ନବୀନଙ୍କ ପ୍ରଗତି, ଓଡ଼ିଶାର ଦୁର୍ଗତି

ଶୁଭ୍ରାଂଶୁ ଶେଖର ଜେନା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ୭୪ ତମ ଜନ୍ମଦିନ । ଓଡ଼ିଶା ଇତିହାସରେ ନବୀନ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଦୀର୍ଘ ୧୯ ବର୍ଷ ହେବ ଶାସନରେ ରହିଆସୁଛନ୍ତି । ଆହୁରି ୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ଲୋକମାନେ ମଧ୍ୟ ଜନାଦେଶ ଦେଇସାରିଛନ୍ତି । ଦିନେ ରାଜନୀତିରେ “ଅ’ ଅକ୍ଷର ବାବଦରେ ଅଜ୍ଞ ଥିବା ନବୀନ ଏବେ ଜଣେ ବିଜ୍ଞ ରାଜନେତା । ଦୀର୍ଘ […]

NAVEEN-PATNAIK

NAVEEN-PATNAIK

Subhransu Sekhar
  • Published: Wednesday, 16 October 2019
  • Updated: 16 October 2019, 10:41 AM IST

Sports

Latest News

  • ଶୁଭ୍ରାଂଶୁ ଶେଖର ଜେନା

ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଜି ହେଉଛି ୭୪ ତମ ଜନ୍ମଦିନ । ଓଡ଼ିଶା ଇତିହାସରେ ନବୀନ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ କି ଦୀର୍ଘ ୧୯ ବର୍ଷ ହେବ ଶାସନରେ ରହିଆସୁଛନ୍ତି । ଆହୁରି ୫ ବର୍ଷ ପର୍ଯ୍ୟନ୍ତ କ୍ଷମତାରେ ରହିବା ପାଇଁ ଲୋକମାନେ ମଧ୍ୟ ଜନାଦେଶ ଦେଇସାରିଛନ୍ତି । ଦିନେ ରାଜନୀତିରେ "ଅ' ଅକ୍ଷର ବାବଦରେ ଅଜ୍ଞ ଥିବା ନବୀନ ଏବେ ଜଣେ ବିଜ୍ଞ ରାଜନେତା । ଦୀର୍ଘ ୧୯ ବର୍ଷର ଶାସନ ଭିତରେ ନବୀନ ଏବେ ଅନେକ ସଫଳତା ସାଉଁଟି ସାରିଛନ୍ତି । କେତେବେଳେ ତାଙ୍କର ଏହି ସଫଳତାକୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ମୂଲ୍ୟାୟନ କରି ଦେଶର ଏକ ନମ୍ୱର ମୁଖ୍ୟମନ୍ତ୍ରୀର ମାନ୍ୟତା ଦେଇଛି ତ ପୁଣି କେତେବେଳେ ଟପ୍ ୩ରେ ମଧ୍ୟ ରହିଛନ୍ତି । ହେଲେ ପ୍ରଶ୍ନ ଉଠୁଛି ଯେଉଁ ରାଜ୍ୟର ଶାସନ ମୁଖ୍ୟ ଏକ ନମ୍ୱର ସେହି ରାଜ୍ୟର ସ୍ଥିତି ସର୍ବଭାରତୀୟ ସ୍ତରରେ କେଉଁଠି? ନବୀନଙ୍କ ସୁଦୀର୍ଘ ଶାସନ ଆଣିଦେଇଛି ବ୍ୟକ୍ତିଗତ ଭାବେ ଅନେକ ସଫଳତା । ହେଲେ ସାମୂହିକ ଓ ସାମଗ୍ରିକ ଭାବେ ଓଡ଼ିଶା ପାଇଛି କଣ?

ନବୀନ କ୍ଷମତାରେ ଦୀର୍ଘ ୧୯ ବର୍ଷ ହେବ ରହିଲେଣି । ତାଙ୍କ ଶାସନର ଆରମ୍ଭରୁ ଯେଉଁ ପିଲାଟି ଜନ୍ମ ନେଇଥିବ ଆଜି ସେ ସାବାଳକ । ନବୀନଙ୍କୁ ଚଳିତ ସାଧାରଣ ନିର୍ବାଚନ ବେଳେ ମଧ୍ୟ ସିଏ ଭୋଟ୍ ଦେଇଥିବ । ହେଲେ ଦୀର୍ଘ ୧୯ ବର୍ଷରେ ସେ କଣ ଦେଖିଲା । ଆଜି ବି ନବୀନଙ୍କ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଓ ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାରୁ ଛୁଟୁଛି ବାହାର ରାଜ୍ୟକୁ ଦାଦନ ଶ୍ରମିକଙ୍କ ସୁଅ । ଗୁଜରାଟ ସୁରଟ ପାଲଟିଛି ଅନେକ ଅସହାୟ ଓଡ଼ିଆଙ୍କ ପେଟ ପୋଷିବାର ଠିକଣା । ସୁରଟରେ ପ୍ରାୟତଃ ୮ ଲକ୍ଷ ଓଡ଼ିଆ ଏବେ କାର୍ଯ୍ୟରତ । ହେଲେ ସେଠାରେ ନା ଅଛି ସେମାନଙ୍କର ସ୍ଥାୟୀତ୍ୱ ନା ସାମାଜିକ ମର୍ଯ୍ୟାଦା । ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବରେ କାମ କରୁଛନ୍ତି ଓଡ଼ିଆମାନେ । ଦିନକୁ ଦିନ ସୁରଟରେ ଓଡ଼ିଆଙ୍କ ସଂଖ୍ୟା ଅଧିକ ହେଉଥିବା ଦେଖି ନୂଆବର୍ଷରୁ ଭୁବନେଶ୍ୱରରୁ ସୁରଟ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଯେଉଁ ନେତା ଚିଟଫଣ୍ଡରେ ସାମିଲ ହୋଇ ଲକ୍ଷ ଲକ୍ଷ ଲୋକଙ୍କୁ ଲୁଟିଲେ ସେମାନେ ଏବେ ଜେଲ ବାହାରେ । ଆହୁରି ଅନେକ ପ୍ରଭାବୀ ନେତା ଅଭିଯୋଗ ଥାଇ ମଧ୍ୟ ବିନ୍ଦାସ । ହେଲେ ଏଯାଏ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରିନି ।

ଗୋଟିଏ ରାଜ୍ୟର ବିକାଶ ପାଇଁ ମୁଖ୍ୟତଃ ଶିଳ୍ପ, ଶିକ୍ଷା, କୃଷି ଓ ପର୍ଯ୍ୟଟନ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏକଦା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫୦ଟି ଏମଓୟୁ ନବୀନ ସରକାର ସମୟରେ ସ୍ୱାକ୍ଷରିତ ହୋଇଥିଲା । ସେସବୁର ସ୍ଥିତି ଏବେ ଅସ୍ପଷ୍ଟ । ଜଗତ୍‌ସିଂହପୁରରୁ ପୋସ୍କୋ, ଗୋପାଳପୁରରେ ଟାଟା ଭଳି ବଡ଼ ବଡ଼ ପ୍ରକଳ୍ପ ହୋଇପାରିନାହିଁ । ଯେଉଁ କେତୋଟି ଶିଳ୍ପ ରହିଛି ସେମାନଙ୍କ ଅବସ୍ଥା ମଧ୍ୟ ଦୟନୀୟ । ସମ୍ୱଲପୁରୀ ବସ୍ତ୍ରର ଦେଶ ବିଦେଶରେ ଚାହିଦା ରହିଥିବାବେଳେ ଏଯାଏ ସମ୍ୱଲପୁରୀ ବସ୍ତ୍ରକୁ ଯେଉଁଭଳି ପ୍ରତ୍ସୋହନ କରିବା କଥା ତାହା ଏଯାଏ ହୋଇନାହିଁ । ସେହିପରି ଏକଦା ରାଜ୍ୟର ଗର୍ବଗୌରବ ଥିବା ଓ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ଯୋଗାଇଥିବା ଓଟିଏମ୍ ସମାଧି ନେଇଛି ।

ରାଜ୍ୟରେ ଦୀର୍ଘ ବର୍ଷ ଧରି ଖଣିକାରବାର ବନ୍ଦ ରହିଥିବାରୁ ରାଜ୍ୟ ଅନେକ ରାଜସ୍ୱ ହରାଇଛି । ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି ପାଇଁ ହେଉଥିବା ଦାବିକୁ କେନ୍ଦ୍ର ଅଣଦେଖା କରିଥିବାରୁ ଏ ବାବଦରେ ରାଜ୍ୟ ହରାଉଛି କୋଟି କୋଟି ଟଙ୍କାର ରାଜସ୍ୱ । ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନସ୍ଥ ଡଙ୍କାରି ପାହାଡରେ ବେଆଇନ ଖଣି ଉତ୍ତୋଳନରେ ଶାସକ ନେତା, ପ୍ରଭାବଶାଳୀ ବ୍ୟକ୍ତି ଓ ମୁନାଫାଖୋର ବ୍ୟବସାୟୀଙ୍କ ମଧୁ ଚନ୍ଦ୍ରିକା ରାଜ୍ୟକୁ ବିପୁଳ କ୍ଷତି ପହଞ୍ଚାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଜୀବନହାନୀର କାରଣ ପାଲଟିଛି । ଗତବର୍ଷ ଅକ୍ଟୋବର ୫ରେ ଏନଜିଟି ମଧ୍ୟ ଡଙ୍କାରୀ ପାହାଡରେ ସମୀକ୍ଷା କରି ଫେରିଛି । ଦୁର୍ନୀତି ହୋଇଛି ବୋଲି କହିବା ସହିତ ୨୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଜୋରିମାନା କରିଥିଲା ।

ସେହିପରି ଭଲ ପାଠ ପଢ଼ିବା ପାଇଁ ରାଜ୍ୟରେ ଘରୋଇ ସ୍କୁଲ ପ୍ରତି ଲୋକଙ୍କର ଦୁର୍ବଳତା ଅଧିକ ରହୁଛି । ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଗୋଟିଏ ପରେ ଗୋଟିଏ ବନ୍ଦ ହୋଇ ଚାଲିଛି । ଯେଉଁ କେତେକ ଅନୁଷ୍ଠାନ ରହିଛନ୍ତି ସେମାନଙ୍କ ଉପସ୍ଥିତି ନକହିବା ଭଲ । କୃଷି କ୍ଷେତ୍ରରେ ଯଦି ଦେଖିବା ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏକି ସ୍ୱତନ୍ତ୍ର କୃଷି ବଜେଟ ଆଗତ କରିଛି । ହେଲେ ଏଠିକାର ଚାଷୀଙ୍କ ଅବସ୍ଥା ନକହିବା ଭଲ । ଚାଷୀ ମୃତ୍ୟୁ ହାର କମୁନଥିବା ବେଳେ ସରକାରୀ ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ପଡ଼ି ନଷ୍ଟ ହେଉଛି । ଚାଷୀଙ୍କ ପାଇଁ ଆବଶ୍ୟକ ବଜାର ସୁବିଧା ନଥିବାରୁ ଏଠିକାର ଚାଷୀ ମାନେ କେବଳ ଧାନ ଚାଷ କରୁଛନ୍ତି । ଅଲଗା ଚାଷ ପାଇଁ ବଜାର ନଥିବାରୁ ଚାଷୀମାନେ ଅନ୍ୟ ଚାଷ ପ୍ରତି ମନବଳାଉ ନାହାନ୍ତି । ଚାଷୀଙ୍କ ପାଇଁ ନିକଟରେ କାଳିଆ ଯୋଜନା କରି ନବୀନ ଚାଷୀଙ୍କ ପାଇଁ ଦରଦ ଦେଖାଇଛନ୍ତି । ହେଲେ ନିର୍ବାଚନ ବେଳେ ବିପର୍ଯ୍ୟୟ ପାଣ୍ଠିରୁ ଟଙ୍କା ନେଇ କାଳିଆ ଯୋଜନା ଆରମ୍ଭ କରିବାର ମୁଖ୍ୟ ଉଦ୍ଦେଶ୍ୟ ପଦାରେ ପଡ଼ିଛି । ଏମିତିକି ରାଜ୍ୟସଭା ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାରେ କହିସାରିଛନ୍ତି କାଳିଆ ଯୋଜନା ପାଇଁ ଆବଶ୍ୟକ ଟଙ୍କା ନାହିଁ । କେନ୍ଦ୍ର ସହଯୋଗ କରୁ, ହେଲେ ସେହି କେନ୍ଦ୍ର ଯେତେବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ରାଜ୍ୟର ଚାଷୀଙ୍କ ତାଲିକା ମାଗିଲା ସେତେବେଳେ ରାଜ୍ୟ ଟାଳଟୁଳ ନୀତି ଅବଲମ୍ୱନ କରୁଥିବାର ଦେଖିବାକୁ ମିଳିଛି ।

ମହାନଦୀକୁ ନେଇ ନିର୍ବାଚନ ବେଳେ ବିଜେଡ଼ି ଅନେକ ତୁମ୍ୱି ତୋଫାନ କରିଥିଲା । ହେଲେ ଅସଲ କଥା ହେଲା ଛତିଶଗଡ ସରକାର ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ କଲା, ଓଡ଼ିଶା ସବୁ ଜାଣି ଚୁପ ବସିଲା । ଯେତେବେଳେ ପାଣି କମିବ ବୋଲି ଓଡ଼ିଶା ଜାଣିଲା ସେତେବେଳେ ନିଦାବିଷ୍ଣୁ ସାଜିଥିବା ନବୀନ ସକ୍ରିୟ ହୋଇ ଆରମ୍ଭ କଲେ ବିଜେପି ବିରୋଧୀ ଚତୁର ରାଜନୀତି । ଏବେ କେନ୍ଦ୍ର ଟ୍ରିବ୍ୟୁନାଲରେ ରହିଛି ଏହି ମାମଲା।

ରାଜ୍ୟରେ ସ୍ୱାସ୍ଥ୍ୟ ସେବାର କଥା ନକହିବା ଭଲ । ଆଜି ବି ଗାଁକୁ ଆମ୍ୱୁଲାନ୍ସ ଯିବା ପାଇଁ ରାସ୍ତା ନାହିଁ । ରାସ୍ତା କଡ଼ରେ ପ୍ରସବ ହେଉଥିବାବେଳେ ଅନେକ ହସ୍ପିଟାଲ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି । ହେଲେ ଏବେ ୫ଟି ସଚିବ ହସ୍ପିଟାଲ ବୁଲି କଣ ସୂଚନା ଦେବାକୁ ଚାହୁଁଛନ୍ତି ତାହା ଏବେ ପ୍ରଶ୍ନ ଘେରରେ ।

ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ । ବେଳାଭୂମି ପାଖରୁ ଆରମ୍ଭ କରି ମନ୍ଦିର ଭରପୁର ରହିଥିବାବେଳେ ସରକାରଙ୍କ ଆନ୍ତରିକତା ଅଭାବ ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେଇ ପାରୁନାହିଁ ।

ନିକଟରେ ସାଧାରଣ ନିର୍ବାଚନ ହୋଇଥିଲା । କେନ୍ଦ୍ରାପଡ଼ାରେ ପୂର୍ବତନ ବିଜେଡି ନେତା ବୈଜୟନ୍ତ ପଣ୍ଡା ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିଲେ । ତାଙ୍କ ବିରୋଧରେ ଶାସକ ଦଳର ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ସାଂସଦ ଅନୁଭବ ମହାନ୍ତି । ଅନୁଭବ କହିଲେ ଜିଲ୍ଲାରେ ଶିଳ୍ପ ନାହିଁ ବିକାଶ ହୋଇନି । ଗୋଟିଏ ଜିଲ୍ଲାର ଶିଳ୍ପ ସେତେବେଳେ ପ୍ରତିଷ୍ଠା ହୁଏ ଯେତେବେଳେ ସେହି ଜିଲ୍ଲାକୁ ରେଳ ସଂଯୋଗୀକରଣ ହୋଇଥାଏ । ଯାହାକି ବୈଜୟନ୍ତଙ୍କ ବେଳରେ ହିଁ ଏବେ ସମ୍ପୂର୍ଣ୍ଣ ହୋଇଛି । ଅର୍ଥାତ୍ ଏବେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ହେଲେ ଚତୁର ନବୀନ କିନ୍ତୁ ବୈଜୟନ୍ତଙ୍କ ବିରୋଧରେ ରାଜନୀତି କରିବାକୁ ଯାଇ ଦଳୀୟ ପ୍ରାର୍ଥୀଙ୍କ ଦ୍ୱାରା ଅନେକ କିଛି କହି ସଫଳ ହେଲେ । ଏମିତିକି ଭୋଟ ହାତେଇବାପାଇଁ କେନ୍ଦ୍ରାପଡ଼ା ଉପରେ ଫୋକସ କରିବି ବୋଲି କହିଲେ । ଏହାର ଅର୍ଥ କଣ ପୂର୍ବରୁ ବି ତ ନବୀନ ସରକାରରେ ରହିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଗୋଟିଏ ଜିଲ୍ଲା କିମ୍ୱା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ସ୍ଲୋଗାନ ଦେବା କେତେ ଠିକ୍ । ଯାହା ହେଉ ନବୀନ ସେଠାରେ ଜିତିଲେ ।

ସେହିପରି ପାଟକୁରା ବିଧାନସଭା ନିର୍ବାଚନ ବେଳେ ବିଜେପିର ହେବିୱେଟ ବିଜୟ ମହାପାତ୍ରଙ୍କ ବିରୋଧରେ ପ୍ରଚାର କରିବାକୁ ଯାଇ ନବୀନ କହିଲେ ପାଟକୁରାକୁ ତାଙ୍କ ସରକାର ଗୁରୁତ୍ୱ ଦେବେ । ଯଦି ପାଟକୁରାକୁ ଗୁରୁତ୍ୱ ଦେବେ ତାହେଲେ ଅନ୍ୟ ନିର୍ବାଚନମଣ୍ଡଳୀ ଉପରେ କଣ ସମାନ ଗୁରୁତ୍ୱ ଦେବେନି? ଏବେ ମୁଣ୍ଡ ଉପରେ ବିଜେପୁର ଉପନିର୍ବାଚନ । ବିଧାନସଭା ନିର୍ବାଚନ ବେଳେ ନବୀନ ଏହି ଆସନ ଏବଂ ଗଞ୍ଜାମ ହିଞ୍ଜିଳିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ପରେ ଏହି ଆସନରୁ ଇସ୍ତଫା ଦେଇଥିଲେ । ଏବେ ପୁଣିଥରେ ପୂର୍ବତନ ବିଧାୟିକା ରୀତା ସାହୁ ପ୍ରାର୍ଥୀ ହୋଇଛନ୍ତି । କିନ୍ତୁ ନବୀନ ବିଜେପୁର ଛାଡ଼ିବା ବେଳେ ଏକ ପ୍ୟାକେଜ ଘୋଷଣା କରିଥିଲେ ବିଜେପୁର ବାସୀଙ୍କୁ ଖୁସି କରାଇବା ପାଇଁ । ହେଲେ ୨୦୧୮ରେ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେପୁର ପାଇଁ ଗଙ୍ଗାଧର ମେହେର ଜଳ ପ୍ରକଳ୍ପ ପାଖରୁ ଆରମ୍ଭ କରି ଅନେକ ମନୋଲଭା ଯୋଜନା ଘୋଷଣା କରିଥିଲେ । ହେଲେ ଏଯାଏ ତାହାର ଅଗ୍ରଗତି ହୋଇନାହିଁ ।

ଆନ୍ଧ୍ରପ୍ରଦେଶରେ ନିକଟରେ ଜଗନ ମୋହନ ରେଡ୍ଡୀ ସରକାର କ୍ଷମତାକୁ ଆସିଛନ୍ତି । ନିକଟରେ ଗୋଟିଏ ଦିନରେ ହଜାର ହଜାର ବେକାରୀଙ୍କୁ ନିଯୁକ୍ତି ଦେଇ ରେକର୍ଡ ସୃଷ୍ଟି କରିଛନ୍ତି । ଏମିତିକି ଶିଳ୍ପାୟନ ନୀତିରେ ପରିବର୍ତ୍ତନ କରିଛନ୍ତି ଜଗନ ସରକାର । ଯେଉଁଥିରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସିଂଘ ଭାଗ ରହିଛି । ହେଲେ ଏଠାରେ ନବୀନ ନୂଆ ଶିଳ୍ପ ଛାଡ ଏମିତିକି ନିଯୁକ୍ତି ବଦଳରେ ଟଙ୍କିକିଆ ଚାଉଳ ଦେଇ ଲୋକଙ୍କୁ କୁଢ଼ିଆ କରିଥିବା ଦେଖିବାକୁ ମିଳିଛି । ୮୦ ଦଶକରେ କଂଗ୍ରେସ ସରକାର ଥିବା ବେଳେ ଅନେକ ମନ୍ତ୍ରୀଙ୍କ ସମ୍ପତ୍ତି ବୃଦ୍ଧି ପାଇଥିଲା । ଏହାପରେ ୯୦ ନିର୍ବାଚନବେଳେ ଜନତା ଦଳ ଏକ ନାରା ଦେଇଥିଲା । ତାହା ଥିଲା "ମନ୍ତ୍ରୀଙ୍କ ସମ୍ପତ୍ତି ଓଡ଼ିଶାର ଦୁର୍ଗତି' । ଯାହାକି କଂଗ୍ରେସ ସରକାର ପାଇଁ ବୁମେରାଂ ହୋଇଥିଲା । ଏହାପରେ ବିଜୁ ପଟ୍ଟନାୟକ ସରକାରକୁ ଆସିବା ପରେ ଅନେକ ମନ୍ତ୍ରୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିଲେ । ଏବେ ସମାନ କଥା ନବୀନଙ୍କ ପାଖରେ ଦେଖିବାକୁ ମିଳୁଛି ।

ଆଜି ନବୀନଙ୍କ ଜନ୍ମଦିନ । ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏଭଳି ଦିନରେ କୌଣସି ରାଜନୀତି ହେବା ଉଚିତ ନୁହେଁ । ନବୀନ ରାଜନୀତିରେ ଆହୁରି ସଫଳତା ଲାଭ କରନ୍ତୁ । ସେଥିରେ କାହାର ଆପତ୍ତି ନାହିଁ । ହେଲେ ଯେଉଁ ଓଡ଼ିଶା ଓ ଓଡ଼ିଆଙ୍କୁ ପୁଞ୍ଜି କରି ସେ ଗୋଟିକ ପରେ ଗୋଟିଏ ବ୍ୟକ୍ତିଗତ ସଫଳତା ହାସଲ କରିଚାଲିଛନ୍ତି ତାହାକୁ ରାଜ୍ୟର ସମଷ୍ଟିଗତ ଓ ସାମଗ୍ରିକ ସଫଳତାରେ ରୂପାନ୍ତରିତ କରିବାର ଆବଶ୍ୟକତା ଯେପରି ଅଣଦେଖା ନହୁଏ ସେଥିପ୍ରତି ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଅନୁଭୂତ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story