ଆନ୍ଦୋଳନ ଚାଲୁ ରହୁ

ମାୟାଧର ନାୟକ ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫା ଶେଷ। ୟା-ବାଦେ ପୁଣି ସେକ୍ସ, ରେପ୍, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା, କଳା, ସଂସ୍କୃତି ସମ୍ବାଦ ଅଛି। କିନ୍ତୁ ଅସଲୀ ସମ୍ବାଦ ଦୃଶ୍ୟମାନ ହୁଏନା, ଚାଷୀ ଶ୍ରମିକ, ମୂଲିଆ ଗାଁ ଗଣ୍ଡାର ଅପନ୍ତରାରେ ରହୁଥିବା, ଜୀବନ ବଂଚାଇବା ପାଇଁ ସଂଗ୍ରାମ କରୁଥିବା ଅଗଣିତ ଜନଗଣଙ୍କ କଥା। କାଁ ଭାଁ […]

Protest

Protest

Debendra Prusty
  • Published: Saturday, 15 January 2022
  • Updated: 15 January 2022, 02:51 PM IST

Sports

Latest News

ମାୟାଧର ନାୟକ

ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫା ଶେଷ। ୟା-ବାଦେ ପୁଣି ସେକ୍ସ, ରେପ୍, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା, କଳା, ସଂସ୍କୃତି ସମ୍ବାଦ ଅଛି। କିନ୍ତୁ ଅସଲୀ ସମ୍ବାଦ ଦୃଶ୍ୟମାନ ହୁଏନା, ଚାଷୀ ଶ୍ରମିକ, ମୂଲିଆ ଗାଁ ଗଣ୍ଡାର ଅପନ୍ତରାରେ ରହୁଥିବା, ଜୀବନ ବଂଚାଇବା ପାଇଁ ସଂଗ୍ରାମ କରୁଥିବା ଅଗଣିତ ଜନଗଣଙ୍କ କଥା। କାଁ ଭାଁ ଉପରଠାଉରିଆ ଭାବରେ କଦବା କେଉଁଠି ଖୁଚୁରାଖବର ହୋଇ ପ୍ରକାଶିତ ହୋଇଥାଏ।

ଯେଉଁମାନେ ପେଟକୁ ଦାନା ଦେଲେ, ଦେହକୁ କନା ଦେଲେ, ସେମାନେ ଅଦୃଶ୍ୟରେ ଆଉ ଯେଉଁମାନେ ଦାନାକନା ଛଡ଼େଇ ନେଲେ ସେମାନେ ଦୃଶ୍ୟମାନ। ଯୁଗ ଆରମ୍ଭରୁ ପ୍ରତିବାଦ-ପ୍ରତିରୋଧ, ପ୍ରତିକାର ବିଭିନ୍ନ ଉପାୟରେ ଚାଲିଛି। ଯୁଗ ବଦଳିବା ସଂଗେସଂଗେ ତରିକା ମଧ୍ୟ ବଦଳିଯାଉଛି। ପୂର୍ବରୁ ଯେଉଁ ଅସଲି ତରିକା ଥିଲା ଏବେ ସବୁ ନକଲି ତରିକାରେ ରୂପାନ୍ତରିତ କେବେଠୁ ହୋଇସାରିଲାଣି।

ମୋର ଦୀର୍ଘବର୍ଷର ସ୍ମୃତି ମନେପଡୁଛି। ସୁକିନ୍ଦା, ଭୁବନେଶ୍ୱର, ସାରା ଓଡ଼ିଶା, ଦିଲ୍ଲୀରେ ସଭାସମିତି ବିକ୍ଷୋଭ, ଧାରଣା, ଶୋଭାଯାତ୍ରା, ଘେରାଉ କଲାବେଳେ ଦର୍ଶକ କିମ୍ବା ବିକ୍ଷୋଭ- ପ୍ରଦର୍ଶନକାରୀମାନେ ଆନ୍ତରିକ ଭାବେ ସବୁ କରୁଥିଲେ। ଅଧିକାଂଶ ନେତା ଯେଉଁମାନେ ଏସବୁ ପରିଚାଳନା କରୁଥିଲେ ସେମାନଙ୍କ ଆଚାର ବ୍ୟବହାର ଉଚ୍ଚାରଣରେ କିଛିଟା ସତ୍ୟ ଥିଲା। ସେତେବେଳେ ବି ବହୁନେତା ଯାହା କୁହନ୍ତି ଓଲଟା କାମ କରନ୍ତି।

ସେତେବେଳେ ଆଜିକାଭଳି ଏତେ ବହୁମୁଖୀ ଗଣମାଧ୍ୟମ ନଥିଲା। ହାତଗଣତି ସମ୍ବାଦପତ୍ର, ନ୍ୟାସ୍‌ନାଲ ଦୂରଦର୍ଶନ ପ୍ରମୁଖରେ ସମ୍ବାଦ ଫଟୋ ପ୍ରକାଶିତ ହେଲେ ସମଗ୍ର ଦେଶରେ ଦୃଶ୍ୟମାନ ହେଉଥିଲା ଏବଂ ଲୋକ ଜାଣୁଥିଲେ। ଆଜି କିନ୍ତୁ ସବୁ ଓଲଟପାଲଟ ହୋଇଯାଇଛି। ଦେଶୀୟ ଓ ରାଜ୍ୟସ୍ତରୀୟ ସମ୍ବାଦପତ୍ର ହାଉଜାଉ; ଅଥଚ ଗୋଟିଏ ଅଂଚଳର ଖବର ଅନ୍ୟ ଅଂଚଳ ଲୋକ ଜାଣିପାରୁନାହାନ୍ତି।

ଉଦାହରଣ ସ୍ୱରୂପ- ଓଡ଼ିଶାରେ ସମାଜ, ପ୍ରଜାତନ୍ତ୍ର, ମାତୃଭୂମି, ଆଶା ପ୍ରମୁଖ ସମ୍ବାଦପତ୍ରଗୁଡିକର ସଂଧ୍ୟାରେ ଗୋଟିଏ ସଂସ୍କରଣ ପ୍ରକାଶ ପାଇବା ଦ୍ୱାରା ସାରା ଓଡ଼ିଶାର ଲୋକମାନେ ସକାଳୁ ରାଜ୍ୟର ବିଭିନ୍ନ କୋଣଅନୁକୋଣର ସମ୍ବାଦ ପାଇପାରୁନଥିଲେ। ଏବେ ପାଖାପାଖି ୪୧ଟି ଦୈନିକ, ୪୦ଟି ସାପ୍ତାହିକ, ପାକ୍ଷିକ ଓ ଅସଂଖ୍ୟ ମାସିକ, ତ୍ରୟମାସିକ, ବାର୍ଷିକ ସମ୍ବାଦପତ୍ର ପତ୍ରିକା ଏବଂ ଇଂରାଜୀ, ହିନ୍ଦୀ ସମ୍ବାଦପତ୍ର ସଂଖ୍ୟା ମଧ୍ୟ କମ୍ ନୁହେଁ। ଜାତୀୟ ସମ୍ବାଦପତ୍ରର କିଛି ସଂସ୍କରଣ ମଧ୍ୟ ଓଡ଼ିଶାରୁ ପ୍ରକାଶ ପାଉଛି। ବହୁ ଟିଭି ଚାନେଲ୍ ରାତିଦିନ ୨୪ ଘଂଟା ଚାଲିଛି। ଲୋକେ କ’ଣ ଦେଖିବେ କ’ଣ ପଢ଼ିବେ- ବଡ଼ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।

ଖବର ଅଖବର, ରେପମର୍ଡର, ଖେଳ, ସିରିଏଲ୍, ସିନେମା ଏତେମାତ୍ରାରେ ଟିଭି, ସମ୍ବାଦପତ୍ରରେ ପ୍ରକାଶ ପାଉଛି- ଜଣେ ସବୁ ପଢ଼ିଦେଖି ପାରିବ ନାହିଁ। ପୁଣି ଟିଭି ଖବର କାଗଜରେ ବିଜ୍ଞାପନ ଭର୍ତ୍ତି ହୋଇଯାଉଛି। ସବୁ ଗଣମାଧ୍ୟମ ବ୍ୟବସାୟରେ ମାତିଛନ୍ତି। ଯଦି ଏତେ ଟିଭି, ସମ୍ବାଦପତ୍ର ନଥାନ୍ତା ତା’ହେଲେ ଆନ୍ଦୋଳନ ବିକ୍ଷୋଭ, ଶୋଭାଯାତ୍ରା, ସଭାସମିତି ସଂଖ୍ୟା ମଧ୍ୟ କମିଯାଆନ୍ତା। କାରଣ ଲକ୍ଷ୍ୟ ଉଦ୍ଦେଶ୍ୟ ଯାହାହେଉନା କାହିଁକି- ନେତାନେତ୍ରୀ ଓ ଲୋକମାନେ ଦୂରଦର୍ଶନରେ ଦୃଶ୍ୟ ହେଲେ, ସମ୍ବାଦପତ୍ରରେ ଫଟୋ ବାହାରିଲେ କୃତ୍ୟକୃତ୍ୟ ହୋଇଯାଆନ୍ତି। ସେଣିକି ଦାବୀ ପୂରଣ ହେଲା କେତେ ନ ହେଲା କେତେ?

ବେଳେବେଳେ ବିରାଟ ବିରାଟ ବିକ୍ଷୋଭ, ଧାରଣା, ଶୋଭାଯାତ୍ରା ନେତୃତ୍ୱବିହୀନ ହୋଇଥାଏ। ‘ହରିବୋଲିଆ’ ଭଳି ଜନତା ମାତିଯାଆନ୍ତି। ନିଜଦାବୀ ସଂପର୍କରେ ମଧ୍ୟ ସଂପୂର୍ଣ୍ଣ ସଚେତନ ନଥାଆନ୍ତି। ଦଳେ ନେତା ଅଛନ୍ତି- ନିଜେ କରିପାରିବେ ନାହିଁ କି କାହାରିକୁ ପୂରାଇ ଦେବେନି। ଅଧିକାଂଶ ସମୟରେ ନେତାଙ୍କ ମଧ୍ୟରେ ତାଳମେଳ ରହେନା। ଏପରିକି ଜାତୀୟ ନେତାଙ୍କ ସହ ଫଟୋ ଉଠାଇବା ପାଇଁ ମୁଥା ମରାମରି ହୁଅନ୍ତି। ଫଟୋ ପାଇଁ ମୁଖା ମରାମରି ନହୋଇ ଦାୟିତ୍ୱ ନେବାପାଇଁ ମୁଥା ମରାମରି ହୁଅନ୍ତେ କି- ତା’ହେଲେ ଲୋକଙ୍କର ମଙ୍ଗଳ ହୁଅନ୍ତା।

ଆନ୍ଦୋଳନରେ ନାଟକବାଜି ବେଶୀ। ଆନ୍ଦୋଳନମେଳା ଯେତେବେଳେ ଆରମ୍ଭ ହୁଏ, ବିଶେଷକରି ଶୀତଋତୁରେ ବର୍ଷସାରା ସାଇତି ରଖିଥିବା ଶାଲ, ସୁଇଟର, କୋର୍ଟ ନେହୁରୁ ଜ୍ୟାକେଟ୍, ଅନ୍ୟାନ୍ୟ ହରରଙ୍ଗୀ ଶୀତପୋଷାକ ପିନ୍ଧି ଓଡ଼ିଶାର ଗାଁଗଣ୍ଡାରୁ ବହୁ ଆନ୍ଦୋଳନକାରୀ ଏବଂ ଅଣଆନ୍ଦୋଳନକାରୀ ରାଜଧାନୀକୁ ଛୁଟିଆସନ୍ତି। ଆଜିକାଲି ଫ୍ଲେକ୍ସ ମିଟର ୮ ଟଙ୍କାରୁ ୧୦ ଟଙ୍କା ହୋଇଥିବାବେଳେ ଶସ୍ତାରେ ବ୍ୟାନର ଆଣି ଶୋଭାଯାତ୍ରାର ଅଗ୍ରଭାବରେ ନେତାମାନେ ଧରିଚାଲନ୍ତି। ଟିଭି, ଫଟୋ ସାମ୍ବାଦିକ ଆସିଗଲେ, ପ୍ରାୟ ବହୁଳାଂଶଙ୍କ ସ୍ଲୋଗାନ୍, ଖୁବ୍ ଜୋରରେ ଶୁଣାଯାଏ। ପୋଷାକପତ୍ର ମୁଣ୍ଡବାଳ ଟିକେ ସଜାଡିନିଅନ୍ତି।

ଏଇ କେତେବର୍ଷ ହେଲା, ବିଶେଷକରି ଶିକ୍ଷୟିତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଲେ, ସେଦିନ ଯଦି ମାଣବସା ଶେଷ ଗୁରୁବାର ହୋଇଥାଏ, ତା’ହେଲେ ଲୋଏର୍ ପି.ଏମ୍.ଜି. ରାସ୍ତା ମଝିରେ ଲକ୍ଷ୍ମୀ ଠାକୁରାଣୀ ପୂଜା ଆରମ୍ଭ ହୋଇଥାଏ। ସେ ଫଟୋ ସମ୍ବାଦପତ୍ର ଓ ଟେଲିଭିଜନରେ ଦେଖାଯାଏ। ଅଧିକାଂଶ ପାଠକ, ଦର୍ଶକ ମୁରକି ହସନ୍ତି। ଏହାଦ୍ୱାରା ବାସ୍ତବ ଦାବୀପ୍ରତି ଯେଉଁ ଅଙ୍ଗୀକାର ରହିବା କଥା, ତା’ ରହେନି। ଆନ୍ଦୋଳନ ପରିହାସରେ ପରିଣତ ହୁଏ।

ଏହି ଲେଖକ ଆନ୍ଦୋଳନ ସଂପର୍କରେ ଅନେକ କିମ୍ଭୂତ କିମାକର ଘଟଣା ଦେଖିଛି। ୧୯୭୧ ମସିହାରେ ସଦ୍ୟ ପାକିସ୍ଥାନ-ପୂର୍ବ ପାକିସ୍ଥାନରେ ଭୟଙ୍କର ଗୃହଯୁଦ୍ଧ ଅବସାନର ୭ ଦିନ ପରେ ନୂତନ ବଙ୍ଗଳାଦେଶକୁ ଜଣେ ସାମ୍ବାଦିକ ଭାବେ ଯାଇଛି। ଢାକାର ବିରାଟ ମଇଦାନରେ ବିଜୟୋତ୍ସବ ପାଳିତ ହେଉଥାଏ। ଜଣେ ଛାତ୍ରନେତା ନାଟକୀୟ ଢଙ୍ଗରେ ଭାଷଣ ଦେବାବେଳେ ଘନଘନ କରତାଳି ଶଦ୍ଦରେ ସଭାସ୍ଥଳ ଫାଟି ପଡୁଥିଲା। ସେହି ନେତା ସଭାମଂଚ ତଳକୁ ଆସି ଗଦ୍‌ଗଦ୍ ହୋଇ ସାମ୍ବାଦିକମାନଙ୍କ ନିଜ ବାହାଦୂରୀ ବଖାଣିଲେ। ଏଇଭଳି ଅଧିକାଂଶ ନେତା ନାଟକୀୟ ଭଙ୍ଗିମାରେ ଭାଷଣ ଦେଇ ଶ୍ରୋତାଙ୍କ ଠାରୁ କରତାଳି, ହସ ସିନା ସଂଗ୍ରହ କରନ୍ତି, କିନ୍ତୁ ମଞ୍ଜ କଥା କହିପାରନ୍ତିନି। ଏହାଦ୍ୱାରା କିଛି ଲାଭ ହୁଏନା।

ଏଇ ଓଡ଼ିଶାର ରାଜଧାନୀରେ ବହୁବର୍ଷ ଧରି ଯେତେବେଳେ ଶିକ୍ଷକ ମହାସଂଘର ରାଲି ହୁଏ, ଓଡ଼ିଶାର କୋଣଅନୁକୋଣରୁ ପାଖାପାଖି ୨୫ ହଜାରରୁ ୩୦ ହଜାର ଶିକ୍ଷକ, ଶିକ୍ଷୟତ୍ରୀ ଆସନ୍ତି। ଶୃଙ୍ଖଳିତଭାବେ ଦୁଇଧାଡ଼ିରେ ଚାଲନ୍ତି। ସର୍ବାଗ୍ରେ ବ୍ୟାନର ଧରି ଦୁଇଜଣ ଚାଲନ୍ତି। ଅବଶ୍ୟ ଧାଡ଼ି ସରେନା। ଫଟୋ ସମ୍ବାଦପତ୍ରରେ କେବଳ ଆଗଧାଡ଼ିରୁ କିଛି ଅଂଶ ଦେଖାଯାଏ; ଟେଲିଭିଜନରେ ମଧ୍ୟ ବେଶୀ ଭିଡ଼ ଦେଖାଯାଏନା।

ସବୁବେଳେ କିଛିନା କିଛି ନୂଆ ଧାରା ସୃଷ୍ଟି କରିବାର ଇଚ୍ଛାଯୋଗୁ ଥରେ ରାଜଧାନୀରେ ରଣ ଅଭିଯାନ ଓଡ଼ିଶାର ଏକ ରାଲିରେ ୫ ହଜାର ଆନ୍ଦୋଳନକାରୀ ଯୋଗଦେଇଥିଲେ। ପ୍ରଥମେ ପାଖାପାଖି ୫ ଶହ ଆଗରେ ପୂରାରାସ୍ତା ଜାମ୍ କରି ବିରାଟବ୍ୟାନର ଗୋଡ଼ଠାରୁ ପେଟପର୍ଯ୍ୟନ୍ତ ଧରି ଶୋଭାଯାତ୍ରା କଲୁ। ସମ୍ବାଦପତ୍ରରେ ଫଟୋ ବିରାଟ ଆକାରରେ ଆସିଲା। ଟେଲିଭିଜନ ମଧ୍ୟ ୫ ହଜାରରୁ ୨୫ ହଜାର ଭଳି ଲୋକ ଦେଖାଇଦେଲେ।

ଆଉଥରେ ଏଇ ଲେଖକ ନେତୃତ୍ୱରେ ପାଖାପାଖି ୫୦ ଜଣ ଗଣ ଅଭିଯାନ କର୍ମୀନେତା ରାଜଧାନୀରେ ସଂଗ୍ରାମୀ ପାଣ୍ଠି ସଂଗ୍ରହ ପାଇଁ ଘରଘର ବୁଲିଲେ। ୨ ଦିନ ବୁଲିଲା ପରେ ଆଦାୟ କମ୍ ଖର୍ଚ୍ଚ ଅଧିକ ହେବାରୁ କାର୍ଯ୍ୟକ୍ରମ ବାତିଲ କରାଯିବା ପାଇଁ ନିଷ୍ପତି ନିଆଗଲା। ସେଇରାତିରେ ଖବର ପ୍ରକାଶ ପାଇଲା ନାଲ୍‌କୋ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାର ମସୁଧା କରୁଛନ୍ତି। ରାତିରାତି ଭୁବନେଶ୍ୱର ନାଲ୍‌କୋ ହେଡଅଫିସ୍ ସମ୍ମୁଖରେ ଧାରଣା ଦେବାକୁ ସ୍ଥିର କରି କିଛି ଧଳାକନା ଅଣାଯାଇ ବିଭିନ୍ନ ସ୍ଲୋଗାନ୍ ଲେଖି ମୁଣ୍ଡରେ ଗଳାଇ ଛାତିରେ ପିଠିରେ କର୍ମୀମାନେ ପିନ୍ଧି ସ୍ଲୋଗାନ୍ ଦେଲେ। ସେଦିନ ସଂଗେସଂଗେ ଜାତୀୟ ଟେଲିଭିଜନ୍ ଓ ଜାତୀୟ ସମ୍ବାଦପତ୍ରଠାରୁ ଆରମ୍ଭ କରି ଆଂଚଳିକ ଗଣମାଧ୍ୟମ ଏହି ଅଭିନବ ପ୍ରଦର୍ଶନକୁ ବ୍ୟାପକ ପ୍ରଚାର କଲେ।

କଥାରେ ଅଛି- ଦେଖା ଶିଖା ଓଡ଼ିଶା। ବିଭିନ୍ନ ଦଳ ସଂଗଠନମାନେ ଏଭଳି ଅଭିନବ ଶୋଭାଯାତ୍ରା, ଧାରଣା, ବିକ୍ଷୋଭ ଦେଖି ନିଜର ସଂଗଠନମାନଙ୍କରେ ତାହାକୁ ଅନୁକରଣ କରିବାରେ ଲାଗିଲେ, ଯାହା ଆଜିଯାଏ ବି ଚାଲିଛି। ଏବେ ସଭାସମିତି, ଧାରଣା ବିକ୍ଷୋଭ ଶୋଭାଯାତ୍ରା ଏପରିକି ଘେରାଉ, ମାରପିଟ, ଗଣ୍ଡଗୋଳ ବହୁ ସ୍ଥାନରେ ହେଉଛି। ଲୋକେ ଏସବୁରେ ଭାଗନେଉଛନ୍ତି; କିନ୍ତୁ ଉଦ୍ଦେଶ୍ୟ-ଆଶା-ଆକାଂକ୍ଷା ଲକ୍ଷ୍ୟ ପୂରଣ ହେଉନି। ଆନ୍ଦୋଳନକାରୀଙ୍କ ଅପେକ୍ଷା ଆନ୍ଦୋଳନ ବିରୋଧୀ ଶକ୍ତି କୌଶଳରେ ଦମନ କରିଦେଉଛି। ତା’ ସତ୍ତ୍ୱେ ଜନଗଣଙ୍କ ସହଯୋଗ ଯେତେ ବଢ଼ିବ ସେତେ ଶିକ୍ଷା ପାଇବେ, ସଚେତନ ହେବେ। ଥରେ ଗରିଷ୍ଠ ସଂଖ୍ୟାରେ ଲୋକ ସଚେତନ ହୋଇଗଲେ ଜନବିରୋଧୀ ଶକ୍ତି ସାବାଡ଼ ହୋଇଯିବେ। ଯଦିଓ ବର୍ତ୍ତମାନ ସର୍ବଗୁଣ ସଂପନ୍ନ ପରିକ୍ଷୀତ ନେତା ମିଳୁନାହାଁନ୍ତି; ଆନ୍ଦୋଳନ ଲଗାତର ଲାଗିରହିଲେ, ଦମନକୁ ମୁକାବିଲା କରୁକରୁ ନୂଆ ନେତାଙ୍କର ଆବିର୍ଭାବ ହେବ। ଯେଉଁଠି ବିପର୍ଯ୍ୟୟ ସେଇଠି ଜୟଜୟ। ଏ ହେଉଛି ଇତିହାସର ନିୟମ। ତେଣୁ ଧୈର୍ଯ୍ୟ ଧରି ଶେଷପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରଖ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story