ସବୁ ଜ୍ୟୋତି, ଭାଗ୍ୟବାନ ନୁହନ୍ତି!

କୌଣସି ବି ଝିଅ ପାଇଁ ଏମିତି ଏକ ପଦକ୍ଷେପ ସାଧାରଣ ନୁହେଁ। ବିହାର ଝିଅ ଜ୍ୟୋତି କୁମାରୀ ଯାହା କଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ କାମ। ୧୨୦୦ କିଲୋମିଟର ଗୁରୁଗ୍ରାମରୁ ବାପାଙ୍କୁ ପଛ ସିଟରେ ବସାଇ ସାଇକେଲ୍‌ରେ ଗାଁକୁ ଫେରିବା ସାଧାରଣ କଥା ନଥିଲା। ୭ଦିନ ଧରି ଜ୍ୟୋତି ଯେଉଁ ଘର ବାହୁଡା ଯାତ୍ରା କଲେ ତା ପଛରେ ପରିବାର ପ୍ରତି କର୍ତ୍ତବ୍ୟ, ଜନ୍ମ ମାଟିକୁ ଫେରିବାର ସଂକଳ୍ପ, ଜଣେ ଦୃଢ ମନା ଝିଅର ଅଦମ୍ୟ ସାହସ […]

biswo-nn

biswo-nn

Biswobandita Swain
  • Published: Tuesday, 26 May 2020
  • Updated: 26 May 2020, 05:55 PM IST

Sports

Latest News

କୌଣସି ବି ଝିଅ ପାଇଁ ଏମିତି ଏକ ପଦକ୍ଷେପ ସାଧାରଣ ନୁହେଁ। ବିହାର ଝିଅ ଜ୍ୟୋତି କୁମାରୀ ଯାହା କଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ କାମ। ୧୨୦୦ କିଲୋମିଟର ଗୁରୁଗ୍ରାମରୁ ବାପାଙ୍କୁ ପଛ ସିଟରେ ବସାଇ ସାଇକେଲ୍‌ରେ ଗାଁକୁ ଫେରିବା ସାଧାରଣ କଥା ନଥିଲା। ୭ଦିନ ଧରି ଜ୍ୟୋତି ଯେଉଁ ଘର ବାହୁଡା ଯାତ୍ରା କଲେ ତା ପଛରେ ପରିବାର ପ୍ରତି କର୍ତ୍ତବ୍ୟ, ଜନ୍ମ ମାଟିକୁ ଫେରିବାର ସଂକଳ୍ପ, ଜଣେ ଦୃଢ ମନା ଝିଅର ଅଦମ୍ୟ ସାହସ ଥିଲା। ଯେଉଁଥିପାଇ ଜ୍ୟୋତିଙ୍କୁ ଯେତେ ସବାସୀ ଦେଲେ କମ ପଡିବ। ଜ୍ୟୋତିଙ୍କର ଏହି ସାହସ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ  ତାଙ୍କର ପ୍ରଶଂସା କରିଛନ୍ତି।

ଇଭାଙ୍କା ଟ୍ୱିଟ୍‌ କରି ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ଜ୍ୟୋତି କୁମାରୀଙ୍କୁ ଜାତୀୟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ କହିଛନ୍ତି। ଆଗକୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜ୍ୟୋତି ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବେ, ଆଉ ଏଥିରେ ଯଦି ସେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ତାଙ୍କୁ ତାଲିମ ଦିଆଯିବ।

କେବଳ ଏତିକି ନୁହେଁ ଇଭାଙ୍କାଙ୍କ ଟ୍ୱିଟ ପରେ ଜ୍ୟୋତିଙ୍କୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପକ୍ଷରୁ ୫୦ ହଜାର ଟଙ୍କା ଓ ଦୈନିକ ଜାଗରଣ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ୫୧ ହଜାର ଟଙ୍କା ଦିଆଯାଇଛି। ଜ୍ୟୋତିଙ୍କ ଗାଁର ବିଜେପି କର୍ମକର୍ତ୍ତା ତାଙ୍କୁ ଗୋଟେ ନୂଆ ସାଇକେଲ କିଣି ଦେଇଛନ୍ତି। କେବଳ ଏମିତି ନୁହେଁ,  ଜ୍ୟୋତିଙ୍କୁ ଭିଡ଼ିଓ କଲ୍‌ ମାଧ୍ୟମରେ ତେଜସ୍ୱୀ ଯାଦବ ତାଙ୍କ ପଢ଼ା ଖର୍ଚ୍ଚ, ବିବାହ ଏବଂ ତାଙ୍କ ବାପାଙ୍କୁ ଚାକିରୀ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏଥିରେ ଗୋଟେ ଗରିବ ପରିବାରର କଷ୍ଟ ଦୂର ହେଇଯିବ ନିଶ୍ଚୟ।

ଏମିତି ଅନେକ ଶ୍ରମିକ ଏବଂ ତାଙ୍କ ପରିବାର ଲକ୍‌ଡାଉନ୍‌ ସମୟରେ ଢେର୍‌ କଷ୍ଟ ମୁଣ୍ଡାଇଛନ୍ତି। ବିହାର ମୋତିହାରୀର ଦିବ୍ୟାଙ୍ଗ ସୁନୀଲ୍ କୁମାର ନିଜର ଟ୍ରାଇ ସାଇକେଲ୍‌ ସାହାଯ୍ୟରେ ଚଣ୍ଡିଗଡ଼ରୁ ନିଜ ଗାଁ ଗୋରଖପୁର ଯାଇଛନ୍ତି। ଏଥିପାଇଁ ସୁନୀଲଙ୍କୁ ୮ ଦିନ ସମୟ ଲାଗିଥିଲା। ମୁମ୍ୱାଇର ୭ ମାସର ଗର୍ଭବତୀ ନିକିତା ମୁମ୍ବାଇରୁ ବୁଲ୍‌ଢାନା ଚାଲିଥିଲେ। ସେମିତି ଆଉ ଜଣେ ମହିଳା କାଖରେ ଏବଂ କାନ୍ଧରେ ଦୁଇ ଝିଅଙ୍କୁ ଧରି ମୁମ୍ବାଇରୁ ବିହାର ଯାତ୍ରା କରିଥିଲେ। ହାଇଦ୍ରାବାଦରେ ରହୁଥିବା ମାଲକାନଗିରିର ଜଣେ ୮ ମାସର ଗର୍ଭବତୀ ସୁନୀତା ସେଲ୍‌ ୧୦୦ କିଲୋମିଟର ଚାଲି ପୁଲିସ୍‌ ଷ୍ଟେସନ୍‌ ଯାଇ ନିଜ ଗାଁ ଫେରିବାର ଗୁହାରି କରିଥିଲେ। ସେହିପରି ତେଲେଙ୍ଗାନାରୁ ଛତିଶଗଡ଼ ଚାଲୁଥିବା ସମୟରେ ଜଣେ ଗର୍ଭବତୀ ରାସ୍ତାରେ ହିଁ ପ୍ରସବ କରିଦେଇଥିଲ। ଏମିତି କିଛି ଅବ୍ୟବସ୍ଥା ସହ ଲକ୍‌ଡାଉନ୍‌ ସମୟରେ ଚାଲିଚାଲି କିଛି ଶ୍ରମିକଙ୍କର ମୃତ୍ୟୁ ହୋଇଥିବାର ଖବର ମଧ୍ୟ ଆସିଛି।

ଏମାନଙ୍କୁ କିନ୍ତୁ କୌଣସି କ୍ଷେତ୍ରରୁ ବିଶେଷ କିଛି ସହାୟତା ମିଳିନାହିଁ। ଏମାନଙ୍କ କାହାଣୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ହେଁ ଏମାନଙ୍କୁ ସରକାରୀ ସଂସ୍ଥା କିମ୍ବା ବେସରକାରୀ ପ୍ରତିଷ୍ଠାନ ବା ବ୍ୟକ୍ତିବିଶେଷଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳିଲାନି।

ଅନ୍ୟପଟେ ଜ୍ୟୋତିଙ୍କ ପାଇଁ ଇଭାଙ୍କାଙ୍କ ଟ୍ୱିଟ୍‌ ପରେ କିଛି ଲୋକ ତାଙ୍କ ଝିଅ କେବେ ବି ଜ୍ୟୋତି ପରି ସମସ୍ୟାର ସାମ୍ନା ନକରନ୍ତୁ ବୋଲି କହିଛନ୍ତି।  ଜ୍ୟୋତି କେବେବି ନିଜ ଖୁସି ପାଇଁ ୧୨୦୦ କିଲୋମିଟର ସକେଲିଂ କରିବାର ନିଷ୍ପତି ନେଇ ନଥିଲେ। ୟା ପଛରେ ଜ୍ୟୋତିର ଗରିବୀ ଏବଂ ଅସହାୟତା ରହିଛି ଯାହା ଆମ ସରକାରୀ ଅବ୍ୟବସ୍ଥାର ନଗ୍ନ ଚିତ୍ର ବୋଲି କିଛି ଲୋକେ ଟ୍ୱିଟ୍‌ କରିବା ସହ କିଛି ଲୋକ ଏହି କାମ ପାଇଁ ଜ୍ୟୋତିଙ୍କୁ ପ୍ରଶଂସା କରିବେ ନା ତାଙ୍କୁ କ୍ଷମା ମାଗିବେ ଏନେଇ ଦ୍ଵନ୍ଦରେ  ଥିବା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story