ ଅତିମାତ୍ରାରେ ସଂଖ୍ୟାଲଘୁ। ସେମାନେ ଓଡ଼ିଶା ଜନଜୀବନ ସହିତ ଭଲ ଭାବରେ ଜଡ଼ିତ ଅଛନ୍ତି। ମୋଗଲ ଶାସନ କାଳରେ ଓଡ଼ିଶାରେ ଅତ୍ୟାଚାରର କୌଣସି କାହାଣୀ ନାହିଁ। ଓଡ଼ିଶାର ଜନଜୀବନ ଜଗନ୍ନାଥଙ୍କୁ କେନ୍ଦ୍ର କରି ପ୍ରଭାବିତ। ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ସଂଖ୍ୟାଲଘୁମାନଙ୍କ ପାଇଁ ପ୍ରତିବନ୍ଧକ ଥିଲେ ମଧ୍ୟ ଜଗନ୍ନାଥ ସଂଖ୍ୟାଲଘୁମାନଙ୍କୁ ଘୃଣା ଅପେକ୍ଷା ପ୍ରେମ କରୁଥିବାର କାହାଣୀ ରହିଛି। କାରଣ ଯେଉଁ ସଂଖ୍ୟାଲଘୁ ଜଗନ୍ନାଥଙ୍କ ପ୍ରତି ବିଶ୍ୱାସ ସ୍ଥାପନ କରିଛନ୍ତି, ସେମାନଙ୍କୁ ଜଗନ୍ନାଥ ଆଶୀର୍ବାଦ ଦେଇଛନ୍ତି। କିନ୍ତୁ ଜଗନ୍ନାଥ ମନ୍ଦିର ସହିତ ଲିଙ୍ଗରାଜ, ବିରଜା, ସମଲେଶ୍ୱରୀ, ତାରାତାରିଣୀ, ଆଖଣ୍ଡଳମଣୀ, ନୃସିଂହନାଥଙ୍କ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯେଉଁସବୁ ପ୍ରସିଦ୍ଧ ଓ ଲୋକମାନଙ୍କ ଉପରେ ପ୍ରଭାବ ପକାଉଥିବା ଧର୍ମପୀଠ ଓ ମନ୍ଦିରଗୁଡିକ ରହିଛି, ସେଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବା ନୂଆ ରୂପରେଖ ପାଇଁ ରାଜ୍ୟ ସରକାର ଏପରି ଭାବେ ବ୍ୟବସ୍ଥା କରୁଛନ୍ତି ଯେ କୌଣସି ବିକଳ୍ପ ସାମ୍ପ୍ରଦାୟିକ ବିଚାର ଉପସ୍ଥାପନା କରିବା ସମ୍ଭବ ନୁହେଁ। କିନ୍ତୁ କେବଳ ଖ୍ରୀଷ୍ଟିଆନମାନଙ୍କର ସାମାନ୍ୟ ପ୍ରଭାବ ଥିବା କେତେକ ନିର୍ଦ୍ଦିଷ୍ଟ ଆଦିବାସୀ ଜିଲ୍ଲାରେ ବା ମୁସଲିମମାନଙ୍କର ପ୍ରଭାବ ଥିବା କେତେକ ନିର୍ଦ୍ଦିଷ୍ଟ ଅଂଚଳରେ ସାମ୍ପ୍ରଦାୟିକ ଧୃବୀକରଣ ରାଜନୀତି ପାଇଁ ଯେଉଁ ସୁଯୋଗ ରହିଛି, ତାହାକୁ ଓଡ଼ିଶାରେ ବ୍ୟବହାର କରିବା ସହଜରେ ସମ୍ଭବ ହେବନାହିଁ। ତଥାପି ସଂଖ୍ୟାଲଘୁମାନେ ଓଡ଼ିଶାରେ ରାଜ୍ୟର ଶାସକ ଦଳ ସହିତ ସୁରକ୍ଷା ଦୃଷ୍ଟିରୁ ଛିଡ଼ା ହେବାର ପରମ୍ପରା ରହିଛି।

ଅସଲକଥା ହେଉଛି ରାଜ୍ୟ ସରକାରଙ୍କର ଓ କେନ୍ଦ୍ର ସରକାରଙ୍କର ଖଣି ଆଇନ୍ ଓ ତାହା ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଆଦିବାସୀ, ଦଳିତ ଓ ପଛୁଆବର୍ଗର ଲୋକମାନଙ୍କ ଭିତରେ ଏକ ଅସନ୍ତୋଷ ରହିଛି। ତା’ଛଡ଼ା ରାଜ୍ୟରେ ଆଦିବାସୀ, ଦଳିତ ଓ ପଛୁଆବର୍ଗ ରାଜ୍ୟ ଜନସଂଖ୍ୟାର ପ୍ରାୟ ୯୦ ଭାଗ ହୋଇଥିବାରୁ ଓ ଏହି ଶ୍ରେଣୀକୁ ସେମାନଙ୍କର ସଂଖ୍ୟା ଅନୁସାରେ ସରକାରୀ, ବେସରକାରୀ ଓ ସରକାରୀ ଉଦ୍ୟୋଗରେ ନିଯୁକ୍ତି ହେଉନଥିବାରୁ ସେମାନଙ୍କ ଭିତରେ ଏକ କ୍ରୋଧ ରହିଛି। ୨୩ ବର୍ଷର ଦୀର୍ଘ ଶାସନ କାଳରେ ସରକାରୀ କଳରେ ଭ୍ରଷ୍ଟାଚାର ଓ ଦୁର୍ନୀତି ଏକ ସର୍ବଗ୍ରାସୀ ରୂପ ନେଇଛି। ରାଜ୍ୟରୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଖଣିଜ ପଦାର୍ଥ ଉତୋଳିତ ହୋଇ ବିଭିନ୍ନ ମୁଷ୍ଟିମେୟ କମ୍ପାନୀ ବା ମାଲିକମାନେ କୋଟିପତି ହେଉଥିବା ସମୟରେ ଓଡ଼ିଶା ଲୋକମାନଙ୍କର ଦାରିଦ୍ର୍ୟ ଦୂର ହେଉନାହିଁ। ଅପରପକ୍ଷରେ ଆର୍ଥିକ ଅସାମନତା ବଢ଼ି ବଢ଼ି ଚାଲିଛି। ଏହି ଅସନ୍ତୋଷକୁ ଦୂର କରିବା ପାଇଁ ସରକାର ବିଭିନ୍ନ ପ୍ରକାର ସ୍କିମ୍ ଜରିଆରେ ଭୋଟ୍ ବ୍ୟାଙ୍କ ସୃଷ୍ଟି ପାଇଁ ଯେଉଁ କାର୍ଯ୍ୟ କରୁଛନ୍ତି ସେଥିରେ ରାଜ୍ୟବାସୀ ଆତ୍ମନିର୍ଭରଶୀଳ ହେବାର ସମ୍ଭାବନା ନାହିଁ। ଶାସନ ପ୍ରକ୍ରିୟାରେ ଚାରିଆଡ଼େ ଅସନ୍ତୋଷ ରହିଛି।

ଏଣୁ ତୃତୀୟ ଶକ୍ତି ଗଢ଼ିବାକୁ ଚାହୁଁଥିବା ଶକ୍ତିମାନଙ୍କୁ ଏକ ମିଳିତ ଉଦ୍ୟମ କରି ବିକଳ୍ପ ଶାସନ ସଂପର୍କରେ ମତ ଉପସ୍ଥାପିତ କରିବାକୁ ହେବ। ଯେହେତୁ କଂଗ୍ରେସ ଏହି ତୃତୀୟ ଶକ୍ତିରେ ମୁଖ୍ୟ ଆଧାର ହେବ, ତେଣୁ କଂଗ୍ରେସ ଦଳକୁ ପୂର୍ବ ଭାବଧାରାକୁ ବଦଳାଇ ଏକ ମିଳିତ ଉଦ୍ୟମ ହିଁ ରାଜ୍ୟରେ ଏକ ତୃତୀୟଶକ୍ତି ସୃଷ୍ଟି କରିପାରିବ ବୋଲି ବିଚାର କରିବା ଦରକାର। ଅବଶ୍ୟ ଏହି ତୃତୀୟଶକ୍ତିରେ ବାମପନ୍ଥୀ ଦଳମାନଙ୍କ ସହିତ ବିଜେଡି-ବିଜେପିରୁ ଅଲଗା ହୋଇଯାଇଥିବା ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ, ଶ୍ରୀକାନ୍ତ ଜେନାଙ୍କ ସହିତ ଆମ୍ ଆଦମୀ ପାର୍ଟି ଓ ଅନ୍ୟ ଦଳମାନଙ୍କୁ ମେଣ୍ଟଭୁକ୍ତ ନହେଲେ ମଧ୍ୟ ସମନ୍ୱୟ ସ୍ଥାପନ କରିବାର ଆବଶ୍ୟକତା ରହିଛି। ଯଦି ଏହି ବର୍ଷକ ମଧ୍ୟରେ ତୃତୀୟ ଶକ୍ତି କୌଣସି ପ୍ରଭାବଶାଳୀ ଉଦ୍ୟମ କରିନପାରେ, ତେବେ ଧୃବୀକରଣ ଭିତ୍ତିରେ ଚାଲିଥିବା ଓଡ଼ିଶା ରାଜନୀତି ତୃତୀୟ ଶକ୍ତି ପାଇଁ ଅଧିକ ସଂକୁଚିତ ହୋଇଯିବ। କିନ୍ତୁ ଯଦି ବିକଳ୍ପ ଶାସନ ଓ ବିକଳ୍ପ ବିଚାର ନେଇ ପ୍ରକୃତ ଉଦ୍ୟମ ହୁଏ, ତେବେ ରାଜ୍ୟରେ ଏକ ଗ୍ରହଣଯୋଗ୍ୟ ତୃତୀୟ ଶକ୍ତିର ବିକାଶ ସମ୍ଭବ ହେବ। ଏହି ଶକ୍ତି ରାଜ୍ୟରେ ଆଦିବାସୀ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲଘୁମାନଙ୍କର  ପ୍ରତି ଅଙ୍ଗୀକାରବଦ୍ଧ ହୋଇ କାମ କରିବାକୁ ପଡ଼ିବ।

ମୋ-୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story