କରୋନା ବଢ଼ୁଛି, ରାଜନୀତି ବଦଳୁଛି

ରବି ଦାସ ରାଜ୍ୟରେ କରୋନା ପ୍ରକୋପ ଗତ ଦେଢ଼ମାସ ଭିତରେ ଯେପରି ପ୍ରତିଦିନ ବୃଦ୍ଧି ପାଇଚାଲିଛି ସେଥିରେ ରାଜ୍ୟ ସରକାର ଯାହା ସଫେଇ ଦେଲେ ମଧ୍ୟ ସାଧାରଣରେ ବିଶ୍ୱାସ ସୃଷ୍ଟି କରିପାରୁନାହିଁ । ଗୋଟିଏ ସମୟରେ ରାଜ୍ୟରୁ ଯୁକ୍ତି କରାଯାଉଥିଲା ଯେ, ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ କରୋନା ପରିସ୍ଥିତି ଭଲ ଅଛି ଓ ଓଡ଼ିଶା ମଡେଲକୁ ସାରା ଦେଶ ଓ ବିଶ୍ୱବାସୀ ପ୍ରଶଂସା କରୁଛନ୍ତି । କିନ୍ତୁ ଏହି ଯୁକ୍ତି ଜୁଲାଇ ପ୍ରଥମ ସପ୍ତାହରେ […]

Rabi-Das

Rabi-Das

Subrat Kumar Nayak
  • Published: Friday, 10 July 2020
  • Updated: 10 July 2020, 04:14 PM IST

Sports

Latest News

ରବି ଦାସ

ରାଜ୍ୟରେ କରୋନା ପ୍ରକୋପ ଗତ ଦେଢ଼ମାସ ଭିତରେ ଯେପରି ପ୍ରତିଦିନ ବୃଦ୍ଧି ପାଇଚାଲିଛି ସେଥିରେ ରାଜ୍ୟ ସରକାର ଯାହା ସଫେଇ ଦେଲେ ମଧ୍ୟ ସାଧାରଣରେ ବିଶ୍ୱାସ ସୃଷ୍ଟି କରିପାରୁନାହିଁ । ଗୋଟିଏ ସମୟରେ ରାଜ୍ୟରୁ ଯୁକ୍ତି କରାଯାଉଥିଲା ଯେ, ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଓଡ଼ିଶାରେ କରୋନା ପରିସ୍ଥିତି ଭଲ ଅଛି ଓ ଓଡ଼ିଶା ମଡେଲକୁ ସାରା ଦେଶ ଓ ବିଶ୍ୱବାସୀ ପ୍ରଶଂସା କରୁଛନ୍ତି । କିନ୍ତୁ ଏହି ଯୁକ୍ତି ଜୁଲାଇ ପ୍ରଥମ ସପ୍ତାହରେ ଆଉ କାମ କରୁନାହିଁ । ଓଡ଼ିଶାରେ ଚଳିତ ମାସରେ ଦୈନିକ ପ୍ରାୟ ଚାରିଶହରୁ ପାଂଚଶହ ନୂଆ ପଜିଟିଭ୍ କେସ୍ ଆସିବାରେ ଲାଗିଛି । ଜୁଲାଇ ପ୍ରଥମ ସପ୍ତାହ ଶେଷ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମଣକାରୀଙ୍କ ସଂଖ୍ୟା ୧୧ ହଜାର ଟପିଗଲାଣି । କରୋନା ସଂକ୍ରମଣ ସଂଖ୍ୟା ବଢ଼ିବା ସହିତ କ୍ୱାରେନ୍‌ଟାଇନ ସେଂଟର ବାହାରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଯେପରି ଭାବରେ ବୃଦ୍ଧି ପାଉଛି ସେଥିରେ ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ଦେଖାଯିବାର ପୂର୍ଣ୍ଣ ସମ୍ଭାବନା ସୃଷ୍ଟି ହୋଇଛି ।

ଏହି କରୋନା ସଂକ୍ରମଣ ଘଟଣାରେ ଗଞ୍ଜାମ ଜିଲ୍ଲା ଯାହାକୁ କି ରାଜ୍ୟର ପ୍ରଥମ ଜିଲ୍ଲା କୁହାଯାଇପାରେ ସେଠାରେ ପରିସ୍ଥିତି ଅତ୍ୟନ୍ତ ଉଦବେଗଜନକ ହୋଇଛି । ଏହି ଜିଲ୍ଲା ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ହୋଇଥିବାରୁ ଜିଲ୍ଲାର ପ୍ରଶାସନିକ ଅଧିକାରୀ ଭାବରେ ଦକ୍ଷ ଲୋକମାନଙ୍କୁ ନିଯୁକ୍ତି ଦିଆଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଛଡ଼ା ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ବିଧାନସଭାର ବାଚସ୍ପତି ଏହି ଜିଲ୍ଲାର ପ୍ରତିନିଧି। ବିଜେଡି ଗତ ୨୦ବର୍ଷ ହେଲା ଏହି ଜିଲ୍ଲା ଉପରେ ପ୍ରାଧାନ୍ୟ ବିସ୍ତାର କରିଆସିଛି । ପ୍ରତିଦିନ ରାଜ୍ୟରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ସଂଖ୍ୟାରେ କେବଳ ଗଞ୍ଜାମ ଜିଲ୍ଲାରୁ ଏକ ଚତୁର୍ଥାଂଶ ଚିହ୍ନଟ ହେଉଛନ୍ତି । ସ୍ଥାନୀୟ ସଂକ୍ରମଣ ସଂଖ୍ୟା ମଧ୍ୟ ଗଞ୍ଜାମରେ ଅଧିକ। ମୃତ୍ୟୁସଂଖ୍ୟା ମଧ୍ୟ ସେଠାରେ ଅଧିକ ହୋଇଛି ।

ପରିସ୍ଥିତି ଅଣାୟତ ହେବାରୁ ସେଠାକୁ ଦୁଇଜଣ ନୂଆ ଆଇଏଏସ୍ ଅଫିସରଙ୍କୁ ଏଡିଏମ୍ ଭାବରେ ନିଯୁକ୍ତ କରାଯାଇ ୬ଜଣ ଓଏଏସ୍ ଅଫିସରଙ୍କୁ ସେଠାରେ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଅସଲ କଥା ହେଉଛି ଯେଉଁ ଜିଲ୍ଲାରେ ବିଜେଡିର ଓ ମୁଖ୍ୟମନ୍ତ୍ରୀଙ୍କର ସର୍ବାଧିକ ସମର୍ଥନ ରହିଛି ଏବଂ ଅଧିକାଂଶ ପଞ୍ଚାୟତ ମଧ୍ୟ ବିଜେଡି ନିୟନ୍ତ୍ରଣରେ ଅଛି ସେଠାରେ କ୍ୱାରେନ୍‌ଟାଇନ ସେଂଟରଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି ହେଲା କିପରି? କିପରି ଭାବରେ କ୍ୱାରେନ୍‌ଟାଇନରେ ଥିବା ଲୋକମାନେ ଗାଁକୁ ଓ ଅନ୍ୟଆଡ଼େ ଏପରିକି ଭୁବନେଶ୍ୱରକୁ ଅତି ସହଜରେ ଯିବାଆସିବା କରିପାରିଲେ? ଯଦି ବିଜେଡିର ସବୁ ବିଧାୟକ ଓ ଦୁଇଜଣ ସାଂସଦଙ୍କ ସହିତ ସମସ୍ତ କର୍ମକର୍ତା ନିଷ୍ଠାପର ଭାବରେ କରୋନା ସଂକ୍ରମଣ ରୋକିବା ପାଇଁ ଲୋକମାନଙ୍କୁ ସଚେତନ କରାଇପାରିଥାନ୍ତେ ଓ ଗାଁ ଗାଁରେ ଦଳୀୟ କର୍ମୀମାନେ ଏଥିରେ ସରକାରଙ୍କୁ ସହାୟତା କରିଥାନ୍ତେ ତାହାଲେ ଗଞ୍ଜାମ ପରିସ୍ଥିତି ଏପରି ଉଦବେଗ ହୋଇନଥାନ୍ତା ।

ଚୀନ ସୀମାନ୍ତକୁ ଲାଗିଥିବା ଭିଏତନାମାରେ ଲୋକସଂଖ୍ୟା ପ୍ରାୟ ୧୦କୋଟି ହେଲେ ମଧ୍ୟ ସେଠାରେ କରୋନାକୁ ନିୟନ୍ତ୍ରଣରେ ଶାସନ କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ସେଠାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଓ ଡାକ୍ତରମାନଙ୍କ ସଂଖ୍ୟା ଭାରତ ଠାରୁ ମଧ୍ୟ ଖରାପ । ତଥାପି ସେଠାରେ କରୋନା ବିଶେଷ ଅନୁପ୍ରବେଶ କରିପାରିନାହିଁ ।

ନବୀନ ପଟ୍ଟନାୟକ ବିଳମ୍ବରେ ବିଜୁ ଜନତା ଦଳର ବିଧାୟକମାନଙ୍କୁ କରୋନା ସଂକ୍ରମଣ ନେଇ ଲୋକମାନଙ୍କ ସହିତ ଯୋଗଯୋଗ କରି ଯେଉଁ ସଚେତନତାର ବାର୍ତା ଦେବାକୁ ନିକଟରେ କହିଛନ୍ତି ତାହା ପ୍ରଥମରୁ କରିପାରିଥାନ୍ତେ । ବାସ୍ତବିକ ଲୋକ ପ୍ରତିନିଧିମାନଙ୍କୁ ଆଦୌ ନପଚାରି ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବା କହି ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ବିରୋଧରେ ବିଜେଡିର ବରିଷ୍ଠ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆସିକା ସାଂସଦ ପ୍ରମିଳା ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଜଣାଇବା ପରେ ମଧ୍ୟ ଗଞ୍ଜାମରେ ସବୁ କ୍ଷମତା ପ୍ରଶାସନ ହାତରେ ଛାଡ଼ିଦିଆଯାଇଛି ।

କରୋନା ଯୋଗୁ ରାଜନୈତିକ କାର୍ଯ୍ୟକଳାପ ନିଷେଧ ରହିଥିବାରୁ ବିରୋଧୀ ଦଳମାନେ ବିଶେଷ ଭୂମିକା ଗ୍ରହଣ କରୁନାହାନ୍ତି । ଯଦିଓ କଂଗ୍ରେସ ଦଳ ରାଜ୍ୟସ୍ତରରେ କରୋନା ସଂକ୍ରାନ୍ତୀୟ ମାସ୍କ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ଉପକରଣ ଗୁଡ଼ିକରେ ବ୍ୟାପକ ଦୁର୍ନୀତି ହୋଇଥିବାର ଅଭିଯୋଗ ଉତଥାପନ କରିଛନ୍ତି । କିନ୍ତୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପି ଏହି ପ୍ରସଙ୍ଗରେ ସରକାରଙ୍କ ସହିତ ମୁକାବିଲା କରିବାକୁ ଚାହିଁନାହାନ୍ତି । ଏହାର ମୁଖ୍ୟ କାରଣ ହେଲା ଯେ, ଗତ ନିର୍ବାଚନ ପରଠାରୁ ରାଜ୍ୟରେ ବିଜେଡି ଓ ବିଜେପି ଭିତରେ ଏକ ଅଲିଖିତ ମେଣ୍ଟ କାର୍ଯ୍ୟ କରୁଛି । ନିର୍ବାଚନ ପରେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ଟିକେଟରେ ବିଜେଡି ରାଜ୍ୟସଭାକୁ ପଠାଇବା ପରେ ଏହି ମେଣ୍ଟର ସୂଚନା ମିଳିଥିଲା । ପରେ ସିଏଏ ଠାରୁ ଆରମ୍ଭ କରି କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ସହିତ କରୋନା ବ୍ୟାପାରରେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ରାଜ୍ୟ ବିଜେଡି ସରକାର ଓ ଦଳ ପୂର୍ଣ୍ଣ ସମର୍ଥନ ଦେଇଆସିଛି।

ଇତି ମଧ୍ୟରେ କେନ୍ଦ୍ର ସରକାର କରୋନା ସମୟରେ କୃଷି କ୍ଷେତ୍ରରେ ସଂସ୍କାର ସହିତ ‘ଗୋଟିଏ ଦେଶ ଓ ଗୋଟିଏ ବଜାର’ ସ୍ଲୋଗାନ ଉପରେ ଏକ ବଡ଼ ପରିବର୍ତନ କରି ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଆଇନରୁ ଆଳୁ, ପିଆଜ, ଡାଲି ଓ ଅନ୍ୟାନ୍ୟ କୃଷି ସାମଗ୍ରୀଗୁଡ଼ିକୁ ହଟାଇ ଦେଇଛନ୍ତି । କୃଷି ଏକ ରାଜ୍ୟ ବିଷୟ । ଏ କ୍ଷେତ୍ରରେ କେନ୍ଦ୍ର ଯାହା ସଂସ୍କାର ବା ନୀତି ସ୍ଥିର କରିବେ ସେଥିରେ ରାଜ୍ୟମାନଙ୍କୁ ପ୍ରଥମେ ପଚରାଯିବା କଥା । ଅନେକ ଅଣବିଜେପି ରାଜ୍ୟ ସରକାର କେନ୍ଦ୍ରୀୟ ନୀତି ବିରୋଧରେ ପ୍ରତିବାଦ କରିଥିଲେ ମଧ୍ୟ ଓଡ଼ିଶା ସରକାର କରିନାହାନ୍ତି । ସେହିପରି କେନ୍ଦ୍ରୀୟ ବିଦ୍ୟୁତ ଆଇନରେ ସଂଶୋଧନ କରାଯାଇ ବିଦ୍ୟୁତ୍ କ୍ଷେତ୍ରରେ ରାଜ୍ୟ ଅଧିକାରକୁ ସଂକୁଚିତ କରିବା ପାଇଁ ଚିଠା ନୀତି ପ୍ରସ୍ତୁତ ହୋଇଛି । ପଶ୍ଚିମବଙ୍ଗ ଅନ୍ୟ କେତେକ ରାଜ୍ୟ ଏହାର ବିରୋଧ କରୁଥିଲେ ମଧ୍ୟ ଓଡ଼ିଶା ସରକାର କୌଣସି ପ୍ରତିବାଦ କରୁନାହାନ୍ତି ।

ସେହିପରି କୋଇଲା କ୍ଷେତ୍ରରେ ଏକ ବଡ଼ ଧରଣର ସଂସ୍କାର ଅଣାଯାଇ କୋଇଲାର ଘରୋଇକରଣ ଓ ଶତକଡ଼ା ୧୦୦ ଭାଗ ବିଦେଶୀ ପୁଞ୍ଜି ଅନୁମତି ଦିଆଯିବା ପରେ ୪୧ଟି କୋଇଲା ଖଣିର ନିଲାମ ପାଇଁ ଇ-ନିଲାମ ଡକାଯାଇଛି । ଓଡ଼ିଶାରେ ସେଥିରୁ ୯ଟି କୋଇଲା ଖଣି ରହିଛି ଓ ଏହି ଖଣି କାର୍ଯ୍ୟକାରୀ ହେଲେ ୫୦ ହଜାର ଲୋକ ବାସଚ୍ୟୁତ ହେବେ ଓ ୨୫ ହଜାରରୁ ଊର୍ଦ୍ଧ୍ୱ ଜଙ୍ଗଲ ନଷ୍ଟ ହେବ । ରାଜ୍ୟର ପରିବେଶ ଉପରେ ଏହା ଗୁରୁତର ପ୍ରଭାବ ପକାଇବ । ଯେଉଁ ରାଜ୍ୟ ସରକାର ପୂର୍ବରୁ କୋଇଲା ଉପରେ ନିଆଯାଉଥିବା କ୍ଲିନ ଏନର୍ଜି ଟିକସା ରାଜ୍ୟକୁ ଆସୁ ବୋଲି ଦାବି କରିଆସୁଥିଲେ ଏବେ ଏହି ଘଟଣାରେ ସେମାନେ ନିରବ ରହିବା ସମସ୍ତଙ୍କୁ ବିସ୍ମିତ କରିଛି ।

ଯଦିଓ ଛତିଶଗଡ଼, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ପ୍ରଭୃତି ଅଣ ବିଜେପି ଶାସିତ ରାଜ୍ୟ ଏହାର ପ୍ରତିବାଦ କରିଛନ୍ତି ଓ ଝାଡ଼ଖଣ୍ଡ ଏହା ଉପରେ ଅଦାଲତକୁ ଯାଇଛି । ଆଶ୍ଚର୍ଯ୍ୟର କଥା ସଂପୂର୍ଣ୍ଣ ଭାବରେ ରାଜ୍ୟର ସ୍ୱାର୍ଥ ପାଇଁ ଓ କେନ୍ଦ୍ରର ଓଡ଼ିଶା ପ୍ରତି ଅବହେଳା ବିରୋଧରେ ଗଠିତ ହୋଇଥିବା ବିଜେଡି ଓଡ଼ିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ ଏବେ ସଂପୂର୍ଣ୍ଣ ଭାବରେ ପଛଘୁଞ୍ଚା ଦେଇଛି । ଏହାଦ୍ୱାରା ବିଜେଡି ଏହାର ଆଦର୍ଶଗତ ଭିତିଭୂମିକୁ ପୂରାପୂରି ନିଶ୍ଚିହ୍ନ କରିଦେଇଛି । ସଂଘୀୟ ବ୍ୟବସ୍ଥାର ରକ୍ଷା କରିବା ଓ ରାଜ୍ୟମାନଙ୍କ ଅଧିକାର ସୁରକ୍ଷା କରିବା ଦିଗରେ ବିଜେଡି ଆଉ କାର୍ଯ୍ୟ କରୁନାହିଁ । କେବଳ ସେତିକି ନୁହେଁ, ୟୁପିଏ ସରକାରଙ୍କ ଠାରୁ ଆରମ୍ଭ କରି ଗତ ୫ ବର୍ଷର ମୋଦୀ ସରକାର ସମୟରେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବିରୋଧରେ ବିଜେଡି ସବୁବେଳେ ସ୍ୱର ଉତୋଳନ କରିଥିବା ସମୟରେ ଏଥର ପେଟ୍ରୋଲଜାତ ଦ୍ରବ୍ୟର ମୂଲ୍ୟ କ୍ରମାଗତ ବୃଦ୍ଧି ପାଇ ରେକର୍ଡ ପରିମାଣର ହୋଇଥିଲେ ମଧ୍ୟ ବିଜେଡି ଏହା ବିରୋଧରେ ପଦଟିଏ ବି କହିନାହିଁ।

ଅପରପକ୍ଷରେ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ହୋଇଥିବା ନିର୍ବାଚନଗୁଡ଼ିକରେ ବିଜେପି କ୍ରମାଗତ ଏହାର ଭୋଟହାର ବୃଦ୍ଧି କରି ଚାଲିଥିବା ସମୟରେ କଂଗ୍ରେସକୁ ପଛରେ ପକାଇ ରାଜ୍ୟରେ ଦ୍ୱିତୀୟ ବୃହତମ ଦଳରେ ପରିଣତ ହୋଇଛି । ବିଜେପିର ୨୦୧୭ ପୌର ନିର୍ବାଚନରେ ଶକ୍ତି ବୃଦ୍ଧି ପରେ ଓଡ଼ିଶାରେ ୧୨୦+ ମିଶନ ଲକ୍ଷ୍ୟ ନେଇ ବିଜେପି କାର୍ଯ୍ୟ କରିଥିଲା ଓ ଏଥିପାଇଁ ସମସ୍ତ ପ୍ରକାର ଶକ୍ତି ବିନିଯୋଗ କରିଥିଲା । ସମ୍ବଳ ଦୃଷ୍ଟିରୁ ଏହା ବିଜେଡିକୁ ମୁକାବିଲା କରିବା ପାଇଁ ସାମର୍ଥ୍ୟ ହାସଲ କଲେ ମଧ୍ୟ ବିଜେପିର ଆଦର୍ଶଗତ ଆଭିମୁଖ୍ୟ ଓ ରାଜ୍ୟ ନେତୃତ୍ୱକୁ ରାଜ୍ୟବାସୀ ପୂରାପୂରି ଗ୍ରହଣ କରିପାରିନଥିଲେ । ସଂଖ୍ୟାଲଘୁମାନଙ୍କର ରାଜ୍ୟରେ କୌଣସି ପ୍ରଭାବ ନଥିବାରୁ ବିଜେପିର ଆଦର୍ଶଗତ ସ୍ଲୋଗାନ ଅପେକ୍ଷା ନବୀନ ପଟ୍ଟନାୟକ ଶାସନ ବିରୋଧରେ ଜନଅସନ୍ତୋଷକୁ ବିଜେପି ଏକଜୁଟ୍ କରି ୨୦୧୯ ନିର୍ବାଚନରେ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ହୋଇପାରିଲା । କଂଗ୍ରେସ ଦଳର ଅପରାଗତା ଓ ଗୋଷ୍ଠୀକନ୍ଦଳ ଯୋଗୁ ବିଜେପିକୁ ରାଜ୍ୟର ବିକଳ୍ପ ଭାବରେ ଅନେକ ଗ୍ରହଣ କରିବାରୁ ବିଜେପିର ଶକ୍ତି ବୃଦ୍ଧି ହେଲା ।

୨୦୧୯ ନିର୍ବାଚନ ପୂର୍ବରୁ ପୁଲୱାମା ଆତଙ୍କବାଦୀ ଘଟଣା ଓ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ଯୋଗୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଜାତୀୟତାରେ ଯେଉଁ ଜାଗରଣ ସୃଷ୍ଟି ହେଲା ତାହା ଫଳରେ ବିଜେପି ଲୋକସଭା କ୍ଷେତ୍ରରେ ବିଜେଡି ଠାରୁ ମାତ୍ର ଶତକଡ଼ା ୪ଭାଗ ଭୋଟ କମ୍ ପାଇ ପ୍ରଥମଥର ପାଇଁ ଏକାକୀ ୮ଟି ଲୋକସଭା ଆସନ ଜିତିପାରିଲା । କିନ୍ତୁ ରାଜ୍ୟ ନେତୃତ୍ୱର ସଂକଟ ଯୋଗୁ ଓ ନବୀନ ପଟ୍ଟନାୟକଙ୍କ ନେତୃତ୍ୱର ଆଦରଣୀୟତା ହେତୁ ବିଧାନସଭା କ୍ଷେତ୍ରରେ ନବୀନ ପଟ୍ଟନାୟକ ଓ ବିଜେଡି ପୂରା କ୍ଷମତା ବଜାୟ ରଖିବାରେ କିଛି ଅସୁବିଧା ହେଲା ନାହିଁ । କାରଣ ବିଧାନସଭା କ୍ଷେତ୍ରରେ ଦୁଇ ଦଳ ଭିତରେ ଭୋଟ ବ୍ୟବଧାନ ଶତକଡ଼ା ୧୦ଭାଗରୁ ଅଧିକ ହୋଇଗଲା । ବିଜେପି ଗତ ୧୨ମାସ ଭିତରେ ନବୀନ ପଟ୍ଟନାୟକଙ୍କ ସରକାର ବିରୋଧରେ କୌଣସି ଅଭିଯାନ ଚଳାଇନଥିଲେ ମଧ୍ୟ ନିକଟରେ ଅମିତ ଶାହା ଏକ ଭର୍ଚୁଆଲ ରାଲି ଜରିଆରେ ଓଡ଼ିଶାକୁ ବିଜେପିର ଏକ ଅଭୈଦ୍ୟ ଦୁର୍ଗରେ ପରିଣତ କରିବା ପାଇଁ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

ଏହା ପରେ ପରେ ପୁରୀ ରଥଯାତ୍ରା ନେଇ ଯେଉଁ କାଣ୍ଡ ହେଲା ଓ ରାଜ୍ୟ ସରକାର ଯେପରି ଅପଦସ୍ତ ହେଲେ ଓ ଶେଷରେ କେନ୍ଦ୍ର ସରକାର ଓ ଅମିତ ଶାହାଙ୍କ ହସ୍ତକ୍ଷେପ ଫଳରେ ସୁପ୍ରିମକୋର୍ଟ ଜରିଆରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ଅନୁମତି ଦିଆଗଲା ତାହା ହଠାତ୍ ବିଜେପି ରାଜ୍ୟରେ ଖୋଜୁଥିବା ଆଦର୍ଶଗତ ଭିତିଭୂମି ପାଇଯାଇଥିବା ପରି ମନେହେଉଛି । ଗଜପତି ମହାରାଜା ବିଭିନ୍ନ ସମ୍ବାଦପତ୍ରକୁ ସାକ୍ଷାତକାର ଦେଇ ରଥଯାତ୍ରା ବନ୍ଦ କରିଦେବା ପାଇଁ ପରୋକ୍ଷରେ ରାଜ୍ୟ ସରକାର ଉଦ୍ୟମ କରୁଥିବାର ଯେଉଁ ତଥ୍ୟ ଓ ସୂଚନା ଦେଲ ସେଥିରେ ରାଜ୍ୟ ସରକାର ବେଶ ନିନ୍ଦିତ ହୋଇଛନ୍ତି । ବିଜେପି ଏହାର ଫାଇଦା କେତେଦୂର ନେଇପାରିବ ତାହା ଭବିଷ୍ୟତ ସ୍ଥିର କରିବ। କିନ୍ତୁ ବିଜେଡି ଯେପରି ଭାବରେ ଗତ ୧୨ମାସ ଭିତରେ ଏହାର ଆଦର୍ଶଗତ ଭିତିଭୂମିକୁ ନିଶ୍ଚିହ୍ନ କରିବା ଦିଗରେ ଉଦ୍ୟମ କରୁଛି ସେଥିରେ ନବୀନଙ୍କ ନେତୃତ୍ୱ ପରବର୍ତୀ ଅବସ୍ଥା ବିଜେପି ହାତକୁ ଚାଲିଯିବାର ସମ୍ଭାବନା ମଧ୍ୟ ସୃଷ୍ଟି ହେଉଛି । ଏଥିପାଇଁ ଯାହାକିଛି ଶକ୍ତି ଓ ସମ୍ବଳ ଖଟେଇବା ପାଇଁ ବିଜେପି ପ୍ରସ୍ତୁତ ଥିବା ସୂଚନା ମିଳୁଛି । କରୋନା ସଂକ୍ରମଣ ମାମଲାକୁ ଯଦି ରାଜ୍ୟ ସରକାର ଠିକ୍ ଭାବରେ ମୁକାବିଲା କରିନପାରନ୍ତି ତେବେ ଓଡ଼ିଶାରେ ଯେଉଁ ଶୂନ୍ୟତା ସୃଷ୍ଟି ହେବ ସେଥିରୁ ବିଜେପି ଫାଇଦା ପାଇବ ବୋଲି ଚିନ୍ତା କରୁଥିଲେ ମଧ୍ୟ କଂଗ୍ରେସ ଓ ରାଜ୍ୟର ଅନ୍ୟ ନେତାମାନେ କିଛି ବିକଳ୍ପ ଚିନ୍ତା କରିପାରୁଛନ୍ତି ନା ନାହିଁ ତାହା ଉପରେ ଓଡ଼ିଶାର ଭବିଷ୍ୟତ ନିର୍ଭର କରିବ।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story