ମହାତ୍ମା ଗାନ୍ଧି: ଏକବିଂଶ ଶତାବ୍ଦୀର ପରିବେଶବିତ

ଆଜି ସାରା ଦୁନିଆରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ବନ୍ଧୀୟ ଆନ୍ଦୋଳନ ସବୁ ଚାଲିଛି। ଏହି ଆନ୍ଦୋଳନ ସବୁ ପ୍ରାୟତଃ ଶିଳ୍ପ ତଥା ପୁଞ୍ଜିବାଦ ସମାଜର ମୂଲ୍ୟବୋଧକୁ ପ୍ରଶ୍ନବାଚୀ କରୁଅଛି। ଜଳବାୟୁ ପରିବର୍ତ୍ତନର ଧାରାରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମାନବ ସମାଜର ମଧ୍ୟରେ ଜନସଚେତନତା ମଧ୍ୟ ବଢ଼ିଛି। ସମସ୍ତେ ବର୍ତ୍ତମାନ ଅବଗତ ଯେ ଜଳବାୟୁ ପରିବର୍ତ୍ତନର ଦୁଷ୍ପ୍ରଭାବ ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶରେ ବସବାସ କରୁଥିବା ନିମ୍ନ ଓ ମଧ୍ୟବର୍ଗୀୟ ଆୟ କରୁଥିବା […]

Gandhi1

Gandhi1

Jitendra Garnayak
  • Published: Wednesday, 02 October 2019
  • Updated: 02 October 2019, 09:58 AM IST

Sports

Latest News

[caption id="attachment_442122" align="alignleft" width="120"] ସଞ୍ଜୟ କୁମାର ବିଷୋୟୀ[/caption]

ଜି ସାରା ଦୁନିଆରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ବନ୍ଧୀୟ ଆନ୍ଦୋଳନ ସବୁ ଚାଲିଛି। ଏହି ଆନ୍ଦୋଳନ ସବୁ ପ୍ରାୟତଃ ଶିଳ୍ପ ତଥା ପୁଞ୍ଜିବାଦ ସମାଜର ମୂଲ୍ୟବୋଧକୁ ପ୍ରଶ୍ନବାଚୀ କରୁଅଛି। ଜଳବାୟୁ ପରିବର୍ତ୍ତନର ଧାରାରେ ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ମାନବ ସମାଜର ମଧ୍ୟରେ ଜନସଚେତନତା ମଧ୍ୟ ବଢ଼ିଛି। ସମସ୍ତେ ବର୍ତ୍ତମାନ ଅବଗତ ଯେ ଜଳବାୟୁ ପରିବର୍ତ୍ତନର ଦୁଷ୍ପ୍ରଭାବ ଏସିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶରେ ବସବାସ କରୁଥିବା ନିମ୍ନ ଓ ମଧ୍ୟବର୍ଗୀୟ ଆୟ କରୁଥିବା ଲୋକଙ୍କ ଉପରେ ଅଧିକ ପଡ଼ିବ। ପରିବେଶ ସମ୍ବନ୍ଧୀୟ ଆନ୍ଦୋଳନ ସହ ଗାନ୍ଧିଜୀ କିମ୍ବା ଗାନ୍ଧିବାଦ ସହ ସିଧାସଳଖ ସମ୍ପର୍କ ନାହିଁ। କିନ୍ତୁ ଏହି ସବୁ ଆନ୍ଦୋଳନର ମାଧ୍ୟମରେ ପ୍ରାୟତଃ ଗାନ୍ଧିବାଦୀ ତତ୍ତ୍ୱ ସାମିଲ ହୋଇଥାଏ। ସ୍ୱାଧୀନତା ସମୟର ମୂଲ୍ୟବୋଧ ଓ ଆଦର୍ଶ ଏବଂ ଗାନ୍ଧିଜୀଙ୍କ ବିଚାରକୁ ନେଇ ଭାରତର ଅଧିକାଂଶ ଜନ ଆନ୍ଦୋଳନ ଅବା ପ୍ରତିବାଦର ଆରମ୍ଭ ହୁଏ। ଏହି ସବୁ ଆନ୍ଦୋଳନ ଜୀବନ ଜୀବିକା, ଭୂମି, ଜଳ ଏବଂ ଜଙ୍ଗଲ ଆଦି ସମ୍ବନ୍ଧିତ ସମସ୍ୟା ଉପରେ ମୁଖ୍ୟତଃ କେନ୍ଦ୍ରିତ। ଏହା ଉଲ୍ଲେଖନୀୟ ଯେ ଏହିସବୁ ଆନ୍ଦୋଳନରେ ସବିନୟ ଅବଜ୍ଞା, ଜଳ ସତ୍ୟାଗ୍ରହ, ପଦଯାତ୍ରା, ଅନଶନ, ରାଜନୈତିକ ଏବଂ ସାମାଜିକ ନେତାଙ୍କ ଭାଗିଦାରୀ, ସରକାରୀ ଅଧିକାରୀଙ୍କ ସହ ଆଲୋଚନା ଏବଂ ସର୍ବସମ୍ମତି ନିମନ୍ତେ ସର୍ବଦଳୀୟ ସଭା ସମିତିର ଆୟୋଜନ ଇତ୍ୟାଦି ଗାନ୍ଧିବାଦୀ ମାଧ୍ୟମର ବ୍ୟବହାର ଦେଖିବାକୁ ମିଳେ। ଏହି ପ୍ରକାରର ଆନ୍ଦୋଳନର ଅଗ୍ରଣୀ ନେତା ମଧ୍ୟ ସାମାଜିକ ପରିବର୍ତ୍ତନ ପାଇଁ ଗାନ୍ଧିଜୀ ଓ ତାଙ୍କ ଦୃଷ୍ଟିକୋଣରୁ ପ୍ରେରିତ ଅଟନ୍ତି। ମହତ୍ତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ବଳର ସୁରକ୍ଷା ପାଇଁ ଜନତାର ପ୍ରତିକ୍ରିୟା ରୂପରେ ପରିବେଶ ସଂରକ୍ଷଣ ପାଇଁ ହୋଇଥିବା ବିଭିନ୍ନ ଆନ୍ଦୋଳନ ଆଗକୁ ଆସିଛି।

ଆର୍ଥିକ ବିଶ୍ୱକରଣ (globalization) ପରେ, କର୍ପୋରେଟ ଦ୍ୱାରା ଅତ୍ୟଧିକ ଶୋଷଣ ହେବାରୁ ଏହି ସବୁ ଆନ୍ଦୋଳନର ତୀବ୍ରତା ବଢ଼ିବାରେ ଲାଗିଲା। ପଶ୍ଚାତ୍ୟଦେଶରେ ମଧ୍ୟବର୍ଗୀୟ ଲୋକମାନେ ଏହି ସବୁ ଆନ୍ଦୋଳନର ନେତୃତ୍ୱ ନିଅନ୍ତି, କିନ୍ତୁ ଭାରତରେ ଗରିବ ମାନେ ସକ୍ରିୟ ଭାବେ ଭାଗ ନିଅନ୍ତି ଯାହାର ଅସ୍ତିତ୍ୱ ଓ ଜୀବିକା ବିପଦରେ ପଡ଼ିଥାଏ। ଏହା ମଧ୍ୟ ସତ୍ୟ ଯେ ଏହି ଆନ୍ଦୋଳନରେ ସମସ୍ତ ବର୍ଗର ଜନସମର୍ଥନ ମିଳିଆସୁଛି। ଗାନ୍ଧିଜୀଙ୍କୁ ପରିବେଶବିତ ଭାବେ ପରଚୟ ମଧ୍ୟ ମିଳିଛି, କିନ୍ତୁ ତାଙ୍କ ଲେଖାରେ ଜଳବାୟୁ, ପରିବେଶ ଆଦି ଶବ୍ଦର ଉପଯୋଗ ବହୁତ କମ୍‌ ହୋଇଛି। ବ୍ରିଟିଶ ସମୟରେ ମଧ୍ୟ ଜଙ୍ଗଲ ସତ୍ୟାଗ୍ରହ ସାଧାରଣ ଥିଲା। କିନ୍ତୁ ଗାନ୍ଧିଜୀ ଏସବୁକୁ ନେଇ ଚିନ୍ତିତ ଥିଲେ ଅବା ନାହିଁ ସେଥିପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ?

ଦାର୍ଶନିକ ତଥା ପରିବେଶବିତ ଅରନେ ନେସ ତାଙ୍କର ସିଦ୍ଧାନ୍ତ ‘ଡିପ୍‌ ଇକୋଲୋଜି’ ବିକାଶ କରିବା ପୂର୍ବରୁ ଗାନ୍ଧିଜୀଙ୍କ ବିଷୟରେ ଅଧ୍ୟୟନ କରିଥିଲେ। ଗାନ୍ଧିଜୀ ମଧ୍ୟ ବିକାଶ ଶବ୍ଦ କମ୍ ବ୍ୟବହାର କରିଥିଲେ, ଏବଂ ତାଙ୍କର ଜୀବନ ଦୃଷ୍ଟିକୋଣ ମଧ୍ୟରେ ଅଙ୍ଗାର ପଦଚିହ୍ନ (କାର୍ବନ ଫୁଟପ୍ରିଣ୍ଟ)ର ସ୍ଥାନ ସିମୀତ ଥିଲା। ଉପଭୋକ୍ତାବାଦ ବଦଳରେ ମୌଳିକ ସୁବିଧାକୁ ସର୍ବୋଚ୍ଚ ସ୍ଥାନ ଗାନ୍ଧିଜୀଙ୍କ ଦର୍ଶନରେ ମିଳିଥିଲା, ଯାହାକି ଅନେକଙ୍କ ମତରେ ବିକାଶର ପ୍ରକୃତ ପ୍ରତୀକ। ଏହା ମାନବ ଓ ପ୍ରକୃତିଙ୍କ ମଧ୍ୟରେ ପରସ୍ପର ଆଶ୍ରିତ ସମ୍ପର୍କକୁ ମଧ୍ୟ ଦର୍ଶାଉଛି। ଗାନ୍ଧିଜୀଙ୍କ ସ୍ୱଦେଶୀ ବିଚାର ମଧ୍ୟ ପ୍ରକୃତି ବିରୋଧରେ କର୍ମ ନ କରି, ସମ୍ବଳର ଉପଯୁକ୍ତ ଉପଯୋଗ ବିଷୟରେ ପ୍ରେରଣା ଦେଇଥାଏ। ସେ ଆଧୁନିକ ସଭ୍ୟତା, ଉଦ୍ୟୋଗୀକରଣ ଏବଂ ସହରୀକରଣର ନିନ୍ଦା କରିଥିଲେ। ଗାନ୍ଧିଜୀ କୃଷି ଓ କୁଟୀର ଶିଳ୍ପ ଉପରେ ଆଧାରିତ ସାମାଜିକ ବ୍ୟବସ୍ଥା ପାଇଁ ଆହ୍ୱାନ କରିଥିଲେ। ତାଙ୍କର ପ୍ରସିଦ୍ଧ ବାକ୍ୟ ‘ପୃଥିବୀ ପାଖରେ ସମସ୍ତଙ୍କ ଆବଶ୍ୟକ ମେଣ୍ଟାଇବା ପାଇଁ ପର୍ଯ୍ୟାପ୍ତ ସମ୍ବଳ ଅଛି, କିନ୍ତୁ ସମସ୍ତଙ୍କ ଲୋଭକୁ ନୁହଁ’- ଦୁନିଆର ସମସ୍ତ ପରିବେଶ ସମ୍ବନ୍ଧୀୟ ଆନ୍ଦୋଳନର ସ୍ଲୋଗାନ ଅଟେ। ଏହି ବିଷୟରେ ଗାନ୍ଧିଜୀଙ୍କ ଶିଷ୍ୟ କୁମାରପ୍ପାଙ୍କ ଲେଖାରୁ ବହୁତ କଥା ଗଭୀରତାର ସହ ଜାଣି ହେବ।

ଚିପକୋ ଆନ୍ଦୋଳନ, ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ସାଇଲେଣ୍ଟ ଭେଲି ଆନ୍ଦୋଳନ ସବୁ ପରିବେଶ ସମ୍ବନ୍ଧୀୟ ଆନ୍ଦୋଳନର ମୁଖ୍ୟ ଉଦାହରଣ। ଚିପକୋ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଶିଷ୍ୟା ମୀରା ବହନ ଓ ସରଳା ବହନ ବହୁମାତ୍ରାରେ ଜନମାନସକୁ ପ୍ରଭାବିତ କରିଥିଲେ। ନର୍ମଦା ଅଭିଯାନରେ ମଧ୍ୟ ଗାନ୍ଧିବାଦୀ ବିଚାର ବ୍ୟବହାର ହୋଇଥିଲା। ବାବା ଆମତେ ଓ ମେଧା ପାଟେକର ଗାନ୍ଧିଜୀଙ୍କ ଠାରୁ ପ୍ରେରଣା ମିଳେ ବୋଲି ସିଧାସଳଖ ମନ୍ତବ୍ୟ ଦେଇଥିଲେ। ସାଇଲେଣ୍ଟ ଭେଲି ବନ୍ଧ ବିରୋଧରେ କ୍ରାନ୍ତୀୟ ଚିରହରିତ ଅରଣ୍ୟର ସୁରକ୍ଷା, ପରିବେଶ ସନ୍ତୁଳନ, ବିନାଶକାରୀ ବିକାଶ ବିରୋଧରେ ଆଧାରିତ ଥିଲା। ଏହି ଆନ୍ଦୋଳନର ଅହିଂସାଭାବ ଉଲ୍ଲେଖଯୋଗ୍ୟ ଥିଲା। ଗାନ୍ଧିବାଦୀ ଭୌତିକ ବିଜ୍ଞାନୀ ତଥା ପରିବେଶବିତ ବନ୍ଦନା ଶିବା ଜୈବ ବିବିଧତା, ଆତ୍ମନିର୍ଭରଶୀଳତା, ମହିଳାଙ୍କ ଅଧିକାର ଏବଂ ପରିବେଶ ସମ୍ପର୍କିତ ନ୍ୟାୟ ବ୍ୟବସ୍ଥା ବିଷୟରେ ବହୁ କାମ କରିଛନ୍ତି। କୁନ୍ଦନକୂଳମ ଆଣବିକ ଶକ୍ତି କେନ୍ଦ୍ର ବିରୋଧରେ ଆୟୋଜିତ ଆନ୍ଦୋଳନ ମଧ୍ୟ ଅହିଂସାର ମାର୍ଗକୁ ଆପଣେଇଥିଲା। କଳାହାଣ୍ଡିର ଲାଞ୍ଜିଗଡରେ ବେଦାନ୍ତ କମ୍ପାନୀ ବିରୋଧରେ ଡଙ୍ଗରିଆ କନ୍ଧମାନଙ୍କ ଆନ୍ଦୋଳନରେ କର୍ପୋରେଟ ଦ୍ୱାରା ସମ୍ବଳର ଦୁରୁପଯୋଗ ବିଷୟରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ସବୁ ଆନ୍ଦୋଳନର ଏକ ବିଶିଷ୍ଟ କଥା ହେଲା ସମସ୍ତେ ଚାହୁଁଥିଲେ ସମ୍ବଳର ଉପଯୋଗ କିପରି ହେବ ସ୍ଥାନୀୟ ବାସିନ୍ଦା ଦ୍ୱାରା ନିର୍ଣ୍ଣୟ କରାଯାଉ ଏବଂ ପଞ୍ଚାୟତିରାଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହୁ।

ପରିଶେଷରେ ଏହା କୁହାଯାଇପାରେ ଯେ ଦେଶରେ ପରିବେଶ ସମ୍ବନ୍ଧିତ ଆନ୍ଦୋଳନ ସବୁରେ ଗାନ୍ଧିବାଦୀ ବିଚାର ସମାହିତ ଅଛି। କିନ୍ତୁ, ମୂଳତଃ ଜନତାଙ୍କ ସଙ୍ଘର୍ଷରୁ ଆନ୍ଦୋଳନ ପାଇଁ ପ୍ରେରଣା ମିଳେ। ଦ୍ଵିତୀୟରେ ପ୍ରାୟତଃ ଆନ୍ଦୋଳନର ସମସ୍ତ ନେତା ଗାନ୍ଧିଜୀଙ୍କ ଠାରୁ ପ୍ରେରଣା ପାଆନ୍ତି ବୋଲି ସ୍ୱୀକାର କରିଛନ୍ତି। ତୃତୀୟରେ ଆନ୍ଦୋଳନ ପାଇଁ ବିଦେଶରୁ ଅର୍ଥ ସଂଗ୍ରହ ନ କରି, ନିଜସ୍ୱ ସମ୍ବଳ ଉପରେ ନିର୍ଭରତା ଗାନ୍ଧୀବାଦୀ ଦୃଷ୍ଟିକୋଣକୁ ଦର୍ଶାଉଛି। ଚତୁର୍ଥରେ, ଆନ୍ଦୋଳନ ସମୟରେ ହେଉଥିବା ରାଜନୈତିକ ତଥା ଅର୍ଥ ବ୍ୟବସ୍ଥା ବିଷୟରେ ଚର୍ଚ୍ଚା ଗାନ୍ଧିବାଦୀ ଥିଲା। ଆମେ କହିପାରିବ କି ବୈକଳ୍ପିକ ବିକାଶ, ସ୍ୱଦେଶୀ ଜ୍ଞାନକୁ ମାନ୍ୟତା, ପଞ୍ଚାୟତିରାଜର ଭୂମିକା ସହିତ କ୍ଷମତାର ବିକେନ୍ଦ୍ରିକରଣ ଓ ଆତ୍ମନିର୍ଭରତା ଆଦି ଅବଧାରଣା ମାଧ୍ୟମରେ ପରିବେଶକୁ ସଙ୍କଟରୁ ବଞ୍ଚାଇ ପାରିବା। ରାଜନୀତିକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ଆମୂଳଚୂଳ ନ୍ୟାୟସଙ୍ଗତ ପରିବର୍ତ୍ତନ ଦ୍ୱାରା ହିଁ ଏହି ସମସ୍ୟାର ସମାଧାନ କରିହେବ। ଅତ୍ୟଧିକ ଉପଭୋଗବାଦ ନୀତିକୁ ତ୍ୟାଗକରି ଗୁଣାତ୍ମକ ଜୀବନ ଶୈଳୀର ନିର୍ମାଣ ଗାନ୍ଧିଜୀଙ୍କ ବିଚାର ମାଧ୍ୟମରେ ହିଁ ସମ୍ଭବ। ହିନ୍ଦୁ ଦର୍ଶନ ମଧ୍ୟ ଏହି ଜୀବନ ଜିଇଁବାର ମୂଲ୍ୟବୋଧ ଉପରେ ଜୋର ଦେଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story