ସୁଲ୍ଲୀ ଡିଲ୍‌ସ ଓ ବୁଲ୍ଲୀ ବାଈ ଆପ୍: ଘୃଣା ଓ ଭୟର ଷଡ଼ଯନ୍ତ୍ର

ସରଳ କୁମାର ଦାସ ନୂଆ ବର୍ଷ ଆରମ୍ଭରେ ‘ବୁଲ୍ଲୀ ବାଈ’ ନାମକ ଏକ ଆପ୍ (ଆପ୍ଲିକେସନ)ରେ ରେଡିଓ ମିର୍ଚି ୯୮.୩ ଏଫଏମର ‘ଆରଜେ ସାୟେମା’ ଭାବେ ଖ୍ୟାତ ରେଡିଓ ଜକି ସାୟେମା ରେହମାନ ନିଜ ଫଟୋ ନିଲାମ ଉଦ୍ଦେଶ୍ୟରେ ଥିବା ଦେଖି ବିସ୍ମିତ ଓ ବିଚଳିତ ହୋଇ ପଡ଼ିଥିଲେ। କେବଳ ତାଙ୍କର ନୁହେଁ, ଏହି ୱେବସାଇଟରେ ପ୍ରାୟ ୧୦୦ ଜଣ ମୁସଲମାନ ମହିଳାଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ ସେମାନଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ପ୍ରଦାନ […]

buli-bai

buli-bai

Debendra Prusty
  • Published: Thursday, 20 January 2022
  • Updated: 20 January 2022, 12:40 PM IST

ସରଳ କୁମାର ଦାସ

ନୂଆ ବର୍ଷ ଆରମ୍ଭରେ ‘ବୁଲ୍ଲୀ ବାଈ’ ନାମକ ଏକ ଆପ୍ (ଆପ୍ଲିକେସନ)ରେ ରେଡିଓ ମିର୍ଚି ୯୮.୩ ଏଫଏମର ‘ଆରଜେ ସାୟେମା’ ଭାବେ ଖ୍ୟାତ ରେଡିଓ ଜକି ସାୟେମା ରେହମାନ ନିଜ ଫଟୋ ନିଲାମ ଉଦ୍ଦେଶ୍ୟରେ ଥିବା ଦେଖି ବିସ୍ମିତ ଓ ବିଚଳିତ ହୋଇ ପଡ଼ିଥିଲେ। କେବଳ ତାଙ୍କର ନୁହେଁ, ଏହି ୱେବସାଇଟରେ ପ୍ରାୟ ୧୦୦ ଜଣ ମୁସଲମାନ ମହିଳାଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖାଯାଇଥିଲା ଓ ସେମାନଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ପ୍ରଦାନ କରାଯାଉଥିଲା। ଏହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କଲା। ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଏହି ପ୍ରଭାବଶାଳୀ ମହିଳାମାନଙ୍କ କୃତ୍ରିମ ଭାବେ ପରିବର୍ତ୍ତିତ (ଡକ୍ଟରଡ୍) ଫଟୋ ଓ ପ୍ରୋଫାଇଲ ନିଲାମ ଉଦ୍ଦେଶ୍ୟରେ ‘ବୁଲ୍ଲୀ ବାଈ’ ୱେବସାଇଟରେ ରଖି ନିଲାମ ଡାକ ପାଇଁ ଆମନ୍ତ୍ରଣ କରାଯିବାର ଉଦ୍ଦେଶ୍ୟ ଥିଲା ସେମାନଙ୍କୁ ନିନ୍ଦିତ ଓ ଭୟଭୀତ କରାଇବା। ସାମାଜିକ ଗଣମାଧ୍ୟମରେ ବେଶ ସକ୍ରିୟ ଥିବା ଏହି ମହିଳାମାନଙ୍କ ବୟସ ୧୭ରୁ ୭୦ ମଧ୍ୟରେ ଥିଲା।

ଏକ ୱେବସାଇଟରେ ମୁସଲମାନ ମହିଳାଙ୍କ ନିଲାମ ଡକା ଯାଉଥିବା ଖବର ସେତେବେଳେ ଜଣାପଡ଼ିଲା, ଯେତେବେଳେ ‘ଦି ୱାୟାର’ ନାମକ ନିଉଜ ୱେବସାଇଟର ସାମ୍ୱାଦିକା ଇସମତ ଆରା ତାଙ୍କ ଫଟୋ ‘ବୁଲ୍ଲୀ ବାଈ’ ୱେବସାଇଟରେ ଥିବା କଥା ଟ୍ୱିଟ କରି ଜଣାଇଲେ, “ଏହା ଅତି ଦୁଃଖଦାୟକ ଯେ ଜଣେ ମୁସଲମାନ ମହିଳା ଭାବେ ମୋତେ ଭୟ ଓ ଘୃଣା ମଧ୍ୟ ଦେଇ ନୂଆ ବର୍ଷ (୨୦୨୨) ଆରମ୍ଭ କରିବାକୁ ପଡ଼ିଲା। ଅବଶ୍ୟ ଏହା କହିବା ବାହୁଲ୍ୟ ଯେ ସୁଲ୍ଲୀ ଡିଲ୍‌ସର ଏହି ନୂତନ ସଂସ୍କରଣରେ ଆକ୍ରମଣର ଶରବ୍ୟ ହେବାରେ ମୁଁ  ଏକୁଟିଆ ନୁହେଁ।”

‘ବୁଲ୍ଲୀ ବାଈ’ ଏକ ଆପ୍ (ଆପ୍ଲିକେସନ) ଯାହା ‘ଗିଟହବ’ରେ ଦେଖିବାକୁ ମିଳିଥିଲା। ‘ଗିଟହବ’ ଏକ ମଞ୍ଚ (ପ୍ଲାଟଫର୍ମ) ଯେଉଁଠାରେ ‘ଗିଟ’ କୋଷାଗାର (ରିପୋଜିଟୋରି)କୁ ବ୍ୟବହାର କରି ସଫ୍ଟୱେଆର ବିକାଶ କରାଯାଇଥାଏ ଓ ରଖା ଯାଇଥାଏ। ବିଶ୍ୱର ପ୍ରାୟ ୭ କୋଟିରୁ ଊର୍ଦ୍ଧ୍ୱ ସଫ୍ଟୱେଆର ବିକାଶକାରୀ ଓ କମ୍ପାନୀ ସେମାନଙ୍କ ସଫ୍ଟୱେଆରର ବିକାଶ, ପ୍ରେରଣ ଓ ରକ୍ଷଣାବେକ୍ଷଣ ଏହି ମଞ୍ଚ ମାଧ୍ୟମରେ କରିଥାଆନ୍ତି ଓ ଏଥିପାଇଁ ଏହା ବିଶ୍ୱର ସର୍ବବୃହତ୍ ମଞ୍ଚ ଅଟେ। ଏହାର ମୁଖ୍ୟାଳୟ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ସାନଫ୍ରାନସିସ୍କୋରେ ଅବସ୍ଥିତ। ମହିଳାଙ୍କ ନିଲାମ ଉଦ୍ଦେଶ୍ୟରେ ଏହାର ମଞ୍ଚକୁ ବ୍ୟବହାର କରାଯାଉଥିବା କଥା ଜଣା ପଡ଼ିବା ପରେ ‘ଗିଟହବ’ ‘ବୁଲ୍ଲୀ ବାଈ’ ଆପକୁ ସେଠାରୁ ଅପସାରଣ କରି ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଏହି ‘ଗିଟହବ’କୁ ଉପଯୋଗ କରି ଠିକ ୬ ମାସ ତଳେ ‘ସୁଲ୍ଲୀ ଡିଲସ୍’ ନାମକ ଅନ୍ୟ ଏକ ୱେବସାଇଟରେ ଅନୁରୂପ ଭାବେ ନିଲାମ ଉଦ୍ଦେଶ୍ୟରେ ମୁସଲମାନ ମହିଳାଙ୍କର ଫଟୋ ରଖାଯାଇଥିଲା। ଏଥିରେ ପୀଡ଼ିତା ମହିଳାଙ୍କ ଦ୍ୱାରା ଦିଲ୍ଲୀ ସମେତ ୪ଟି ରାଜ୍ୟରେ ୧୫ଟି ଏଫଆଇଆର ଦାଏର ହେବା ପରେ ‘ସୁଲ୍ଲୀ ଡିଲସ୍ ଆପ’କୁ ଅପସାରଣ କରି ନିଆଯାଇଥିଲା। ହେଲେ ଏହି ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପୁଲିସର ନିଷ୍କ୍ରିୟତା ପୀଡ଼ିତାଙ୍କୁ ବ୍ୟଥିତ କରିଥିଲା।

ସାମାଜିକ ଗଣମାଧ୍ୟମ ଭାବର ଆଦାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ହୋଇଥିଲେ ବି ଏହାର ଅପବ୍ୟବହାର କରି ଅନଲାଇନରେ ମହିଳାଙ୍କ ନିଲାମ ଡାକିବା ମହିଳାମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ସହ ତାହା ସେମାନଙ୍କ ପ୍ରତି ଅତ୍ୟନ୍ତ ଅପମାନଜନକ ଆଚରଣ ହୋଇଥାଏ। ଏହା ଏକ ପ୍ରକାର ଅନଲାଇନରେ ମହିଳାଙ୍କ ଉତ୍ପୀଡ଼ନ ଯାହା ମହିଳାଙ୍କ ସମ୍ମାନର ହନନ କରୁଥିବାରୁ ତାହା ଏକ ଦଣ୍ଡନୀୟ ଅପରାଧ ଅଟେ। ତେଣୁ ଉଭୟ ମୁମ୍ୱାଇ ଓ ଦିଲ୍ଲୀରେ କିଛି ପୀଡ଼ିତା ମହିଳା ଏଫଆଇଆର ଦାଖଲ କଲେ। ଏହି ମାମଲାରେ ମୁମ୍ୱାଇ ପୁଲିସ ଅଜଣା ଅପରାଧୀଙ୍କ ବିରୁଦ୍ଧରେ ବିଭିନ୍ନ ଧର୍ମାବଲମ୍ୱୀଙ୍କ ମଧ୍ୟରେ ଘୃଣାର ବାତାବରଣ ତିଆରି କରିବା, ଜାତୀୟ ସଂହତିକୁ ନଷ୍ଟ କରିବା, ଜାଣିଶୁଣି ଏକ ବିଦ୍ୱେଷପୂର୍ଣ୍ଣ କାର୍ଯ୍ୟ କରିବା, ଅନୁଧାବନ କରିବା, ମହିଳାଙ୍କ ସମ୍ମାନର ହନନ କରିବା, ଆପରାଧିକ ମାନହାନି ଆଦି ପାଇଁ, ଭାରତୀୟ ପିଙ୍ଗଳ କୋଡର ଯଥାକ୍ରମେ ଦଫା ୧୫୩ (ଏ), ୧୫୩ (ବି), ୨୯୫(ଏ), ୩୫୪ (ଡି), ୫୦୯ ଓ ୫୦୦ରେ ମାମଲା ରୁଜ୍ଜୁ କରି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲେ। ତେବେ ମୁମ୍ୱାଇ ପୁଲିସ ତତ୍ପରତା ଦେଖାଇ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୁଲିସ ଉପରେ ଚାପ ପଡ଼ିଲା ଓ ସେମାନେ ଆସାମରୁ ଏହି କାଣ୍ଡର ମୁଖ୍ୟ ନାୟକ କୁହାଯାଉଥିବା ଅଭିଯୁକ୍ତକୁ ଗିରଫ କଲେ। ଇତିମଧ୍ୟରେ ବୁଲ୍ଲୀ ବାଈ ଆପ୍ ସହ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇସାରିଛନ୍ତି। ଗିରଫ ହୋଇଥିବା ସମସ୍ତଙ୍କ ବୟସ ୧୮ରୁ ୨୧ ମଧ୍ୟରେ ଓ ସେଥିରେ ସଂଶ୍ଳିଷ୍ଟ ଥିବା ଏକମାତ୍ର ଯୁବତୀ ମାତ୍ର ୧୮ ବର୍ଷ ବୟସ୍କା, ଯାହା ଅତ୍ୟନ୍ତ ଉଦବେଗଜନକ। ଏତେ କମ ବୟସରେ ଏ ଭଳି ଏକ ଘୃଣାପୂର୍ଣ୍ଣ କାର୍ଯ୍ୟର ପରିକଳ୍ପନା କରି ତାକୁ ସୁଚାରୁ ରୂପେ ସମ୍ପାଦନ କରିବା ବିଶ୍ୱାସଯୋଗ୍ୟ ମନେ ହେଉ ନ ଥିବାରୁ ଏହା ପଛରେ ଅନ୍ୟ କାହାର ସୁଚିନ୍ତିତ ଷଡ଼ଯନ୍ତ୍ର କାମ କରୁଥାଇପାରେ ବୋଲି ଆଶଙ୍କା ବ୍ୟକ୍ତ ହେଉଛି।

ବୁଲ୍ଲୀ ବାଈର ଟ୍ୱିଟର ହାଣ୍ଡଲକୁ ଅପସାରଣ କରାଯାଇଥିଲେ ବି ଏହି କାଣ୍ଡଟି କିଏ କରିଥାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଲା। କେହି କେହି ଏହା ପଛରେ ପାକିସ୍ତାନର ହାତ ଥାଇପାରେ ବୋଲି ଆଶଙ୍କା ବ୍ୟକ୍ତ କଲେ। ତେବେ ଏହା ‘ଖାଲିସ୍ତାନୀ ଶିଖ ଫୋର୍ସ’ (କେଏଲଏଫ) ଦ୍ୱାରା ପରିଚାଳିତ ବୋଲି ଆକାଉଣ୍ଟରେ ଦର୍ଶାଯାଇଥିଲା। ଆକାଉଣ୍ଟରେ ‘ବୁଲ୍ଲୀ ବାଈ’ ଶବ୍ଦ-ଦ୍ୱୟ ‘ଗୁରୁମୁଖୀ’ (ପଞ୍ଜାବୀ) ଲିପିରେ ଲେଖା ହୋଇ ସେଥିରେ ‘ଫ୍ରିଜଗ୍ଗିନାଓ’ ହାସ-ଟାଗଟି ଲେଖା ଯାଇ ଏହା ଖାଲିସ୍ତାନୀଙ୍କ କାର୍ଯ୍ୟ ବୋଲି ଭ୍ରମ ଉତ୍ପନ୍ନ କରିବାର ଚେଷ୍ଟା କରା ଯାଇଥିଲା। ଖାଲିସ୍ତାନର ଦୃଢ଼ ସମର୍ଥକ ବ୍ରିଟିଶ ଅଧିବାସୀ ଏବଂ ଏକାଧିକ ହତ୍ୟା ଅପରାଧରେ ଅଭିଯୁକ୍ତ ଜଗତାର ସିଂହ ଜୋହଲ ଓରଫ ଜଗ୍ଗି ଭାରତକୁ ଆସିଥିବା ସମୟରେ ନଭେମ୍ୱର ୨୦୧୭ରୁ ଧରା ପଡ଼ି ଜେଲରେ ଅଛି। ତାକୁ ମୁକ୍ତ କରିବା ଲାଗି ଖାଲିସ୍ତାନ ସପକ୍ଷବାଦୀଙ୍କ ଦ୍ୱାରା ମଝିରେ ମଝିରେ ସାମାଜିକ ଗଣମାଧ୍ୟମରେ ‘ଫ୍ରିଜଗ୍ଗିନାଓ’ ହାସଟାଗ ଅଭିଯାନମାନ ଚଳାଯାଇଥାଏ। ସେହି ହାସ-ଟାଗଟିକୁ ଏ କ୍ଷେତ୍ରରେ ବ୍ୟବହାର କରି ଅଭିଯୁକ୍ତମାନେ ନିଜକୁ ପୁଲିସ ସନ୍ଦେହର ଊର୍ଦ୍ଧ୍ୱରେ ରଖିବାକୁ ଚେଷ୍ଟା କରିଥିଲେ। ସେହିପରି ‘ଖାଲସା ୱାରିଅର’ ନାମକ ଏକ ଆକାଉଣ୍ଟର ଟ୍ୱିଟକୁ ‘ବୁଲ୍ଲୀ ବାଈ’ ଆକାଉଣ୍ଟରୁ ପୁନଃଟ୍ୱିଟ କରାଯାଇ ସେହି ଭ୍ରମକୁ ଦୃଢ଼ କରିବାର ଚେଷ୍ଟା ହୋଇଥିଲା। ହେଲେ ଗିରଫ ହୋଇଥିବା କେହି ଜଣେ ହେଲେ ଶିଖ ସମ୍ପ୍ରଦାୟର ହୋଇ ନ ଥିବାରୁ ଏହାକୁ ଖାଲିସ୍ତାନୀମାନଙ୍କ କାଣ୍ଡ ବୋଲି ଦର୍ଶାଇବାର ଅପଚେଷ୍ଟା କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଗଲା। ତେଣୁ ଏହା ଶିଖ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଥିବା ସମ୍ପ୍ରୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ କରାଯାଇଥିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ।

ଅନ୍ୟ ପକ୍ଷରେ ଏହି କାଣ୍ଡଟିର ସମ୍ପାଦନରେ ଅନ୍ୟ କାହାର ସମ୍ପୃକ୍ତି ନ ଥାଇ କେବଳ ଯଦି ଏହି ଯୁବକ ଓ ଯୁବତୀଙ୍କ ଦ୍ୱାରା ତାହା ସଂଘଟିତ ହୋଇଥାଏ, ତେବେ ତାହା ମଧ୍ୟ ଉଦବେଗଜନକ। ଏତେ କମ ବୟସରେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି କେତେ ଅଧିକ ଘୃଣା ମନରେ ବସା ବାନ୍ଧି ନ ଥିଲେ ଜଣେ ଏପରି ଘୃଣିତ କାର୍ଯ୍ୟ କରିବାକୁ କୁଣ୍ଠା ପ୍ରକାଶ କରିବ ନାହିଁ! ତା’ଛଡ଼ା ଯେଉଁ ମହିଳାମାନଙ୍କ ଫଟୋ ନିଲାମ ଉଦ୍ଦେଶ୍ୟରେ ରଖା ଯାଇଥିଲା, ସେମାନଙ୍କ ମଧ୍ୟରୁ କେତେକ ଅଭିଯୁକ୍ତମାନଙ୍କ ଜେଜେ ମା’ ବୟସର ଥିଲେ, ଯେଉଁମାନଙ୍କ ବୟସ ପ୍ରତି ସେମାନଙ୍କର ସମ୍ମାନ ନ ଥାଇ ପାରେ, ହେଲେ ସେମାନଙ୍କଠାରୁ ଅନ୍ତତଃ ଏତେ ଅଧିକ ଘୃଣା ବି ତ ଆଶା କରି ହେବନାହିଁ। ଏଥିରୁ ସ୍ପଷ୍ଟ ଯେ ବାରମ୍ୱାର ଅନ୍ୟ ପ୍ରତି ଘୃଣାପୂର୍ଣ୍ଣ ବିମର୍ଶ ଓ ମନ୍ତବ୍ୟ ଶୁଣି ଶୁଣି କୋମଳମତି ବାଳକ-ବାଳିକା, ଯୁବକ-ଯୁବତୀମାନଙ୍କ ମନରେ ଘୃଣା ଏପରି ବସା ବାନ୍ଧି ବସେ ଯେ ସେହି ଘୃଣା କେତେବେଳେ ସେମାନଙ୍କ ଚରିତ୍ରର ଅଂଶ ବିଶେଷ ହୋଇ ସେମାନଙ୍କ କ୍ଷତି କରିଥାଏ, ତାହା ସେମାନେ ଜାଣି ପାରି ନ ଥାଆନ୍ତି। ଫଳରେ ସମାଜ ଓ ଦେଶର ମଧ୍ୟ ପ୍ରଭୁତ କ୍ଷତି ସାଧିତ ହୋଇଥାଏ। ତେଣୁ ସମାଜ ଓ ଦେଶ ଗଠନ ପାଇଁ ଅନ୍ତତଃ ପକ୍ଷେ ଆମ କୋମଳମତି ବାଳକ ବାଳିକାଙ୍କୁ କୌଣସି ପ୍ରକାର ଘୃଣାପୂର୍ଣ୍ଣ ବିମର୍ଶଠାରୁ ଦୂରେଇ ରଖିବା ନିହାତି ଆବଶ୍ୟକ। ନ ହେଲେ ଆମେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରି ବସିବା ଯାହା।

ଏମିତିରେ ସାରା ଦେଶରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବଢି ବଢ଼ି ଚାଲିଥିଲା ବେଳେ ଏହି ଅନଲାଇନ ଅପରାଧର ନୂତନ ଧାରା ବାସ୍ତବିକ ଉଦବେଗଜନକ। ‘ବୁଲ୍ଲୀ ବାଈ’ ପରି ଘଟଣା ଉପରେ ବୁଦ୍ଧିଜୀବୀମାନଙ୍କ ମତ, “ଏ ଭଳି ଘଟଣା ଏପରି ଏକ ସମାଜର ନିଦର୍ଶନ ଯେଉଁଠାରେ ନିଜର ସ୍ୱର ଉଠାଇବାକୁ ସାହସ କରୁଥିବା ମହିଳାମାନଙ୍କ ସ୍ୱରକୁ ଚାପି ଦେବାଲାଗି ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥାଏ।“ ପୀଡ଼ିତା ମହିଳାମାନେ କେବଳ ଯେ ମୁସଲମାନ ତାହା ନୁହେଁ, ବରଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନଚେତା ଓ ନିଜ ନିଜ ବୃତ୍ତିରେ ବେଶ ପ୍ରତିଷ୍ଠିତ। ତାହା ହିଁ ସେମାନଙ୍କ ଆକ୍ରମଣରେ ଶରବ୍ୟ ହେବାର ମୁଖ୍ୟ କାରଣ ବୋଲି କୁହାଯାଇପାରେ। ଅଳ୍ପସଂଖ୍ୟକ ଓ ଦଳିତମାନଙ୍କ ମଧ୍ୟରୁ ଖୁବ କମ ସଂଖ୍ୟକ ମହିଳା ସ୍ୱାଧୀନ ବିଚାର ସହ ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ ଆଗେଇ ଆସୁଥିବା ବେଳେ ଏହି ଧରଣର ଘଟଣା ସେହି ପ୍ରକ୍ରିୟାକୁ ଆହୁରି ପ୍ରଭାବିତ କରିବ।

ତେଣୁ ଏ ଭଳି ଘଟଣା ସଂଘଟିତ ହେଲା ମାତ୍ରେ ନିର୍ବାଚନୀ ଲାଭକ୍ଷତିର ଊର୍ଦ୍ଧ୍ୱକୁ ଉଠି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ଚୁପ ନ ରହି ଘଟଣାର ନିନ୍ଦା କରିବା ଉଚିତ। ଏ ଭଳି ଘଟଣାରେ ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ଆନ୍ତରିକତା ଓ ତତ୍ପରତା ପ୍ରକାଶ ପାଇଲେ ତାହା ଏ ଧରଣର ବେପରୁଆ ଆପରାଧିକ ଗତିବିଧି ଉପରେ ଅଙ୍କୁଶ ଲଗାଇବାକୁ ସକ୍ଷମ ହୋଇଥାଏ। ‘ବୁଲ୍ଲୀ ବାଈ’ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେହି କେହି ‘ସୁଲ୍ଲୀ ଡିଲସ୍’ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ଜଣା ପଡ଼ିବା ପରେ ଏହା ସ୍ପଷ୍ଟ ହେଉଛି ଯେ ‘ସୁଲ୍ଲୀ ଡିଲସ’ ମାମଲାରେ ଦଣ୍ଡିତ ନ ହେବା ସେମାନଙ୍କୁ ପରବର୍ତ୍ତୀ ଅପରାଧ ପାଇଁ ସାହସ ଯୋଗାଇଥିଲା। ଦିଲ୍ଲୀ ପୁଲିସ ଉପରେ ଚାପ ପଡ଼ିବା ପରେ ସେମାନେ ‘ସୁଲ୍ଲୀ ଡିଲସ’ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛନ୍ତି। ‘

ବୁଲ୍ଲୀ ବାଈ’ କାଣ୍ଡରେ ଆରଜେ ସାୟେମାଙ୍କ ନାମ କାହିଁକି ପୀଡ଼ିତାଙ୍କ ତାଲିକାରେ ରହିଲା ବୋଲି ପ୍ରଶ୍ନର ସେ ଦେଇଥିବା ଉତ୍ତର ବେଶ ଚିନ୍ତା ଉଦ୍ରେକକାରୀ। ତାଙ୍କ ଅନୁସାରେ, “ଆପଣ ଜାଣନ୍ତି, ଜୀବନରେ ଆଗକୁ ବଢ଼ିବାକୁ ହେଲେ କେତେଗୁଡ଼ିଏ ବକ୍ସରେ ଟିକ୍ ମାରିବାକୁ ହୋଇଥାଏ ... ମୁଁ ସେହି ବକ୍ସଗୁଡ଼ିକରେ ଟିକ୍ ମାରିଛି। ଏକ ନମ୍ୱର ବକ୍ସରେ ମୁଁ ଜଣେ ମହିଳା। ବକ୍ସ ନମ୍ୱର ଦୁଇରେ ମୁଁ ମୁସଲମାନ, ବକ୍ସ ନମ୍ୱର ତିନିରେ ମୁଁ ସ୍ୱାଧୀନ ଚିନ୍ତାଧାରାର ମଣିଷଟିଏ ଆଉ ବକ୍ସ ନମ୍ୱର ଚାରିରେ ମୁଁ ଜଣେ ସଫଳ ମଣିଷ।” ଏହା କେବଳ ସାୟେମାଙ୍କ ଉତ୍ତର ନୁହେଁ, ବରଂ ନିଜ ଅଜାଣତରେ ‘ବୁଲ୍ଲୀ ବାଈ’ର ଶରବ୍ୟ ଶତାଧିକ ମୁସଲମାନ ମହିଳାଙ୍କ ବେଦନାର କାହାଣୀ। ସମଗ୍ର ଭାରତୀୟ ସମାଜକୁ ଏଭଳି ଦୁଷ୍କୃତିର ପ୍ରତିବାଦ ପୂର୍ବକ ସେହି ମହିଳାମାନଙ୍କ ଲଢ଼େଇରେ ସାଙ୍ଗରେ ଠିଆ ହେବା ଆବଶ୍ୟକ, କାରଣ ଆସନ୍ତାକାଲି ହୁଏତ ଯେ କୌଣସି ପରିବାରର ଝିଅ, ବୋହୂ ଏଭଳି କାଣ୍ଡର ଶିକାର ହୋଇପାରନ୍ତି। ନ ହେଲେ ଆମ ସାମାଜିକ ସମରସତାର ବନ୍ଧନ ଦୁର୍ବଳ ହୋଇ ଭୟାବହ ପରିସ୍ଥିତି ସୃଷ୍ଟି ହେବ। ‘ସୁଲ୍ଲୀ ଡିଲସ୍’ ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରିବା ଲାଗି ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲେ, ଆଉ ହୁଏତ ସେହିଭଳି ଏକ କାଣ୍ଡର ପୁନରାବୃତ୍ତି ହୋଇ ‘ବୁଲ୍ଲୀ ବାଈ’ କାଣ୍ଡ ସଂଘଟିତ ହୋଇ ନ ଥାଆନ୍ତା।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story