ଗୋଲାମୀ ସଂସ୍କୃତିର ପ୍ରତୀକ ‘ମାଇଁ ଲର୍ଡ଼’

ଭାଲଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ. ଏସ୍. ମୂରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ କୋର୍ଟ ଭିତରେ ମାମଲାର ବିଚାରଣା ବେଳେ ଓକିଲମାନେ ବିଚାରପତିମାନଙ୍କୁ ମାଇଁ ଲର୍ଡ଼’, ‘ୟୋର ଲର୍ଡ଼ସିପ୍’, ‘ୟୋର୍ ଅନର’ ପରି ସମ୍ବୋଧନ କହିବାର ପରମ୍ପରାକୁ ସମାପ୍ତ କରି ତା ବଦଳରେ ‘ସାର୍’ ବୋଲି କହିବାକୁ ଅନୁରୋଧ କରିଛନ୍ତି। ହାଇକୋର୍ଟର ଖଣ୍ଡପୀଠର ଉପରୋକ୍ତ ନିଷ୍ପତ୍ତିଟିକୁ କୌଣସି ରାୟ ବୋଲି କୁହାନଗଲେ ମଧ୍ୟ ଦେଶର ବିଚାର ବ୍ୟବସ୍ଥାରେ ରହିଥିବା ଉପନିବେଶବାଦୀ […]

High Court Of Odisha

High Court Of Odisha

Debendra Prusty
  • Published: Thursday, 13 January 2022
  • Updated: 13 January 2022, 01:52 PM IST

Sports

Latest News

  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ. ଏସ୍. ମୂରଲୀଧର ଓ ବିଚାରପତି ଆର୍.କେ. ପଟ୍ଟନାୟକଙ୍କ ଖଣ୍ଡପୀଠ କୋର୍ଟ ଭିତରେ ମାମଲାର ବିଚାରଣା ବେଳେ ଓକିଲମାନେ ବିଚାରପତିମାନଙ୍କୁ ମାଇଁ ଲର୍ଡ଼’, ‘ୟୋର ଲର୍ଡ଼ସିପ୍’, ‘ୟୋର୍ ଅନର’ ପରି ସମ୍ବୋଧନ କହିବାର ପରମ୍ପରାକୁ ସମାପ୍ତ କରି ତା ବଦଳରେ ‘ସାର୍’ ବୋଲି କହିବାକୁ ଅନୁରୋଧ କରିଛନ୍ତି। ହାଇକୋର୍ଟର ଖଣ୍ଡପୀଠର ଉପରୋକ୍ତ ନିଷ୍ପତ୍ତିଟିକୁ କୌଣସି ରାୟ ବୋଲି କୁହାନଗଲେ ମଧ୍ୟ ଦେଶର ବିଚାର ବ୍ୟବସ୍ଥାରେ ରହିଥିବା ଉପନିବେଶବାଦୀ ଗୋଲାମୀ ପରମ୍ପରାର ଉଚ୍ଛେଦ ଦିଗରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇପାରେ।

ତେବେ ଓଡ଼ିଶା ହାଇକୋର୍ଟ ଉପରୋକ୍ତ ନିଷ୍ପତ୍ତିଟି ନୂଆଁ ନୁହେଁ। ଏଭଳି ଔପନିବେଶିକ ଗୋଲାମୀ ପରମ୍ପରାର ଅବ୍ୟାହତି ଉପରେ ପ୍ରଶ୍ନ କରି ଗତ କିଛି ବର୍ଷ ମଧ୍ୟରେ ଦେଶର ସୁପ୍ରିମ୍‌କୋର୍ଟଙ୍କ ସମେତ ଅନେକ ରାଜ୍ୟ ହାଇକୋର୍ଟ ମଧ୍ୟ ଏଭଳି ନିଷ୍ପତ୍ତି ସବୁ ନେବା ଦେଖିବାକୁ ମିଳିଛି। ୨୦୧୪ ମସିହାରେ ବିଚାରପତି ଏସ୍. ଏ. ବୋବଡ଼େ ଓ ଏଚ୍.ଏଲ୍ ଦତ୍ତୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆସିଥିବା ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରି କହିଥିଲେ ଯେ ବିଚାରାଳୟରେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ଼’, ‘ୟୋର ଲର୍ଡ଼ସିପ୍’, ‘ୟୋର୍ ଅନର’ ପରି ନିର୍ଦ୍ଦିଷ୍ଟ କୌଣସି ଶବ୍ଦରେ ସମ୍ବୋଧନ କରିବା ବାଧ୍ୟତାମୂଳକ ନୁହେଁ। ବରଂ ଯେକୌଣସି ସମ୍ମାନଜନକ ଭାଷାରେ ବିଚାରପତିମାନଙ୍କୁ ସମ୍ବୋଧନ କରାଯାଇପାରିବ ବୋଲି କହିଥିଲେ। ସେହିପରି ୨୦୧୯ରେ ରାଜସ୍ଥାନ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ନେଇ ଗଠିତ ଏକ ପୂର୍ଣ୍ଣ ଖଣ୍ଡପୀଠ କୋର୍ଟ ମଧ୍ୟରେ ଏଭଳି ସମ୍ବୋଧନ ନକରିବାକୁ ସର୍ବସମ୍ମତ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ଭାରତର ବାର୍ କାଉନସିଲ ମଧ୍ୟ ଏଭଳି ସମ୍ବୋଧନକୁ ଔପନିବେଶ ଅତିତର ଅବଶେଷାଂଶ ବୋଲି କହିବା ସହ ଏଭଳି କରିବା ବାଧ୍ୟତାମୂଳକ ବୋଲି ନୁହେଁ ବୋଲି ପ୍ରସ୍ତାବ ଗୃହୀତ କରିଥିଲା। ୨୦୦୭ ମସିହାରେ କେରଳ ଓ ୨୦୧୧ରେ ପଞ୍ଜାବ ଓ ହରିଆନା ହାଇକୋର୍ଟର ବାର ଏସୋସିଏସନ୍ ମଧ୍ୟ ଏଭଳି ସମ୍ବୋଧନ ନକରିବାକୁ ପ୍ରସ୍ତାବ ଗୃହୀତ କରାଇଥିଲେ। ୨୦୦୯ରେ ମାଦ୍ରାସ ହାଇକୋର୍ଟରେ ବିଚାରପତି ଚନ୍ଦ୍ରୁ କୋର୍ଟରେ ବିଚାରପତିମାନଙ୍କୁ ଏଭଳି ସମ୍ବୋଧନ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ଆମେ ବ୍ୟବହୃତ କରୁଥିବା ଶବ୍ଦଗୁଡ଼ିକ କଦାପି ନିରୀହ ନୁହଁନ୍ତି। ଆମ ଦେଶରେ ଶହ ଶହ ବର୍ଷର ସାମନ୍ତବାଦୀ ଓ ଔପନିବେଶିକବାଦୀ ବ୍ୟବସ୍ଥାର ପରିଣାମ ସ୍ୱରୂପ ଆଜି ବି ଆମ ସମାଜରେ ଅନେକ ଗୁଡ଼ିଏ ଆପତ୍ତିଜନକ ଶବ୍ଦର ପ୍ରଚଳନ ରହିଛି। ଆଜି ବି ଆଇଏଏସ୍ ଓ ଆଇପିଏସ୍ ଅଧିକାରୀମାନଙ୍କୁ ତାଙ୍କର ତଳିଆ କର୍ମଚାରୀମାନେ ‘ସାହେବ’ ବୋଲି ଡାକିବା ଅବ୍ୟାହତ ରହିଥିବା ବେଳେ ସାଧାରଣ ଲୋକ ଏପରିକି ଶିକ୍ଷିତ ଲୋକମାନେ କୌଣସି ଅଧିକାରୀଙ୍କୁ ଦରଖାସ୍ତଟିଏ ଲେଖିବା ବେଳେ ମହାମହିମ, ମହାଭାଗ ସହିତ ‘ଆପଣଙ୍କ ବିଶ୍ୱସ୍ତ’, ‘ବଶମ୍ବଦ’ ଆଦି ସାମନ୍ତବାଦୀ ସମ୍ବୋଧନକୁ ଲେଖିବାକୁ ପଛାଉନାହାନ୍ତି। ସେହିକ୍ରମରେ ଆମର ବିଚାରାଳୟରେ ବ୍ୟବହୃତ ହେଉଥିବା ‘ମାଇଁ ଲର୍ଡ଼’ ସମ୍ବୋଧନଟି ଏକ ଆଧିପତ୍ୟ ଓ ଗୋଲାମୀକୁ ପ୍ରଦର୍ଶନ କରୁଥିବା ଶବ୍ଦ। ଆମେ ଯେତେବେଳେ ଜଣକୁ ‘ମାଇଁ ଲର୍ଡ଼’ ବୋଲି ସମ୍ବୋଧନ କରୁଛେ, ଆମେ ତାକୁ ଆମର ମାଲିକ ଓ ନିଜକୁ ତାଙ୍କର ଅଧିନସ୍ତ ବୋଲି ବିଚାର କହୁଛେ। ବିଚାରାଳୟରେ ବିଚାର କରୁଥିବା ବ୍ୟକ୍ତିଟି ଆମଠାରୁ ଅଧିକ କ୍ଷମତା ସମ୍ପନ୍ନ କିମ୍ବା ଯୋଗ୍ୟ ହୋଇପାରନ୍ତି କିନ୍ତୁ କଦାପି ଆମର ମାଲିକ ନୁହଁନ୍ତି। ଏଭଳି ପରିସ୍ଥିତିରେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ବୋଲି କୁହାଯାଉଥିବା ଭାରତର ବିଚାରଳାୟରେ ଏଭଳି ଗୋଲାମୀକୁ ପ୍ରଦର୍ଶିତ କରୁଥିବା ଶବ୍ଦର ବ୍ୟବହାର କଦାପି ଗ୍ରହଣୀୟ ନୁହେଁ।

ବିଚାରାଳୟମାନଙ୍କରେ ବିଚାରପତିମାନଙ୍କ ଆଗରେ ମୁଣ୍ଡ ନୁଆଁଇ ସେମାନଙ୍କୁ ‘ମାଇଁ ଲର୍ଡ଼’, ‘ୟୋର ଲର୍ଡ଼ସିପ୍’, ‘ୟୋର୍ ଅନର’ ଆଦି ସମ୍ବୋଧନ କରିବାର ପରମ୍ପରାଟି ଆମର ଔପନିବେଶିକ ଅତିତ ସହିତ ଜଡ଼ିତ। ବ୍ରିଟିଶ ଉପନିବେଶବାଦୀ ଶାସକମାନେ ସେଠାକାର ସାମନ୍ତବାଦୀ ଜମିଦାରମାନଙ୍କୁ ନୂଆ ଶାସନ ବ୍ୟବସ୍ଥାରେ ସମ୍ମିଳିତ କରିବାକୁ ସେମାନଙ୍କ ସଂସଦରେ ‘ହାଉସ୍ ଅଫ୍ ଲର୍ଡ଼ସ୍’ ଗଠନ କରିଥିଲେ। ତା’ର ଅନୁକରଣରେ ହିଁ ଆମ ଦେଶରେ ମଧ୍ୟ ରାଜ୍ୟସଭାର ଗଠନ ହୋଇଛି। ସେତେବେଳେ ଗଠିତ ବ୍ରିଟିଶ ବିଚାର ବ୍ୟବସ୍ଥା ଉପରେ ବି ସେଠାକାର ସାମନ୍ତବାଦୀ ସଂସ୍କୃତିର ପ୍ରଭାବ ରହିଥିଲା। ସେଠାରେ ବିଚାରପତିମାନଙ୍କୁ ସାଧାରଣତଃ ‘ଲର୍ଡସ୍’ ଉପାଧି ଦିଆଯାଉଥିବାରୁ କୋର୍ଟରେ ବି ସେମାନଙ୍କୁ ‘ଲର୍ଡ଼ସ୍’ ବୋଲି ସମ୍ବୋଧନ କରାଯାଉଥିଲା। ପରବର୍ତ୍ତି ଅବସ୍ଥାରେ ବ୍ରିଟିଶ ଶାସକମାନେ ନିଜ ଦେଶର ଅନେକ ସାମନ୍ତବାଦୀ ପରମ୍ପରାକୁ ଆମ ଦେଶରେ ବି ଆରମ୍ଭ କରିଥିଲେ। ସେମାନେ ନିଜ ଦେଶର କୋର୍ଟମାନଙ୍କରେ ପ୍ରଚଳିତ ଏଭଳି ରକ୍ଷଣଶୀଳ ସାମନ୍ତବାଦୀ ପରମ୍ପରାଟିକୁ ଭାରତ ସମେତ ନିଜର ସମସ୍ତ ଉପନିବେଶଗୁଡ଼ିକର ବିଚାର ବ୍ୟବସ୍ଥାରେ ପ୍ରଚଳନ କରିଥିଲେ। ଆଜି ଭାରତ ସମେତ ଶ୍ରୀଲଙ୍କା, ପାକିସ୍ଥାନ, କାନାଡ଼ା ପରି ପୂର୍ବତନ ସମସ୍ତ ବ୍ରିଟିଶ ଶାସିତ ଦେଶରେ ଏହିଭଳି ପରମ୍ପରା ଅବ୍ୟାହତ ରହିବା, ଏହି କଥାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଅଥଚ ବ୍ରିଟିଶ ସାମ୍ରାଜ୍ୟ ବାହାରେ ରହିଥିବା ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସ୍ୱିଡ଼େନ୍ ପରି ଅନ୍ୟ ୟୁରୋପୀୟ ଦେଶ ଏପରିକି ଆମେରିକା ଓ ଋଷର କୋର୍ଟମାନଙ୍କରେ ବିଚାରପତିମାନଙ୍କୁ ‘ମାଇଁ ଲର୍ଡ଼’ ବଦଳରେ ‘ୟୋର ଅନର୍’ କିମ୍ବା ‘ସାର୍’ ବୋଲି ସମ୍ବୋଧନ କରାଯାଉଛି।

କିନ୍ତୁ ଔପନିବେଶିକ ଶାସକମାନେ ଆରମ୍ଭ କରିଥିବା ଏହି ଗୋଲାମୀର ପରମ୍ପରାକୁ ସ୍ୱାଧୀନତା ପରେ ବି ଆମ ଦେଶରେ ବିନା ଦ୍ୱିଧାରେ ଅବ୍ୟାହତ ରଖାଯାଇଛି। ଆମର ବିଚାରାଳୟରେ ବିଚାରପତିମାନେ ଏଭଳି ସମ୍ବୋଧନକୁ ଭଲ ପାଇବା ସହିତ ସାଧାରଣତଃ ଏହାକୁ ଏକ ସମ୍ମାନର ପ୍ରଶ୍ନ ଭାବେ ଧରି ନେଇଛନ୍ତି। ଆଜି ବି ଏହି ଗୋଲାମୀ ପରମ୍ପରା ଅବ୍ୟାହତ ରହିବା ପଛରେ ଏହା ସବୁଠାରୁ ବଡ଼ କାରଣ ବୋଲି କୁହାଯାଇପାରେ। ଏହିକ୍ରମରେ ତଳକୋର୍ଟର ବିଚାରପତିମାନଙ୍କୁ ‘ୟୋର୍ ଅନର’ କୁହାଯାଉଥିବା ବେଳେ ହାଇକୋର୍ଟର ବିଚାରପତିମାନଙ୍କୁ ‘ମାଁଇ ଲର୍ଡ଼’ ବୋଲି ସମ୍ବୋଧନ କରିବାର ପରମ୍ପରା ରହିଛି।

ତେବେ କେବଳ ବିଚାର ବ୍ୟବସ୍ଥା ହିଁ ନୁହେଁ, ଦେଶର ଶାସନ ବ୍ୟବସ୍ଥାରେ ଏଭଳି ଔପନିବେଶିକ ପ୍ରଥା ଓ ପରମ୍ପରାର ଅନେକ ଉଦାହରଣ ରହିଛି। ବ୍ରିଟିଶମାନେ ଆମ ଦେଶକୁ ଏକ ଉପନିବେଶରେ ପରିଣତ କରି ତାକୁ ଲୁଟିବାକୁ ଆସିଥିଲେ। ନିଜର ଲୁଟ୍‌କୁ ଅବ୍ୟାହତ ଓ ନିରଙ୍କୁଶ କରିବାକୁ ସେମାନେ ଭାରତୀୟମାନଙ୍କ ଉପରେ ସମସ୍ତ ପ୍ରକାର ଦମନ ଓ ଅତ୍ୟାଚାର କରିବାକୁ ପଛେଇ ନଥିଲେ। ଏଥିପାଇଁ ସେମାନେ ଅନେକଗୁଡ଼ିଏ ଦମନମୂଳକ ଆଇନ କାନୁନ୍ କରିଥିଲେ। ଏପରିକି ସେମାନେ ନିଜ ଦେଶରେ ଜନଗଣଙ୍କୁ ଦେଇଥିବା ଅନେକଗୁଡ଼ିଏ ଅଧିକାରରୁ ଭାରତୀୟମାନଙ୍କୁ ବଂଚିତ କରିଥିଲେ। କହିବାକୁ ଗଲେ ଭାରତୀୟମାନଙ୍କୁ ଗୋଲାମ କରି ରଖିବା ଉଦ୍ଦେଶ୍ୟରେ ଏକ ମାଲିକର ମାନସିକତା ନେଇ ହିଁ ଆମ ଦେଶରେ ବ୍ରିଟିଶ ଶାସକମାନେ ଅନେକଗୁଡ଼ିଏ ଆଇନ, କାନୁନ୍, ପ୍ରଥା ଓ ପରମ୍ପରା ଆରମ୍ଭ କରିଥିଲେ। ସେମାନେ ଭାରତକୁ ଏକ ଉପନିବେଶ ଭାବେ ଦେଖିବା ସହ ଏଠାକାର ସାଧାରଣ ଜନତାଙ୍କୁ ଅମାନୁଷିକ ଦମନ ଓ ଅତ୍ୟାଚାର ଜରିଆରେ ଶାସନ କରିବବାରେ ବିଶ୍ୱାସ କରୁଥିଲେ।

ଯେହେତୁ ଆମର ବିଚାର ବ୍ୟବସ୍ଥା ସମେତ ସମଗ୍ର ଶାସନ ବ୍ୟବସ୍ଥାଟି ଉତ୍ତରାଧିକାର ସୂତ୍ରରେ ବ୍ରିଟିଶ ଉପନିବେଶବାଦୀଙ୍କ ଠାରୁ ଆସିଛି, ତେଣୁ ସାଧାରଣ ଜୀବନଠାରୁ ଆରମ୍ଭ କରି ଶାସନ ବ୍ୟବସ୍ଥାର ସବୁ ସ୍ତରରେ ଉପନିବେଶବାଦୀ ଗୋଲାମୀ ପରମ୍ପରାର ପ୍ରତିଫଳନ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ। କୋର୍ଟଠାରୁ ଆରମ୍ଭ କରି ପୋଲିସ ଥାନା ପର୍ଯ୍ୟନ୍ତ ସବୁଠାରେ ସାଧାରଣ ଜନତାଙ୍କୁ ଏକ ସ୍ୱାଧୀନ ତଥା ଗଣତାନ୍ତ୍ରିକ ଦେଶର ନାଗରିକ ବଦଳରେ ଗୋଲାମ ବା ଦ୍ୱିତୀୟ ଶ୍ରେଣୀର ନାଗରିକ ପରି ବ୍ୟବହାର ଦେଖିବାକୁ ମିଳୁଛି। ୧୮୫୭ର ଭାରତୀୟମାନଙ୍କ ପ୍ରଥମ ସ୍ୱାଧୀନତା ସଂଗ୍ରାମ ପରିପ୍ରେକ୍ଷୀରେ ଭାରତୀୟମାନଙ୍କୁ ଶାସନ ଓ ଦମନ କରିବା ଉଦ୍ଦେଶ୍ୟରେ ବ୍ରିଟିଶମାନେ ଯେଉଁ ପୋଲିସ ଆଇନ - ୧୮୬୧କୁ ପ୍ରଣୟନ କରିଥିଲେ, ଆମେ ତାକୁ ଆଜି ବି ଅବ୍ୟାହତ ରଖିଛୁ। ଆମର ଥାନାମାନଙ୍କରେ କରାଯାଉଥିବା ଅଭଦ୍ର ଭାଷାର ପ୍ରୟୋଗ, ଥାର୍ଡ଼ ଡିଗ୍ରୀର ପ୍ରୟୋଗ ଏବଂ ହାଜତରେ ହତ୍ୟା ଉପରୋକ୍ତ ଦମନକାରୀ ଔପନିବେଶିକ ମାନସିକତାକୁ ପ୍ରମାଣିତ କରୁଛି। ଔପନିବେଶିକ ବ୍ୟବସ୍ଥାର ଉତ୍ତାଧିକାର ସୂତ୍ରରେ ଆମର ପୋଲିସ ବ୍ୟବସ୍ଥାରେ କ୍ଷମତାସୀନ ଲୋକଙ୍କ ପ୍ରତି ଯେଉଁ ଅନ୍ଧ ଆନୁଗତ୍ୟ ଏବଂ ସାଧାରଣ ଜନତାଙ୍କୁ ପୋଲିସ ପକ୍ଷରୁ କରାଯାଉଥିବା ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଯାଉଛି, ତା’ର ସମାପ୍ତି କରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପୋଲିସ ଭାବେ ରୂପାନ୍ତିରତ କରିବାକୁ ଯେଉଁ ପୋଲିସ ସଂସ୍କାର କଥା ବାରମ୍ବାର ଉଠୁଛି, ତାକୁ କ୍ଷମତାସୀନ ଲୋକେ ନିଜର ନ୍ୟସ୍ତସ୍ୱାର୍ଥ ଦୃଷ୍ଟିରୁ କରିବାକୁ ପ୍ରସ୍ତୁତ ନୁହଁନ୍ତି।

ଆଜି ବି ବ୍ରିଟିଶମାନେ କରିଥିବା ଅନେକ ଦମନକାରୀ ଓ ଅନାବଶ୍ୟକ କଳା ଆଇନ ଯାହା କି ଏକ ଗଣତାନ୍ତ୍ରିକ ସମାଜ ପାଇଁ ଗ୍ରହଣୀୟ ନୁହେଁ, ଆମେ ତାକୁ ଏଯାଏଁ ଅବ୍ୟାହତ ରଖିଛେ। ଜମି ଅଧିଗ୍ରହଣ ଆଇନ -୧୮୯୪ ପରି ଅନେକ ଜନବିରୋଧି ଆଇନର ଉଚ୍ଛେଦ କିମ୍ବା ସଂଶୋଧନ ହୋଇଥିବା ବେଳେ ୧୨୪(କ) ଧାରା ଅର୍ନ୍ତଗତ ବ୍ରିଟିଶମାନଙ୍କ ପ୍ରଣୀତ ରାଷ୍ଟ୍ରଦ୍ରୋହ ଆଇନକୁ ଆଜି ବି ଅବ୍ୟାହତ ରହିଛି। ନିଜର ଶାସନ ବିରୁଦ୍ଧରେ ଉଠୁଥିବା ଭାରତୀୟଙ୍କ ଜନ ଅସନ୍ତୋଷ ଓ ପ୍ରତିବାଦକୁ ଅପରାଧ ପର୍ଯ୍ୟାୟଭୁକ୍ତ କରି ତାକୁ ଦବେଇଦେବା ପାଇଁ ଦିନେ ବ୍ରିଟିଶମାନେ ଏହି ଆଇନକୁ ତିଆରି କରିଥିଲେ। ମହାତ୍ମା ଗାନ୍ଧୀ, ବାଲ ଗଙ୍ଗାଧର ତିଳକ ଓ ଭଗତ୍ ସିଂଙ୍କ ପରି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ଆନ୍ଦୋଳନକୁ ଦେଶବିରୋଧୀ ଓ ରାଷ୍ଟ୍ରବିରୋଧୀ କହି ସେମାନଙ୍କୁ ଯେଉଁ ଆଇନ ବଳରେ ଗିରଫ କରାଯାଇଥିଲା, ତାକୁ ସ୍ୱାଧୀନ ଭାରତରେ ଅବ୍ୟାହତ ରଖି ଦେଶର ଶାସକଙ୍କ ଦ୍ୱାରା ଭିନ୍ନମତର ଦମନ ପାଇଁ ବେଧଡ଼କ ବ୍ୟବହୃତ ହେଉଛି। ତେବେ ବ୍ରିଟିଶ କବଳରୁ ଦେଶ ସ୍ୱାଧୀନ ହେବାର ସାତ ଦଶକରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଏଭଳି ଅନେକ ଔପନିବେଶିକ ଆଇନ ଆଜି ବି ଊଣା ଅଧିକେ ଅବ୍ୟାହତ ରହିଛି।

ଆମ ବିଚାରବ୍ୟବସ୍ଥାରେ ଉପନିବେଶବାଦୀ ପରମ୍ପରାର ଆଉ ଏକ ଉଦାହରଣ ହେଲା ଓକିଲମାନେ କୋର୍ଟ ପରିସରରେ ପିନ୍ଧୁଥିବା କଳାକୋଟ୍। ଯେହେତୁ ଇଂଲଣ୍ଡ ଏକ ଶୀତପ୍ରଧାନ ଦେଶ, ଅତଏବ ସେହି ଦେଶର କୋର୍ଟ କଚୋରୀକୁ ଓକିଲମାନେ ସାଧାରଣ ଭାବେ କୋଟ୍ ପିନ୍ଧି ଆସିବା ସ୍ୱାଭାବିକ ଥିଲା। ବିଚାର ପାଇଁ ଓକିଲମାନେ କୋର୍ଟ ଭିତରକୁ କଳାକୋଟ ପିନ୍ଧି ଆସିବା ଏକ ପରମ୍ପରାରେ ପରିଣତ ହୋଇଥିଲା। କିନ୍ତୁ ଏକ ଶୀତପ୍ରଧାନ ଦେଶର ଏକ ଅନାବଶ୍ୟକ ପରମ୍ପରାକୁ ବ୍ରିଟିଶ ଶାସନକାଳରେ ଆମ ଦେଶରେ ବି ଆରମ୍ଭ କରାଗଲା। ଭାରତ ଭଳି ଏକ ଗ୍ରୀଷ୍ମପ୍ରଧାନ ଦେଶର ଉଷ୍ଣ ଜଳବାୟୁରେ ଏଭଳି କୋଟ୍ ପିନ୍ଧିବା ଅନାବଶ୍ୟକ ଥିଲା। କିନ୍ତୁ ଉପରୋକ୍ତ ଉପନିବେଶବାଦୀ ପରମ୍ପରା ଯୋଗୁଁ ଏପ୍ରିଲ ମଇ ମାସର ପ୍ରବଳ ଗ୍ରୀଷ୍ମ ସମୟରେ ବି ଆମର ଓକିଲମାନେ ଅନାବଶ୍ୟକ ଭାବେ କଳାକୋଟ୍ ପିନ୍ଧି କୋର୍ଟକୁ ଆସିବାକୁ ବାଧ୍ୟ ହେଉଛନ୍ତି। ଅସହ୍ୟ ହେଲେ ମଧ୍ୟ ପରମ୍ପରାର ବୋଝରେ ଆମେ ତାକୁ ଏବେ ବି ଅବ୍ୟାହତ ରଖିଛେ। ଏଭଳି ଅନାବଶ୍ୟକ ଓ ଔପନିବେଶିକ ଶାସନର ଅବଶିଷ୍ଟାଂଶ ରୂପେ ପରିଚିତ ପରମ୍ପରାର ଆମେ ପୁନର୍ବିଚାର କରିବା ଦରକାର।

ବ୍ରିଟିଶମାନେ ଆସିବା ପୂର୍ବରୁ ଆମ ଦେଶରେ ସାମନ୍ତବାଦୀ ବ୍ୟବସ୍ଥାରେ ଶାସନରେ ଥିବା ଲୋକଙ୍କୁ ଜୀ ହଜୁର, ଜହାଁପନା ଆଦି ସମ୍ବୋଧନ କରାଯାଉଥିଲା। ସେମାନଙ୍କ ଆଗମନ ପରେ କିନ୍ତୁ ସାର୍ ଶବ୍ଦର ବ୍ୟବହାର ଆରମ୍ଭ ହେଲା। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀମାନେ ଶାସନରେ ଥିବା ଲୋକଙ୍କୁ ସାର୍ ବୋଲି ସମ୍ବୋଧନ କରିଥାନ୍ତି। ତେବେ ଆମ ଦେଶର ୧୯୦ ବର୍ଷର ଔପନିବେଶିକ ଶାସନର ପ୍ରଭାବରେ ଆମେ ଯେଉଁ ମାତ୍ରାରେ ସାର୍ ଶବ୍ଦର ବ୍ୟବହାର କରୁଛେ, ତାହା ୟୁରୋପର କୌଣସି ଦେଶ ଏପରିକି ଖୋଦ୍ ଇଂଲଣ୍ଡରେ ବି ଦେଖିବାକୁ ମିଳେନି। ବ୍ରିଟିଶମାନେ ଗୋଟିଏ ବର୍ଷରେ ଯେତିକି ଥର ସାର୍ ଶବ୍ଦର ବ୍ୟବହାର କରୁ ନଥିବେ ଆମେ ଭାରତୀୟମାନେ ଦୈନିକ ତା’ଠାରୁ ବହୁ ଅଧିକ ଥର ସାର୍ ଶବ୍ଦର ବ୍ୟବବହାର କରୁଛୁ। ଖୋଦ୍ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ସଦସ୍ୟ ସଦସ୍ୟାମାନେ ଏପରିକି ସାମ୍ବାଦିକ ସମ୍ମିଳନୀମାନଙ୍କରେ ସାମ୍ବାଦିକମାନେ ମଧ୍ୟ ସେଠାକାର ବାଚଷ୍ପତ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ସାର୍ ବୋଲି ସମ୍ବୋଧନ କରିବା ପରିବର୍ତ୍ତେ ‘ମିଷ୍ଟର ପ୍ରାଇମ୍ ମିନିଷ୍ଟର’ ଓ ‘ମିଷ୍ଟର ସ୍ପିକର’ ବୋଲି ସମ୍ବୋଧନ କରୁଥିବା ଦେଖାଯାଇଥାଏ। ଏପରିକି ଆମେରିକା ସମେତ ଅଧିକାଂଶ ଉନ୍ନତ ଦେଶରେ ସେଠାକାର ରାଷ୍ଟ୍ରପତିଙ୍କୁ ସଭା ସମିତିରେ ସାଧାରଣ ଲୋକେ ‘ମିଷ୍ଟର ବା ମିସେସ୍ ପ୍ରେସିଡ଼େଣ୍ଟ୍’ ବୋଲି କୌଣସି ସଙ୍କାଚ ବିନା ସମ୍ବୋଧନ କରିଥାନ୍ତି। ଅଥଚ ଆମଦେଶରେ ତଥାକଥିତ ବଡ଼ ଲୋକଙ୍କୁ ‘ସାର୍’ ବୋଲି ସମ୍ବୋଧନ ନକରିବା ଏକ ଅତ୍ୟନ୍ତ ସମ୍ମାନସୂଚକ ଶବ୍ଦ ବୋଲି ଧରାଯାଏ। ଆମ ଦେଶର ଶାସନ ବ୍ୟବସ୍ଥାରେ ରହିଥିବା ଔପନିବେଶିକ ଶାସନର ଉପରୋକ୍ତ ଛାପଟି ସେଠାକାର ସାମନ୍ତବାଦୀ ସଂସ୍କୃତିର ପରିଚାୟକ ମାତ୍ର। କାରଣ ସାମନ୍ତବାଦୀ ବ୍ୟବସ୍ଥାରେ ରାଜା ଓ ତାଙ୍କ ପାରିଷଦମାନଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଜଣେ ଜଣେ ପ୍ରଜା ମାତ୍ର। ଆଇନ ଆଗରେ ରାଜା ଓ ପ୍ରଜାଙ୍କ ସ୍ଥିତିଟି ସମାନ ନୁହଁ। କିନ୍ତୁ ଆଧୁନିକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନର ଆଖିରେ ସବୁ ନାଗରିକ ଓ ସେମାନଙ୍କ ଅଧିକାର ସମାନ।

ଆମ ଦେଶରେ ପ୍ରଚଳିତ ରାଜ୍ୟପାଳ ବ୍ୟବସ୍ଥାଟି ମଧ୍ୟ ବ୍ରିଟିଶ ଔପନିବେଶିକ ପରମ୍ପରାର ଆଉ ଏକ ଉଦାହରଣ। ବ୍ରିଟିଶ ଶାସନ କାଳରେ ଗଭର୍ଣ୍ଣର ବା ରାଜ୍ୟପାଳ ପ୍ରାଦେଶିକ ସରକାରର ମୁଖ୍ୟ ଥିଲେ ଏବଂ ସରକାର ଓ ଶାସନରେ ତାଙ୍କର ପ୍ରମୁଖ ଭୂମିକା ରହୁଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଏହି ପଦବୀର କୌଣସି ଆବଶ୍ୟକତା ମନେହୁଏନା। ଏପରିକି ପ୍ରତିବର୍ଷ ବିଧାନସଭାର ଅଧିବେଶନର ଆରମ୍ଭରେ ରାଜ୍ୟପାଳ ଦେଉଥିବା ଲିଖିତ ଭାଷଣଟି ବି ତାଙ୍କର ନିଜର ନଥାଏ। ରାଜ୍ୟ ସରକାର ନିଜର କାମକୁ ପ୍ରଚାରିତ କରିବା ପାଇଁ ତାକୁ ପ୍ରସ୍ତୁତ କରି ରାଜ୍ୟପାଳଙ୍କୁ ଦେଇଥାନ୍ତି, ଯାହାକୁ ସେ କେବଳ ପଢ଼ିଥାନ୍ତି ମାତ୍ର। ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଆମେ ଅଳଙ୍କାରିକ ଭାବେ ହେଲେ ବି ଔପନିବେଶିକ ଶାସନର ପ୍ରତୀକ ରୂପେ ପରିଚିତ ଏହି ପଦବୀର ପରମ୍ପରାକୁ ଅବ୍ୟାହତ ରଖିଛୁ।

ଆମର ପ୍ରଶାସନ ଓ ବିଚାରାଳୟରେ ରହିଥିବା ଅଡ଼ର୍ଲି ବ୍ୟବସ୍ଥା ଏବଂ ସେନାବାହିନୀରେ ରହିଥିବା ସହାୟକ ବ୍ୟବସ୍ଥା ମଧ୍ୟ ଔପନିବେଶିକ ଗୋଲାମୀ ପରମ୍ପରାର ଅନ୍ୟତମ ଉଦାହରଣ। ଏଭଳି ବ୍ୟବସ୍ଥା ଅନାବଶ୍ୟକ ଏବଂ କ୍ଷମତାରେ ରହୁଥିବା ଲୋକଙ୍କ ମିଛ ଷ୍ଟାଟସ୍‌କୁ ହିଁ ପ୍ରଦର୍ଶିତ କରୁଛି। କ୍ଷମତାରେ ଥିବା ଲୋକଙ୍କ ଗାଡ଼ିରେ ନାଲିବତୀର ବ୍ୟବହାର ଓ ତଥାକଥିତ ଭିଆଇପି ସଂସ୍କୃତି ବି ଔପନିବେଶିକ ପରମ୍ପରାର ଆଉ ଏକ ଉଦାହରଣ।

ଭାରତୀୟ ସମାଜରେ ଅବ୍ୟାହତ ରହିଥିବା ଔପନିବେଶିକ ମାନସିକତାର ଆଉ ଦୁଇଟି ଉଦାହରଣ ହେଉଛି, ଗୋରାକଳା ଭେଦଭାବ ଏବଂ ଇଂରାଜୀ ଭାଷା ପ୍ରତି ଭୟଙ୍କର ଦୁର୍ବଳତା। ବ୍ରିଟିଶମାନେ ଅପେକ୍ଷାକୃତ ଗୋରା ଥିବାରୁ ସେମାନେ ସେଥିପାଇଁ ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ବୋଲି ବିଚାର କରିବା ସହିତ ସେମାନଙ୍କଠାରୁ ଅପେକ୍ଷାକୃତ କଳା ରଙ୍ଗର ଦେଖାଯାଉଥିବା ଲୋକଙ୍କୁ ଘୃଣା କରୁଥିଲେ। ବିଶେଷ କରି ଆଫ୍ରୀକୀୟ ଓ ଭାରତୀୟମାନେ ସେମାନଙ୍କ ଏହି ରଙ୍ଗଭେଦୀ ଘୃଣାର ଶୀକାର ଥିଲେ। ଯଦିଓ ଆମ ଦେଶରେ କଳାଗୋରାର ଫରକଟି ଅନେକ ଆଗରୁ କିଛିମାତ୍ରାରେ ରହିଥିଲା, କିନ୍ତୁ ବ୍ରିଟିଶମାନଙ୍କ ଶାସନକାଳରେ ତାହା ଅତ୍ୟନ୍ତ ଗଭୀର ହୋଇଯାଇଥିଲା। ଆଜି ବିଶ୍ୱରେ ଆମଦେଶ, ଗୋରାହେବାର ପ୍ରତିଶୃତି ଦେଉଥିବା ଫେୟାରନେସ୍ କ୍ରିମ୍‌ର ସବୁଠାରୁ ବଡ଼ ବଜାର ହେବା କେବଳ ସଂଯୋଗ ମାତ୍ର ନୁହେଁ ବରଂ ଆମ ସମାଜରେ ରହିଥିବା ଔପନିବେଶିକ ରଙ୍ଗଭେଦୀ ମାନସିକତାର ପ୍ରତିଫଳନ ବୋଲି କୁହାଯାଇପାରେ।

ଆମର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ନାତକ କିମ୍ବା ପିଏଚ୍ଡ଼ି ସମାପ୍ତି ପରେ ଅଥବା ପ୍ରଶାସନିକ ସେବା ପାଇଁ ତାଲିମର ସମାପ୍ତି ପରେ ଶିକ୍ଷାର୍ଥୀମାନେ ଯେଉଁ ୟୁନିଫର୍ମ ବା ଗାଉନ୍ ପିନ୍ଧିଥାନ୍ତି, ତାହା ବି ଔପନିବେଶିକ ପରମ୍ପରାକୁ ପ୍ରତିଫଳିତ କରୁଛି। ବ୍ରିଟିଶମାନେ ସେମାନଙ୍କ ଶିକ୍ଷାନୁଷ୍ଠାନରେ ଚଳାଇଥିବା ଏହି ପରମ୍ପରାକୁ ଆମ ଦେଶରେ ସେମାନଙ୍କ ଶାସନକାଳରେ ପ୍ରଚଳିତ କରାଇଥିଲେ।

ସେହିପରି ବିଶ୍ୱର ବିଭିନ୍ନ ଭାଷା ପରି ଇଂରାଜୀ ମଧ୍ୟ ଏକ ଭାଷା ହୋଇଥିଲେ ବି ଔପନିବେଶିକ ମାନସିକତା ଯୋଗୁଁ ଏହାକୁ ବିଜ୍ଞତାର ପ୍ରତୀକ ବୋଲି ଧରିନିଆଯାଇଛି। ସମାଜରେ ଇଂରାଜୀ ଜାଣିଥିବା ଲୋକେ ଇଂରାଜୀ ଜାଣି ନଥିବା ଲୋକଙ୍କ ତୁଳନାରେ ଅଧିକ ଜ୍ଞାନୀ ଓ ବୁଦ୍ଧିମାନ ବୋଲି ବିଚାର କରାଯାଉଛି। ଆମର ଶାସନ କଳଠାରୁ ଆରମ୍ଭ କରି ବିଚାର ବ୍ୟବସ୍ଥା ପର୍ଯ୍ୟନ୍ତ ସବୁଠାରେ ଇଂରାଜୀ ଭାଷାର ବହୁଳ ବ୍ୟବହାର ଓ ଆଧିପତ୍ୟ ଇଂରାଜୀ ଭାଷା ଜାଣିନଥିବା ଦେଶର ସଂଖ୍ୟାଗରିଷ୍ଠ ଜନତାଙ୍କୁ ତଥ୍ୟ ଓ ଜ୍ଞାନରୁ ବଂଚିତ କରୁଛି।

ତେବେ ପରିତାପର ବିଷୟ ହେଲା, ବ୍ରିଟିଶ କବଳରୁ ମୁକ୍ତି ପାଇବାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ ଦେଶସାରା ଉତ୍ସବ ପାଳନ କରୁଥିବା ବେଳେ ଆମର ଶାସନ ଓ ସାମାଜିକ ଜୀବନରେ ଅନେକଗୁଡ଼ିଏ ଅନାବଶ୍ୟକ ତଥା ଅପମାନଜନକ ଔପନିବୋଶିକ ପରମ୍ପରାକୁ ଏଯାଏଁ ଛାଡ଼ିନପାରି ଅବ୍ୟାହତ ରଖିଛୁ। ଏକ ଗଣତାନ୍ତ୍ରିକ ଦେଶ ଭାବେ ଆମେ ଏସବୁ ଔପନିବେଶିକ ଓ ସାମନ୍ତବାଦୀ ଗୋଲାମୀର ପରମ୍ପରାକୁ ପ୍ରତ୍ୟାଖ୍ୟାନ କରିବା ଜରୁରୀ।

ଫୋନ ନଂ - ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story