ସ୍ତ୍ରୀ ସହ ଜୋରଜବରଦସ୍ତ ସେକ୍ସ ବଳାତ୍କାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ବୈବାହିକ ବଳାତ୍କାର ଅପରାଧ ନା ନୁହେଁ, ଗତ କିଛି ବର୍ଷ ଧରି ଦେଶରେ ଏହା ଏକ ଚର୍ଚ୍ଚାର ବିଷୟ ହୋଇଆସିଛି। ନିକଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏକ ଦୁଇ ଜଣିଆ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ପିଟିସନ୍‌ର ବିଚାରଣା କରି ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି। ମାମଲାର ବିଚାର କରୁଥିବା ବିଚାରପତି ରାଜୀବ ଶକଧର ବୈବାହିକ ବଳାତ୍କାରକୁ ଅପରାଧ ବୋଲି ନିଜର ସ୍ପଷ୍ଟ ମତ ଦେଇଥିବା ବେଳେ ଅନ୍ୟତମ ବିଚାରପତି ସି. ହରିଶଙ୍କର […]

Rape

Rape

Debendra Prusty
  • Published: Wednesday, 01 June 2022
  • Updated: 01 June 2022, 05:01 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

ବୈବାହିକ ବଳାତ୍କାର ଅପରାଧ ନା ନୁହେଁ, ଗତ କିଛି ବର୍ଷ ଧରି ଦେଶରେ ଏହା ଏକ ଚର୍ଚ୍ଚାର ବିଷୟ ହୋଇଆସିଛି। ନିକଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ଏକ ଦୁଇ ଜଣିଆ ଖଣ୍ଡପୀଠ ଏ ସଂକ୍ରାନ୍ତ ଏକ ପିଟିସନ୍‌ର ବିଚାରଣା କରି ଏକ ବିଭାଜିତ ରାୟ ପ୍ରଦାନ କରିଛନ୍ତି। ମାମଲାର ବିଚାର କରୁଥିବା ବିଚାରପତି ରାଜୀବ ଶକଧର ବୈବାହିକ ବଳାତ୍କାରକୁ ଅପରାଧ ବୋଲି ନିଜର ସ୍ପଷ୍ଟ ମତ ଦେଇଥିବା ବେଳେ ଅନ୍ୟତମ ବିଚାରପତି ସି. ହରିଶଙ୍କର ଏହାକୁ ଅପରାଧ ବୋଲି ଘୋଷଣା କରିବାକୁ ମନା କରିଦେଇଛନ୍ତି। ବିଚାରପତି ରାଜୀବ ଶକଧରଙ୍କ ପ୍ରଶ୍ନ ହେଲା, ଯଦି ଯୌନ ସମ୍ପର୍କ ପାଇଁ ଜଣେ ଦେହଜୀବୀର ମନା କରିବାର ଅଧିକାର ରହିଛି, ତା’ ହେଲେ ଜଣେ ପତ୍ନୀର ସେହି ଅଧିକାର ରହିବ ନାହିଁ କାହିଁକି? ଅନ୍ୟ ପଟେ ବିଚାରପତି ହରିଶଙ୍କର ଏହାକୁ ଅପରାଧ ଘୋଷଣା କଲେ, ଆମର ପରିବାର ବ୍ୟବସ୍ଥା ଭାଙ୍ଗିଯିବ ବୋଲି ମତ ରଖିଛନ୍ତି।

ତେବେ ଖଣ୍ଡପୀଠର ଏହି ବିଭାଜିତ ରାୟ ଯୋଗୁଁ ହିଁ ବୈବାହିକ ବଳାତ୍କାର ସମ୍ପର୍କରେ ଅସ୍ପଷ୍ଟତା ଅବ୍ୟାହତ ରହିଛି। ବୈବାହିକ ବଳାତ୍କାରକୁ ଅସାମ୍ବିଧାନିକ, ଅନ୍ୟାୟ ସହ ସମ୍ପୃକ୍ତ ବିବାହିତ ମହିଳାର ମାନବିକ ଅଧିକାର, ଯୌନ ଅଧିକାର ଏବଂ ମାନବୀୟ ମର୍ଯ୍ୟାଦାର ଉଲଂଘନ ବୋଲି କହି ତାକୁ ଫୌଜଦାରୀ ଦଣ୍ଡବିଧିର ଅନ୍ତର୍ଭୁକ୍ତ କରିବାକୁ ଜନୈକ ପୀଡ଼ିତା ଖୁସବୁ ସୈଫୀ ଓ ଅନ୍ୟମାନେ ଦିଲ୍ଲୀ ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ, ସେମାନେ କୋର୍ଟର ଉପରୋକ୍ତ ରାୟରେ ସହମତ ନହୋଇ ତା’ ବିରୁଦ୍ଧରେ ନିକଟରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୩୭୫ ଅନୁଯାୟୀ ଜଣେ ମହିଳାର ସମ୍ମତି ବିନା ଅର୍ଥାତ୍ ବଳପୂର୍ବକ ତା’ ସହ ଯୌନ ସମ୍ପର୍କ ରକ୍ଷା କରିବା ହେଉଛି ବଳାତ୍କାର। ଏହା ଏକ ଜଘନ୍ୟ ଅପରାଧ ଏବଂ ଅପରାଧ କରିଥିବା ଲୋକଟି ଦୋଷୀ ସାବ୍ୟସ୍ତ ହେଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ହେଲା, ଏହି ଆଇନରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବ୍ୟତିକ୍ରମ ରହିଛି। ଯଦି ବଳାତ୍କାର କରିଥିବା ବ୍ୟକ୍ତି ବଳାତ୍କାରର ଶିକାର ହୋଇଥିବା ମହିଳାଙ୍କ ଆଇନସମ୍ମତ ପତି ହୋଇଥିବେ ଏବଂ ପତ୍ନୀଙ୍କ ବୟସ ୧୫ ବର୍ଷରୁ କମ୍ ହୋଇନଥିବ, ତାହେଲେ ତାକୁ ବଳାତ୍କାର ବୋଲି କୁହାଯିବନି। ତେବେ ୨୦୧୭ ମସିହାରେ ସୁପ୍ରିମକୋର୍ଟ ନିଜ ରାୟରେ ଏହି ବୟସର ସୀମାକୁ ୧୫ରୁ ୧୮ ବର୍ଷକୁ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନର ଆଇନ ଅନୁସାରେ ୧୮ ବର୍ଷରୁ କମ୍ ବୟସର ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ସ୍ୱାମୀର ଯୌନ ସମ୍ପର୍କ ରକ୍ଷା ବଳାତ୍କାର ଏବଂ ଅପରାଧ ପର୍ଯ୍ୟାୟଭୁକ୍ତ ହୋଇଥିବା ବେଳେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ପତ୍ନୀର ବଳାତ୍କାରକୁ ଅପରାଧ ବୋଲି ଗ୍ରହଣ କରାଯାଇନି। ଗୋଟଏ ବାକ୍ୟରେ କହିଲେ ଆମ ଦେଶରେ ସ୍ୱାମୀ ଦ୍ୱାରା ସ୍ତ୍ରୀର ବଳାତ୍କାର ବା ବୈବାହିକ ବଳାତ୍କାର ଆଦୌ ଅପରାଧ ପର୍ଯ୍ୟାୟଭୁକ୍ତ ନୁହେଁ।

ଏଠାରେ ଜାଣିବା ଦରକାର ଯେ ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ୱାରା ପ୍ରସ୍ତୁତ ବଳାତ୍କାର ବିରୋଧି ଆଇନରେ ପୁରୁଷମାନଙ୍କୁ ଦଣ୍ଡରୁ ମୁକ୍ତ ରଖିବା ପାଇଁ ଯେଉଁ ବ୍ୟତିକ୍ରମ ବା ଛାଡ଼ ଦିଆଯାଇଥିଲା, ତାହା ସମ୍ପୂର୍ଣ୍ଣ ରୂପେ ପକ୍ଷପାତପୂର୍ଣ୍ଣ ଓ ମହିଳା ବିରୋଧୀ। ପ୍ରାଚୀନ ବ୍ରିଟିଶ ଭାବନା ଅନୁଯାୟୀ ସ୍ତ୍ରୀକୁ ସ୍ୱାମୀର ବ୍ୟକ୍ତିଗତ ସମ୍ପତ୍ତି ଓ ଅଧୀନସ୍ତ ରୂପେ ଦେଖିବାର ଯେଉଁ ପ୍ରଚଳନ ଥିଲା, ତାରି ଆଧାରରେ ହିଁ ପରିବାରରେ ସ୍ୱାମୀ ଦ୍ୱାରା ସ୍ତ୍ରୀ ଉପରେ ବଳାତ୍କାର ଓ ଅନ୍ୟ ଯୌନ ଅପରାଧକୁ ସ୍ୱାଭାବିକ କରାଯାଇଥିଲା। କହିବାକୁ ଗଲେ ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କ ସମେତ ବିଶ୍ୱର ଅଧିକାଂଶ ଦେଶରେ ମଧ୍ୟ ଗତ ଶତାବ୍ଦୀର ନବେ ଦଶକ ପର୍ଯ୍ୟନ୍ତ ବୈବାହିକ ବଳାତ୍କାରକୁ ଏକ ଅପରାଧ ରୂପେ ଗ୍ରହଣ କରାଯାଉ ନଥିଲା। କେବଳ ପୂର୍ବ ସୋଭିଏତ୍ ରୁଷ ହିଁ ନିଜର ସ୍ଥାପନା ପରଠାରୁ ଅର୍ଥାତ୍ ୧୯୨୨ ମସିହାରୁ ଏହାକୁ ଅପରାଧ ରୂପେ ଦେଖିବା ସହିତ ନିଜର ଦଣ୍ଡ ସଂହିତାରେ ଏହାକୁ ସ୍ଥାନ ଦେଇଥିଲା। ଏହିକ୍ରମରେ ବ୍ରିଟେନ ସମେତ ଅଧିକାଂଶ ପାଶ୍ଚିତ୍ୟ ଦେଶ ବୈବାହିକ ବଳାତ୍କାର କ୍ଷେତ୍ରରେ ସ୍ୱାମୀଟିକୁ ଆଇନଗତ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବଳାତ୍କାର ଆଇନରେ ଏପରି ବ୍ୟତିକ୍ରମ ରଖିଥିଲେ। ଆମ ଦେଶରେ ମଧ୍ୟ ବ୍ରିଟଶମାନେ ଦଣ୍ଡ ସଂହିତାର ବଳାତ୍କାର ସମ୍ପର୍କିତ ଧାରାରେ ଏଭଳି ବ୍ୟତିକ୍ରମ ରଖିଥିଲେ। ପ୍ରଶ୍ନ ଉଠେ, ଆଜି ୧୬୦ ବର୍ଷ ପରେ ତଥା ଆଧୁନିକ ବିଚାର ସହିଂତାର ଯୁଗରେ ଏଭଳି ସ୍ତ୍ରୀ ବିରୋଧୀ ଓ ପକ୍ଷପାତପୂର୍ଣ୍ଣ ବ୍ୟତିକ୍ରମଟି ଅବ୍ୟାହତ ରହିବା କେତେଦୂର ଯଥାର୍ଥ ଓ ନ୍ୟାୟସଙ୍ଗତ? ଆଜି ଯେତେବେଳେ ବିଶ୍ୱର ୫୦ରୁ ଅଧିକ ଦେଶରେ ବୈବାହିକ ବଳାତ୍କାରକୁ ଅପରାଧଭୁକ୍ତ କରାଯାଇଛି ଏବଂ ଖୋଦ୍ ବ୍ରିଟେନରେ ମଧ୍ୟ ୧୯୯୧ ମସିହାରୁ ତାହା ଅପରାଧ ବୋଲି ଘୋଷିତ ହୋଇସାରିଛି ସେତେବେଳେ ଆମ ଦେଶରେ ଏଭଳି ଏକ ଭେଦଭାବପୂର୍ଣ୍ଣ ଏବଂ ସ୍ତ୍ରୀ ବିରୋଧୀ ଧାରାକୁ ଆଜି ପର୍ଯ୍ୟନ୍ତ ଅବ୍ୟାହତ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ମନେହୁଏ।

ବୈବାହିକ ବଳାତ୍କାର କେବଳ ଅମାନବିକ ଓ ଅମାନୁଷିକ ନୁହେଁ, ମଧ୍ୟଯୁଗୀୟ ମଧ୍ୟ। ଏହା ଜଣେ ମହିଳାର ନିଜର ଶରୀର ଉପରେ ରହିଥିବା ଅଧିକାରକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରୁଛି। ନିଜର ଇଚ୍ଛା ବିରୁଦ୍ଧରେ ବଳପୂର୍ବକ ଯୌନ ସହବାସକୁ ବିରୋଧ କରିବାର ନୈତିକ ଅଧିକାର ପ୍ରତ୍ୟେକ ମହିଳାଙ୍କର ଅଛି। ଘର ଭିତରେ ବଳାତ୍କାରକୁ ସ୍ୱାଭାବିକ ବୋଲି କହୁଥିବା ଏହି ବ୍ୟବସ୍ଥା, ବିବାହିତ ମହିଳାମାନଙ୍କୁ ନିଜ ସ୍ୱାମୀର ଅଧସ୍ତନ କରି ରଖିବାରେ ହିଁ ସହାୟକ ହୋଇଆସିଛି। ସମ୍ବିଧାନର ଧାରା ୧୪,୧୫ ଓ ୨୧ରେ ପ୍ରଦତ୍ତ ବିଭିନ୍ନ ଅଧିକାରର ଏହା ଖୋଲାଖୋଲି ଉଲଂଘନ କରୁଛି। ସମ୍ବିଧାନର ଧାରା - ୧୪ରେ ଆଇନ ଦ୍ୱାରା ସମାନ ସୁରକ୍ଷା ପ୍ରଦାନ କଥା କୁହାଯାଇଥିବା ବେଳେ ଏଠାରେ ବିବାହିତ ପୁରୁଷ ଦ୍ୱାରା ବଳାତ୍କାରର ଶିକାର ମହିଳାକୁ ନ୍ୟାୟ ପାଇବାରୁ ବଂଚିତ କରାଯାଇଛି। ସେହିପରି ଧାରା-୧୫ର ବିପରୀତ ଏଠାରେ ଲିଙ୍ଗର ଆଧାରରେ ବାଛବିଚାର କରାଯାଇଛି। ସର୍ବୋପରି ଧାରା - ୨୧ ଜଣେ ବ୍ୟକ୍ତିକୁ ତା’ର ଜୀବନ ଓ ବ୍ୟକ୍ତି ସ୍ୱାଧୀନତାର ଅଧିକାର ପ୍ରଦାନ କରୁଥିବା ବେଳେ ବୈବାହିକ ବଳାତ୍କାର ତା’ର ମଧ୍ୟ ଉଲଂଘନ କରୁଛି।

ଆମ ଦେଶରେ ସ୍ୱାମୀ ଦ୍ୱାରା ସ୍ତ୍ରୀ ଉପରେ ଯୌନହିଂସା ଏବଂ ବୈବାହିକ ବଳାତ୍କାର କେତେ ବ୍ୟାପକ ଭାବେ ହେଉଛି, ତାର ପ୍ରମାଣ ସରକାର ଓ ବିଭିନ୍ନ ସଂସ୍ଥା ଦ୍ୱାର ମଝି ମଝିରେ କରାଯାଉଥିବା ଅନେକ ସର୍ଭେ ଓ ଅଧ୍ୟୟନରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି। ଆଇସିଆରଡ଼ବ୍ଳ୍ୟ ସଂସ୍ଥାର ସର୍ଭେ ଅନୁଯାୟୀ ଭାରତର ଏକ ପଞ୍ଚମାଂଶ ପୁରୁଷ ସହବାସ ପାଇଁ ନିଜ ସ୍ତ୍ରୀକୁ ବାଧ୍ୟ କରିଥାନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁସାରେ ପ୍ରତି ଦଶ ଜଣରେ ଜଣେ ମହିଳା ନିଜର ସ୍ୱାମୀର ଯୌନ ଆକ୍ରମଣର ଶିକାର ହୋଇଥାନ୍ତି। ଆମେରିକାର ରାଇଜ୍ ଇନିଷ୍ଟିଟୁଉଟ୍‌ର ଅଧ୍ୟୟନ ଅନୁଯାୟୀ ଜଣେ ମହିଳାଙ୍କ ଉପରେ ସ୍ୱାମୀ ଦ୍ୱାରା ଯୌନ ଆକ୍ରମଣର ଘଟଣା ଅନ୍ୟ ବାହାର ଲୋକଙ୍କଠାରୁ ୪୦ ଗୁଣ ଅଧିକ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ପ୍ରକାଶିତ ‘ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ - ୫’ (୨୦୧୯-୨୧) ଅନୁଯାୟୀ ପ୍ରତି ପାଞ୍ଚ ଜଣରେ ଜଣେ ମହିଳା ଯୌନ ସମ୍ପର୍କ ପାଇଁ ନିଜର ସ୍ୱାମୀର ଦାବିକୁ ମାନିବାକୁ ଏକରକମ ବାଧ୍ୟ ହୋଇଥାନ୍ତି ଏବଂ ୩୪% ସ୍ୱାମୀମାନେ ଯୌନ ସମ୍ପର୍କ ପାଇଁ ନିଜର ପତ୍ନୀର ଅସହମତିକୁ ଆଦୌ ଗ୍ରହଣ କରିନଥାନ୍ତି। ରିପୋର୍ଟରେ ଯୌନ ହିଂସାର ଶିକାର ହୋଇଥିବା ୧୮-୪୯ ବୟସର ବିବାହିତା ମହିଳାଙ୍କ ମଧ୍ୟରେ ୮୩% ସେମାନଙ୍କୁ ସ୍ୱାମୀଙ୍କୁ ଦାୟୀ କରିଥିବା ବେଳେ ୧୩% ନିଜର ପୂର୍ବତନ ସ୍ୱାମୀଙ୍କୁ ଦାୟୀ କରିଛନ୍ତି। ଉପରୋକ୍ତ ଯୌନହିଂସାର ସିଂହଭାଗ ହେଉଛି ସ୍ୱାମୀ ଦ୍ୱାରା ସ୍ତ୍ରୀର ବୈବାହିକ ବଳାତ୍କାର। ପରିବାରର ସମ୍ମାନ ନାଁରେ ବୈବାହିକ ବଳାତ୍କାରର ୯୯.୧% ଘଟଣା ରିପୋର୍ଟ ନହୋଇ ସମାଜର ଅଗୋଚରରେ ରହିଯାଇଥାଏ। ବୈବାହିକ ବଳାତ୍କାର ନେଇ ଆଇନରେ କୌଣସି ଦଫା ନଥିବାରୁ ଏଭଳି ଘଟଣାର ଅଭିଯୋଗ ଆସିଲେ ପୋଲିସ ଅଧିକାଂଶ କ୍ଷେତ୍ରରେ ଅନ୍ୟ ଅପରାଧିକ ଦଫା ଲଗେଇ ମାମଲା ଦାୟର କରିବାକୁ ବାଧ୍ୟ ହୋଇଥାଏ। ଆମ ସମାଜରେ ଘଟୁଥିବା ଅନେକଗୁଡ଼ିଏ ବିବାହ ବିଚ୍ଛେଦ ପଛରେ ବୈବାହିକ ବଳାତ୍କାର ପ୍ରମୁଖ କାରଣ। ସ୍ୱାମୀର ଯୌନହିଂସାକୁ ସହ୍ୟ କରିନପାରି ଅନେକ ମହିଳା ବିବାହ ବିଚ୍ଛେଦ କରୁଥିବା ବେଳେ ଯେଉଁ ମହିଳାମାନେ ପରିସ୍ଥିତିରେ ପଡ଼ି ସ୍ୱାମୀର ବଳାତ୍କାର ଓ ଯୌନହିଂସାକୁ ସହିବାକୁ ବାଧ୍ୟ ହୁଅନ୍ତି, ସେମାନଙ୍କ ଜୀବନ ଅତ୍ୟନ୍ତ ଦୁର୍ବିସହ ହୋଇଥାଏ। କିନ୍ତୁ କୌଣସି ବି ପରିସ୍ଥିତିରେ ବଳାତ୍କାରୀ ସ୍ୱାମୀଟି ତା’ର ଅପରାଧ ପାଇଁ ଦଣ୍ଡ ପାଇନଥାଏ।

ବୈବାହିକ ବଳାତ୍କାରକୁ ଆଇନର ପରିସରଭୁକ୍ତ କରିବା ବା ଅପରାଧ ଘୋଷିତ ନକରିବା ପାଇଁ ଦାବି କରୁଥିବା ଲୋକଙ୍କ ଯୁକ୍ତିହେଲା, ଏହା ଥରେ ଆଇନର ପରିସରଭୁକ୍ତ ହୋଇଗଲେ, ତା’ର ଦୁରୁପଯୋଗ ବଢ଼ିବ। ଯା’ଫଳରେ ପରିବାର ଓ ବିବାହ ବ୍ୟବସ୍ଥା ଭାଙ୍ଗିପଡ଼ିବ। ୨୦୧୭ ମସିହାରେ କେନ୍ଦ୍ରର ମୋଦି ସରକାର ସୁପ୍ରିମକୋର୍ଟରେ ବୈବାହିକ ବଳାତ୍କାରକୁ ଅପରାଧ ଘୋଷିତ ନକରିବା ପାଇଁ ଏହି ଯୁକ୍ତି ହିଁ ଉପସ୍ଥାପିତ କରିଥିଲେ। ଆଗାମୀ ଦିନରେ ସୁପ୍ରିମକୋର୍ଟରେ ଏହି ପ୍ରସଙ୍ଗଟି ପୁଣି ଥରେ ଆସିଲେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟଟି ବୋଧହୁଏ ପୂର୍ବଭଳି ରହିବ। ତେବେ ଆଇନର ଦୁରୁପଯୋଗ ଓ ପରିବାର ଭାଙ୍ଗିଯିବ ବୋଲି କହି ଯେଉଁମାନେ ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବାକୁ ବିରୋଧ କରୁଛନ୍ତି, ସେମାନଙ୍କ ଯୁକ୍ତି ଅତ୍ୟନ୍ତ ଦୁର୍ବଳ ଓ ସମ୍ବେଦନହୀନ ମନେହୁଏ। କାରଣ ଆଇନର ଦୁରୁପଯୋଗ ହେବ କହି କୌଣସି ଅପରାଧକୁ ସମର୍ଥନ କରାଯାଇ ନପାରେ। ଯଦି ସମାଜ ପାଇଁ ଉପଯୋଗୀ କୌଣସି ବି ଆଇନର ଦୁରୁପଯୋଗ ହେଉଛି, ତାହେଲେ ତା’ର ଦୁରୁପଯୋଗକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇପାରେ। କିନ୍ତୁ ଦୁରୁପଯୋଗ ନାଁରେ ଆଇନଟିକୁ ପ୍ରତ୍ୟାହାର କରାଯାଇପାରେନା। ବର୍ତ୍ତମାନ ପ୍ରଚଳିତ ସବୁ ଆଇନର ଅଳ୍ପେ ବହୁତ ଦୁରୁପଯୋଗ ହେଉଛି। କିନ୍ତୁ ତାହା ବୋଲି ଯଦି ସବୁ ଆଇନକୁ ହଟେଇ ଦିଆଯିବ, ତାହେଲେ ଆମ ସମାଜରେ ଅରାଜକତା ବ୍ୟାପିଯିବ। ଯଦି ଦୁରୁପଯୋଗ ହେଉଛି କହି ହତ୍ୟା ପାଇଁ ଉଦ୍ଦିଷ୍ଟ ଦଫା ୩୦୨କୁ ହଟାଇ ଦିଆଯିବ ତାହେଲେ ଅପରାଧିମାନେ ଛେଳି, କୁକୁଡ଼ାଙ୍କୁ କାଟିବା ଭଳି ମଣିଷଙ୍କୁ ମାରିବାକୁ ପଛେଇବେ ନାହିଁ। ଅତିତରେ ଯୌତୁକ ଜନିତ ନିର୍ଯ୍ୟାତନା ଓ ହତ୍ୟା ବୃଦ୍ଧି ପାଇବା ପରେ ଆମ ଦେଶରେ ଯୌତୁକ ନିରୋଧି ଆଇନ ତିଆରି ହୋଇଥିଲା। ତା’ର ଦୁରୁପଯୋଗ ହେଉଥିବାର ବି ଅନେକ ପ୍ରମାଣ ଆସୁଛି। କିନ୍ତୁ ଯଦି ଦୁରୁପଯୋଗ ହେଉଛି ବୋଲି ଯୁକ୍ତି ଦର୍ଶାଇ ତାକୁ ଆଜି ହଟେଇ ଦିଆଯିବ ତାହେଲେ, ଘରେ ଘରେ ବୋହୂମାନଙ୍କ ଉପରେ ନିର୍ଯ୍ୟାତନା ଓ ହିଂସା ପୁଣିଥରେ ବୃଦ୍ଧି ପାଇବ। ଅସଲ କଥା ହେଲା, ଆମକୁ କୌଣସି ଭଲ ଆଇନର ଦୁରୁପଯୋଗ ତୁଳନାରେ ଉପଯୋଗର ପରିମାଣକୁ ଦେଖିବାକୁ ପଡ଼ିବ। କୌଣସି ଆଇନର ଭଲ ଖରାପକୁ ତା’ର ଦୁରୁପଯୋଗର ଆଧାରରେ ବିଚାର ନକରି ସମାଜ ପାଇଁ ତା’ର କେତେଦୂର ଉପଯୋଗ ରହିଛି, ତାରି ଆଧାରରେ ବିଚାର କରିବାକୁ ହେବ।

ଦ୍ୱିତୀୟତଃ ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିଦେଲେ ଆମର ପାରିବାରିକ ବ୍ୟବସ୍ଥା ଭାଙ୍ଗିଯିବ ବୋଲି କହିବା ବି ଅମୂଳକ ମନେହୁଏ। ଏହିଭଳି ଯୁକ୍ତି ହିଁ ଯୌତୁକ ନିର୍ଯାତନାକୁ ରୋକିବା, ମହିଳାଙ୍କ ସମ୍ପତ୍ତି ଉପରେ ଅଧିକାର, ଛାଡ଼ପତ୍ର ଆଦି ଆଇନଗତ ଅଧିକାର ଆଦିର ପ୍ରସ୍ତାବନା ସମୟରେ ହୋଇଥିଲା। ଏଠାରେ ଜାଣିବା ଦରକାର ଯେ ପରିବାରକୁ ଏକାଠି ଏବଂ ଶୃଙ୍ଖଳିତ ରଖିବାର ଦାୟିତ୍ୱଟି କେବଳ ମହିଳାଙ୍କର ନୁହେଁ। ଯେଉଁ ପରିବାର ବା ସମାଜରେ ମହିଳାଙ୍କ ବିରୁଦ୍ଧରେ ଭେଦଭାବ, ଶୋଷଣ ଏବଂ ହିଂସା ସ୍ୱାଭାବିକ ହୋଇଯିବ, ତାକୁ କଦାପି ଏକ ଶୃଙ୍ଖଳିତ ସମାଜ କୁହାଯିବନି। ବରଂ ପରସ୍ପରର ମାନବିକ ଅଧିକାର ଓ ଆତ୍ମସମ୍ମାନକୁ ସମ୍ମାନ ଦେଇ ହିଁ ଏକ ଶୃଙ୍ଖଳିତ ସମାଜ ଗଢ଼ିହେବ। ବୈବାହିକ ସମ୍ପର୍କର ସୁରକ୍ଷା ନାଁରେ ବଳାତ୍କାରକୁ ଗ୍ରହଣ କରାଯାଇ ନପାରେ। ଆମ ସମାଜ ଯେତେ ସଭ୍ୟ, ସମ୍ବେଦନଶୀଳ ଓ ଗଣତାନ୍ତ୍ରିକ ହେଉଛି, ଆମେ ସମାଜର ସବୁ ବର୍ଗର ମାନବିକ ଅଧିକାର ଓ ଆତ୍ମସମ୍ମାନକୁ ସୁରକ୍ଷିତ ରଖିବାକୁ ହେବ। ଏହି କ୍ରମରେ ହିଁ ଅତିତରେ ସମଲିଙ୍ଗୀ ସଂପର୍କକୁ ଆଇନଗତ ମାନ୍ୟତା ଦିଆଯାଇଛି। ତିନି ତଲାକକୁ ସୁପ୍ରିମକୋର୍ଟ ଉଚ୍ଛେଦ କରିଛନ୍ତି। ଲିଙ୍ଗଗତ ନ୍ୟାୟ ପାଇଁ ଶାବରୀମାଳା ମନ୍ଦିରରେ ବର୍ଷ ବର୍ଷର ପରମ୍ପରାକୁ ଭାଙ୍ଗି ଋତୁସ୍ରାବ ସମୟରେ ମହିଳାଙ୍କ ମନ୍ଦିର ପ୍ରବେଶକୁ ଅନୁମତି ପ୍ରଦାନ କରାଯାଇଛି। ବାଲ୍ୟ ବିବାହ, ସତୀଦାହ ପ୍ରଥାକୁ ଅପରାଧ ବୋଲି ଘୋଷଣା କରାଯାଇଛି। ସେହିକ୍ରମରେ ହିଁ ଆଜି ମହିଳାଙ୍କ ନିଜ ଶରୀର ଉପରେ ଅଧିକାରକୁ ସମ୍ପୂର୍ଣ୍ଣ ସ୍ୱୀକୃତି ଦେଇ ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା କରିବା ଜରୁରୀ ହୋଇପଡ଼ିଛି।

ଫୋନ: ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story