ଆଜି ଯାଏଁ ପୁଲିସ ସଂସ୍କାର ହେଉନି, କେବେ ହେବ?

ସୂର୍ଯ୍ୟମଣି ମିଶ୍ର ଦେଶରେ ପୁଲିସ ବ୍ୟବସ୍ଥାକୁ ନେଇ ୧୯୦୨ରେ ଭାରତର ଭାଇସ୍ ରାୟ, ଲର୍ଡ କର୍ଜନ୍‌ଙ୍କ ଦ୍ୱାରା ଗଠିତ ପୁଲିସ କମିଶନ ନିଜ ରିପୋର୍ଟରେ କହିଥିଲେ ଯେ, ଏହି ପିଢ଼ିକୁ ଲାଗୁଛି ଆଜିଯାଏ କିଛି ପରିବର୍ତ୍ତନ ହୋଇନାହିଁ। ରିପୋର୍ଟରେ ଅଙ୍କିତ କରାଯାଇଥିଲା ଯେ, ଜନତା ଏବଂ ସମାଜରେ ପୁଲିସକୁ ଏକ ଭ୍ରଷ୍ଟ ଏବଂ ଦମନକାରୀ ସଂସ୍ଥା ରୂପରେ ଦେଖାଯାଉଛି। ଏହି ପୁଲିସ ବ୍ୟବସ୍ଥାକୁ ନେଇ ସଂପୂର୍ଣ୍ଣ ଦେଶରେ ଜନତାଙ୍କ ମତ ହେଉଛି ଯେ ଏହା ଅତ୍ୟନ୍ତ ଅସନ୍ତୋଷଜନକ। […]

Police

Police

Subrat Kumar Nayak
  • Published: Saturday, 18 July 2020
  • Updated: 18 July 2020, 06:05 PM IST

Sports

Latest News

ସୂର୍ଯ୍ୟମଣି ମିଶ୍ର

ଦେଶରେ ପୁଲିସ ବ୍ୟବସ୍ଥାକୁ ନେଇ ୧୯୦୨ରେ ଭାରତର ଭାଇସ୍ ରାୟ, ଲର୍ଡ କର୍ଜନ୍‌ଙ୍କ ଦ୍ୱାରା ଗଠିତ ପୁଲିସ କମିଶନ ନିଜ ରିପୋର୍ଟରେ କହିଥିଲେ ଯେ, ଏହି ପିଢ଼ିକୁ ଲାଗୁଛି ଆଜିଯାଏ କିଛି ପରିବର୍ତ୍ତନ ହୋଇନାହିଁ। ରିପୋର୍ଟରେ ଅଙ୍କିତ କରାଯାଇଥିଲା ଯେ, ଜନତା ଏବଂ ସମାଜରେ ପୁଲିସକୁ ଏକ ଭ୍ରଷ୍ଟ ଏବଂ ଦମନକାରୀ ସଂସ୍ଥା ରୂପରେ ଦେଖାଯାଉଛି। ଏହି ପୁଲିସ ବ୍ୟବସ୍ଥାକୁ ନେଇ ସଂପୂର୍ଣ୍ଣ ଦେଶରେ ଜନତାଙ୍କ ମତ ହେଉଛି ଯେ ଏହା ଅତ୍ୟନ୍ତ ଅସନ୍ତୋଷଜନକ। ଲର୍ଡ କର୍ଜନଙ୍କ ଦ୍ୱାରା ଗଠିତ ପୁଲିସ କମିଶନଙ୍କ ଏହି ଟିପ୍ପଣୀ ୧୧୮ ବର୍ଷ ପୂର୍ବର। ଆଜି ଦିନରେ ମଧ୍ୟ ଏହାର ପ୍ରାସଙ୍ଗିକତାରହିଛି।  ୧୯୦୨ରେ ପୁଲିସ କମିଶନର ରିପୋର୍ଟରେ କୁହାଯାଇଥିଲା ପୁଲିସ ବ୍ୟବସ୍ଥାର ତୁରନ୍ତ ସଂସ୍କାର ଆବଶ୍ୟକ। କିନ୍ତୁ ତତ୍କାଳୀନ ବ୍ରିଟିଶ୍ ସରକାର ଏହିକମିଶନଙ୍କ ରିପୋର୍ଟକୁ ଗ୍ରହଣ କରିନଥିଲେ। ବ୍ରିଟିଶ ସରକାରର ଲକ୍ଷ୍ୟ ଥିଲା ଇଂରେଜ ସାମ୍ରାଜ୍ୟର ସୂର୍ଯ୍ୟ ଅସ୍ତ ନହେଉ। ଲାଲ୍ ଟୋପିପିନ୍ଧା ପୁଲିସ ଗାଁରେ ପ୍ରବେଶ କଲାମାତ୍ରେ ଆତଙ୍କ ଖେଳିଯାଉଥିଲା। ଆଜି ଭାରତ ସ୍ୱାଧୀନତା ଲାଭ କରିବାର ୭୩ ବର୍ଷ ପରେ ପୁଲିସର କ୍ରୁର, ନିଷ୍ଠୁର ତଥା ଅମାନବୀୟ ଚେହେରା ସ୍ଥାନେ ସ୍ଥାନେ ଦେଖିବାକୁ ମିଳୁଛି। ପୁଲିସ ଦମନର ନୃଶଂସ ତଥ୍ୟ ସଂଖ୍ୟା ମଧ୍ୟ ବର୍ଷକୁ ବର୍ଷ ବୃଦ୍ଧି ପାଉଛି। ଏହା ପଛରେ ପୁଲିସ ବ୍ୟବସ୍ଥାର ସଂସ୍କାର ନହେବା ଦ୍ୱାରା ଏପରି ଚିତ୍ର ଅଧିକରୁ ଅଧିକ ଦୃଷ୍ଟିକୁ ଆସୁଛି।

୧୯୭୭ରେ ଦେଶରେ ଜନତାପାର୍ଟି ସରକାର ସମୟରେ ଧର୍ମବୀରଙ୍କ ଅଧ୍ୟକ୍ଷତାରେ ଜାତୀୟ ପୁଲିସ କମିଶନ ଗଠନ ପାଇଁ ଉଦ୍ୟମ ହୋଇଥିଲା। ମନେ ହେଉଥିଲା ଏବେ ପୁଲିସର ଚେହେରା ବଦଳିଯିବ, ଏହି କମିଶନ ୧୯୭୯ ରୁ ୮୧ ମଧ୍ୟରେ ପୁଲିସ ସଂସ୍କାର ସଂପର୍କିତ ୮ଟି ବିସ୍ତୃତ ରିପୋର୍ଟ ସସରକାରଙ୍କୁ ଦେଇଥିଲେ। ଏହି ରିପୋର୍ଟରେ କୁହାଯାଇଥିଲା ପ୍ରତି ରାଜ୍ୟରେ ସୁରକ୍ଷା କମିଶନ ଗଠନ, ତଦନ୍ତ ବ୍ୟବସ୍ଥାକୁ ଶାନ୍ତି ବ୍ୟବସ୍ଥା ସମ୍ବନ୍ଧୀୟ କାର୍ଯ୍ୟରେ ପୃଥକ୍ କରିବା, ପୁଲିସ ପ୍ରମୁଖଙ୍କ ନିଯୁକ୍ତି ପାଇଁ ବିଶେଷ ପ୍ରକ୍ରିୟାକୁ ଆପଣେଇବା ଏବଂ ନୂଆ ପୁଲିସ ଅଧିନିୟମ ଅଣାଯିବା ଉପରେ ସୁପାରିଶ କରାଯାଇଥିଲା। ଏବେ ଯେଉଁ ଅଧିନିୟମ କାର୍ଯ୍ୟକାରୀ ହେଉଛି ତାହା ୧୮୬୧ ମସିହାରେ ଇଂରେଜ ସରକାରଙ୍କ ଦ୍ୱାରା ତିଆରି ହୋଇଥିଲା।

ପୁଲିସ ସଂସ୍କାର ପାଇଁ ୧୯୯୬ରେ ସୁପ୍ରିମକୋର୍ଟରେ ଏକ ଜନହିତ ଆବେଦନ କରିଥିଲେ ପ୍ରକାଶ ସିଂହ। ୧୦ ବର୍ଷ ପରେ ୨୨ ସେପ୍ଟେମ୍ବର ୨୦୦୬ରେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଏକ ଗାଇଡ୍ ଲାଇନ୍ ସରକାରକୁ ଜଣାଇଥିଲେ। ସୁପ୍ରିମକୋର୍ଟ କହିଥିଲେ ଅବିଳମ୍ବେ ରାଜ୍ୟ ସୁରକ୍ଷା କମିଶନ ଗଠନ କରାଯାଉ। ପୁଲିସ ପମ୍ପେ୍ଲଣ୍ଟ ଅଥରିଟି ଗଠନ କରାଯାଉ ଏବଂ ପୁଲିସ ସଂସ୍କାର ପାଇଁ ନୂଆ ଅଧିନିୟମ କାର୍ଯ୍ୟକାରୀ କରାଯାଉ। କିନ୍ତୁ ଏହା ଆଜି ଦିନରେ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ। ଦେଖିବାକୁ ମିଳୁଛି ପୁଲିସ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ବୃଦ୍ଧି ପାଇବାରେ ଲାଗିଛି। ଏହା ସହ ପୁଲିସ ଏବଂ ପ୍ରଶାସନିକ ତନ୍ତ୍ରରେ ଅପରାଧିକ ତତ୍ତ୍ୱର ମେଣ୍ଟ ମଧ୍ୟ ବୃଦ୍ଧି ପାଇଛି।

୧୯୯୩ରେ ଭୋରା କମିଟି ପୁଲିସ, ବ୍ୟୁରୋକ୍ରାଟ୍‌, ରାଜନେତା ଏବଂ ଅପରାଧିଙ୍କ ଅସାଧୁମେଣ୍ଟ ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ୧୯୯୭ରେ ତତ୍‌କାଳୀନ ଗୃହମନ୍ତ୍ରୀ ଇନ୍ଦ୍ରଜିତ ଗୁପ୍ତା ଦେଶର ସମସ୍ତ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରଶାସିତ ପ୍ରଦେଶର ପ୍ରଶାସନକୁ ଚିଠି ଲେଖି ପୁଲିସ ବ୍ୟବସ୍ଥାର ସଂସ୍କାର ପାଇଁ ସୁପାରିଶ କରିଥିଲେ। ୧୯୯୮ରେ ଜେ.କେ. ରେବେରୋଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ପୁଲିସ ସଂସ୍କାର ପାଇଁ ସୁପାରିଶ କରିଥିଲେ। ୨୦୦୦ ମସିହାରେ ଗଠିତ ପଦ୍ମନାଭ କମିଟି ମଧ୍ୟ କେନ୍ଦ୍ର ସରକାରଙ୍କୁ ପୁଲିସ ସଂସ୍କାର ଉପରେ ସୁପାରିଶ କରିଥିଲେ। ଦେଶରେ ଜରୁରୀ ପରିସ୍ଥିତି ସମୟର ଘଟଣାକୁ ଯାଞ୍ଚ କରିବା ପାଇଁ ଗଠିତ ଶାହା କମିଶନ ପୁଲିସକୁ ରାଜନୈତିକ ପ୍ରଭାବରୁ ମୁକ୍ତ କରିବା ପାଇଁ ମତ ଦେଇଥିଲେ। ଏକ ନୂଆ ପୁଲିସ ଅଧିନିୟମ ତିଆରି କରିବା ପାଇଁ ଆଇନ୍ ବିଶେଷଜ୍ଞ ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ୍ ସୋଲୀ ସୋରାବିଜ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ୩୦ ଅକ୍ଟୋବର ୨୦୦୬ରେ ରିପୋର୍ଟ ପ୍ରଦାନ କରିଥିଲେ ।

ଏହି ରିପୋର୍ଟରେ ନୂଆ ପୁଲିସ ଆକ୍ଟ ତିଆରି କରିବା ଉପରେ ଗୁରୁତ୍ୱ ଦେଇଥିଲେଅ। ଦେଶର ୧୭ ରାଜ୍ୟରେ ଯଦିଓ ନୂଆ ପୁଲିସ ଅଧିନିୟମ ତିଆରି ହୋଇଛି, କିନ୍ତୁ ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବା ପାଇଁ ନୁହେଁ। ୨୦୦୮ର ଜଷ୍ଟିଫାଁମସ୍ କମିଟି ୨୦୧୦ରେ କହିଥିଲେ ଯେ, ସମସ୍ତ ରାଜ୍ୟ ପୁଲିସ ବ୍ୟବସ୍ଥାର ସଂସ୍କାର ପାଇଁ ଉଦାସୀନ। ୨୦୧୩ରେ ପୁଲିସ ସଂସ୍କାର ପାଇଁ ଜଷ୍ଟିସ୍‌ ଜେ.ଏସ୍‌.ବର୍ମା କମିଟି ସୁପ୍ରିମକୋର୍ଟଙ୍କ ଆଦେଶକୁ ଅନୁପାଳନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ୧୯୦୨ରୁ ଆଜିଯାଏ ପୁଲିସ ସଂସ୍କାର ପାଇଁ ଗୋଟିଏ ପରେ ଗୋଟିଏ କମିଶନ ବସୁଛି ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମଧ୍ୟ କମିଟି ଗଠନ ହୋଇ ପୋଲିସ ସଂସ୍କାର ପାଇଁ ସୁପାରିଶ କରାଯାଉଛି। କିନ୍ତୁ ପୁଲିସ ଆଇନ୍ ଶୃଙ୍ଖଳା ରକ୍ଷା ନାମରେ ଅତି ଅମାନୁଷିକ ତଥା ଅମାନବୀୟ ଆଚରଣ ପ୍ରଦର୍ଶନ କରିଚାଲିଛନ୍ତି। ଫଳତଃ ବଢୁଛି ହାଜତ ମୃତ୍ୟୁ ଏବଂ ଏନକାଉଣ୍ଟର ଭଳି ମିଛ ମାମଲା। ନାଗରିକଙ୍କର ସାମ୍ବିଧାନ ପ୍ରଦତ୍ତ ସମ୍ମାନର ସହ ବଞ୍ଚିବାର ଅଧିକାରକୁ ସେହି ୧୧୮ ବର୍ଷ ପୂର୍ବର ଔପନିବେଶିକ ଆଇନକୁ କାର୍ଯ୍ୟକାରୀ କରି ହନନ କରାଯାଉଛି। ମାନବିକ ଅଧିକାରକୁ ସୁରକ୍ଷା କରିବା ପରିବର୍ତ୍ତେ ବିପନ୍ନ କରୁଛି ପୁଲିସ। ଏଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ଉଚିତ୍ ହେବ ଯେ, ସବୁ ପୁଲିସ ଯେ କ୍ରୂର ତଥା ଅମାନବୀୟ ଆଚରଣ ପ୍ରଦର୍ଶନ କରନ୍ତି ତା କହୁନାହୁଁ। କିନ୍ତୁ ସେହି ଔପନିବେଶିକ ଆଇନ୍ ବଳରେ ପୁଲିସର ଦମନମୂଳକ ଆଚରଣ ଆଜିଯାଏ ବଳବତ୍ତର ରହିଛି। ତେଣୁ ପୁଲିସ ସଂସ୍କାର ଅପରିହାର୍ଯ୍ୟ ହୋଇପଡ଼ିଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
ଦୂରଭାଷ: ୯୪୩୮୦୦୬୨୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story