ଗଣତାନ୍ତ୍ରିକ ଶାସନ ଭୁଶୁଡ଼ୁଛି କି?

ରବି ଦାସ ଓଡ଼ିଶା କରୋନା ମୁକାବିଲାରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ ଅଛି ବୋଲି ଧାରଣା ସୃଷ୍ଟି ହୋଇଛି। ବାସ୍ତବରେ କରୋନା ଭୂତାଣୁରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଓ ଅଧିକାଂଶ ସୁସ୍ଥ ହେଉଥିବା ଘଟଣାବଳୀକୁ ଦେଖିଲା ପରେ ଏହି ଧାରଣା ହେଉଛି। କିନ୍ତୁ ଏହି ସମୟ ଭିତରେ ଜନସାଧାରଣ ଲକଡାଉନ ଜନିତ ପରିସ୍ଥିତିରେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ସେଥିରେ ଲୋକମାନଙ୍କୁ ସହାୟତା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁସବୁ ବ୍ୟବସ୍ଥା […]

Rabi-Das

Rabi-Das

Subrat Kumar Nayak
  • Published: Tuesday, 19 May 2020
  • Updated: 19 May 2020, 03:16 PM IST

Sports

Latest News

ରବି ଦାସ

ଓଡ଼ିଶା କରୋନା ମୁକାବିଲାରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ଆଗରେ ଅଛି ବୋଲି ଧାରଣା ସୃଷ୍ଟି ହୋଇଛି। ବାସ୍ତବରେ କରୋନା ଭୂତାଣୁରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ଓ ଅଧିକାଂଶ ସୁସ୍ଥ ହେଉଥିବା ଘଟଣାବଳୀକୁ ଦେଖିଲା ପରେ ଏହି ଧାରଣା ହେଉଛି। କିନ୍ତୁ ଏହି ସମୟ ଭିତରେ ଜନସାଧାରଣ ଲକଡାଉନ ଜନିତ ପରିସ୍ଥିତିରେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ସେଥିରେ ଲୋକମାନଙ୍କୁ ସହାୟତା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁସବୁ ବ୍ୟବସ୍ଥା କରିଛନ୍ତି ସେଗୁଡ଼ିକ ରାଜ୍ୟରେ କାର୍ଯ୍ୟକାରୀ ହେବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଧୀରେ ଧୀରେ ପଦାକୁ ଆସିଲାଣି। ବିଶେଷ ଭାବରେ ରାଜ୍ୟ ଓ କେନ୍ଦ୍ରର ଚାଉଳ ଓ ଡାଲି ଯୋଗାଣଠାରୁ ଆରମ୍ଭ କରି କିରୋସିନି ଦିଆଯିବା ଘଟଣାରେ ବ୍ୟାପକ ହେରଫେର ହୋଇଛି। ଏ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ରିପୋର୍ଟମାନ ଗଣମାଧ୍ୟମରେ ପ୍ରକାଶ ପାଇଚାଲିଛି। ଏହି ଘଟଣାଗୁଡ଼ିକ ଏତେ ଅଧିକ ଯେ, ଏଗୁଡ଼ିକର ତଦନ୍ତ କରିବା ପାଇଁ ରାଜ୍ୟସ୍ତରୀୟ କମିଟି ଗଠିତ ହେବା କଥା। ସେହିପରି ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ପ୍ରଦାନରେ ଯେଉଁ ବ୍ୟବସ୍ଥା ହେଲା ସେଥିରେ ଦେଖାଗଲା ଯେ ମନଇଚ୍ଛା ଏହି ନିର୍ମାଣ ଶ୍ରମିକ କାର୍ଡ ଦିଆଯାଇଛି। ଯେଉଁମାନେ ସର୍ବନିମ୍ନ ୫୦୦ ଟଙ୍କାରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେଇଛନ୍ତି ସେମାନଙ୍କର କାର୍ଡ କରାଯାଇଛି। ଯେଉଁମାନେ କେବେବି ଶ୍ରମିକ ଭାବରେ କାର୍ଯ୍ୟ କରିନାହାନ୍ତି ଓ ସେମାନଙ୍କ ଚଳଣି ଭଲ ସେମାନଙ୍କୁ ମଧ୍ୟ ଏହି କାର୍ଡ ଦିଆଯାଇଛି। କିନ୍ତୁ ଯେଉଁମାନେ ପ୍ରକୃତ ଏହା ପାଇବାକୁ ଯୋଗ୍ୟ ସେମାନଙ୍କ ପାଖରେ ଏକକାଳୀନ ୫୦୦ ଟଙ୍କା ନହେବା ଫଳରେ ସେମାନେ କାର୍ଡ ପାଇନାହାନ୍ତି। ନିର୍ଦ୍ଦିଷ୍ଟ ଭାବରେ ଭୁବନେଶ୍ୱର ଓ କେତେକ ଗାଁରେ ଅଯୋଗ୍ୟ ଲୋକମାନେ ଟଙ୍କା ଦେଇ କାର୍ଡ ପାଇଛନ୍ତି ଓ ପ୍ରକୃତ ଯୋଗ୍ୟମାନେ କାର୍ଡ ପାଇନାହାନ୍ତି। ଏହି ମାମଲାର ମଧ୍ୟ ଏକ ତଦନ୍ତର ଆବଶ୍ୟକତା ରହିଛି। ଶ୍ରମ ବିଭାଗ ଏହି କାର୍ଯ୍ୟକୁ କରୁଥିଲେ ମଧ୍ୟ ଏହାର ତଦାରଖ କରାଯାଉନାହିଁ।

ଦେଶର ଏହି ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ହିଁ ସର୍ବାଧିକ ଅତ୍ୟାଚାରିତ ଓ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ଶ୍ରମିକ ସାରା ଦେଶରେ ଖାଇବାକୁ ନପାଇ ଓ ଘରଭଡ଼ା ଦେଇନପାରି ନିଜ ଗ୍ରାମମାନଙ୍କୁ ଫେରିବା ପାଇଁ ଯେଉଁସବୁ ପନ୍ଥାର ଆଶ୍ରୟ ନେଇ ଅକଥନୀୟ ଅତ୍ୟାଚାରିତ ହୋଇଛନ୍ତି ତାହାର ଦୃଶ୍ୟମାନ ପ୍ରତିଦିନ ଦେଶବାସୀ ଗଣମାଧ୍ୟମରେ ଦେଖୁଛନ୍ତି। ହଜାର ହଜାର କିମି ପାଦରେ ପିଲାପିଲିଙ୍କୁ ଧରି ଚାଲି ଚାଲି ଯିବା, ସାଇକେଲରେ ଯିବା, ଡଙ୍ଗାରେ ଯିବା,ଟ୍ରକ ପଛରେ, ମିକ୍ସଚର ମେସିନ ଭିତରେ ଯିବାର ଦୃଶ୍ୟ ଏବଂ ସେମାନଙ୍କ ଉପରେ ପୁଲିସର ଅତ୍ୟାଚାର ଘଟଣାସବୁ କେବଳ ଜାତୀୟ ଗଣମାଧ୍ୟମ ନୁହେଁ, ଆନ୍ତର୍ଜାତିକ ଗଣମାଧ୍ୟମରେ ମଧ୍ୟ ପ୍ରକାଶିତ ହୋଇଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଏହି ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ଦେଶରେ ୮କୋଟି। ଏମାନଙ୍କ ପାଇଁ ପ୍ରଥମରୁ କିଛି ବ୍ୟବସ୍ଥା କରାନଯାଇ ଖାଇବା ପାଇଁ ଖାଦ୍ୟଶସ୍ୟ ଯୋଗାଣ ଓ ବିଭିନ୍ନ ସହରମାନଙ୍କରେ ସେଲଟର ହୋମ୍‌ରେ ସେମାନଙ୍କୁ ରୋଷେଇକରି ତିନିଥର ଖାଦ୍ୟ ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ସେମାନଙ୍କୁ ସବୁଦିନ ମିଳିନଥିଲା। ଯଦିଓ ସେଲଟର ହୋମ୍‌ରେ ଖାଦ୍ୟ ଯୋଗାଣ ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।

ସରକାରଙ୍କ ପ୍ରତିଶ୍ରୁତି ଉପରେ ବିଶ୍ୱାସ ନକରି ପ୍ରବାସୀ ଶ୍ରମିକମାନେ ବହୁ ସଂଖ୍ୟାରେ ରାସ୍ତାରେ ଚାଲିବା ଓ ଏପରି ସମୟରେ ଅନେକ ସ୍ଥାନରେ ମୃତ୍ୟୁବରଣ କରିବା ଏବଂ ଶେଷରେ ହାଲିଆ ହୋଇ ଶୋଇଯିବା ସମୟରେ ମାଲବାହୀ ଟ୍ରେନ୍ ଧକ୍କାରେ ପ୍ରାଣ ଚାଲିଯିବାର ଦୃଶ୍ୟ ଦେଖାଗଲା। ପ୍ରବାସୀ ଶ୍ରମିକମାନେ ଅନେକ ସ୍ଥାନରେ ସେମାନେ ନିଜ ଗାଁକୁ ଫେରିଯିବାକୁ ଦାବି କରି ରାସ୍ତାରେ ଆସି ପାଟିତୁଣ୍ଡ କରିବା ଓ ପୋଲିସ ସହିତ ମୁକାବିଲା କରିବା ପରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ଆଲୋଚନା କରି ପ୍ରବାସୀ ଶ୍ରମିକମାନଙ୍କୁ ଆଣିବା ପାଇଁ ବସ୍ ବ୍ୟବସ୍ଥା କରିବା ପରେ ଏହା ପ୍ରବାସୀ ଶ୍ରମିକମାନଙ୍କ ସଂଖ୍ୟା ଦୃଷ୍ଟିରୁ ଯଥେଷ୍ଟ କମ୍ ହେବ ବୋଲି ହିସାବ ପରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଜରିଆରେ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟକୁ ପଠାଯିବାର ନିଷ୍ପତି ହେଲା । ଓଡ଼ିଶା ସରକାର ବାହାରେ ରହୁଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କୁ ଏଥିପାଇଁ ପଂଜୀକରଣ କରିବାକୁ ଆହ୍ୱାନ ଜଣାଇଲେ। ପ୍ରବାସୀ ଶ୍ରମିକମାନେ ପଂଜୀକରଣ କରିବା ସହିତ ସେମାନେ ଓଡ଼ିଶା ଆସିଲେ କ୍ୱାରେନ୍‌ଟାଇନରେ ରହିବେ ବୋଲି ସର୍ତ ମଧ୍ୟ ଗ୍ରହଣ କଲେ। କିନ୍ତୁ ମେ’ ପହିଲାରୁ ଶ୍ରମିକ ଆସିବା ପର୍ଯ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ଗତ ୧୫ ଦିନ ଭିତରେ ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ବି ଆସିପାରିନାହାନ୍ତି।

ରାଜ୍ୟ ସରକାର ଏହି ପ୍ରବାସୀ ଶ୍ରମିକମାନଙ୍କ ପ୍ରତ୍ୟାବର୍ତନ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବରେ ନିଯୁକ୍ତ କରିଥିଲେ। ଏହି ଶ୍ରମିକମାନଙ୍କୁ ଆଣିବା ପାଇଁ ପ୍ରଥମେ ଯେଉଁ ବସ୍ ବ୍ୟବସ୍ଥା ସୁରଟରୁ ଆରମ୍ଭ ହେଲା ସେଥିରେ ନିଜେ ପ୍ରବାସୀ ଶ୍ରମିକମାନେ ୩ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଦେଇ ଟିକେଟ ନେଇଥିଲେ। ପରେ ଶ୍ରମିକ ଏକ୍ସପ୍ରେସରେ ଯଦିଓ କେନ୍ଦ୍ର ସରକାର କହିଲେ ଯେ, ଏଥିରେ ୮୫ଭାଗ ଅର୍ଥ ରେଳବାଇ ପ୍ରଦାନ କରୁଛି ଓ ୧୫ ଭାଗ ରାଜ୍ୟ ସରକାର ଦେବେ। କିନ୍ତୁ ଦେଖାଗଲା ବାସ୍ତବରେ ଏହି ୧୫ ଭାଗ ଯାହାକି ସାଧାରଣ ସମୟରେ ସେହି ସ୍ଥାନକୁ ଟ୍ରେନ ଭଡ଼ା ତା’ଠାରୁ ଅଧିକ ୧୦୦ ଟଙ୍କା ଲେଖାଏଁ ଯାତ୍ରୀମାନେ ଦେଇ ଟ୍ରେନ୍‌ରେ ଆସିଲେ। ଏହି ଟିକେଟ ପାଇବା ପାଇଁ କଳାବଜାର ହେଲା ଓ ଲୋକମାନଙ୍କୁ ଶୋଷଣ କରାଯିବା ସହିତ ପୁନେ, ମୁମ୍ବାଇ, ବାଙ୍ଗାଲୋର ପ୍ରଭୃତି ବହୁ ସହରରୁ ଶ୍ରମିକ ଏକ୍ସପ୍ରେସ ଓଡ଼ିଶାକୁ ନଆସିବା ଶ୍ରମିକମାନଙ୍କୁ ହତୋତ୍ସାହିତ କରିଛି । ଯେଉଁମାନଙ୍କ କାରଖାନା ସବୁ ତିନିମାସ ହେଲା ବନ୍ଦ ହୋଇଗଲାଣି ଓ ସେମାନେ ଦରମା ପାଉନାହାନ୍ତି ଫଳରେ ଘରଭଡ଼ା ଦେବାକୁ ଅକ୍ଷମ ସେମାନେ ଓଡ଼ିଶା ଆସିବା ପାଇଁ ବିକଳ ହେଉଛନ୍ତି । କିନ୍ତୁ ପଞ୍ଜୀକରଣ କଲାପରେ ମଧ୍ୟ ରାଜ୍ୟ ସରକାର ବା ନୋଡାଲ ଅଫିସରମାନେ ସେମାନଙ୍କ ସହିତ ଯୋଗାଯୋଗ କରୁନାହାନ୍ତି। ଏପରି କି ସେମାନଙ୍କୁ ଟେଲିଫୋନ କଲେ ମଧ୍ୟ ସେମାନେ ଟେଲିଫୋନ ଉଠାଉନାହାନ୍ତି। ଫଳରେ ହଜାର ହଜାର ଓଡ଼ିଆ ପ୍ରବାସୀ ଶ୍ରମିକ ହା ହୁତାଶ ହୋଇଯାଇଛନ୍ତି।

ଏହି ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକମାନଙ୍କୁ ଶ୍ରମିକ ଏକ୍ସପ୍ରେସରେ ଓଡ଼ିଶା ଆଣିବା ନେଇ ହଇରାଣ ହରକତ କରାଯାଉଥିବାରୁ ଶ୍ରମିକମାନେ କ୍ଷୁବ୍ଧ ହୋଇଛନ୍ତି । ଏପରି ଅବସ୍ଥାରେ ଶ୍ରମିକମାନଙ୍କୁ ସେଠାକାର ପୋଲିସ ଅଧିକାରୀ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଯୋଗାଯୋଗ କରିବା ପରିବର୍ତେ ଓଲଟା ଆଚରଣ କରୁଛନ୍ତି। ଗୁଜୁରାଟରେ ସୁରଟ ପୋଲିସ ବିକ୍ଷୁବ୍ଧ ଶ୍ରମିକମାନଙ୍କୁ ନିସ୍ତୁକ ମାଡ଼ ମାରିବା ଓ ଶେଷରେ ଭଞ୍ଜନଗର ଅଂଚଳର ୩୫ବର୍ଷୀୟ ଯୁବକ ସତ୍ୟ ସ୍ୱାଇଁଙ୍କୁ ପିଟି ପିଟି ମାରିଦେବା ଘଟଣା ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି। ଯଦି ରାଜ୍ୟ ସରକାରଙ୍କର ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ଆନ୍ତରିକତା ନାହିଁ ତେବେ ପଞ୍ଜୀକରଣ କରିବା ପାଇଁ କାହିଁକି ଆହ୍ୱାନ ଦେଇଥିଲେ? ଏଥିପାଇଁ ବିଭିନ୍ନ ରାଜ୍ୟ ନିମନ୍ତେ ନୋଡାଲ ଅଫିସର କାହିଁକି ନିଯୁକ୍ତ କରିଥିଲେ?

ସୁରଟରେ ରହୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଲକ୍ଷାଧିକ ଲୋକ ଅଭିଯୋଗ କରୁଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ଆନ୍ତରିକତା ଦେଖାଉଛନ୍ତି କେନ୍ଦ୍ରାପଡ଼ା ଶ୍ରମିକମାନଙ୍କ ପାଇଁ ସେହି ତତ୍ପରତା ନାହିଁ । ସେମାନେ ପାତରଅନ୍ତରର ଶିକାର ହୋଇଛନ୍ତି। ହରିୟାଣାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାର ଗଙ୍ଗାଧର ବାରମ୍ବାର ଗୁହାରି କରିବା ସତ୍ୱେ ତାଙ୍କ କଥା କେହି ନବୁଝିବାରୁ ସେ ନିକଟରେ ଆତ୍ମହତ୍ୟା କରିଛନ୍ତି ।

ବାସ୍ତବିକ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । କିନ୍ତୁ ଏହା କେବଳ କେନ୍ଦ୍ରାପଡ଼ା ବା ଗଞ୍ଜାମ ବା ଭଦ୍ରକର କଥା ନୁହେଁ । ଅସଲକଥା ହେଉଛି ଲକଡାଉନ ଯୋଗୁ କାମଧନ୍ଦା ହରାଇ ରହିବାର ସୁବିଧା ନଥାଇ ଭୋକ ଉପାସରେ ଥିବା ଲୋକମାନେ ନିଜ ରାଜ୍ୟକୁ ଫେରିବାକୁ ଆଗ୍ରହୀ ହେବା ସ୍ୱାଭାବିକ । ଓଡ଼ିଶା ସରକାର ସେମାନଙ୍କୁ ଆଣିବା ଦିଗରେ କେନ୍ଦ୍ର ସହିତ ଆଲୋଚନା କରି ବ୍ୟବସ୍ଥା କରିବାର ଅଛି । କିନ୍ତୁ ତାହା ୧୫ଦିନ ଭିତରେ କ୍ଷୀପ୍ରତର ହୋଇନାହିଁ। ଅପରପକ୍ଷରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ଭିତରୁ ଅନେକ ଯେଉଁଠାରେ ଓହ୍ଲାଇ ଦିଆଯାଉଛି ସେଠାରୁ ଗାଁକୁ ଯିବାକୁ ହଇରାଣ ହେଉଛନ୍ତି । ପ୍ରବାସୀ ଶ୍ରମିକମାନଙ୍କର ସାରା ଦେଶରେ ଯେଉଁ ଦୃଶ୍ୟ ଦେଖାଦେଇଛି ତାହାକୁ ଓଡ଼ିଶାରେ ସୁଧାରିବା ସରକାରଙ୍କର ଏକ ପ୍ରାଥମିକତା ହେବା ଦରକାର ଥିଲା । ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଅତି କମ୍‌ରେ ସେମାନଙ୍କ ଆସିବା ବନ୍ଦୋବସ୍ତ ନହେବା ପର୍ଯ୍ୟନ୍ତ ଚଳିବା ପାଇଁ ସେମାନଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ଅତି କମ୍‌ରେ ଦୁଇ ହଜାର ଟଙ୍କା ପଠାଇପାରିଥାନ୍ତେ ।

ଆଶ୍ଚର୍ଯ୍ୟର କଥା ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ କଥା କହିଲା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁସବୁ ପ୍ୟାକେଜ ବିଷୟରେ ଘୋଷଣା କରିଛନ୍ତି ସେଥିରେ ରାସ୍ତାରେ ଚାଲୁଥିବା ଓ ହଇରାଣ ହରକତର ଶିକାର ହେଉଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ କାହିଁକି ପଦଟିଏ କହିନାହାନ୍ତି? ରାସ୍ତାରେ ଚାଲୁଥିବା ପ୍ରବାସୀ ଶ୍ରମିକମାନଙ୍କୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇ ବାଟରୁ ଗାଡ଼ି ବସ୍ ଓ ଯୋଗେ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଁଚାଇବା ପାଇଁ ପଦକ୍ଷେପ ନେବାରେ କୌଣସି ଅସୁବିଧା ନଥିଲା। ଓଡ଼ିଶାରେ ବିଳମ୍ବରେ ହେଲେ ମଧ୍ୟ ଡିଜି ଘୋଷଣା କରିଛନ୍ତି ଯେ, ରାଜ୍ୟରେ କୌଣସି ପ୍ରବାସୀ ଶ୍ରମିକ ଚାଲିବାକୁ ଦିଆଯିବ ନାହିଁ। ସେମାନେ ସଂଗେ ସଂଗେ ନିକଟସ୍ଥା ଥାନାରେ ଜଣାଇଲେ ସେମାନଙ୍କୁ ରାଜ୍ୟ ସୀମା ଗେଟରେ ଗାଡ଼ି ଯୋଗେ ଛାଡ଼ି ଦିଆଯିବ। ଏହି କାର୍ଯ୍ୟ ମଧ୍ୟ ଠିକ୍ ଭାବେ ହୋଇନାହିଁ। ଲକଡାଉନ୍ ୩.୦ ଯାଇ ନୂଆ ଲକଡାଉନ୍ ନୀତି ଘୋଷଣା ହେବା ପୂର୍ବରୁ ପ୍ରବାସୀ ଶ୍ରମିକମାନଙ୍କ ବିଷୟରେ ସ୍ପଷ୍ଟ ନୀତି ଘୋଷିତ ହେବା ଦରକାର। ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି ସେମାନେ ପର୍ଯ୍ୟାୟ କ୍ରମେ କିଏ କେଉଁଦିନ ଯିବ ତାହା ଟେକ୍ନୋଲୋଜିର ସୁବିଧା ନେଇ ସେମାନଙ୍କୁ ଆଗୁଆ ଜଣାଇଦେବା ସହିତ ସେତିକି ଦିନ ପର୍ଯ୍ୟନ୍ତ ସେମାନେ କିପରି ଚଳିବେ ତା’ର ବ୍ୟବସ୍ଥା ହେବା ଆବଶ୍ୟକ।

ଓଡ଼ିଶା ଏ କ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗୁଆ ହେବ ବୋଲି ପ୍ରଥମରୁ ଯାହା ବିଚାର କରାଯାଉଥିଲା ତାହା ହୋଇନାହିଁ। ବରଂ ଧୀରେ ଧୀରେ ଓଡ଼ିଶା ଶାସନର ଦୁର୍ବଳତା ପଦାକୁ ଆସୁଛି। ବିଶେଷ ଭାବରେ ଜନସାଧାରଣଙ୍କୁ ସହାୟତା ଦୃଷ୍ଟିରୁ ଯେତେସବୁ କାର୍ଯ୍ୟକ୍ରମ ନିଆଯାଇଛି ସେଗୁଡ଼ିକରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ରାଜ୍ୟ ବିଧାୟକ ଓ ସାଂସଦମାନଙ୍କୁ ଏପରିକି ମନ୍ତ୍ରୀମାନଙ୍କୁ ମଧ୍ୟ କୋଭିଡ-୧୯ ସହାୟତା କାର୍ଯ୍ୟକ୍ରମରେ ଠିକ ଭାବରେ ସାମିଲ କରାଯାଉନାହିଁ। ଗୋପାଳପୁର ବିଧାୟକ ସିଧାସଳଖ ଭାବରେ ଏହି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିଠି ଜରିଆରେ ଉଠାଇଛନ୍ତି। କେନ୍ଦ୍ରାପଡ଼ା ପ୍ରବାସୀ ଶ୍ରମିକମାନଙ୍କ ଦୁର୍ଦ୍ଦଶାରେ ସ୍ଥାନୀୟ ବିଧାୟକ ବା ସାଂସଦ ମୁହଁ ଖୋଲୁନାହାନ୍ତି। ଏପରି ଅବସ୍ଥାରେ ରାଜ୍ୟରେ ଯେଉଁସବୁ ପ୍ରଶାସନିକ ବିଶୃଙ୍ଖଳା ଦେଖାଦେଇଛି ସେଥିପାଇଁ ଅଫିସରମାନଙ୍କୁ ଦାୟୀ କରାଯାଉଛି। ଏହି ସମୟରେ ରାଜ୍ୟର ଆର୍ଥିକ କ୍ଷମତା ସଙ୍କୁଚିତ ହୋଇଯାଇଥିବାରୁ କେନ୍ଦ୍ର ପ୍ରଥମେ ଟଙ୍କା ଦେଲେ ବିଭିନ୍ନ ବିଭାଗରେ ଖର୍ଚ୍ଚ କରାଯିବ ବୋଲି ଅର୍ଥ ବିଭାଗର ପ୍ରମୁଖ ସଚିବ ୨୦ଟି ବିଭାଗକୁ ଜଣାଇ ଦେଇଛନ୍ତି। କେନ୍ଦ୍ରୀୟ ଅର୍ଥ ଆସିବା ପୂର୍ବରୁ ରାଜ୍ୟ ଅଂଶ ଖର୍ଚ୍ଚ କରିବା ପାଇଁ ସରକାରଙ୍କର ତାକତ ନାହିଁ। ଏହି ଅବସ୍ଥାକୁ ଦେଖି ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଏବଂ ଅନ୍ୟ ବାବଦକୁ କୋଭିଡ-୧୯ ମୁକାବିଲା ପାଇଁ ଖର୍ଚ୍ଚ ହେଉଥିବା ବିପୁଳ ଅର୍ଥରେ ଦେଖାଦେଇଥିବା ଦୁର୍ନୀତି ସାଧାରଣରେ ଆଲୋଚନା ଜୋରଧରିଛି। ଏହାର ସମାଧାନ ନହେଲେ ରାଜ୍ୟରେ ଗଣତାନ୍ତ୍ରିକ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଥିବା ପ୍ରମାଣିତ ହେବ।

ବରିଷ୍ଠ ସାମ୍ବାଦିକ
ମୋ- ୯୪୩୭୪୦୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story