ଜରୁରୀ ହେଲାଣି ପ୍ରକୃତି ସହ ଶାନ୍ତି ସ୍ଥାପନ

ସରଳ କୁମାର ଦାସ ଶାନ୍ତି ପ୍ରସଙ୍ଗ ଉଠିଲେ ସ୍ୱାଭାବିକ ଭାବେ ଅହିଂସା କଥା ମନକୁ ଆସିଥାଏ, ଯେଉଁଠି ଦେଶ ଦେଶ ମଧ୍ୟରେ ଯୁଦ୍ଧ ବା ବିବାଦ ଲାଗି ରହି ନ ଥାଏ। ଏ ଭଳି ଏକ ହିଂସା, ଦ୍ୱେଷ, ବିବାଦ ଓ ଯୁଦ୍ଧରହିତ ସମାଜ ସମସ୍ତଙ୍କର କାମ୍ୟ। ତେବେ ମଣିଷ ଯେଉଁପରି ଅବିଚାରିତ ଭାବେ ପ୍ରକୃତିକୁ ଅହରହ ଆକ୍ରମଣ କରି ବ୍ୟାପକ କ୍ଷତି କରି ଚାଲିଛି, ତାହା ହିଂସାର ଭିନ୍ନ ଏକ ପ୍ରତିରୂପ ମାତ୍ର। ମାନବ ସମାଜର […]

Nature

Nature

Debendra Prusty
  • Published: Saturday, 02 October 2021
  • Updated: 02 October 2021, 01:22 PM IST

Sports

Latest News

  • ସରଳ କୁମାର ଦାସ

ଶାନ୍ତି ପ୍ରସଙ୍ଗ ଉଠିଲେ ସ୍ୱାଭାବିକ ଭାବେ ଅହିଂସା କଥା ମନକୁ ଆସିଥାଏ, ଯେଉଁଠି ଦେଶ ଦେଶ ମଧ୍ୟରେ ଯୁଦ୍ଧ ବା ବିବାଦ ଲାଗି ରହି ନ ଥାଏ। ଏ ଭଳି ଏକ ହିଂସା, ଦ୍ୱେଷ, ବିବାଦ ଓ ଯୁଦ୍ଧରହିତ ସମାଜ ସମସ୍ତଙ୍କର କାମ୍ୟ। ତେବେ ମଣିଷ ଯେଉଁପରି ଅବିଚାରିତ ଭାବେ ପ୍ରକୃତିକୁ ଅହରହ ଆକ୍ରମଣ କରି ବ୍ୟାପକ କ୍ଷତି କରି ଚାଲିଛି, ତାହା ହିଂସାର ଭିନ୍ନ ଏକ ପ୍ରତିରୂପ ମାତ୍ର। ମାନବ ସମାଜର ଏହି ସଂଜ୍ଞାହୀନ ଆତ୍ମଘାତୀ ଆଚରଣ ନିରନ୍ତର ଚାଲିଥିବାରୁ ସେ ସମ୍ପର୍କରେ ସେ ତିଳେ ମାତ୍ର ଚିନ୍ତିତ ବା ବିବ୍ରତ ଥିଲା ପରି ଜଣା ପଡୁନାହିଁ। ପ୍ରକୃତି ସହ ଅହରହ ଯୁଦ୍ଧରେ ଲିପ୍ତ ହୋଇ ତାକୁ କ୍ଷତବିକ୍ଷତ କରି ମଣିଷ ନିଜେ ନିଜର ରକ୍ଷାକବଚକୁ ନିଜଠାରୁ ଦୂରେଇ ଦେଉଛି। ଯୁଦ୍ଧରୁ କ୍ଷାନ୍ତ ହୋଇ ପ୍ରକୃତି ସହ ସହାବସ୍ଥାନ କରିବା ନ ଶିଖିଲେ କେବଳ ମଣିଷ ନୁହେଁ ବରଂ ସମଗ୍ର ଜୀବଜଗତ ନିଶ୍ଚିହ୍ନ ହେବାର ଦ୍ୱାରଦେଶରେ ଉପନୀତ ହେବ, ଏଥିରେ ସନ୍ଦେହ ନାହିଁ ବୋଲି ଅନ୍ତତଃ କୋଭିଡ ମହାମାରୀ ସାରା ବିଶ୍ୱବାସୀଙ୍କୁ ଏକ ବଡ଼ ଶିକ୍ଷା ଦେଇଛି।

ପ୍ରତି ବର୍ଷ ସେପ୍ଟେମ୍ୱର ୨୧ ଦିନଟିକୁ ମିଳିତ ଜାତିସଙ୍ଘ ଦ୍ୱାରା ସାରା ବିଶ୍ୱରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ରୂପେ ପାଳନ କରା ଯାଇଥାଏ। ଏ ବର୍ଷର ଏହି ଶାନ୍ତି ଦିବସର ମୂଳ ବିଷୟ ଥିଲା ‘ପ୍ରକୃତି ସହ ଶାନ୍ତି ସ୍ଥାପନ’। ପ୍ରକୃତି ସହ ଶାନ୍ତି ସ୍ଥାପନର ଅର୍ଥ ପ୍ରକୃତିର ସଂରକ୍ଷଣକୁ ବୁଝାଉଥିଲେ ବି ତହିଁର ପ୍ରକୃତ ଉଦ୍ଦେଶ୍ୟ ଉପଯୁକ୍ତ ଯତ୍ନ ଦ୍ୱାରା ପ୍ରକୃତିର ଭଗ୍ନ ସ୍ୱାସ୍ଥ୍ୟର ଉପଚାର ପୂର୍ବକ ତା’ର ସ୍ୱାସ୍ଥ୍ୟ ପୁନର୍ଲାଭ କରାଇ ବୃହତ୍ତର ଜୀବଜଗତକୁ ସେ ଯୋଗାଇ ଆସିଥିବା ମୂଲ୍ୟବାନ ସମ୍ୱଳ ଓ ସେବାକୁ ନିରନ୍ତର କିପରି ପ୍ରଦାନ କରିବାକୁ ସକ୍ଷମ ହେବ, ତାହା ସୁନିଶ୍ଚିତ କରିବା। ଏହି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) ଦ୍ୱାରା ଜଳବାୟୁ ନିୟନ୍ତ୍ରଣ, ଜୈବ ବିବିଧତା ଓ ପ୍ରଦୂଷଣ ତାତ୍କାଳିକତା ସମ୍ୱନ୍ଧରେ ଏକ ବିଜ୍ଞାନସମ୍ମତ ଖସଡ଼ା ପ୍ରସ୍ତୁତ କରାଯାଇଛି।

ପରିବେଶ ସଂକ୍ରାନ୍ତୀୟ ଉଦବେଗକୁ ବିଶ୍ୱ ପଟଳରେ ଥୋଇବା ଲାଗି ୧୯୭୨ରେ ଆୟୋଜିତ ଷ୍ଟକହୋମ ସମ୍ମିଳନୀ ଥିଲା ପ୍ରଥମ ପଦକ୍ଷେପ। ବିଭିନ୍ନ ଅନୁଷ୍ଠାନଙ୍କ ପରିବେଶ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମଗୁଡ଼ିକୁ ବିକାଶ କରିବା ତଥା ସେମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ସେହି ବର୍ଷ ହିଁ ଜାତିସଂଘ ଦ୍ୱାରା ୟୁଏନଇପି ଗଠିତ ହୋଇଥିଲା। ଇତିମଧ୍ୟରେ ୫୦ ବର୍ଷ ବିତି ଯାଇଥିଲେ ବି ପରିବେଶ ସଂକ୍ରାନ୍ତୀୟ ଉଦବେଗଗୁଡିକର ସମାଧାନ ହେବା ପରିବର୍ତ୍ତେ ଅଧିକ ଗମ୍ଭୀର ହୋଇଛି। ଏହି ସମୟରେ ବିଶ୍ୱର ଅର୍ଥନୀତି ୫ ଗୁଣ ବଢ଼ିଥିବା ବେଳେ ବିଶ୍ୱ ବାଣିଜ୍ୟ ୧୦ ଗୁଣ ହୋଇଛି। ଜନସଂଖ୍ୟା ଦୁଇ ଗୁଣ ହୋଇ ୭୮୦ କୋଟିରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୦ କୋଟି ଦରିଦ୍ର ଓ ୭୦ କୋଟି କ୍ଷୁଧା ଜର୍ଜରିତ। ସବୁଜଗୃହ ଗ୍ୟାସ ନିର୍ଗମନ ଦୁଇ ଗୁଣ ହୋଇଛି ଓ ରସାୟନ ଉତ୍ପାଦନ, ବର୍ଜ୍ୟ ଓ ପ୍ରଦୂଷଣ ଅତ୍ୟଧିକ ବୃଦ୍ଧି ପାଇଛି। ସମ୍ୱଳର ଉପଯୋଗ ୩ ଗୁଣ ବଢ଼ିଛି ଓ ମଣିଷର କାର୍ଯ୍ୟକଳାପ ଯୋଗୁ ତିନି ଚତୁର୍ଥାଂଶ ତୁଷାରବିହୀନ ଅଞ୍ଚଳ ଓ ଦୁଇ-ତୃତୀୟାଂଶ ମହାସାଗର  ପ୍ରଭାବିତ ହୋଇଛି। ଫଳରେ ଜୀବନକୁ ସାହାରା ଦେବା, ସମ୍ୱଳ ଯୋଗାଇବା, ବର୍ଜ୍ୟବସ୍ତୁକୁ ଶୋଷିବାର ପୃଥିବୀର ସାମର୍ଥ୍ୟ କ୍ଷୟ ହୋଇ ସବୁ ସୀମା ଟପି ସାରିଲାଣି। ୟୁଏନଇପିର ଆକଳନ ଅନୁସାରେ ମଣିଷ ସମାଜକୁ ପ୍ରକୃତି ଯୋଗାଉଥିବା ସମ୍ୱଳ ଓ ସେବା, ଯାହାକୁ ପ୍ରାକୃତିକ ପୁଞ୍ଜିର ଭଣ୍ଡାର ବୋଲି କୁହାଯାଇଥାଏ, ତା’ର ଉପଲବ୍ଧତା ଗତ ଦୁଇ ଦଶକ ମଧ୍ୟରେ ମୁଣ୍ଡପିଛା ୪୦ ପ୍ରତିଶତ ହ୍ରାସ ପାଇଛି ଓ ସାରା ବିଶ୍ୱରେ ପ୍ରତି ୧୦ ଜଣରେ ୯ ଜଣ ଲୋକ ଦୂଷିତ ବାୟୁ ସେବନ କରୁଛନ୍ତି। ଏ ଭଳି ସ୍ଥିତିରେ ମଣିଷର ଜୀବିକା, ସମତା, ସ୍ୱାସ୍ଥ୍ୟ, ଅର୍ଥନୈତିକ ଅଭିବୃଦ୍ଧି, ଶାନ୍ତି, ଖାଦ୍ୟ, ଜଳ, ପରିମଳ, ସୁରକ୍ଷିତ ସହର ଓ ବସ୍ତି ଆଦି ସବୁ କିଛି ବିପଦ ମୁହଁକୁ ଠେଲି ହୋଇଯାଇଛି। ମାନବ କଲ୍ୟାଣ ପୃଥିବୀର ପ୍ରାକୃତିକ ପ୍ରଣାଳୀ ଉପରେ ଅନେକାଂଶରେ ନିର୍ଭର କରିଥାଏ। ସାମାଜିକ, ଅର୍ଥନୈତିକ ଓ ବୈଷୟିକ ଦୃଷ୍ଟିରୁ ମଣିଷ ଯେତିକି ଅଗ୍ରଗତି କରୁଛି, ପୃଥିବୀ ଉପରେ ଅଧିକରୁ ଅଧିକ ଚାପ ପଡ଼ି ଚାଲିଛି, ଯାହା ବହନ କରିବାକୁ ସେ ଅସମର୍ଥ। ଫଳରେ ଏବର ଓ ଭବିଷ୍ୟତର ମାନବ କଲ୍ୟାଣ ବାଧିତ ହେବା ସ୍ୱାଭାବିକ। ସବୁ ଜୀବଜନ୍ତୁଙ୍କ ପାଇଁ ଉପଲବ୍ଧ ପୃଥିବୀର ସୀମିତ ସମ୍ୱଳକୁ ବିଜ୍ଞତାର ସହ ଉପଯୋଗ ନ କଲେ କେବଳ ସମୃଦ୍ଧି ଯେ ବାଧା ପ୍ରାପ୍ତ ହେବ ତାହା ନୁହେଁ, ବରଂ ତାହା ଏ ଯାଏଁ ହୋଇଥିବା ପ୍ରଗତିକୁ ବି ପଶ୍ଚାଦଗାମୀ କରିପାରେ। ପ୍ରକୃତି ହିଁ ମଣିଷର ଅର୍ଥନୈତିକ ଓ ସାମାଜିକ ବିକାଶ ସାଧନର ମୂଳଦୁଆ ପ୍ରସ୍ତୁତ କରିଥାଏ। ଏ ପର୍ଯ୍ୟନ୍ତ ଚାଲି ଆସିଥିବା ବିକାଶର ପଦ୍ଧତି ଅତ୍ୟଧିକ ସମ୍ୱଳର ବ୍ୟବହାରକୁ ଗୁରୁତ୍ୱ ଦେଉଥିବାରୁ ବିକଶିତ ଦେଶଗୁଡିକ ଦରିଦ୍ର ଦେଶଙ୍କ ତୁଳନାରେ ସେଗୁଡିକର ଅଧିକ ଉପଯୋଗ କରୁଛନ୍ତି। ଅସମାନତା ବୃଦ୍ଧିର ତାହା ହିଁ ପ୍ରମୁଖ କାରଣ। ଫଳରେ ବିଶ୍ୱର ତାପମାନକୁ ୨ ଡିଗ୍ରୀ ସେଲସିଅସ ମଧ୍ୟରେ ସୀମିତ ରଖିବା ଲାଗି ବିଭିନ୍ନ ଦେଶଙ୍କ ସଙ୍କଳ୍ପ ପୂରଣ ହୋଇ ନ ପାରି ପରୋକ୍ଷରେ ତାହା ପରିବେଶର ପ୍ରଭୁତ କ୍ଷତି ସାଧନ କରୁଛି ମଧ୍ୟ। ତେଣୁ ଏହି ଧରଣ ଅର୍ଥନୈତିକ ବିକାଶର ମଡେଲକୁ ପରିବର୍ତ୍ତନ କରିବା ପାଇଁ ସବୁ ଦେଶଙ୍କୁ ଗମ୍ଭୀରତାର ସହ ବିଚାର କରିବାକୁ ହେବ। ଦେଶଗୁଡ଼ିକୁ ଏପରି ଏକ ଅର୍ଥନୀତିର ମଡେଲକୁ ଗ୍ରହଣ କରି କାର୍ଯ୍ୟକାରୀ କରିବାକୁ ହେବ ଯାହା ପୁନର୍ବ୍ୟବହାର, ନିର୍ଗମନ ହ୍ରାସ ଓ ରସାୟନ ଓ ବିଷ (ଟକ୍ସିନ)କୁ ଉନ୍ମୁଳନ କରିବା ଉପରେ ଗୁରୁତ୍ୱ ଦେଉଥିବ। ଅବଶ୍ୟ ଏ ସବୁ କଲା ବେଳେ ଯେପରି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ଚାଲିଥିବ, ସେଥିପ୍ରତି ବି ଧ୍ୟାନ ଦେଉଥିବ।

ଏ ସମସ୍ତ ହାସଲ କରିବାକୁ ହେଲେ ପ୍ରକୃତିକୁ ଅବିଚାରିତ ଭାବେ ଦୋହନ କରିବାର ମାନସିକତାରୁ ନିବୃତ୍ତ ହୋଇ ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଲାଗି ମଣିଷ ସମାଜର ପ୍ରକୃତି ସହ ଥିବା ଅନ୍ତରଙ୍ଗ ସମ୍ପର୍କକୁ ଦେଖିବାର ଦୃଷ୍ଟିଭଙ୍ଗୀରେ ଆମୂଳଚୂଳ ପରିବର୍ତ୍ତନ ଆସିବା ଆବଶ୍ୟକ। ସେଥିପାଇଁ ପ୍ରକୃତି ସହ ସନ୍ତୁଳନ ରକ୍ଷା କରି ଅର୍ଥନୈତିକ ଓ ଆର୍ଥିକ ବ୍ୟବସ୍ଥାକୁ ଆପଣାଇବା ଅପରିହାର୍ଯ୍ୟ। ସମସ୍ତଙ୍କୁ କିପରି ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ଓ ଜଳ ମିଳିପାରିବ ସେ ନେଇ ଉଦ୍ୟମ ଆବଶ୍ୟକ। ଜୀବାଶ୍ମ ଇନ୍ଧନର ବ୍ୟବହାର ସମାପ୍ତ କରି ଅଣପାରମ୍ପରିକ ଶକ୍ତିର ବ୍ୟବାହାରକୁ ବଢ଼ାଇ ସାରା ବିଶ୍ୱରୁ ଅଙ୍ଗାରକାମ୍ଳ ନିର୍ଗମନକୁ ୨୦୩୦ ସୁଦ୍ଧା ଅଧା ଓ ୨୦୫୦ ସୁଦ୍ଧା ଶୂନ କରିବାର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ଦିଗରେ ସମସ୍ତ ପ୍ରକାର ଉଦ୍ୟମକୁ ତ୍ୱରାନ୍ୱିତ କରିବାକୁ ହେବ। ରସାୟନ, ବର୍ଜ୍ୟବସ୍ତୁ ଓ ପ୍ରଦୂଷଣର ସୁପରିଚାଳନା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବାକୁ ହେବ, କାରଣ ସାଧାରଣ ସ୍ୱାସ୍ଥ୍ୟ ଉପରେ ସେଗୁଡ଼ିକର ସର୍ବାଧିକ ମନ୍ଦ ପ୍ରଭାବ ପଡ଼ିଥାଏ। ବିଭିନ୍ନ ପ୍ରକାର ସମ୍ୱଳ ସୀମିତ ହୋଇଥିବାରୁ ସେଗୁଡ଼ିକର ଅପଚୟ ନ କରି ବାରମ୍ୱାର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଭୂମି ଓ ମହାସାଗରର ବ୍ୟାବହାରକୁ ମନ ଇଚ୍ଛା ନ କରି ସେଗୁଡିକୁ ସୁରକ୍ଷା ପ୍ରଦାନ କରାଯାଇ ପାରିଲେ ସେଗୁଡ଼ିକ ଦୀର୍ଘ ଦିନ ଧରି ମଣିଷକୁ ସମ୍ୱଳ ଓ ସେବା ଯୋଗାଇବାକୁ ସମର୍ଥ ହୋଇଥାଆନ୍ତି।

ପ୍ରତି ବର୍ଷ ପ୍ରଦୂଷଣ ଯୋଗୁ ପ୍ରାୟ ୯ କୋଟି ଲୋକଙ୍କର ଅକାଳ ମୃତ୍ୟୁ ହୋଇଥାଏ। ଜଳବାୟୁ ଓ ଜୈବବିବିଧତା ପରିବର୍ତ୍ତନ ସମ୍ପର୍କିତ ସ୍ୱାସ୍ଥ୍ୟଗତ କାରଣରୁ ଲକ୍ଷ ଲକ୍ଷ ଲୋକଙ୍କର ନିଧନ ହେଉଛି। ତେଣୁ ଜଳବାୟୁ ପରିବର୍ତ୍ତନ, ଜୈବବିବିଧତାର ହାନି ଓ ପ୍ରଦୂଷଣ ଏହି ତିନିଟି ମିଶି ମାନବ ସମାଜର ଦୁର୍ଦ୍ଦଶାର କାରଣ ହେବା ସହ ମଣିଷ ନିକଟରୁ ଅନେକ ସୁଯୋଗ ଛଡାଇ ନେଉଥିବାରୁ ଏହି ତିନିଟି ସମସ୍ୟାର ଏକ ସଙ୍ଗେ ମୁକାବିଲା କରିବାକୁ ହେବ। ବିକଶିତ ଦେଶମାନେ ବି ସେମାନଙ୍କ ସର୍ବମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଦର୍ଶାଇଲା ବେଳେ ପରିବେଶ ବିଧ୍ୱଂସ ଜନିତ ମୂଲ୍ୟକୁ ଠିକ ରୂପେ ଦର୍ଶାଉ ନ ଥିବାରୁ ତାହା ସ୍ଫୀତ ଜଣା ପଡ଼ିଥାଏ। ଏ ଦିଗରେ ସରକାର, ବ୍ୟବସାୟ କ୍ଷେତ୍ର, ନାଗରିକ ସମାଜ, ଶୈକ୍ଷିକ ଅନୁଷ୍ଠାନ, ଗଣମାଧ୍ୟମ ଓ ବ୍ୟକ୍ତିବିଶେଷ ସମସ୍ତଙ୍କୁ ନିଜ ନିଜ ସ୍ତରରେ ଉଦ୍ୟମ କରିବାକୁ ହେବ, ତେବେ ସରକାରଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ନୀତି ଓ ନିଷ୍ପତ୍ତି ଗ୍ରହଣ କଲା ବେଳେ ପ୍ରକୃତିକୁ ସାମନାରେ ରଖି ନେବାକୁ ହେବ। ଯେ କୌଣସି ପ୍ରକଳ୍ପର ମୂଲ୍ୟ ନିର୍ଦ୍ଧାରଣ କଲା ବେଳେ ସେଥିରେ ପରିବେଶ ସୁରକ୍ଷାର ମୂଲ୍ୟକୁ ଯୋଗ କରିବାକୁ ହେବ। ଜୀବାଶ୍ମ ଇନ୍ଧନର ବ୍ୟବହାରକୁ ସୀମିତ ବା ସମାପ୍ତ କରିବା ପାଇଁ ତା’ ଉପରେ ଥିବା ସବସିଡିକୁ ତୁରନ୍ତ ସମାପ୍ତ କରିବାକୁ ହେବ। ଶକ୍ତି କ୍ଷେତ୍ରର ଆବଶ୍ୟକତାକୁ ପୂରଣ କରିବା ପାଇଁ ସମସ୍ତ ବିକଳ୍ପ ପ୍ରୟାସକୁ ସମର୍ଥନ ଓ ସହଯୋଗ କରିବାକୁ ହେବ। ପ୍ରଦୂଷଣ ଓ ବର୍ଜ୍ୟବସ୍ତୁକୁ ହ୍ରାସ କରି ପ୍ରକୃତିକୁ ତା’ର ସ୍ୱାସ୍ଥ୍ୟ ପୁନର୍ଲାଭରେ ସହାୟତା କରିବାକୁ ପ୍ରୟାସ ହେବା ଆବଶ୍ୟକ।

ଆମର ପାରିବେଶିକ, ସାମାଜିକ ଓ ଅର୍ଥନୈତିକ ଆହ୍ୱାନଗୁଡିକ ପରସ୍ପର ସହ ସଂଲଗ୍ନ ଥିବାରୁ ସେଗୁଡ଼ିକୁ ଅଲଗା ଅଲଗା କରି ଦେଖି ହେବନାହିଁ। ସେଗୁଡ଼ିକର ସମାଧାନର ବାଟ ମଧ୍ୟ ଏକ ସଙ୍ଗେ ଖୋଜିବାକୁ ହେବ। ଉଦାହରଣ ସ୍ୱରୂପ ସତତ ବିକାଶ ଲକ୍ଷ୍ୟ (ଏଡିଜି) ଅନୁଯାୟୀ ୨୦୩୦ ସୁଦ୍ଧା ବିଶ୍ୱରୁ ଦାରିଦ୍ର୍ୟ ଦୂର କରିବା ଲକ୍ଷ୍ୟ ହାସଲ କରିବା ଏକ ପ୍ରକାର ଅସମ୍ଭବ ହୋଇପଡ଼ିବ, ଯଦି ବିଶ୍ୱର ଦରିଦ୍ରତମ ଦେଶଗୁଡ଼ିକରେ ଜଳବାୟୁ ପରିବର୍ତ୍ତନ ଜନିତ ଖାଦ୍ୟ ଉତ୍ପାଦନ ହ୍ରାସ ସମସ୍ୟାର ସମାଧାନ ପ୍ରତି ଧ୍ୟାନ ଦିଆ ନ ଯାଏ। ପରିବେଶ ଅବକ୍ଷୟ ଯୋଗୁ ଦାରିଦ୍ର୍ୟ ଦୂରୀକରଣ, ଅସମାନତା ହ୍ରାସ, ଅର୍ଥନୈତିକ ପ୍ରଗତି, ସ୍ୱାସ୍ଥ୍ୟ, ଖାଦ୍ୟ ଓ ଜଳ ସୁରକ୍ଷା ଆଦି ବାଧାପ୍ରାପ୍ତ ହୋଇ ସମସ୍ତ ସତତ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଅନ୍ତରାୟ ସୃଷ୍ଟି ହେବ।

ପ୍ରକୃତିକୁ ଧ୍ୱଂସାଭିମୁଖୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଜୀବଟି ହେଉଛି ମଣିଷ। ତେବେ ସେହି ପ୍ରକୃତିକୁ ସଜାଡ଼ିବା ଲାଗି ବି ତା’ ନିକଟରେ ଯଥେଷ୍ଟ ଜ୍ଞାନ ଓ ଦକ୍ଷତା ଥିବାରୁ ସେହି ଗୁରୁ ଦାୟିତ୍ୱକୁ ତାକୁ ହିଁ ନିର୍ବାହ କରିବାକୁ ହେବ। ପ୍ରକୃତି ସହ ଶାନ୍ତି ସ୍ଥାପନ କରି ଏକ ସମାବେଶୀ ବିଶ୍ୱ ତିଆରି ହୋଇ ପାରିଲେ ମଣିଷ ନୀରୋଗ ହୋଇ ସ୍ୱାସ୍ଥ୍ୟବାନ ହେବା ସହିତ ତା’ର ମାନବାଧିକାରଗୁଡିକୁ ଭଲ ଭାବେ ଉପଭୋଗ କରି ପାରିବ ଓ ସମସ୍ତଙ୍କ ଅତି ପ୍ରିୟ ପୃଥିବୀଟି ମଧ୍ୟ ନୀରୋଗ ଆଉ ସ୍ୱାସ୍ଥ୍ୟବାନ ରହିପାରିବ। ସଫଳତାର ଅର୍ଥ ସମସ୍ତଙ୍କ ଲାଗି ସୁସ୍ଥ ଜୀବନ, ବୃହତ୍ତର ସମାନତା ଓ ଏକ ପ୍ରାଣବନ୍ତ ବୈଚିତ୍ର୍ୟମୟ ପରିବେଶର ଅବସ୍ଥିତି ବୋଲି ବୁଝିବାକୁ ହେବ। ତାହା ହାସଲ କରିବା ଲାଗି ଆମ ପକ୍ଷରେ ପ୍ରକୃତି ସହ ଶାନ୍ତି ସ୍ଥାପନ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସେଥିପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ହେବ ଯାହା ଲାଗି ବିଳମ୍ୱ ହୋଇଥିଲେ ବି ସମୟ ତ ଅତିକ୍ରାନ୍ତ ହୋଇନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story