ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି କେତେ ପ୍ରାସଙ୍ଗିକ?

ରବି ଦାସ ଗତ ବିଧାନସଭା ଅଧିବେଶନର ଶେଷ ଦିନରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ପାଇଁ ସେମାନଙ୍କ ପକ୍ଷରୁ ହୋଇଥିବା ଦାବି ଉପରେ ବିଚାର କରି ଏକ ରିପୋର୍ଟ ଦାଖଲ କରିବା ନିମନ୍ତେ ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ବାସ୍ତବରେ ଏହି କମିଟି ଗଠନ ପୂର୍ବରୁ ପୂର୍ବତନ ବିଧାୟକମାନଙ୍କର ଏକ ପ୍ରତିନିଧି ମଣ୍ଡଳ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଭତ୍ତା ବୃଦ୍ଧି ପାଇଁ ଦାବି କରିବା […]

Assembly

Assembly

Debendra Prusty
  • Published: Friday, 05 August 2022
  • Updated: 05 August 2022, 03:58 PM IST
  • ରବି ଦାସ

ଗତ ବିଧାନସଭା ଅଧିବେଶନର ଶେଷ ଦିନରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି ପାଇଁ ସେମାନଙ୍କ ପକ୍ଷରୁ ହୋଇଥିବା ଦାବି ଉପରେ ବିଚାର କରି ଏକ ରିପୋର୍ଟ ଦାଖଲ କରିବା ନିମନ୍ତେ ବରିଷ୍ଠ ବିଧାୟକ ଅମର ଶତପଥୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ବାସ୍ତବରେ ଏହି କମିଟି ଗଠନ ପୂର୍ବରୁ ପୂର୍ବତନ ବିଧାୟକମାନଙ୍କର ଏକ ପ୍ରତିନିଧି ମଣ୍ଡଳ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଭତ୍ତା ବୃଦ୍ଧି ପାଇଁ ଦାବି କରିବା ଓ ବର୍ତ୍ତମାନର ବିଧାୟକମାନେ ସେମାନଙ୍କ ଦରମା ବଢ଼ାଇବା ପାଇଁ ନିଜର ପକ୍ଷ ରଖିବା ପରେ ବିଧାନସଭାରେ ଦଳମତ ନିର୍ବିଶେଷରେ ସମସ୍ତେ ଏଥିପାଇଁ ଦାବି କରିବା ଫଳରେ କମିଟି ଗଠନ କରାଯାଇଛି।

ବିଧାୟକମାନେ ଦରମା ବଢ଼ାଇବା ପାଇଁ ଯୁକ୍ତି କରିବା ସମୟରେ ଯେଉଁ ରାଜ୍ୟମାନଙ୍କରେ ଦରମା ଓଡ଼ିଶାଠାରୁ ଅଧିକ ଅଛି ସେଗୁଡ଼ିକର ଉଦାହରଣ ପ୍ରଦାନ କରିଛନ୍ତି। କିନ୍ତୁ ଯେଉଁ ରାଜ୍ୟମାନଙ୍କରେ ବିଧାୟକମାନଙ୍କର ଦରମା ଓ ଭତ୍ତା ଓଡ଼ିଶାଠାରୁ କମ୍ ରହିଛି ସେ ସଂପର୍କରେ ସେମାନେ କୌଣସି ତଥ୍ୟ ପ୍ରଦାନ କରିନାହାନ୍ତି। ଯୁକ୍ତି କରାଯାଉଛି ଯେ, ସରକାରୀ କର୍ମଚାରୀମାନଙ୍କ ଦରମା ବିଭିନ୍ନ ବେତନ କମିଶନଙ୍କ ଜରିଆରେ ବୃଦ୍ଧି କରାଯାଉଥିବା ସମୟରେ ବିଧାୟକମାନଙ୍କ କ୍ଷେତ୍ରରେ ଏହା କରିବାର ଆବଶ୍ୟକତା ରହିଛି। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଲୋକସଭା ସଦସ୍ୟ ବା ପାର୍ଲାମେଂଟ ସଦସ୍ୟ କେତେ ଦରମା ପାଇବେ ତାହା ପାର୍ଲାମେଂଟ ସ୍ଥିର କରିବ। ଠିକ୍ ସେହିପରି ବିଧାନସଭା ସଦସ୍ୟମାନେ କେତେ ଦରମା ପାଇବେ ତାହା ବିଧାନସଭା ହିଁ ସ୍ଥିର କରିବ। ଅର୍ଥାତ୍ କେନ୍ଦ୍ରରେ ଯିଏ ଶାସକ ଦଳରେ ଅଛି ଓ ରାଜ୍ୟରେ ଯେଉଁ ଦଳର ସରକାର ଅଛି ସେହି ଦଳର ମୁଖ୍ୟ ଅର୍ଥାତ୍ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟରେ ମୁଖମନ୍ତ୍ରୀ ଚାହିଁଲେ ହିଁ ପାର୍ଲାମେଂଟ ବା ବିଧାନସଭାରେ ସାଂସଦ ବା ବିଧାୟକମାନଙ୍କର ଦରମା ବୃଦ୍ଧି ହେବ।

ଦେଶ ସ୍ୱାଧୀନତା ସମୟରେ ଦେଶର ଆର୍ଥିକ ସ୍ଥିତି ଯାହାଥିଲା ଓ ଯେଉଁମାନେ ସାଂସଦ ଓ ବିଧାୟକ ହୋଇଥିଲେ ସେମାନେ ଜନସେବା ପାଇଁ ଅଙ୍ଗୀକାରବଦ୍ଧ ହୋଇ ରାଜନୀତିକୁ ଆସୁଥିଲେ। ଗାନ୍ଧୀଜୀଙ୍କ ପ୍ରେରଣା ଓ ସ୍ୱାଧୀନତା ସଂଗ୍ରାମର ଆଦର୍ଶକୁ ଭିତ୍ତିକରି ସେମାନେ ତ୍ୟାଗର ମନୋଭାବ ନେଇ ନିଜ ନିଜ ଦରମାକୁ କମ୍ କରିଥିଲେ। ଯେପରି କେହି କହିପାରିବେ ନାହିଁ ଯେ, ଲୋକମାନଙ୍କ ସ୍ୱାର୍ଥକୁ ଛାଡ଼ି ସାଂସଦ ଓ ବିଧାୟକମାନେ ନିଜ ନିଜ ସ୍ୱାର୍ଥ ପାଇଁ ଦରମା ଓ ଭତ୍ତା ନେଇଯାଉଛନ୍ତି। ଏହି ଧାରା ଚାଲିଥିବା ସମୟରେ ୧୯୮୦ ପର୍ଯ୍ୟନ୍ତ ସାଂସଦ ଓ ବିଧାୟକମାନେ ଅତି କମ୍ ପରିମାଣର ଦରମା ଓ ଭତ୍ତା ନେଉଥିଲେ। ବିଧାୟକମାନଙ୍କର ନିଜସ୍ୱ ଗାଡ଼ି ବା କାର୍ ନଥିଲା। ସେମାନଙ୍କ ପାଇଁ ସରକାରୀ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଆସନ ସଂରକ୍ଷିତ ରହୁଥିଲା। ପାର୍ଲାମେଂଟ ସଦସ୍ୟମାନଙ୍କ ପାଇଁ ରେଳରେ ପ୍ରଥମ ଶ୍ରେଣୀ ଯାତ୍ରା କରିବା ପାଇଁ ମାଗଣା ବ୍ୟବସ୍ଥା ରହିଥିଲା, ଯାହାକି ଏପର୍ଯ୍ୟନ୍ତ ଅଛି। କିନ୍ତୁ ଅଧିକାଂଶ ସାଂସଦ ଏବେ ଟ୍ରେନ୍ ଅପେକ୍ଷା ବିମାନ ଯାତ୍ରାକୁ ପସନ୍ଦ କରୁଛନ୍ତି ଓ ଏଥିପାଇଁ ମଧ୍ୟ ସେମାନଙ୍କର ଖର୍ଚ୍ଚକୁ ପାର୍ଲାମେଂଟ ବହନ କରୁଛି।

ଜରୁରୀ ପରିସ୍ଥିତି ସମୟରେ ପ୍ରଥମଥର ପାଇଁ ଅନୁଭବ କରାଗଲା ଯେ, ପୂର୍ବତନ ସାଂସଦ ଓ ବିଧାୟକମାନଙ୍କର ଆର୍ଥିକ ଅବସ୍ଥା ଅନେକ କ୍ଷେତ୍ରରେ ଶୋଚନୀୟ ଥିବାରୁ ସେମାନେ ବିଧାନସଭା ବା ପାର୍ଲାମେଂଟକୁ ନିର୍ବାଚିତ ନହେଲେ ଘର ଚଳାଇବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ୁଛି। ଏପରିକି ସେମାନଙ୍କ ଔଷଧପତ୍ର ପାଇଁ ମଧ୍ୟ ଆର୍ଥିକ ଅନଟନ ଘଟୁଛି। ଏଣୁ ଜରୁରୀ ପରିସ୍ଥିତିରେ ପୂର୍ବତନ ସାଂସଦମାନଙ୍କ ପାଇଁ ଏକ ଭତ୍ତା ବ୍ୟବସ୍ଥା କରାଯିବା ସହିତ ସେମାନେ ଟ୍ରେନ୍‌ରେ ଯେପରି ମାଗଣା ଯିବାଆସିବା କରିପାରିବେ ସେଥିପାଇଁ ବ୍ୟବସ୍ଥା ହେଲା। ଏହାକୁ ଦେଖି ରାଜ୍ୟ ବିଧାନସଭାରେ ସେମାନଙ୍କର ପୂର୍ବତନ ବିଧାୟକମାନଙ୍କ ପାଇଁ ପେନସନ ବ୍ୟବସ୍ଥା ଲାଗୁ କଲେ। ବାସ୍ତବରେ ସେତେବେଳେ ଅନେକ ପୂର୍ବତନ ସାଂସଦ ଓ ବିଧାୟକ ବିଶେଷ ଭାବରେ ଯେଉଁମାନେ ସଂରକ୍ଷିତ ଆସନଗୁଡ଼ିକରୁ ଯାଇ ସାଂସଦ ବା ବିଧାୟକ ହୋଇଥିଲେ ସେମାନଙ୍କର ଆର୍ଥିକ ଅବସ୍ଥା ନେଇ କେତେଗୁଡ଼ିଏ ରିପୋର୍ଟ ପ୍ରକାଶ ପରେ ଜରୁରୀ ପରିସ୍ଥିତିରେ ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଜରୁରୀ ପରିସ୍ଥିତି ପରେ ୧୯୭୭ରେ ହୋଇଥିବା ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ବିରୋଧ କରୁଥିବା ଜନତା ପାର୍ଟି ପକ୍ଷରୁ ସେମାନେ କ୍ଷମତାକୁ ଆସିଲେ ଏହି ଭତ୍ତା ବ୍ୟବସ୍ଥାକୁ ଲୋପ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କ୍ଷମତା ପାଇବା ପରେ ଜନତା ପାର୍ଟି ସେହି ପ୍ରତିଶ୍ରୁତିକୁ ପାଳନ କଲା ନାହିଁ। ଅବଶ୍ୟ ଏହି ଗୋଷ୍ଠୀରେ ମାତ୍ର ମୁଷ୍ଟିମେୟ କିଷନ ପଟ୍ଟନାୟକଙ୍କ ପରି ନେତା ଭତ୍ତାକୁ ବର୍ଜନ କରିଥିଲେ।

ମାତ୍ର ୧୯୮୦ ପରେ ଓ ବିଶେଷ ଭାବରେ ୧୯୯୦ ପରେ ସାଂସଦ ଓ ବିଧାୟକମାନଙ୍କର କାର୍ଯ୍ୟକଳାପ ଓ ଆଚରଣରେ ଯେଉଁ ପରିବର୍ତ୍ତନ ହେଲା ସେଥିରେ ଜଣେ ଥରେ ବା ଦୁଇଥର ସାଂସଦ କିମ୍ବା ବିଧାୟକ ହୋଇଗଲେ ସେମାନଙ୍କର ଆର୍ଥିକ ପରିସ୍ଥିତି ପୂରାପୂରି ବଦଳିଗଲା। ପରେ ସମୟ ଗଡ଼ିବା ସହିତ ଦେଶର ଆର୍ଥିକ ଅବସ୍ଥାରେ ଯେଉଁ ପରିବର୍ତ୍ତନ ହେଲା ସେଥିରେ ଅନ୍ୟ ସାଧାରଣ ଲୋକଙ୍କ ଅପେକ୍ଷା ସାଂସଦ ଓ ବିଧାୟକମାନଙ୍କର ଆର୍ଥିକ ଅବସ୍ଥା ଓ ସମ୍ପତ୍ତି ବଢ଼ି ବଢ଼ି ଚାଲିଲା। ନିର୍ବାଚନରେ ଯେଉଁ ଧରଣର ଖର୍ଚ୍ଚ ହେଉଛି ତାହାର ନିର୍ବାଚନ ଆୟୋଗଙ୍କ ସୀମା ସହିତ କୌଣସି ସଂପର୍କ ନାହିଁ। ଏବେ ନିର୍ବାଚନ ସମୟରେ ବାଧ୍ୟତାମୂଳକ ଭାବେ ସାଂସଦ ଓ ବିଧାୟକମାନେ ସେମାନଙ୍କ ସମ୍ପତ୍ତି ନେଇ ଯେଉଁ ତଥ୍ୟ ଦେଉଛନ୍ତି ସେଥିରେ ଅଧିକାଂଶ ବିଧାୟକ ଓ ସାଂସଦ କୋଟିପତି। ଏବେ ସେହିମାନେ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିବା ହାସ୍ୟାସ୍ପଦ ମନେହେଉଛି।

ଜଣେ ପୂର୍ବତନ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଏ ବିଷୟରେ ଆଲୋଚନା ସମୟରେ ପେନସନ ବୃଦ୍ଧି ପାଇଁ ସେ ଯୁକ୍ତି ଉପସ୍ଥାପିତ କରିବାକୁ ଯାଇ କହିଥିଲେ ଯେ, ସେ କିଣିଥିବା ଘରଗୁଡ଼ିକ ଉପରେ ପ୍ରତି ମାସରେ ଇଏମ୍‌ଆଇ ଦେବା ପାଇଁ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଆବଶ୍ୟକ ପଡ଼ୁଛି। ସେ ଏବେ ପ୍ରାୟ ୬୦ ହଜାର ଟଙ୍କା ପେନସନ ପାଉଥିଲେ ମଧ୍ୟ ତାହା ଇଏମଆଇ ପ୍ରଦାନ ପାଇଁ ଯଥେଷ୍ଟ ନୁହେଁ। ଏଣୁ ତାଙ୍କ ପେନସନ ୧ ଲକ୍ଷ ଟଙ୍କା ହୋଇଯିବା ତାଙ୍କର ଇଚ୍ଛା। କିନ୍ତୁ ଘରଗୁଡ଼ିକରୁ ସେ କେତେ ଭଡ଼ା ପାଉଛନ୍ତି ସେ ବିଷୟରେ କୌଣସି ତଥ୍ୟ ଦେବାକୁ ସେ ପ୍ରସ୍ତୁତ ନୁହଁନ୍ତି। ତେଣୁ ବିଧାୟକମାନଙ୍କ ଦରମା ଓ ପେନସନ ବୃଦ୍ଧି ପାଇଁ ବାଚସ୍ପତି ଯେଉଁ କମିଟି କରିଛନ୍ତି ସେହି କମିଟି ରିପୋର୍ଟ ଦେବା ପୂର୍ବରୁ ବିଧାୟକମାନଙ୍କର ଓ ପୂର୍ବତନ ବିଧାୟକମାନଙ୍କର ପ୍ରକୃତ ଆର୍ଥିକ ସ୍ଥିତି ଅନୁଧ୍ୟାନ କରିବା ଉଚିତ। ଯେଉଁମାନେ ସବୁଦୃଷ୍ଟିରୁ ସମାଜର ଅନ୍ୟ ବର୍ଗଠାରୁ ଭଲରେ ଅଛନ୍ତି ଓ ବହୁ ପରିମାଣରେ ଘର ଓ ସମ୍ପତ୍ତି କରିଛନ୍ତି ସେମାନଙ୍କ ଭତ୍ତା ବୃଦ୍ଧି ହେବା ଅର୍ଥ ହେଉଛି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କୁ ସନ୍ତୁଷ୍ଟ କରି ରଖିବା ପାଇଁ ଏହା ସିଧାସଳଖ ଲାଂଚ ବ୍ୟତୀତ ଅନ୍ୟ କିଛି ନୁହେଁ।

ବର୍ତ୍ତମାନ ଦେଶରେ ରାଜନୈତିକ ଦଳମାନେ ଓ ସରକାରମାନେ ଗରିବ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଓ ସୁଯୋଗ ମାଗଣାରେ ପ୍ରଦାନ ପାଇଁ ନିର୍ବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଉଛନ୍ତି ଓ ସରକାର ଗଠନ ପରେ ସେହି ପ୍ରତିଶ୍ରୁତି ପୂରଣ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ସେଗୁଡ଼ିକ ଦେଶର ଗଣତନ୍ତ୍ର, ଆର୍ଥିକ ସ୍ଥିତି ଓ ନିର୍ବାଚନ ବ୍ୟବସ୍ଥାକୁ କଳୁଷିତ କରୁଥିବା କଥା କୁହାଯାଉଛି। ନିଜେ ପ୍ରଧାନମନ୍ତ୍ରୀ ନିକଟରେ ବୁନ୍ଦେଲଖଣ୍ଡ ଏକ୍ସପ୍ରେସ ଉଦଘାଟନ ସମୟରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବା ପରେ ସୁପ୍ରିମକୋର୍ଟରେ ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ ମାମଲାରେ ଏହି ପ୍ରସଙ୍ଗ ଆଲୋଚନା ପାଇଁ ଏକ କମିଟି ଗଠନ ନିମନ୍ତେ ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଦେଶର ସବୁ ରାଜନୈତିକ ଦଳ ଓ ସରକାରମାନେ ଏହି ପ୍ରତିଯୋଗିତାରେ ଅଛନ୍ତି। ବର୍ତ୍ତମାନର ସରକାର ଏହିସବୁ ସ୍କିମଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଭାବରେ ନାମିତ କରୁଥିବା ସମୟରେ ଅନେକ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାରରେ ସାଧାରଣ ବର୍ଗର ଲୋକଙ୍କ ପାଇଁ ଓ ଚାଷୀମାନଙ୍କ ପାଇଁ ମାଗଣା ବିଦ୍ୟୁତ୍ ପ୍ରଦାନ, ମାଗଣା ପାନୀୟ ଜଳ, ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀଙ୍କୁ ସାହାଯ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟରେ କେତେ ମାଗଣା ଦିଆଯାଇପାରିବ ସେଥିପାଇଁ ପ୍ରତିଯୋଗିତା ଚାଲିଛି।

ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାରୀ ଟିକସରେ ଲୋକମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯିବାରେ କାହାରି ଆପତ୍ତି ନଥିଲେ ମଧ୍ୟ ଏହା ଉପରେ ଚର୍ଚ୍ଚା ଚାଲିଥିବା ସମୟରେ ସବୁଦୃଷ୍ଟିରୁ ସମ୍ବଳ ସମ୍ପନ୍ନ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି ହେବା ଏକ ଲଜ୍ଜାଜନକ ଅବସ୍ଥା। ବିଶେଷ ଭାବରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଜଣପିଛା ୫ କିଲୋଗ୍ରାମ ହିସାବରେ ଖାଦ୍ୟ ଶସ୍ୟ ଦିଆଯାଉଥିବା ସମୟରେ ବିଭିନ୍ନ ଦୃଷ୍ଟିରୁ ପ୍ରକୃତ ଅସୁବିଧାରେ ଥିବା ଗରିବ ବୁଢ଼ାବୁଢ଼ୀ, ଅକର୍ମଣ୍ୟ ବ୍ୟକ୍ତି,  ବିଧବା ଓ କଳାକାରମାନଙ୍କୁ ମାସିକ ପେନସନ ୫୦୦ ଟଙ୍କାରେ ସୀମିତ ରହିଛି। ମାସିକ ୫୦୦ ଟଙ୍କାରେ ଏହି ବର୍ଗର ଲୋକମାନେ ଚଳିବା କେତେ କଷ୍ଟକର ତାହା ଜାଣିସୁଦ୍ଧା ସେମାନଙ୍କର ଭତ୍ତା ବୃଦ୍ଧି ପାଇଁ ବିଧାନସଭାରେ ବିଧାୟକମାନେ ସମୂହ ଭାବେ ଦାବି ଉପସ୍ଥାପିତ କରୁନାହାନ୍ତି। ଏହି ବର୍ଗର ଲୋକମାନଙ୍କ ପାଇଁ ମାସିକ ଭତ୍ତା ଅତି କମ୍‌ରେ ବର୍ତମାନ ବଜାର ଦର ଅନୁସାରେ ୩ ହଜାର ଟଙ୍କା କରାଯିବାର ଆବଶ୍ୟକତାକୁ ବିଧାୟକମାନେ ଗ୍ରହଣ ନକରି ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ ଦାବି କରିବା ଓ ବାଚସ୍ପତି ସେଥିପାଇଁ କମିଟି ଗଠନ କରିବା ଦ୍ୱାରା ଲୋକମାନଙ୍କ ପ୍ରତି ସେମାନଙ୍କ ସମବେଦନା ନାହିଁ ବୋଲି ପ୍ରମାଣିତ ହେଉଛି। ଯେଉଁମାନେ ବିଧାୟକ ଥିବା ସମୟରେ ଏକାଧିକ ଘର ଓ ଜମିବାଡ଼ି କରିଛନ୍ତି, ଦାମି ଗାଡ଼ିସବୁ ଚଢ଼ୁଛନ୍ତି ସେମାନେ ଭତ୍ତା ବୃଦ୍ଧି ପାଇଁ ଏତେ ବ୍ୟାକୁଳ କାହିଁକି? ତେଣୁ ବିଧାନସଭାର କମିଟି ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ସମ୍ପତ୍ତି ସଂପର୍କରେ ଠିକ୍ ଭାବେ ଯାଂଚକରିବା ପରେ ହିଁ ଦରମା ଓ ଭତ୍ତା ବୃଦ୍ଧି କଥା ଚିନ୍ତାକରନ୍ତୁ। ଜନସେବା ବଦଳରେ ନିଜ ସେବା ଯଦି ବିଧାୟକମାନଙ୍କର ଲକ୍ଷ୍ୟ ହୁଏ ତେବେ ସାଧାରଣ ଲୋକ କେତେଦିନ କାଳ ଏହା ବରଦାସ୍ତ କରିବେ?

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story