ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ ନୀତି: ସ୍ୱାସ୍ଥ୍ୟସେବାରେ ବୈପ୍ଳବିକ ପରିବର୍ତ୍ତନର ଶଙ୍ଖନାଦ

ଓମ୍ ପ୍ରିୟଦର୍ଶୀ ଛୋଟରାୟ ସମଗ୍ର ବିଶ୍ୱରେ ଅଣାୟତ୍ତ ହୋଇସାରିଥିବା କରୋନା ଭାରତରେ ଅପେକ୍ଷାକୃତ ନିୟନ୍ତ୍ରଣରେ ଅଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କୋଭିଡ ପରିଚାଳନା ପାଇଁ ବିଭିନ୍ନ ଯୋଜନା ଓ ନୀତି ଲାଗୁ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ରୂପାୟନ ହୋଇପାରୁନାହିଁ। ଏହାର ମୁଖ୍ୟ କାରଣ ହେଉଛି ଭାରତର ଭୌଗଳିକ, ଅର୍ଥନୈତିକ ଓ ରାଜନୈତିକ ଅଣସାମଞ୍ଜସ୍ୟ ଏବଂ ସମନ୍ୱୟତାର ଅଭାବ। କୋଭିଡର ଦ୍ଵିତୀୟ ଲହର ପରେ ସହରାଞ୍ଚଳ ଡାକ୍ତରଖାନା ଗୁଡିକରେ ପ୍ରବଳ ଭିଡ଼ […]

Doctor

Doctor

Debendra Prusty
  • Published: Tuesday, 29 June 2021
  • Updated: 29 June 2021, 06:08 PM IST

Sports

Latest News

  • ଓମ୍ ପ୍ରିୟଦର୍ଶୀ ଛୋଟରାୟ

ସମଗ୍ର ବିଶ୍ୱରେ ଅଣାୟତ୍ତ ହୋଇସାରିଥିବା କରୋନା ଭାରତରେ ଅପେକ୍ଷାକୃତ ନିୟନ୍ତ୍ରଣରେ ଅଛି। ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ କୋଭିଡ ପରିଚାଳନା ପାଇଁ ବିଭିନ୍ନ ଯୋଜନା ଓ ନୀତି ଲାଗୁ ହେବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ପୂର୍ଣ୍ଣ ରୂପାୟନ ହୋଇପାରୁନାହିଁ। ଏହାର ମୁଖ୍ୟ କାରଣ ହେଉଛି ଭାରତର ଭୌଗଳିକ, ଅର୍ଥନୈତିକ ଓ ରାଜନୈତିକ ଅଣସାମଞ୍ଜସ୍ୟ ଏବଂ ସମନ୍ୱୟତାର ଅଭାବ। କୋଭିଡର ଦ୍ଵିତୀୟ ଲହର ପରେ ସହରାଞ୍ଚଳ ଡାକ୍ତରଖାନା ଗୁଡିକରେ ପ୍ରବଳ ଭିଡ଼ ଦେଖାଦେଇଛି କାରଣ ଗ୍ରାମାଞ୍ଚଳରେ ନା ବିଶେଷଜ୍ଞ ଅଛନ୍ତି ନା ଆବଶ୍ୟକୀୟ ଚିକିତ୍ସା ସଂଶାଧନ। ଆମର ସାମ୍ପ୍ରତିକ ସ୍ୱାସ୍ଥ୍ୟସେବା ଢାଞ୍ଚା ପର୍ଯ୍ୟାୟକ୍ରମେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ଚିକିତ୍ସାକେନ୍ଦ୍ର ଓ ମେଡିକାଲ କଲେଜ ସ୍ତରରେ ରହିଛି, ଯାହା ପ୍ରାୟ ୭୭ ବର୍ଷ ପୁରୁଣା ଅଟେ। ସମସ୍ତ ରାଜ୍ୟରେ ମେଡିକାଲ ଶିକ୍ଷା ଓ ଜନ ସ୍ଵାସ୍ଥ୍ୟ ଦୁଇଟି ଭିନ୍ନ ଭିନ୍ନ ମନ୍ତ୍ରଣାଳୟ ଅଧୀନସ୍ଥ। ଫଳତଃ ଅନେକ ବାସ୍ତବିକ ଓ ବିକାଶମୂଳକ ଚିନ୍ତାଧାରା ନାଲିଫିତା ତଳେ ଚାପି ହୋଇଯାଉଛି।

ଏସବୁକୁ ଦୃଷ୍ଟିରେ ରଖି ଭାରତ ସରକାର 'ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ ନୀତି' ଯୋଜନା ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଅବଶ୍ୟ ଭାଜପା ସରକାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସେତେଟା ଅବହେଳା ଦେଖାଇ ନାହିଁ, କିନ୍ତୁ ଚଳିତ ମହାମାରୀରେ ବାରମ୍ବାର କେନ୍ଦ୍ର-ରାଜ୍ୟ ଓ ରାଜ୍ୟ-ରାଜ୍ୟ ମୁହାଁମୁହିଁ ପରେ ଏକୀକୃତ ସ୍ୱାସ୍ଥ୍ୟ ନୀତି ଅବାଞ୍ଛିତ ମନେ ହେଉଛି। ମୋଦୀ ସରକାର ତାର କାର୍ଯ୍ୟକାଳ ମଧ୍ୟରେ ୧୪୫ଟି ନୂଆ ମେଡିକାଲ କଲେଜ ପାଇଁ ଅନୁମତି ଦେଇଛନ୍ତି। ୧୯୫୦ ରୁ ୨୦୧୪ ମଧ୍ୟରେ, ଦେଶରେ ପ୍ରତିବର୍ଷ ୬ ଗୋଟି ନୂଆ ମେଡିକାଲ କଲେଜ ସ୍ଥାପିତ ହେଉଥିଲା ଯାହା ବିଗତ ୬ ବର୍ଷରେ ବର୍ଷକୁ ୨୯ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୨୦୧୪ ରେ ଦେଶର ସମସ୍ତ ମେଡିକାଲ କଲେଜରେ ସମୁଦାୟ ଏମ୍.ବି.ବି.ଏସ୍ ସିଟ୍ ସଂଖ୍ୟା ୫୩,୩୪୮ ଥିଲା ଯାହା ଏବେ ବୃଦ୍ଧି ପାଇ ୮୪,୬୪୯ ରେ ପହଞ୍ଚିଛି। ପୋଷ୍ଟ ଗ୍ରାଡୁଏଟ (ପିଜି) ସିଟ୍ ସଂଖ୍ୟା ୨୦୧୪ ରେ ୨୩,୦୦୦ ଥିଲା ଯାହା ଏବେ ୪୪,୦୦୦ ରେ ପହଞ୍ଚିଛି। ମେଡିକାଲ କଲେଜରେ ସର୍ବାଧିକ ସିଟ୍ ସଂଖ୍ୟା ୧୫୦ରୁ ବୃଦ୍ଧି ହୋଇ ୨୫୦ କରାଯିବା ସହ ଉନ୍ନତ ପାଠ୍ୟକ୍ରମ, ଭିତ୍ତିଭୂମି ବିକାଶ ଓ ଅଧ୍ୟାପକ ନିଯୁକ୍ତିକୁ ଵିଶେଷ ଧ୍ୟାନ ଦିଆଯାଇଛି।

ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ଗଠନ କରି ହୋମିଓପ୍ୟାଥି, ଆୟୁଷ ଓ ଅନ୍ୟାନ୍ୟ ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ଏକୀକୃତ କରିବା ସହ ପ୍ରତି ଜିଲ୍ଲାରେ ଗୋଟିଏ ସୁପର ସ୍ପେଶାଲିଷ୍ଟ ମେଡିକାଲ ସ୍ଥାପନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଘୋଷିତ ହୋଇଥିବା ୧୬ଟି ନୂଆ ଏମ୍ସ ୨୦୨୫ ସୁଦ୍ଧା ପୂର୍ଣ୍ଣ ରୂପରେ କାର୍ଯ୍ୟ ଆରମ୍ଭ କରିବ। ପ୍ରତି ଜିଲ୍ଲାରେ ପିଜି ସିଟ୍ ସଂଯୁକ୍ତ ମେଡିକାଲ କଲେଜ ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ ସରିଛି ଯଦ୍ୱାରା ସ୍ଥାନୀୟ ସ୍ନାତକୋତ୍ତର ଚିକିତ୍ସକ ସେହି ଜିଲ୍ଲାରେ କାର୍ଯ୍ୟ କରିପାରିବେ। ସଚେତନତା ହିଁ ସୁରକ୍ଷାର ମୂଳମନ୍ତ୍ର। ଏହାକୁ ଆଧାର କରି ରାଷ୍ଟ୍ରୀୟ ଶିକ୍ଷା ନୀତି ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷାକୁ ମୁଖ୍ୟ ଶିକ୍ଷା ପଦ୍ଧତି ସହ ଯୋଡ଼ା ଯିବା ସହ ନର୍ସିଂ ଓ ପାରା ମେଡ଼ିକାଲ କର୍ମୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ପ୍ରତ୍ୟକ୍ଷ ଚିକିତ୍ସା କ୍ଷେତ୍ରରେ ସକ୍ରିୟ କରାଯିବ। ଶ୍ରବଣ ଥେରାପି, କ୍ରୀଡା ଔଷଧ, ପୋଷଣ ବିଶାରଦ (ଡାଏଟିସିଅନ), ଯୋଗ, ଫର୍ମାସୁଟିକଲ ମ୍ୟାନେଜମେଣ୍ଟ ଆଦି କ୍ଷେତ୍ରର ଷ୍ଟାର୍ଟଅପଗୁଡିକୁ ବିଶେଷ ଅନୁଦାନ ଯୋଗାଇ ଦିଆଯିବ।

ସ୍ୱାସ୍ଥ୍ୟ ଯୌଥ ଶ୍ରେଣୀରେ ଆସୁଥିବାରୁ ଅଧିକାଂଶ ନୋଡାଲ ସଂସ୍ଥା ରାଜ୍ୟ ସରକାରଙ୍କ ଅଧୀନରେ ରହୁଛି। ଯଦ୍ୱାରା ଉଭୟ ପ୍ରୟୋଗ ଓ ନିଷ୍ପତ୍ତି ଗ୍ରହଣରେ ବିଳମ୍ବ ଘଟୁଛି। ତଥ୍ୟ ଅନୁଧ୍ୟାନରୁ ଜଣାଯାଏ ଯେ ଅଦ୍ୟାବଧି କୌଣସି ବି ରାଜ୍ୟ ସରକାର ଏହି ସଂସ୍ଥାଗୁଡିକ ପ୍ରତି ଉତ୍ତରଦାୟୀ ରହିବାରେ ନିରନ୍ତରତା ଓ ପ୍ରଧାନ୍ୟତା ପ୍ରଦର୍ଶନ କରିନାହାନ୍ତି। ଏଥିରେ ସମନ୍ୱୟ ଆଣିବା ନିମନ୍ତେ ମହିଳା-ବାଳ ବିକାଶ (ପୋଷଣ), ସାମାଜିକ ନ୍ୟାୟ, ମାନସିକ ସ୍ୱାସ୍ଥ୍ୟ, ଜନ ସ୍ଵାସ୍ଥ୍ୟ, ଜଳ ଜୀବନ ମିଶନ, ସାମାଜିକ କଲ୍ୟାଣ ଆଦି ବିଭାଗକୁ ଗୋଟିଏ ଛାତ ତଳକୁ ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି। ଇଣ୍ଡିଆନ ବ୍ରାଣ୍ଡ ଇକ୍ୟୁଟି ଫାଉଣ୍ଡେସନ (ଆଇ.ବି.ଇ.ଏଫ) ରିପୋର୍ଟ ଅନୁଯାୟୀ ୨୦୩୦ ସୁଦ୍ଧା ଭାରତୀୟ ସ୍ୱାସ୍ଥ୍ୟସେବା ଉଭୟ ରାଜସ୍ୱ ଓ ରୋଜଗାର ଯୋଗାଇବା କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିବ। ମେଡିକାଲ ଉଦ୍ୟୋଗ ୨୦୨୩ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୮.୩ ଲକ୍ଷ କୋଟି ହେବାର ସମ୍ଭାବନା ରହିଛି, ଯାହା ୨୦୧୭ ରେ ୪ ଲକ୍ଷ କୋଟି ରହିଥିଲା। ଚଳିତ ସରକାର ୨୦୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ପାଇଁ ଜିଡିପିର ତିନି ପ୍ରତିଶତ ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ଯାହା ୨୦୨୪ ଭିତରେ ପ୍ରାୟ ୨.୩ ନିୟୁତ ଭାରତୀୟଙ୍କୁ ରୋଜଗାର ସୁଯୋଗ ଦେବ। ସ୍ୱାସ୍ଥ୍ୟ କ୍ଷେତ୍ରକୁ ସାମନ୍ତବାଦୀ ଅଫିସରପ୍ରଥାରୁ ମୁକ୍ତ କରିବା ପାଇଁ ଏହା ପ୍ରକୃଷ୍ଟ ସମୟ ଅଟେ। ଆଶା ଯେ, 'ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ ନୀତି' ଆମ ସ୍ୱାସ୍ଥ୍ୟ ସେବାରେ ନିର୍ଣ୍ଣାୟକ କ୍ରାନ୍ତି ଆଣି ପାରିବ।

ମୋ: ୯୧୭୮୫୬୦୩୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story