ମାଟ୍ରିକ ପ୍ରଶ୍ନପତ୍ର ଲିକ୍‍ ଓ ସମାଧାନ

ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଆଉ କେଇ ଦିନ ପରେ ମାଟ୍ରିକ୍ ପରୀକ୍ଷା। ଗଲା ବର୍ଷର ମାଟ୍ରିକ୍ ପରୀକ୍ଷା ବେଶ ବିବାଦରେ ରହିଥିଲା। ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ୍ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା। କୌଣସି ଠୋସ୍‌ ପଦକ୍ଷେପ ନେଲା ନାହିଁ । ଫଳରେ ପରୀକ୍ଷା ବ୍ୟବସ୍ଥା ଯେମିତି ପ୍ରହସନ ହୋଇଗଲା । କିନ୍ତୁ ଅସଲରେ କାରଣ କ’ଣ, ତାହା କେହି ଖୋଜୁ ନାହାନ୍ତି । ଶିକ୍ଷା ବିଭାଗ […]

jp

jp

Subrat Kumar Nayak
  • Published: Friday, 14 February 2020
  • Updated: 14 February 2020, 04:17 PM IST

Sports

Latest News

ଡ. ଜ୍ୟୋତି ପ୍ରକାଶ ମହାପାତ୍ର

ଆଉ କେଇ ଦିନ ପରେ ମାଟ୍ରିକ୍ ପରୀକ୍ଷା। ଗଲା ବର୍ଷର ମାଟ୍ରିକ୍ ପରୀକ୍ଷା ବେଶ ବିବାଦରେ ରହିଥିଲା। ବାରବାର ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ପରୀକ୍ଷା ପରିଚାଳନା କରୁଥିବା ମାଟ୍ରିକ୍ ବୋର୍ଡ ଏହାକୁ ସବୁବେଳେ ଅସ୍ୱୀକାର କଲା। କୌଣସି ଠୋସ୍‌ ପଦକ୍ଷେପ ନେଲା ନାହିଁ । ଫଳରେ ପରୀକ୍ଷା ବ୍ୟବସ୍ଥା ଯେମିତି ପ୍ରହସନ ହୋଇଗଲା ।

କିନ୍ତୁ ଅସଲରେ କାରଣ କ’ଣ, ତାହା କେହି ଖୋଜୁ ନାହାନ୍ତି । ଶିକ୍ଷା ବିଭାଗ ନିଜେ ସେଇ କାରଣକୁ ଭଲ ଭାବେ ଜାଣିଛି । ଗଲା ବର୍ଷ ମାଟ୍ରିକ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ବାରମ୍ବାର ଲିକ୍‍ ହେଲା । ଗଣମାଧ୍ୟମରେ ତାହା ‘ଭାଇରାଲ’ ବୋଲି ପ୍ରକାଶିତ ଓ ପ୍ରସାରିତ ହେଲା। ମାଧ୍ୟମିକ ଶିକ୍ଷା ବୋର୍ଡ ଏହାକୁ ଆଦୌ ଗ୍ରହଣ କଲା ନାହିଁ । ପ୍ରତିଦିନ ପ୍ରଶ୍ନପତ୍ର ଲିକ୍‍ ହେବା ପରେ ବୋର୍ଡ ଅଧ୍ୟକ୍ଷା ଗଣମାଧ୍ୟମକୁ ଏକାକଥା କହୁଥିଲେ, ଏ ପ୍ରଶ୍ନପତ୍ର ଆମ ପ୍ରଶ୍ନପତ୍ର ସହିତ ମେଳ ଖାଉନାହିଁ । କିନ୍ତୁ ସଞ୍ଜକୁ ପୁଣି ଲିକ୍‍ କଥା ସଫା ହୋଇ ଯାଉଥିଲା।

ପ୍ରଶ୍ନପତ୍ର ଥରେ ଲିକ୍‍ ହେବା ପାପ ଓ ସବୁଠାରୁ ବଡ଼ ଅପରାଧ। କିନ୍ତୁ ଗଲା ବର୍ଷ ମାଟ୍ରିକ୍ ପରୀକ୍ଷାରେ ଲିକ୍‍ ଭୂତ ଯେମିତି ମାଟ୍ରିକ୍ ବୋର୍ଡର ପିଛା ଛାଡ଼ିଲା ନାହିଁ । ସେଥିରେ ଶିକ୍ଷକମାନଙ୍କୁ ନିଲମ୍ବିତ କରାଗଲା। ସେମାନଙ୍କ ବିରୋଧରେ ଏତଲା ଦିଆଗଲା । କିନ୍ତୁ ସମୁଦାୟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ପାଇଁ କିଛି ପଦକ୍ଷେପ ନିଆଗଲା କି? କୌଣସି ଦୀର୍ଘମିଆଦୀ ପଦକ୍ଷେପ ନିଆଗଲା କି? ପ୍ରଶ୍ନପତ୍ରରେ ବାରକୋଡ୍‌ ରହିବ ବୋଲି ବିଭାଗ ପକ୍ଷରୁ କୁହାଗଲା। କିନ୍ତୁ ତାହା ତ ଆଦୌ ସମାଧାନର ରାସ୍ତା ନୁହେଁ।

ତେଣୁ କ’ଣ କରାଗଲେ ଏ ଅସୁବିଧା ଆଉ ହେବନାହିଁ , ତା’ ଉପରେ ଗୁରୁତ୍ୱ ଦେବା କଥା । କିନ୍ତୁ ଗଣଶିକ୍ଷା ବିଭାଗ ଓ ମାଟ୍ରିକ୍ ବୋର୍ଡ ଏ ଦିଗରେ ବେଫିକର। ନହେଲେ ପ୍ରତି ବର୍ଷ ଦି’ ବର୍ଷରେ ଥରେ ରାଜ୍ୟରେ ପ୍ରଶ୍ନପତ୍ର ଲିକକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଅଭାବନୀୟ ମାନସିକ ଦୁଶ୍ଚିନ୍ତା ଭିତରେ ରହନ୍ତେ ନାହିଁ। ଯେଉଁମାନେ ପରୀକ୍ଷା ପରିଚାଳନାରେ ରହୁଛନ୍ତି, ସେମାନଙ୍କ ପାଇଁ ପ୍ରଶ୍ନପତ୍ର ଲିକ୍ ସତେ ଯେମିତି ଆଉ ଗୋଟାଏ ଅଲଗା ପ୍ରସଙ୍ଗ ହୋଇ ଯାଉଛି । ହଁ ଏହା ତ ଘଟୁଛି । ଏ ବର୍ଷଟା ଚାଲିଗଲେ ଆରବର୍ଷକୁ ଦେଖିବା ଭାବି ସେମାନେ ଆରାମରେ ସମୟ କାଟି ଦେଉଛନ୍ତି। ଏ ଲିକ୍ ଦ୍ୱାରା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଉପରେ କଣ ପ୍ରଭାବ ପଡ଼ୁଛି ସେକଥା ସେମାନେ ଆଦୌ ଆକଳନ କରିପାରୁ ନାହାନ୍ତି । ତେଣୁ ଲିକ୍ ରୋକିବା ପାଇଁ କଣ କରିବା ଦରକାର ?

ପ୍ରଥମରେ- ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ କରାଯାଉ । ଯଦି ମୋବାଇଲ ମିଳିଲା, ତେବେ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ନିଲମ୍ବିତ ହେବେ। ବିଇଓ (ବ୍ଲକ ଶିକ୍ଷା ଅଧିକାରୀ) ଓ ଡିଇଓ (ଜିଲ୍ଲା ଶିକ୍ଷା ଅଧିକାରୀ)ଙ୍କ ଦରମା ତତ୍କାଳ ବନ୍ଦ କରାଯାଉ। ପ୍ରଶ୍ନ ଉଠିବ ଯେ- ବିଇଓ ଓ ଡିଇଓଙ୍କ ଦରମା କାହିଁକି ବନ୍ଦ ହେବ ? ଉତ୍ତର- ନହେବ କାହିଁକି? ବନ୍ଦ ହେଲେ ହିଁ ସେମାନେ ଡରିବେ । ଡରିଲେ ପ୍ରତିଷେଧମୂଳକ ପଦକ୍ଷେପ ନେବାକୁ ବାଧ୍ୟ ହେବେ।

ଦ୍ୱିତୀୟ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା- ପ୍ରଶ୍ନପତ୍ର ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ ବା ପ୍ରଧାନଶିକ୍ଷକଙ୍କ ଅଫିସ ରୁମରେ ଆଉ ଖୋଲା ନଯାଉ। ପ୍ରଶ୍ନପତ୍ର ସିଧା ପରୀକ୍ଷା ହଲକୁ ଯାଉ ଓ ସେଠାରେ ଖୋଲାଯାଉ। ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଛାତ୍ର ସେଥିରେ ଦସ୍ତଖତ କରନ୍ତୁ । ସେମାନେ କୁହନ୍ତୁ ଯେ- ତାଙ୍କ ସାମ୍ନାରେ ପ୍ରଶ୍ନପତ୍ର ଠିକଣା ବାଗରେ ଖୋଲା ଯାଇଛି । ପରୀକ୍ଷା ହଲ ଭିତରକୁ ତ ମୋବାଇଲ ଯାଉନଥିବ । ତେଣୁ ସେଠାରୁ ଫଟୋ ଉଠାଇ ଲିକ୍ କରିବା କିମ୍ବା ଭାଇରାଲ କରିବା ବେଶ କଷ୍ଟକର ହୋଇ ପଡ଼ିବ । ସବୁ ସ୍କୁଲରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଉ।

ତୃତୀୟରେ- ଗୋଟିଏ ସ୍କୁଲରେ ଅନ୍ୟ ଏକ ଦୂରନ୍ତ ସ୍କୁଲର ଶିକ୍ଷକଙ୍କୁ ଇନଭିଜିଲେଟର ଭାବେ ଭାବେ ରଖାଯାଉ । ସେ ଯିବା ଆସିବା ପାଇଁ ତାଙ୍କୁ ଉପଯୁକ୍ତ ଗସ୍ତ ଖର୍ଚ୍ଚ ଓ ସୁବିଧା ଦିଆଯାଉ । ପ୍ରତି ସିଟିଂରେ କିନ୍ତୁ ତାଙ୍କୁ ବଦଳାଇ ଦିଆଯାଉ । ଏ ବ୍ୟବସ୍ଥା ଯଦିଓ ଚାଲିଛି, କିନ୍ତୁ ପାଖ ସ୍କୁଲ ଶିକ୍ଷକ ହିଁ ସାଧାରଣତଃ ଭାବେ ଆସୁଛନ୍ତି । ତାହା ବନ୍ଦ ହେଉ । ଦୂର ସ୍କୁଲ ଶିକ୍ଷକଙ୍କୁ ଅଣାଯାଉ । ଅଲଗା ବ୍ଳକରୁ ଆସିଲେ ଭଲ।

ଚତୁର୍ଥରେ- ପରୀକ୍ଷାକେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ଜଣେ ବାହାର ଲୋକଙ୍କୁ ନିଯୁକ୍ତ କରାଯାଉ । ଜିଲ୍ଲାରେ ଥିବା ସରକାରୀ ମହାବିଦ୍ୟାଳୟର ଅଧାପକଙ୍କୁ ଏ କାମ ଦେଲେ ଭଲ ହୁଅନ୍ତା।

ପାଞ୍ଚରେ- ଜିଲ୍ଲା ପ୍ରଶାସନ ମାଟ୍ରିକ ପରୀକ୍ଷା ପରି ଏକ ବିଶାଳ ଉତ୍ସବରେ ନିଜକୁ ଆଦୌ ସାମିଲ କରୁନି। ବିଭାଗୀୟ ସଚିବ ଗତାନୁଗତିକ ଧାରାରେ ଜିଲ୍ଳାପାଳଙ୍କ ପାଖକୁ ଗୋଟେ ଚିଠି ଲେଖି ଦେଉଛନ୍ତି । ଜିଲ୍ଲାପାଳ ଏଇ କାମ ତହସିଲଦାରଙ୍କ ଉପରେ ଛାଡ଼ି ଖୁସି ହୋଇ ଯାଉଛନ୍ତିି। ତା’ ବଦଳରେ ଜିଲ୍ଲା ପ୍ରଶାସନ ନିର୍ବାଚନ ଆଗରୁ ଯେମିତି ଗୋଟିଏ ତାଲିକା ତିଆରି କରୁଛି- ସେମିତି ତାଲିକା ତିଆରି କରୁ। ଫ୍ଲାଇଁ ସ୍କ୍ୱାଡ୍‌ ଓ ତଦାରଖ ପାଇଁ ଅଲଗା ବିଭାଗ ଓ ଅଲଗା ପରିଧିର ଲୋକଙ୍କୁ ନିଆଯାଉ। ଯେମିତି ନିର୍ବାଚନରେ ନିଆଯାଉଛି ଠିକ୍ ସେମିତି। ଏ ତାଲିକା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦିଆଯାଉ । ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କର ଆଗୁଆ ତାଲିମ ବ୍ୟବସ୍ଥା କରନ୍ତୁ ଓ ସେମାନଙ୍କୁ ଠିକ ଭାବେ କାର୍ଯ୍ୟରେ ଲଗାନ୍ତୁ। ଜିଲ୍ଲାପାଳ କିମ୍ବା ଅତିରିକ୍ତ ଜିଲ୍ଲାପାଳ ଏହାର ତଦାରଖ କରନ୍ତୁ।

ଏସବୁ ସତ୍ତ୍ୱେ ଯଦି ଲିକ୍ ହେଲା କଣ ହେବ ? ଉତ୍ତର ସିଧା- ମାଟ୍ରିକ୍ ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଓ ବୋର୍ଡ଼ ଅଧ୍ୟକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଆପଣ ପଚାରି ପାରନ୍ତି କାହିଁକି ? ପ୍ରଶ୍ନ ଉଠିପାରେ ଏମିତି କ’ଣ ଠିକ ? ଓ ଏ କ’ଣ ପାଇଁ ? ଉତ୍ତର- ଏହା ହିଁ ଠିକ। ଏହା ଦରକାର। ସାଢେ ଛଅ ଲକ୍ଷ ପିଲାଙ୍କ ଜୀବନ ସହ ଯେତେବେଳେ ଏମାନେ ଖେଳୁଛନ୍ତି- କେହି ତ ଉତ୍ତରଦାୟୀ ରହିବେ। ନା ଦୋଷ ମାଷ୍ଟ୍ରଙ୍କ ଉପରେ ଲଦି ଦେଇ ସମସ୍ତେ ଖସିଯିବେ ? ଜମା ସେମିତି ଠିକ ନୁହେଁ । ବଡ଼ବଡ଼ିଆମାନେ ଉତ୍ତରଦାୟୀ ହୁଅନ୍ତୁ । ବେଶି କିଛି ଗଣ୍ଡଗୋଳ ହେଲେ- ସଚିବ ନିଜେ ଦାୟିତ୍ୱ ନିଅନ୍ତୁ । କାରଣ- ଠିକ ସମୟରେ ଖାତା ଦେଖା ହୋଇ ପରୀକ୍ଷାଫଳ ବାହାରିଲେ ଶ୍ରେୟ ଏମାନେ ନେଉଛନ୍ତି। ଏମାନେ ଫଟୋ ଉଠାଇ ପରୀକ୍ଷାଫଳ ପୁସ୍ତିକା ପ୍ରକାଶ କରୁଛନ୍ତି । ସକାଳେ ସଫଳତାର ଦିନରେ ଏମାନଙ୍କ ଫଟୋ ଆଗ ଦେଖାଯାଉଛି । ତେଣୁ ଦୋଷ ବି ଏମାନେ ମୁଣ୍ଡେଇବା ଦରକାର । ବଡ଼ବଡ଼ିଆଙ୍କୁ ଯେବେଠାରୁ ଉତ୍ତରଦାୟୀ କରିବା ଆରମ୍ଭ କରିଦେବେ, ଦେଖିବେ- ଏହା ଆପେ କମିଯିବ।

ସହକାରୀ ପ୍ରଫେସର,
ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ ।
ଫୋନ-୯୪୩୭୦୮୦୦୪୮

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story