Advertisment

କରୋନା ପ୍ରକୋପ କମାଇବାର କିଛି ଉପାୟ

ସୁଧାଂଶୁ ରଞ୍ଜନ ଦାସ କରୋନାର ଦ୍ଵିତୀୟ ବାର ଓଡ଼ିଶା ଆଗମନ ହୋଇଛି। ରାଜନୈତିକ ନେତା ଓ ଭୂତାଣୁ ବିଶେଷଜ୍ଞମାନେ କହନ୍ତି କରୋନାର ଏହି ଦ୍ଵିତୀୟ ଅବତାର ଅଧିକ ଭୟାନକ ହେବ। ଓଡ଼ିଶା ସରକାର କରୋନା ସହିତ ମୁକାବିଲା କରିବା ପାଇଁ ତତ୍ପର ହୋଇ ପଡ଼ିଛନ୍ତି। କରୋନା କୋଡ଼ ରାଜ୍ୟରେ କଡ଼ାକଡ଼ି ଲାଗୁହେବା ସଂଗେ ସଂଗେ ରାଜ୍ୟ ସରକାର ଏପ୍ରିଲ ପହିଲାଠାରୁ ଦିନକୁ ଦୁଇ ଲକ୍ଷ ଟିକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କରୋନାର ଦ୍ଵିତୀୟ ବାର ଆଗମନରେ […]

୫ ଦିନ ହେଲା ଅନୁଗୋଳରୁ ଆସୁଛି ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ

Corona

Advertisment
  • ସୁଧାଂଶୁ ରଞ୍ଜନ ଦାସ

କରୋନାର ଦ୍ଵିତୀୟ ବାର ଓଡ଼ିଶା ଆଗମନ ହୋଇଛି। ରାଜନୈତିକ ନେତା ଓ ଭୂତାଣୁ ବିଶେଷଜ୍ଞମାନେ କହନ୍ତି କରୋନାର ଏହି ଦ୍ଵିତୀୟ ଅବତାର ଅଧିକ ଭୟାନକ ହେବ। ଓଡ଼ିଶା ସରକାର କରୋନା ସହିତ ମୁକାବିଲା କରିବା ପାଇଁ ତତ୍ପର ହୋଇ ପଡ଼ିଛନ୍ତି। କରୋନା କୋଡ଼ ରାଜ୍ୟରେ କଡ଼ାକଡ଼ି ଲାଗୁହେବା ସଂଗେ ସଂଗେ ରାଜ୍ୟ ସରକାର ଏପ୍ରିଲ ପହିଲାଠାରୁ ଦିନକୁ ଦୁଇ ଲକ୍ଷ ଟିକା ଦେବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

Advertisment

କରୋନାର ଦ୍ଵିତୀୟ ବାର ଆଗମନରେ ସରକାର ଓ ଜନସାଧାରଣ ଭୟଭୀତ ହୋଇପଡ଼ିଥିବାର ଜଣାପଡ଼େ। ଭୟ ମନୁଷ୍ୟର ପରମ ଶତ୍ରୁ ଓ ଏହା ମନୋବଳକୁ କମ କରିଦେଇଥାଏ। ସେଥିପାଇଁ କରୋନା କୋଡ୍‌ର ପାଳନ କରିବା ସଂଗେ ସଂଗେ ସରକାର ଓ ଜନସାଧାରଣ କରୋନାକୁ ହରାଇବା ପାଇଁ ପ୍ରଥମେ ଅନୁକୂଳ ବାତାବରଣ ତିଆରି କରିବା ଉଚିତ।

ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଲେ କରୋନା ସହଜରେ ଆକ୍ରମଣ କରିପାରେ ନାହିଁ ଓ ଏହାର ସଂକ୍ରମଣ ଏତେ ଅଧିକ ହୁଏନାହିଁ ବୋଲି ଭୂତାଣୁ ବିଶାରଦମାନେ କହନ୍ତି। ସରକାର, ବୁଦ୍ଧିଜୀବୀ, ମିଡ଼ିଆ,  ଯୁବପିଢ଼ି ଓ ସୁସ୍ଥ ଲୋକାଭିମୁଖୀ ଚିନ୍ତାଧାରା ଥିବା ରାଜନୈତିକ ନେତାମାନେ ନିଜ ନିଜ ଇଲାକାରେ ଥିବା ଖୋଲା ଜାଗା ଓ ଖେଳପଡ଼ିଆ ଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ପାଇଁ ଖେଳକୁଦ, ବ୍ୟାୟାମ, ଯୋଗ, ପ୍ରାଣାୟମ ଓ ଶାରୀରିକ କାର୍ଯ୍ୟକ୍ରମ ନିୟମିତ ଭାବରେ ଆୟୋଜନ କରିବା ଉଚିତ। କମ୍‌ ବ୍ୟୟରେ ଆୟୋଜିତ ହେଉଥିବା ଭାରତୀୟ ଖେଳଗୁଡିକ ଯଥା ଭଲିବଲ, ଖୋ ଖୋ, କବାଡ଼ି, ଆସନ-ପ୍ରାଣାୟାମ, କୁସ୍ତି ଓ ଫୁଟବଲ ଆଦିର ପ୍ରଚାର ପ୍ରସାର ହେବା ନିହାତି ଦରକାର। କରୋନା ସମୟରେ ଶାରୀରିକ କାମ ନକରିବା ଦ୍ୱାରା ଲୋକେ ଅନ୍ୟାନ୍ୟ ରୋଗର ମଧ୍ୟ ଶିକାର ହୋଇଥାନ୍ତି।

Advertisment

ସୁସ୍ଥ ଓ ସ୍ଵଚ୍ଛ ପରିବେଶ କରୋନା ସଂକ୍ରମଣର ପ୍ରକୋପକୁ ବଢ଼ିବାକୁ ଦିଏନାହିଁ। ଏଥିପାଇଁ ଓଡ଼ିଶାର ନେତାମାନେ ଦଳକନ୍ଦଳକୁ ଭୁଲି ନିଜ ନିଜ ନିର୍ବାଚନ ମଣ୍ଡଳୀରେ ସୁସ୍ଥ ଓ ସ୍ଵଚ୍ଛ ପରିବେଶ ତିଆରି କରିବା ଉଚିତ। ବୟସ୍କ ଲୋକେ କରୋନା ସଂକ୍ରମଣ ଦ୍ୱାରା ବେଶୀ ଆକ୍ରାନ୍ତ ହୋଇଥାନ୍ତି। ସେମାନଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ନିୟମିତ ଚଲାବୁଲା କରିବାର ସୁବିଧା ସଂଗେ ସଂଗେ ଯୋଗ-ପ୍ରାଣାୟାମ, ପହଁରିବା ଓ ବ୍ୟାୟାମ କରିବା ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବା ଦରକାର। ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସହରରେ ଚାଲିବା ପାଇଁ ଫୁଟପାଥ ପ୍ରାୟ ଉଭାନ ହୋଇ ଗଲାଣି। ଫଳରେ ବୟସ୍କ ଲୋକେ ରାସ୍ତାକୁ ବାହାରିଲେ ଦୁର୍ଘଟଣାର ସାମନା କରୁଛନ୍ତି। ଫୁଟପାଥ ରାସ୍ତାଗୁଡିକର ଅଭିନବ ଅଙ୍ଗ ହେବା ଦରକାର।

ଚୀନ ସରକାର କରୋନା ସମୟରେ ଦେଶର ୭୦୦୦୦୦ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଜନିତ ସଂକ୍ରମଣକୁ ରୋକିବା ପାଇଁ ନିୟୋଜିତ କରିଥିଲେ। ଓଡ଼ିଶାରେ ଆୟୁର୍ବେଦର ବିକାଶ ଓ ଗବେଷଣା ନିହାତି ଦରକାର। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରେ ତିଆରି ପୁଷ୍ଟିକର ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ଉଚିତ।

ସରକାର ସହର ଗୁଡିକରେ ସାଇକଲ ଟ୍ରାକ ତିଆରି କରିବା ନିହାତି ଦରକାର। ଦଶ କିଲୋମିଟର ପରିଧି ଭିତରେ ଅଧିକାଂଶ ଲୋକ ସାଇକେଲରେ ନିଜ କର୍ମକ୍ଷେତ୍ରକୁ ଆସିପାରିବେ। ଆଜି ଡେନମାର୍କ, ଜାପାନ ଓ ଅନେକ ଇଉରୋପୀୟ ଦେଶଗୁଡିକରେ ଲୋକେ ସାଇକେଲରେ ଯିବା ଆସିବା ପାଇଁ ବେଶୀ ପସନ୍ଦ କରୁଛନ୍ତି। ସାଇକେଲ ଟ୍ରାକର ବିସ୍ତାର ହେଲେ ଲୋକେ ସାଇକେଲ ଚଳାଇବା ସଂଗେ ସଂଗେ ନିଜର  ସ୍ୱାସ୍ଥ୍ୟ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇପାରିବେ। ଏଥିରେ ଲକ୍ଷ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ପେଟ୍ରୋଲ ବାବଦରେ ବଂଚାଯାଇ ପାରନ୍ତା। ସାଇକେଲ ଟ୍ରାକର ନିର୍ମାଣରେ ଯଦି ତ୍ରୁଟି ରହିବ ତେବେ କଣ୍ଟ୍ରାକଟରକୁ ଦଣ୍ଡିତ କରିବା ନିହାତି ଆବଶ୍ୟକ କାରଣ କଣ୍ଟ୍ରାକଟରଙ୍କର ଦୁଷ୍କର୍ମ ଲକ୍ଷ ଲକ୍ଷ ଟିକସଦାତାଙ୍କୁ ଅନେକ ଦିନ ଯାଏ ଆର୍ଥିକ ଓ ଶାରୀରିକ ପୀଡ଼ା ଦେଇଥାଏ।

ଆଜି ଦଶ ଜଣ ଯୁବକ ଭିତରୁ ନଅ ଜଣ ଯୁବକ ୧୦୦ ମିଟର ଯିବା ପାଇଁ ବାଇକର ସାହାଯ୍ୟ ନେଉଛନ୍ତି। ଓଡ଼ିଶାର ଯୁବପିଢ଼ି ସ୍ମାର୍ଟ ଫୋନ, କମ୍ପୁଟର ଗେମ  ଓ ଟିଭି ଦେଖି ନିଜର ସ୍ୱାସ୍ଥ୍ୟର ଅବନ୍ନତି ଘଟାଉଛନ୍ତି। ସରକାରୀ ମିଡ଼ିଆ ଓ ଲୋକ ପ୍ରତିନିଧି ଯୁବପିଢ଼ିକୁ ଶାରୀରିକ କାମ କରିବାକୁ ଉତ୍ସାହିତ କରିବା ଦରକାର। ଆବାସ ସ୍ଥାନଗୁଡିକରେ ବନିଥିବା ମୋବାଇଲ ଟାୱାର ଗୁଡିକୁ ତୁରନ୍ତ ହଟାଇ ଦେବା ଦରକାର। ମୋବାଇଲ ଟାୱାରରୁ ବାହାରୁଥିବା ରେଡ଼ିଏସନ କ୍ୟାନ୍ସର ଭଳି ଭୟଙ୍କର ରୋଗ ସୃଷ୍ଟିକରେ ବୋଲି ଅନେକ ବିଶେଷଜ୍ଞ କହନ୍ତି। ଗ୍ରାମୀଣ ଇଲାକାରେ ଲୋକେ ଟଙ୍କିକିଆ ଚାଉଳ ଓ ଗହମ ଖାଇ ଆଉ ଶାରୀରିକ କାମ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯେଉଁମାନେ ଶ୍ରମ କରୁନାହାନ୍ତି ସେମାନଙ୍କୁ ଚିହ୍ନଟ କରି ଟଙ୍କିକିଆ ଚାଉଳ ଓ ଗହମ ବନ୍ଦ କରିଦେବା ନିତ୍ୟାନ୍ତ ଆବଶ୍ୟକ। ଶ୍ରମ ନକରିବା ଦ୍ୱାରା ଅନେକ ଲୋକ ଅନ୍ୟାନ୍ୟ ରୋଗର ଶିକାର ହୋଇ ଖର୍ଚ୍ଚାନ୍ତ ହେବା ସଂଗେ ସଂଗେ ନିଜର ରୋଗ ପ୍ରତିରୋଧକ ଶକ୍ତି ହରାଉଛନ୍ତି। ଶ୍ରମ ବିହୁନେ ଗୁଣ ନାଶ। ତେଣୁ ଅନେକ ଲୋକ କୂଅଭ୍ୟାସର ମଧ୍ୟ ଶିକାର ହେଉଛନ୍ତି।

ଓଡ଼ିଶାର ଆୟୁର୍ବେଦର ବିକାଶ ପାଇଁ ଅନେକ ସମ୍ଭାବନା ଅଛି। ଚୀନ ସରକାର କରୋନା ସମୟରେ ଦେଶର ୭୦୦୦୦୦ ଆୟୁର୍ବେଦ ଡାକ୍ତରଙ୍କୁ କରୋନା ଜନିତ ସଂକ୍ରମଣକୁ ରୋକିବା ପାଇଁ ନିୟୋଜିତ କରିଥିଲେ। ଓଡ଼ିଶାରେ ଆୟୁର୍ବେଦର ବିକାଶ ଓ ଗବେଷଣା ନିହାତି ଦରକାର। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଘରେ ତିଆରି ପୁଷ୍ଟିକର ଖାଦ୍ୟର ପ୍ରଚାର ଓ ପ୍ରସାର ହେବା ଉଚିତ। କରୋନା ସମୟରେ ଭେଜାଲ ଖାଦ୍ୟ ଅତ୍ୟନ୍ତ ଘାତକ ହୋଇଥାଏ। କିଛି ଦିନ ତଳେ ସରକାର ଭେଜାଲ ଖାଦ୍ୟ ପ୍ରସ୍ତୁତକର୍ତ୍ତାଙ୍କ ଉପରେ ଚଢ଼ାଉ କରି ଅନେକ ଭେଜାଲ ଖାଦ୍ୟ ପଦାର୍ଥ ନଷ୍ଟ କରିଦେଇଥିଲେ। ଏହି ଭେଜାଲ ରେଡ ଲୋକଦେଖାଣିଆ ନହୋଇ ନିରନ୍ତର ଚାଲିବା ଦରକାର ଯେତେବେଳ ପର୍ଯ୍ୟନ୍ତ ଓଡ଼ିଶା ଭେଜାଲ ମୁକ୍ତ ନହୋଇଛି। ବିଶ୍ୱ ଏହି କରୋନା ଭୂତାଣୁ ଠାରୁ ମୁକ୍ତି ପାଇବା କଷ୍ଟକର। ତେଣୁ କରୋନାର ପ୍ରକୋପକୁ କମାଇ ନିଜର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ଗତିବିଧିକୁ କିଭକି ବଞ୍ଚାଇ ରଖିହେବ ଏହାର ଉପାୟ ବାହାର କରିବା ଉଚିତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe