ଗାନ୍ଧିଜୀଙ୍କ ସ୍ୱପ୍ନ ଏବଂ କଂଗ୍ରେସର ସ୍ଥିତି-ବିପତ୍ତି !

ସୂର୍ଯ୍ୟମଣି ମିଶ୍ର ବ୍ୟକ୍ତି ପୂଜା ଗଣତନ୍ତ୍ରର ଲକ୍ଷଣ ନୁହେଁ, ଏହା ସତ୍ତ୍ୱେ ଅତୀତରୁ ଆଜି ଦିନ ଯାଏ ଆଖି ପକାଇଲେ ମୋତିଲାଲ୍ ନେହେରୁ, ଜବାହରଲାଲ୍ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସଂଜୟ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଳ ଗାନ୍ଧିଙ୍କ ନାମ କୀର୍ତ୍ତନ ଦଳ ଭିତରେ କରାଯାଏ। ଏହା କ’ଣ କଂଗ୍ରେସ ଦୁର୍ବଳ ହେବାର କାରଣ। ଜବାହରଲାଲ୍‌ଙ୍କ ସମାଜବାଦ, ଇନ୍ଦିରା ଗାନ୍ଧିଙ୍କ ଜାତୀୟ ଅଖଣ୍ଡତା ଏବଂ ରାଜୀବ ଗାନ୍ଧିଙ୍କ ମାନବୀୟ ଦୃଷ୍ଟିକୋଣକୁ ପଛକୁ ଠେଲିଦେଇ […]

mahatma-gandhi

mahatma-gandhi

Debendra Prusty
  • Published: Tuesday, 15 December 2020
  • Updated: 15 December 2020, 06:56 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

ବ୍ୟକ୍ତି ପୂଜା ଗଣତନ୍ତ୍ରର ଲକ୍ଷଣ ନୁହେଁ, ଏହା ସତ୍ତ୍ୱେ ଅତୀତରୁ ଆଜି ଦିନ ଯାଏ ଆଖି ପକାଇଲେ ମୋତିଲାଲ୍ ନେହେରୁ, ଜବାହରଲାଲ୍ ନେହେରୁ, ଶ୍ରୀମତୀ ଇନ୍ଦିରା ଗାନ୍ଧି, ରାଜୀବ ଗାନ୍ଧି, ସଂଜୟ ଗାନ୍ଧି, ସୋନିଆ ଗାନ୍ଧି ଏବଂ ରାହୁଳ ଗାନ୍ଧିଙ୍କ ନାମ କୀର୍ତ୍ତନ ଦଳ ଭିତରେ କରାଯାଏ। ଏହା କ’ଣ କଂଗ୍ରେସ ଦୁର୍ବଳ ହେବାର କାରଣ। ଜବାହରଲାଲ୍‌ଙ୍କ ସମାଜବାଦ, ଇନ୍ଦିରା ଗାନ୍ଧିଙ୍କ ଜାତୀୟ ଅଖଣ୍ଡତା ଏବଂ ରାଜୀବ ଗାନ୍ଧିଙ୍କ ମାନବୀୟ ଦୃଷ୍ଟିକୋଣକୁ ପଛକୁ ଠେଲିଦେଇ ରାଜତନ୍ତ୍ର ଧାରାକୁ ଦଳ ଆପଣେଇବା ଏବଂ ବ୍ୟକ୍ତିବାଦକୁ ଗୁରୁତ୍ୱ ତଥା ସମ୍ମାନ ଦେବା ଏବଂ ଆପଣେଇବା ଦ୍ୱାରା କଂଗ୍ରେସର ସ୍ଥିତି-ବିପତ୍ତିକୁ ସାମ୍ନା କରିଛି କି? ଯଦିଓ ଆଜି ଦିନରେ ଅନ୍ୟ ରାଜନୈତିକ ଦଳ ବ୍ୟକ୍ତିବାଦ ଠାରୁ ବା ବ୍ୟକ୍ତିପୂଜା ଠାରୁ ପୃଥକ୍ ନୁହଁନ୍ତି। କଂଗ୍ରେସ ଦଳର ଅସ୍ମିତା, କର୍ମଠତା ଏବଂ ଚରିତ୍ର ଉପରେ ତ୍ୱଷାମଦର ପ୍ରାବଲ୍ୟ। ଚାଟୁକାରିତା, ଦୁର୍ନୀତି ଏବଂ ଅଦୂରଦର୍ଶିତାର ଛାପ ଲୋକଙ୍କ ନିକଟରେ ଦଳର ସ୍ଥିତିକୁ ପଛକୁ ଠେଲିଦେଇଛି ବୋଲି କହିଲେ ଭୁଲ ହେବନାହିଁ। କଂଗ୍ରେସ ଦଳ ଦେଶର ସର୍ବ ପୁରାତନ। ଏହି ଦଳର ଆଦର୍ଶ-ଆଚରଣ ଆଜି ଅଦୃଶ୍ୟ ସ୍ଥିତିରେ। ବିଂଶ ଶତାବ୍ଦୀର ୮୦ ଦଶକରେ ଆରମ୍ଭ ହୋଇଥିବା କଂଗ୍ରେସର ନୈତିକ ଏବଂ ଚାରିତ୍ରିକ ହ୍ରାସ ଏବେ ଏହା ନିୟନ୍ତ୍ରଣ ହେବା ପରିବର୍ତ୍ତେ ଅଧିକ ଭାବେ ଦୃଷ୍ଟିଗୋଚର ହେଉଛି। ଦଳ ଏପରି ବାର୍ତ୍ତା ଦେଇଛି ଯେ ବିଚାରଧାରା ହେଉଛି ଆକାଶୀୟ ତତ୍ତ୍ୱ। ଧରିତ୍ରୀରେ ଏହାକୁ କାର୍ଯ୍ୟକାରୀ କରି ବାସ୍ତବ ରୂପାୟନ କରିବା ନିମେନ୍ତ ଘୃଣା, ରକ୍ତ ଏବଂ ଲୁହ ଚାହେଁ! ଗୋଟିଏ ଦିନ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଗାନ୍ଧିଜୀଙ୍କୁ ପୁଞ୍ଜିବାଦୀ ସମର୍ଥକ କହି ମହାନ୍ ବିପ୍ଲବୀ ଲେନିନ୍‌ଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ। ଲେନିନ୍ ପଚାରିଥିଲେ ଭାରତର କୃଷକ କେଉଁଠି? କମ୍ୟୁନିଷ୍ଟ ପାର୍ଟିର ଉତ୍ତର ଥିଲା ଗାନ୍ଧିଜୀଙ୍କ ସହ, ଲେନିନ୍ କହିଥିଲେ, କୃଷକଙ୍କୁ ବାଦ୍ ଦେଇ ଜନକ୍ରାନ୍ତି ବା ଗଣକ୍ରାନ୍ତି ସମ୍ଭବ ନୁହେଁ। ସ୍ୱାଧୀନତା ସଂଗ୍ରାମରେ ନିଜକୁ ଜଡ଼-କୃଷକଙ୍କୁ ନିଜ ଆଡ଼କୁ ଆଣ। କିନ୍ତୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ବା କମ୍ୟୁନିଷ୍ଟ ଦ୍ୱାରା କୃଷକଙ୍କୁ ନିଜ ଆଡ଼କୁ ଆଣିବା ସମ୍ଭବ ହେଲାନାହିଁ। ଯାହା ଗାନ୍ଧିଜୀ ଏବଂ କଂଗ୍ରେସ ଦ୍ୱାରା ହୋଇପାରିଥିଲା।

ଆଜି ଦିନରେ କୃଷକ ନା କଂଗ୍ରେସ ସହ ନା କଂଗ୍ରେସ ନେତୃତ୍ୱ ସହ ରହିଛନ୍ତି? ୧୯୧୭ ମସିହାରେ ବିହାରର ଚମ୍ପାରଣରେ ହୋଇଥିବା ‘ନୀଳସତ୍ୟାଗ୍ରହ’କୁ ମନେ ପକାଉଛନ୍ତି କୃଷକ। କିନ୍ତୁ କୃଷକଙ୍କ ସହ ଯୋଡ଼ି ହୋଇ ପାରୁନାହିଁ କଂଗ୍ରେସ। ବରଂ ବହୁଜାତୀୟ ପୁଞ୍ଜିପତିଙ୍କୁ ଦଳ ଗ୍ରହଣ କରିଛି। ଆମେରିକା ସାମ୍ରାଜ୍ୟବାଦ ନିକଟରେ ନତମସ୍ତକ ଭୂମିକାରେ ଦଳ ରହିଥିଲା। ଯଦିଓ ଆଜି ଶାସନ କ୍ଷମତାରେ ନାହିଁ, କିନ୍ତୁ ଆମେରିକାର ପୁଞ୍ଜିବାଦୀ ବ୍ୟବସ୍ଥାକୁ ବିରୋଧ କରିପାରୁନାହିଁ ବା ଏହି ନୀତି ବିରୋଧରେ ସଶକ୍ତ ସ୍ୱର ସୃଷ୍ଟି କରିପାରୁନାହିଁ। ସାମ୍ରାଜ୍ୟବାଦ ଏବଂ ପୁଞ୍ଜିବାଦ ଯାହା ଗାନ୍ଧିବାଦର ବିରୋଧୀ। ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ କଂଗ୍ରେସ ଫିଙ୍ଗି ଦେଇଛି। ମନରେଗା ଯୋଜନାର ପ୍ରୟୋଗ ଗାନ୍ଧିଜୀଙ୍କ ନାମରେ ନିଶ୍ଚୟ। କିନ୍ତୁ ଗାନ୍ଧିଜୀଙ୍କ ବିଚାରର ନୁହେଁ। କୁଟୀର ଶିଳ୍ପ ପ୍ରତିଷ୍ଠା ପରିବର୍ତ୍ତେ କୃଷି ଶ୍ରମିକଙ୍କୁ ସଡ଼କର ଶ୍ରମିକ ଭାବେ ଗଣନା କରାଯାଇଛି। ଗାନ୍ଧିଜୀ ଅନଶନ କରିଥିଲେ ଲୋକପାଳ ପାଇଁ ନୁହେଁ, ଲୋକଶକ୍ତିର ଉତ୍ତରଣ ପାଇଁ। ଗାନ୍ଧିଜୀ ମଦ ବେପାର ଏବଂ ମଦ ପିଇବା ନିଷେଧ କରାଯିବା ଉଚିତ୍ ବୋଲି ପ୍ରାଥମିକତା ଦେଇଥିଲେ।

ଆଜିର କଂଗ୍ରେସ ଗାନ୍ଧିଜୀଙ୍କୁ କିପରି ଜାଣିଛି। କେବଳ ନରେନ୍ଦ୍ର ମୋଦି ସରକାରର ସମାଲୋଚନା କରିବା ଦ୍ୱାରା କଂଗ୍ରେସର ଜନସ୍ୱୀକୃତିର ସେନ୍‌ସେକ୍ସ କ’ଣ ବୃଦ୍ଧି ପାଇବ। ଏହି ବିରୋଧ ବା ସମାଲୋଚନା ଦ୍ୱାରା କଂଗ୍ରେସର ଜନସ୍ୱୀକୃତିର ସେନସେକ୍ସ କେତେ ବଢିଛି? ଛେଳି, ଚରଖା, ଗାଁ, ଲୁଣ, ସ୍ୱଦେଶୀ, ଖଦୀ, ଶେଷମଣିଷ, ସର୍ବଧର୍ମ ସମଭାବ, ସତ୍ୟାଗ୍ରହ, ପ୍ରକୃତ ଗରିବୀ, ମଦନିଷେଧ, ହରିଜନ, ଗଙ୍ଗା, ଗୀତା, ସବିନୟ ଅବଜ୍ଞା, ଭାରତଛାଡ଼, ହେ! ରାମ ଭଳି ଅଭିବ୍ୟକ୍ତଗୁଡ଼ିକ ଆଉ କଂଗ୍ରେସ ନେତୃତ୍ୱ ମୁହଁରେ ଶୁଣିବାକୁ ମିଳୁଛି କି? ଏସବୁ ଅଭିବ୍ୟକ୍ତ ସମୁହ ଥିଲା ଐତିହାସିକ ଆନ୍ଦୋଳନର ବୀଜାଣୁ। ସୂତ୍ର ଓ ମନ୍ତ୍ର। ଗାନ୍ଧିଜୀ ମଣିଷଙ୍କ ପ୍ରୟୋଗଶାଳାରେ ଏହି ଶବ୍ଦକୁ ଅସ୍ତ୍ର ଭାବେ ନିର୍ମାଣ କରିଥିଲେ। ସୁଟ୍ ବୁଟ୍‌ର ସରକାର କର୍ପୋରେଟ୍‌, ଗୁଜରାଟ ମଡ଼େଲ, ଅଳ୍ପଶିକ୍ଷିତ ଶିକ୍ଷାମନ୍ତ୍ରୀ, ବୁଲେଟ୍ ଟ୍ରେନ୍‌, ସଦ୍‌ମ ଧର୍ମନିରପେକ୍ଷତା, ମେକ୍ ଇନ୍ ଇଣ୍ଡିଆ, ଷ୍ଟାଟ୍ ଅଫ୍ ଇଣ୍ଡିଆ, ଜୟଶ୍ରୀରାମ, ଲବ୍ ଜିହାଦ, ରାଷ୍ଟ୍ରବାଦ, ହିନ୍ଦୁତ୍ୱ, ଘର ୱାପସି, ପାକିସ୍ତାନ ଯାଓ ବ୍ୟତୀତ ଗାନ୍ଧିଜୀଙ୍କ ଦଳ କଂଗ୍ରେସ କିପରି ପ୍ରତିଦ୍ୱନ୍ଦିତା କରିପାରିବ। କଂଗ୍ରେସରେ ଭ୍ରଷ୍ଟ ପଦାଧିକାରୀ ଏମାନଙ୍କ ମଧ୍ୟରେ ଜାତିବାଦୀ ଏବଂ ତ୍ୟାଗ ରହିତ ନେତାଙ୍କ ସ୍ଥିତି କେଉଁଠି? କଂଗ୍ରେସ ହେଉଛି ସ୍ୱାଧୀନତା ମୂଲ୍ୟର ବଟବୃକ୍ଷ। ଗାନ୍ଧିଜୀ କଂଗ୍ରେସ ଦଳର କାର୍ଯ୍ୟକାରୀ ସଦସ୍ୟ ନଥିଲେ। ପୁଣି ଦଳର ଥିଲେ ସଂକଟମୋଚକ ଅଧ୍ୟକ୍ଷ, ପ୍ରବକ୍ତା, ବିଦ୍ରୋହୀ ସବୁକିଛି ଭୂମିକାରେ। ଦଳ ବଟବୃକ୍ଷ ହେଲେ, ନେତା ବୋଧି ବୃକ୍ଷ ହୋଇଥାନ୍ତି। ରାଜନୈତିକ ନେତାଙ୍କ ବୋଧିବୃକ୍ଷ ତଳେ ବସି ଦଳର କାର୍ଯ୍ୟକର୍ତ୍ତା, ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଭୟରୁ ମୁକ୍ତ ହୋଇଯାଆନ୍ତି। ଆଉ ସମ୍ବିଧାନ, ଜ୍ଞାନ, ନୀତି, ନିୟମ ଏବଂ ଭବିଷ୍ୟତ ସ୍ୱପ୍ନର ଦସ୍ତାବିଜକୁ ପଢି ଶୁଣାଇ ଚାଲନ୍ତି। ଯାହା ଆଜି କଂଗ୍ରେସ ଦଳରେ ଦେଖିବାକୁ ମିଳୁଛି। ସ୍ୱୀକାର କରିବାକୁ ହେବ ପିଭି ନରସିଂହ ରାଓଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ କଂଗ୍ରେସ ଗାଡ଼ି ଓଲଟା ଦିଗରେ ଚାଲିଲା। ସେହି ସମୟର ଦେଶର ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହ ମହାପୁରୁଷ ଭାବରେ ଦଳ ପାଇଁ ଆବିର୍ଭାବ ହେଲେ। ୨୦ ବର୍ଷରୁ ଅଧିକ ସମୟ ଧରି ମନମୋହନ ସିଂହଙ୍କ ଛାୟା ଦେଶର ଅର୍ଥନୀତି ଉପରେ ଆଷାଢ ମାସର ବାଦଲ ପରି ରହିଲା। ଏବଂ ବର୍ଷିଲା । କିନ୍ତୁ କମ୍ ଗର୍ଜନରେ। ଏହି ଆର୍ଥିକ ନୀତି କଂଗ୍ରେସ ଦଳର ସିଦ୍ଧାନ୍ତ, ପରମ୍ପରା ଏବଂ ପ୍ରୟୋଗ ଠାରୁ ପୃଥକ୍ ଥିଲା।

ଗାନ୍ଧିଜୀ ସ୍ୱାଧୀନତା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସହାୟତା ପ୍ରସ୍ତାବକୁ ଗ୍ରହଣ କରିନଥିଲେ। କିନ୍ତୁ ମନମୋହନ ନିଜ ଅର୍ଥନୀତିକୁ ପ୍ରୟୋଗ କରିବା ପାଇଁ ଆମେରିକା ନିକଟରେ ନିଜକୁ ସମର୍ପଣ କଲେ। ଏହା ପରେ ଦେଶର ଆର୍ଥିକ ଅସମାନତା ବୃଦ୍ଧି ପାଇଲା। ଦୁର୍ନୀତି, ଶାସନ କ୍ଷେତ୍ରରେ ଅଧିକ ଭାବେ ଅନିୟନ୍ତ୍ରିତ ହେଲା। ଯଦିଓ ଭ୍ରଷ୍ଟାଚାର ବା ଦୁର୍ନୀତି କଂଗ୍ରେସ ଶବ୍ଦକୋଷରେ ନୂଆ ନଥିଲା। ଅତୀତରେ ଟି.ଟି. କୃଷ୍ଣମାଚାରୀ, ବି.କେ. କୃଷ୍ଣମେନନ୍ ଏବଂ କେଶବ ଦେବ ମାଲବୀୟ ଦୁର୍ନୀତି ପାଇଁ ଇସ୍ତଫା ଦେଇଥିଲେ। କୋଲଗେଟ୍‌, କମନୱେଲ୍‌ଥ ଖେଳ ଦୁର୍ନୀତି, ଟୁଜି ସ୍ପେକ୍ଟ୍ରମ୍‌, ଆଦର୍ଶ ସୋସାଇଟି, ବିଦେଶୀ ବ୍ୟାଙ୍କରେ କଳାଧନ ଏବଂ ରବର୍ଟ ଭଦ୍ରାଙ୍କ ସଂପତ୍ତି ତଥା ସିବିଆଇ ସ୍ୱାଧୀନତାର ବିବାଦ ଭଳି ପ୍ରକରଣରେ କଂଗ୍ରେସର ସ୍ୱଚ୍ଛତାର ଚିତ୍ର ଦେଖିବାକୁ ମିଳିନଥିଲା। ଏକଦା କଂଗ୍ରେସ ଥିଲା ସମାଜବାଦୀ ଧର୍ମନିରପେକ୍ଷ। ସ୍ୱାମୀ ବିବେକାନନ୍ଦଙ୍କ ଭାଇ ମହେନ୍ଦ୍ର ନାଥ କଂଗ୍ରେସୀ ଥିଲେ। କ୍ରାନ୍ତିକାରୀ ଭଗତସିଂହଙ୍କ ବାପା ଏବଂ ଦାଦା କିଷନ ସିଂହ ଏବଂ ଅଜିତ୍ ସିଂହ କଂଗ୍ରେସ ଥିଲେ। ଆର୍‌ଏସ୍‌ଏସ୍ ସଂସ୍ଥାପକ ଡକ୍ଟର ହେଡଗେୱାର ସିପିଆଇର ବରିଷ୍ଠ ନେତା ଶ୍ରୀପାଦ ଅମୃତଡାଙ୍ଗେ, ଇଏମ୍‌ଏସ୍ ନମ୍ବୁଦ୍ରିପାଦ ମଧ୍ୟ କଂଗ୍ରେସ ସହ ସଂପର୍କ ରଖିଥିଲେ। ମାନବେନ୍ଦ୍ର ନାଥ ରାୟ, ମୋହନ କୁମାର ମଙ୍ଗଳମ୍‌, ଚନ୍ଦ୍ରଜିତ୍ ଯାଦବ ଆଦି କମ୍ୟୁନିଷ୍ଟ ମଧ୍ୟ କଂଗ୍ରେସରେ କିଛି ସମୟ ଧରି ରହିଥିଲେ। ପ୍ରମୁଖ ସମାଜବାଦୀ ବିଚାରକ ଅଶୋକ ମେହେଟ୍ଟା ମଧ୍ୟ କଂଗ୍ରେସରେ ଯୋଗ ଦେଇଥିଲେ। ଆଜି ଏକବିଂଶ ଶତାବ୍ଦୀରେ କଂଗ୍ରେସ ଦଳରେ ଲୋକଙ୍କ ସହ ଲୋକ ସମର୍ଥିତ ନେତା ସଂଗଠକ ଅପେକ୍ଷା ପି. ଚିଦାମ୍ବରମ୍‌, କପିଲ ଶିବଲଙ୍କ ଭଳି କୋଟିପତି ନେତା ଅଛନ୍ତି। ଏହା ସହ ମଧ୍ୟ ଅପରାଧ ପୃଷ୍ଠଭୂମି ଥିବା ନେତା କମ୍ ନାହାନ୍ତି। ଏହା କହିବାବେଳେ ସୂଚାଇ ଦେବା ଉଚିତ୍ ହେବ ଯେ, ବିଜେପି ବା ଅନ୍ୟ ସମସ୍ତ ରାଜନୈତିକ ଦଳରେ ଯେ କୋଟିପତି ଏବଂ ଅପରାଧ ପୃଷ୍ଠଭୂମି ଥିବା ନେତା ନାହାନ୍ତି ତାହା କୁହାଯାଇନପାରେ। କିନ୍ତୁ କଂଗ୍ରେସ ଦଳ ଯେହେତୁ ଗାନ୍ଧି ବିଚାରର ଦଳ। ଏହି ଦଳରେ ଧନଥିବା ବ୍ୟକ୍ତି ଏବଂ ଅପରାଧ ପୃଷ୍ଠଭୂମି ଥିବା ବ୍ୟକ୍ତି କିପରି ରହୁଛନ୍ତି ବା ରହିଛନ୍ତି ତାହା ନିଶ୍ଚୟ ସମୀକ୍ଷାର ପ୍ରସଙ୍ଗ।

ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ-ପରିକ୍ଷିତ ସିଦ୍ଧାନ୍ତ, ରାଷ୍ଟ୍ରଧର୍ମ ପାଳନର ଅଙ୍ଗୀକାରବଦ୍ଧତା ବା ସଂକଳ୍ପକୁ ବାଦ ଦେଇ ଧରାଶାୟୀ ହୋଇପଡ଼ିଥିବା କଂଗ୍ରେସ ଦଳ ଉପରକୁ ଉଠିପାରିବା ସମ୍ଭବ କି? ପରିବାର ନିୟନ୍ତ୍ରଣରେ ବ୍ୟକ୍ତିବାଦୀ ନିର୍ଦ୍ଦେଶରେ ବଂଚିତ, ଶୋଷିତ, ଉପେକ୍ଷିତ, ନିର୍ଯାତିତ ବର୍ଗ, ଯିଏ ଦିନେ କଂଗ୍ରେସ ସହ ରହି କଂଗ୍ରେସ ଦଳର ଶକ୍ତି ହୋଇଥିଲେ ସେମାନେ ଏବେ ବିଜେପି ସମାଜବାଦୀ ପାର୍ଟି, ବିଜୁ ଜନତା ଦଳ ବା ଅନ୍ୟ ଦଳ ସହ ରହିଛନ୍ତି। ଦେଶରେ ଗ୍ରାମ୍ୟ ସ୍ୱରାଜ ଯାହା ଗାନ୍ଧିଜୀଙ୍କ ସ୍ୱପ୍ନ ଥିଲା ତାହା ଅଧୁରା। ବହୁ ଦେଶୀୟ ବହୁ ଜାତୀୟ ପୁଞ୍ଜିପତି ଏବେ ଦେଶରେ ନିଜର ସ୍ଥିତିକୁ ସୁଦୃଢ କରିଛନ୍ତି। ଏହା ସହ ଦୁର୍ନୀତି, ରାଜନୀତିର ଅପରାଧିକରଣ ବଢିଛି। ଏଥିପାଇଁ କଂଗ୍ରେସ ନିଜକୁ ଦାୟି କରିବା ଉଚିତ୍। ସ୍ୱୀକାର କରିବାକୁ ହେବ ଡକ୍ଟର ମନମୋହନ ସିଂହଙ୍କ ଅର୍ଥମନ୍ତ୍ରୀ ସମୟ ଏବଂ ପ୍ରଧାନମନ୍ତ୍ରୀ ସମୟରୁ ହିଁ କଂଗ୍ରେସ ଆହୁରି ଦୁର୍ବଳ ହୋଇଛି। କଂଗ୍ରେସ ଆଜି କେବଳ ମୋଦି ସରକାରର ସମାଲୋଚନା ନକରି ନିଜ ଦଳ କିପରି ଲୋକଙ୍କ ବିଶ୍ୱାସ ଜିତିବ ଏବଂ ଗାନ୍ଧିବାଦର ବିଚାରକୁ ନେଇ ଆଗକୁ ବଢିବ ସେଥିପାଇଁ ଆତ୍ମ ସମୀକ୍ଷା କରିବା ସଠିକ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story