ନିତି ଆୟୋଗର ପ୍ରଶଂସା ବାସ୍ତବତା ଭିତ୍ତିକ କି?

– ରବି ଦାସ ନିତି ଆୟୋଗ ପ୍ରତିନିଧିମାନେ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବା ସମୟରେ କେତେକ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଛନ୍ତି। ବିଶେଷ ଭାବରେ ରାଜ୍ୟରେ ମୁଣ୍ଡପିଛା ଆୟ ବଢ଼ିଥିବା, ଶିଶୁମାନଙ୍କ ପୁଷ୍ଟିସାର ପାଇଁ କରାଯାଇଥିବା ବ୍ୟବସ୍ଥା, କୃଷି କ୍ଷେତ୍ରରେ ଉନ୍ନତି ଓ ବିଶେଷ ଭାବରେ ଖଣି କ୍ଷେତ୍ରରେ ରାଜ୍ୟର ସଫଳତାକୁ ପ୍ରଶଂସା କରାଯାଇଛି। ଓଡ଼ିଶାର ରାଜସ୍ୱ ବୃଦ୍ଧି ଯୋଗୁ ରାଜ୍ୟରେ ବିତ୍ତୀୟ […]

Niti Ayog

Niti Ayog

Debendra Prusty
  • Published: Thursday, 16 December 2021
  • Updated: 16 December 2021, 05:12 PM IST

Sports

Latest News

- ରବି ଦାସ

ନିତି ଆୟୋଗ ପ୍ରତିନିଧିମାନେ ଉପାଧ୍ୟକ୍ଷ ରାଜୀବ କୁମାରଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିବା ସମୟରେ କେତେକ କ୍ଷେତ୍ରରେ ଓଡ଼ିଶା ହାସଲ କରିଥିବା ସଫଳତାକୁ ପ୍ରଶଂସା କରିଛନ୍ତି। ବିଶେଷ ଭାବରେ ରାଜ୍ୟରେ ମୁଣ୍ଡପିଛା ଆୟ ବଢ଼ିଥିବା, ଶିଶୁମାନଙ୍କ ପୁଷ୍ଟିସାର ପାଇଁ କରାଯାଇଥିବା ବ୍ୟବସ୍ଥା, କୃଷି କ୍ଷେତ୍ରରେ ଉନ୍ନତି ଓ ବିଶେଷ ଭାବରେ ଖଣି କ୍ଷେତ୍ରରେ ରାଜ୍ୟର ସଫଳତାକୁ ପ୍ରଶଂସା କରାଯାଇଛି। ଓଡ଼ିଶାର ରାଜସ୍ୱ ବୃଦ୍ଧି ଯୋଗୁ ରାଜ୍ୟରେ ବିତ୍ତୀୟ ନିଅଣ୍ଟ ଶତକଡ଼ା ୫କୁ କମ୍ ରଖିବାରେ ରାଜ୍ୟ ସଫଳ ହୋଇଛି। କିନ୍ତୁ ପ୍ରକୃତରେ ଅନୁଧ୍ୟାନ କଲେ ରାଜ୍ୟର ଯେଉଁ ଅଭିବୃଦ୍ଧି ଗତ ୧୦ ବର୍ଷରେ ହାସଲ ହୋଇଛି ତାହାର ମୁଖ୍ୟ କାରଣ ହେଉଛି ଖଣିଜ ଆୟ ଓ ରାଜସ୍ୱ ବୃଦ୍ଧି ଯୋଗୁ ତାହାର ପ୍ରଭାବ ରାଜ୍ୟ ଅର୍ଥନୀତି ଉପରେ ଅନୁଭୂତ ହୋଇଛି। କିନ୍ତୁ ରାଜ୍ୟରେ ଯେଉଁ ବିକାଶ ଦ୍ୱାରା ସବୁ ଶ୍ରେଣୀର ଲୋକମାନଙ୍କର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ତାହା ହାସଲ ହୋଇନାହିଁ।

ଚଳିତ ବର୍ଷ ନଭେମ୍ବର ସୁଦ୍ଧା ରାଜ୍ୟ ସରକାର ଖଣି ରାଜସ୍ୱରୁ ୨୮ ହଜାର କୋଟି ଟଙ୍କା ଯେପରି ପାଇଛନ୍ତି ସେଥିରୁ ଆଶା କରାଯାଉଛି ଯେ, ବର୍ଷ ଶେଷ ବେଳକୁ ଅର୍ଥାତ୍ ମାର୍ଚ୍ଚ ଶେଷରେ ଖଣି ରାଜସ୍ୱରୁ ରାଜ୍ୟ ପ୍ରାୟ ୪୦ ହଜାର କୋଟି ଟଙ୍କା ପାଇବ। କିନ୍ତୁ ନିତି ଆୟୋଗ ନିକଟରେ ଜାତୀୟ ସ୍ୱାସ୍ଥ୍ୟ ଓ ପରିବାର ସର୍ବେକ୍ଷଣ ରିପୋର୍ଟରୁ ଆଧାର କରି ଭାରତ ବର୍ଷରେ ରାଜ୍ୟ ଓ ଜିଲ୍ଲାୱାରୀ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯେଉଁ ସଂଖ୍ୟା ହିସାବ କରିଛନ୍ତି ସେଥିରେ ଦେଶର ୧୦ଟି ଗରିବ ରାଜ୍ୟ ମଧ୍ୟରୁ ଓଡ଼ିଶାର ସ୍ଥାନ ୯ମରେ ରହିଛି। ଓଡ଼ିଶାରେ ଶତକଡ଼ା ୨୯.୩୫ ଭାଗ ଲୋକ ଦାରିଦ୍ର୍ୟ ସୀମରେଖା ତଳେ ଅଛନ୍ତି, ଯାହାକି ଜାତୀୟ ସ୍ତରରେ ଦାରିଦ୍ର୍ୟ ହାରାହାରି ଆୟ ଶତକଡ଼ା ୨୫.୦୧ ଠାରୁ ଅଧିକ। ଯଦିଓ ଏହି ତାଲିକା ଅନୁସାରେ ବିହାର ଦେଶର ସବୁଠାରୁ ଗରିବ ରାଜ୍ୟ, ଯେଉଁଠାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଶତକଡ଼ା ୫୧.୯୧। ଓଡ଼ିଶାରେ ବ୍ୟାପକ ଖଣିଜ ସଂପଦ ରହିଥିବା ସମୟରେ ଯେଉଁ ରାଜ୍ୟରେ ବସ୍ତୁତଃ ଖଣିଜ ସଂପଦ ନାହିଁ ସେହିପରି ରାଜ୍ୟ କେରଳରେ ହାରାହାରି ଦାରିଦ୍ର୍ୟ ହାର ଶତକଡ଼ା ମାତ୍ର ୦.୭୧ ରହିଛି। ଓଡ଼ିଶାର ଜିଲ୍ଲାୱାରୀ ତଥ୍ୟରୁ ଏକଥା ମଧ୍ୟ ସ୍ପଷ୍ଟ ଯେ, ପୁରୀ, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଦାରିଦ୍ର୍ୟ ହାର ଯଥାକ୍ରମେ ଶତକଡ଼ା ୧୧.୬୪, ୧୧.୮୩, ୧୪.୯୬ ଓ ୧୫.୪୯ରେ ରହିଛି। ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକ ରାଜ୍ୟରେ ସମୃଦ୍ଧ ଓ ସେହି ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ ହାର ଜାତୀୟ ହାରଠାରୁ ଯଥେଷ୍ଟ କମ୍। କିନ୍ତୁ ଯେଉଁ ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ ହାର ଅଧିକ ରହିଛି ଓ ଯେଉଁ ଶ୍ରେଣୀର ଲୋକମାନେ ଅଧିକ ଦାରିଦ୍ର୍ୟ ଭିତରେ ଅଛନ୍ତି ସେହିସବୁ ଜିଲ୍ଲାଗୁଡ଼ିକରେ ଖଣିଜ ସଂପଦ ଭରପୂର ରହିଛି। ସେହି ଜିଲ୍ଲାଗୁଡ଼ିକ ମଧ୍ୟରେ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ, କନ୍ଧମାଳ, କେନ୍ଦୁଝର, ଗଜପତି ପ୍ରଭୃତି ରହିଛି। ବାସ୍ତବରେ ଓଡ଼ିଶାର ଯେଉଁ ଅଂଚଳଗୁଡ଼ିକରେ ଖଣିଜ ସଂପଦ ରହିଛି ଓ ଏହି ଖଣିଜ ସଂପଦ ଉପରେ ଯେଉଁମାନେ ବର୍ଷ ବର୍ଷ ଧରି ବସବାସ କରୁଛନ୍ତି ଅର୍ଥାତ୍ ଆଦିବାସୀମାନେ ଦାରିଦ୍ର୍ୟ ଭିତରେ କାଳାତିପାତ କରୁଛନ୍ତି। ସେହିସବୁ ଅଂଚଳରେ ହାରାହାରି ଦାରିଦ୍ର୍ୟ ହାର ଜାତୀୟ ହାରାହାରି ଆୟଠାରୁ ବହୁତ ଅଧିକ, ଏପରିକି ବିହାର ଦାରିଦ୍ର୍ୟ ହାର ସହିତ ସମାନ।

ଆନ୍ତର୍ଜାତିକ ସ୍ତରରେ ଦାରିଦ୍ର୍ୟ ଯେଉଁ ହିସାବରେ ବିଚାର କରାଯାଉଛି ସେଥିରେ ତିନୋଟି କଥାକୁ ଗୁରୁତ୍ୱ ଦିଆଯାଉଛି। ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣର ମାନ। ଏହି ସମସ୍ତ ଆଧାର ଉପରେ ଆଦିବାସୀମାନେ ସବୁଠାରୁ ଖରାପ ସ୍ତରରେ ଥିବାରୁ ଆଦିବାସୀବହୁଳ ଜିଲ୍ଲାଗୁଡ଼ିକ ଦାରିଦ୍ର୍ୟ ମଧ୍ୟରେ ରହିଛନ୍ତି। ବର୍ତ୍ତମାନ ଯେଉଁ ପଦ୍ଧତିରେ ଖଣିଜ ସଂପଦ ଉତ୍ତୋଳନ ଓ ବ୍ୟବହାର କରାଯାଉଛି ସେଥିରେ ଆଦିବାସୀମାନେ ସେହି ଅଂଚଳରେ ରହୁଥିଲେ ମଧ୍ୟ ସେମାନଙ୍କର କୌଣସି ଲାଭ ହେଉନାହିଁ। ଆଦିବାସୀମାନେ କୃଷି ଓ ଜଙ୍ଗଲ ଉପରେ କେବଳ ନିର୍ଭର କରନ୍ତି ନାହିଁ, ଏହିସବୁ ବୃତ୍ତିରେ ସେମାନଙ୍କର ଦକ୍ଷତା ମଧ୍ୟ ରହିଛି। କିନ୍ତୁ ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ପାଇଁ ଓ ବିଶେଷ ଭାବରେ ଆଦିବାସୀମାନେ ଯେଉଁ କୃଷି ଉତ୍ପାଦନ କରନ୍ତି ସେଗୁଡ଼ିକର ଉଚିତ ମୂଲ୍ୟ ସେମାନେ ପାଆନ୍ତି ନାହିଁ। ସେମାନଙ୍କ ଚାଷ ଜମିକୁ ଖଣିଜ ସଂପଦ ଉତ୍ତୋଳନ ପାଇଁ ସରକାର ଅଧିଗ୍ରହଣ କରିନିଅନ୍ତି। ତା’ ପରେ ଯେଉଁ ଚାଷଜମି ରୁହେ ସେଥିରେ ଖଣିଜ ସଂପଦ ଉତ୍ତୋଳନ ଫଳରେ ଯେଉଁପରି ଭାବରେ ପରିବେଶ ନଷ୍ଟ କରାଯାଏ ସେଥିରେ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୁଏ। ଯେଉଁ ଚାଷଜମି ସେହି ଅଂଚଳରେ ରହିଛି ସେଗୁଡ଼ିକର ମାଲିକାନା ସେମାନଙ୍କୁ ପ୍ରଦାନ ପାଇଁ ବ୍ୟବସ୍ଥା କରିବାରେ ସରକାର ବିଫଳ ହୋଇଛନ୍ତି। ପ୍ରଚୁର ଜଳସଂପଦ ସତ୍ତ୍ୱେ ସେହିସବୁ ଅଂଚଳରେ ଜଳସେଚନ ବ୍ୟବସ୍ଥା ଆଦୌ ସନ୍ତୋଷଜନକ ନୁହେଁ। ସର୍ବୋପରି ସେମାନେ ଉତ୍ପାଦନ କରୁଥିବା କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ ପାଇଁ ବ୍ୟବସ୍ଥା ହୁଏନାହିଁ। ଏଣୁ ଯେଉଁ ରାଜ୍ୟରେ ଚାଷୀମାନଙ୍କର ମୁଣ୍ଡପିଛା ମାସିକ ଆୟ ମାତ୍ର ୫,୧୧୨ ଟଙ୍କା ସେହି ରାଜ୍ୟରେ ଚାଷ ଉପରେ ନିର୍ଭର କରୁଥିବା ଅଧିକାଂଶ ଆଦିବାସୀମାନଙ୍କ ଅବସ୍ଥା ସହଜରେ ଅନୁମେୟ।

ଓଡ଼ିଶାର ଦାରିଦ୍ର୍ୟ ସ୍ଥିତିକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ଖଣିଜ ସଂପଦରୁ ରାଜ୍ୟ ରାଜକୋଷକୁ ବିପୁଳ ଅର୍ଥ ଆସୁଥିଲେ ମଧ୍ୟ ଓ ଏହି ଖଣି ଅର୍ଥରେ ରାଜ୍ୟର ରାଜନୈତିକ ପାଣ୍ଠି ଓ ନିର୍ବାଚନ ରାଜନୀତି ଚାଲିଥିଲେ ମଧ୍ୟ ସେହି ଖଣିଗୁଡ଼ିକ ଭିତରେ ଜୀବନଯାପନ କରିଆସୁଥିବା ଆଦିବାସୀମାନେ ଓ ରାଜ୍ୟର ଶ୍ରମିକ ଶ୍ରେଣୀରେ ଏକ ମୁଖ୍ୟ ଭୂମିକା ନେଉଥିବା ଦଳିତମାନେ ବରାବର ଦାରିଦ୍ର୍ୟ ଭିତରେ ରହିଛନ୍ତି। ବାସ୍ତବରେ ଯେଉଁ ଜିଲ୍ଲାଗୁଡ଼ିକରେ ଆଦିବାସୀ ଓ ଦଳିତମାନଙ୍କ ସଂଖ୍ୟା ଅଧିକ ସେହି ଜିଲ୍ଲାଗୁଡ଼ିକ ଦାରିଦ୍ର୍ୟ ତାଲିକାରେ ମଧ୍ୟ ନିମ୍ନ ଅବସ୍ଥାରେ ରହିଛନ୍ତି। କିନ୍ତୁ ରାଜ୍ୟ ସରକାର ନିତି ଆୟୋଗ ନିକଟରେ ଯୁକ୍ତି କଲାବେଳେ ଗୋଟିଏ କଥା କହୁଛନ୍ତି ଯେ, ଓଡ଼ିଶା କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବାରୁ ଓଡ଼ିଶା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି। କିନ୍ତୁ ନିତି ଆୟୋଗ ଦ୍ୱାରା ଦାରିଦ୍ର୍ୟ ହାର ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଁଛି ସେଥିରୁ ଜଣାପଡ଼ୁଛି ଯେ, ପ୍ରାକୃତିକ ବିପର୍ଯ୍ୟୟରେ ଯେଉଁ ଜିଲ୍ଳାଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଉଛି ସେହି ଜିଲ୍ଳାଗୁଡ଼ିକ ଅଧିକ ସମୃଦ୍ଧ ହୋଇଛନ୍ତି ଓ ସେହିସବୁ ଜିଲ୍ଲାଗୁଡ଼ିକରେ ଦାରିଦ୍ର୍ୟ ହାର କମ୍ ରହିଛି।

ତେଣୁ ଓଡ଼ିଶାରେ ବିକାଶ ବିଷୟ ଚିନ୍ତା କଲାବେଳେ କେଉଁ ଶ୍ରେଣୀ ପ୍ରତି ଓ କାହା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା କଥା ତାହା ପ୍ରଥମେ ସ୍ଥିରୀକୃତ ହେବା ଉଚିତ। ଖଣିଜ ସଂପଦର ବିକାଶ ନିମନ୍ତେ ଓଡ଼ିଶାରେ ବହୁ ସମ୍ଭବନା ରହିଥିବା ଓ ଏଥିରେ ବିଦେଶୀ ପୁଞ୍ଜି ବିନିଯୋଗ ହେଲେ ଅଷ୍ଟ୍ରେଲିଆ ଭଳି ଓଡ଼ିଶା ବିକଶିତ ହୋଇପାରିବ ବୋଲି ନିତି ଆୟୋଗ ଯେଉଁ ପରାମର୍ଶ ଦେଇଛନ୍ତି ତାହାକୁ ଗ୍ରହଣ କରାଗଲେ ପ୍ରକୃତ ବିକାଶ ହୋଇପାରିବ ନାହିଁ। ଏଥିରେ ଖଣିଜ ସଂପଦକୁ ନେଇ ଯେଉଁ ବେପାର ହେବ ସେଥିରେ ଉପକୂଳ ଓଡ଼ିଶା ଅର୍ଥାତ୍ ଯେଉଁ ଅଂଚଳରେ ବନ୍ଦର ପ୍ରତିଷ୍ଠା ହେବ ସେଗୁଡ଼ିକର ଅଧିକ ବିକାଶ ହେବ। କିନ୍ତୁ ଖଣିଜ ସଂପଦକୁ ଜଗି ରହିଥିବା ଆଦିବାସୀମାନଙ୍କର ବିକାଶ ବା ସେମାନେ ଅନ୍ୟମାନଙ୍କ ସହିତ ସମକକ୍ଷ ହେବାପରି ଯୋଗ୍ୟତା ହାସଲ କରିପାରିବେ ନାହିଁ। ଖଣି ଆଇନରେ ଜିଲ୍ଲା ଖଣି ପାଣ୍ଠି ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହି ଅର୍ଥର କିପରି ବିନିଯୋଗ ହେବ ତାହା ଜିଲ୍ଲାପାଳଙ୍କ ଉପରେ ନିର୍ଭର କରୁଛି। ଗ୍ରାମସଭାମାନଙ୍କୁ ଏଥିରେ କ୍ଷମତା ଦିଆଯାଉନାହିଁ। ତେଣୁ ଖଣିଜ ସଂପଦରୁ ରାଜ୍ୟ ବିପୁଳ ରାଜସ୍ୱ ପାଉଥିଲେ ମଧ୍ୟ ଓ ରାଜ୍ୟର ରାଜନୀତି ଖଣି ଅର୍ଥରେ ଚାଲିଥିଲେ ମଧ୍ୟ ସେହିସବୁ ଅଂଚଳରେ ବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନାହାନ୍ତି ବା ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ରାଜ୍ୟରେ ଯଦି କୃଷିକୁ ଅଗ୍ରାଧିକାର ପ୍ରଦାନ କରି କେବଳ କୃଷି କାର୍ଯ୍ୟରେ ଦକ୍ଷତା ଥିବା ଆଦିବାସୀ ଓ ଦଳିତମାନଙ୍କୁ ସେହି ଯୋଜନାରେ ମୁଖ୍ୟ ଅସ୍ତ୍ର କରାଯାଇଥାନ୍ତା ତେବେ ପରିସ୍ଥିତି ଏବେ ଭିନ୍ନ ହୋଇଥାନ୍ତା। ଏବେବି ସମୟ ଅଛି, ରାଜ୍ୟର ବିକାଶ କୌଶଳରେ ପରିବର୍ତ୍ତନ ଜରୁରୀ ହୋଇପଡ଼ିଛି। ଖଣି ଶିଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଆଦିବାସୀମାନଙ୍କୁ ପୋଲିସ ଦ୍ୱାରା ନିୟନ୍ତ୍ରଣ କରିବା ନୀତିକୁ ପରିହାର କରି ସେମାନଙ୍କ ସହିତ ପ୍ରତ୍ୟେକ ସ୍ତରରେ ଆଲୋଚନା ପାଇଁ ବ୍ୟବସ୍ଥା ହେବା ଦରକାର।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story