ଆଇଏଏସ୍ କ୍ୟାଡର ରୁଲ୍‌ରେ ପରିବର୍ତ୍ତନ କାହିଁକି?

ରବି ଦାସ କେନ୍ଦ୍ର ସରକାର ସର୍ବଭାରତୀୟ ସର୍ଭିସ୍‌ରେ ଥିବା ଆଇଏଏସ୍, ଆଇପିଏସ୍ ପରି ଅଧିକାରୀମାନଙ୍କ କ୍ୟାଡର ରୁଲ୍‌ରେ ପରିବର୍ତ୍ତନ କରି କେନ୍ଦ୍ର ଯେତେବେଳେ ଚାହିଁବ ଏହି ସର୍ଭିସ୍‌ର ଅଫିସରଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଆଣିବା ପାଇଁ ନିଷ୍ପତି ନେଇପାରିବ ବୋଲି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସର୍ବଭାରତୀୟ ସର୍ଭିସ୍‌ର ଅସଲ ସୃଷ୍ଟିକର୍ତ୍ତା ହେଉଛନ୍ତି ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ତାଙ୍କର ପ୍ରସ୍ତାବ ଅନୁସାରେ ସର୍ବଭାରତୀୟ ଅଫିସରମାନଙ୍କୁ କେନ୍ଦ୍ର ଦ୍ୱାରା ନିଯୁକ୍ତ ୟୁପିଏସ୍‌ସି ମନୋନୟନ କରିବେ ଓ […]

upsc

upsc

Debendra Prusty
  • Published: Saturday, 22 January 2022
  • Updated: 22 January 2022, 01:57 PM IST

ରବି ଦାସ

କେନ୍ଦ୍ର ସରକାର ସର୍ବଭାରତୀୟ ସର୍ଭିସ୍‌ରେ ଥିବା ଆଇଏଏସ୍, ଆଇପିଏସ୍ ପରି ଅଧିକାରୀମାନଙ୍କ କ୍ୟାଡର ରୁଲ୍‌ରେ ପରିବର୍ତ୍ତନ କରି କେନ୍ଦ୍ର ଯେତେବେଳେ ଚାହିଁବ ଏହି ସର୍ଭିସ୍‌ର ଅଫିସରଙ୍କୁ କେନ୍ଦ୍ରକୁ ଡେପୁଟେସନରେ ଆଣିବା ପାଇଁ ନିଷ୍ପତି ନେଇପାରିବ ବୋଲି ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଇଛନ୍ତି। ସର୍ବଭାରତୀୟ ସର୍ଭିସ୍‌ର ଅସଲ ସୃଷ୍ଟିକର୍ତ୍ତା ହେଉଛନ୍ତି ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ତାଙ୍କର ପ୍ରସ୍ତାବ ଅନୁସାରେ ସର୍ବଭାରତୀୟ ଅଫିସରମାନଙ୍କୁ କେନ୍ଦ୍ର ଦ୍ୱାରା ନିଯୁକ୍ତ ୟୁପିଏସ୍‌ସି ମନୋନୟନ କରିବେ ଓ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଲା ପରେ ବିଭିନ୍ନ ରାଜ୍ୟ କ୍ୟାଡରକୁ ପଠାଇବେ। ଏହି ଅଫିସରମାନେ ରାଜ୍ୟ କ୍ୟାଡରରେ କାମ କଲେ ମଧ୍ୟ କେନ୍ଦ୍ରକୁ ଡେପୁଟେସନରେ ଯିବେ ଓ ସେଠାରେ ମଧ୍ୟ କାମ କରିବେ। ଅର୍ଥାତ୍ ଏହି ସର୍ଭିସର ଅଫିସରମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ଦପ୍ତରମାନଙ୍କରେ କାର୍ଯ୍ୟ କରିପାରିବେ।

ଏହି ପରମ୍ପରା ଅନୁସାରେ ପ୍ରତ୍ୟେକ ରାଜ୍ୟରୁ କେତେଜଣ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଇପାରିବେ ତାହାର ଏକ ସଂଖ୍ୟା ମଧ୍ୟ ନିର୍ଦ୍ଧାରଣ କରାଯାଇଛି। କିନ୍ତୁ କେନ୍ଦ୍ରକୁ ଡେପୁଟେସନରେ ଯାଉଥିବା ଅଫିସରମାନଙ୍କୁ ରାଜ୍ୟ ସରକାର ନଚାହିଁଲେ ବା ସମ୍ମତି ପ୍ରକାଶ ନକଲେ କେନ୍ଦ୍ର ସରକାର ନେଇଯିବା ଅସୁବିଧା ରହିଥିଲା। ଯଦିଓ ଏହି ସର୍ବଭାରତୀୟ ସର୍ଭିସ୍ ଅଫିସରମାନଙ୍କ ପାଇଁ ଯେଉଁ ନିୟମ ଥିଲା ସେହି ଅନୁସାରେ ଜଣେ ଅଫିସରଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ଆଦେଶରେ ମତଭେଦ ହେଲେ କେନ୍ଦ୍ରୀୟ ଆଦେଶ କାଏମ ରହୁଥିଲା। କିନ୍ତୁ ରାଜ୍ୟମାନଙ୍କ ସମ୍ମତି ପାଇଁ ପ୍ରଥମେ କେନ୍ଦ୍ର ପ୍ରସ୍ତାବ ଦେଲା ପରେ ରାଜ୍ୟର ସମ୍ମତିକୁ ଅପେକ୍ଷା କରାଯାଉଥିଲା। କିନ୍ତୁ ଏବେ ନିୟମରେ ପରିବର୍ତ୍ତନ କରି କେନ୍ଦ୍ର ସରକାର ଅଲ୍ ଇଣ୍ଡିଆ ସର୍ଭିସ୍‌ର ଅଫିସରମାନଙ୍କୁ ରାଜ୍ୟର ସମ୍ମତିକୁ ଅପେକ୍ଷା ନକରି କେନ୍ଦ୍ରକୁ ନେଇଯାଇପାରିବ ବୋଲି ଯେଉଁ ବ୍ୟବସ୍ଥା କରିବାକୁ ଯାଉଛନ୍ତି ତାହାକୁ ଅଣବିଜେପି ଶାସିତ ରାଜ୍ୟମାନେ ଗ୍ରହଣ କରିପାରୁନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସମ୍ବିଧାନ ପ୍ରଣୟନ ସଭାରେ ସର୍ବଭାରତୀୟ ସର୍ଭିସ୍ ବିଷୟରେ ମତଦେବାକୁ ଯାଇ ସର୍ଦ୍ଦାର ପଟେଲ କହିଥିଲେ ଯେ, ଭାରତ ପରି ଏକ ବଡ଼ ଓ ବିବିଧତା ଥିବା ଦେଶରେ ଜାତୀୟ ଏକତା ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ନୀତି ନିର୍ଦ୍ଧାରଣ ସହିତ ତାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାର ଅଭିଜ୍ଞତା ଏହି ସର୍ବଭାରତୀୟ ସର୍ଭିସ୍ ଅଫିସରମାନଙ୍କର ରହିବା କଥା। ଭାରତକୁ ଏକାଠି ରଖିବାକୁ ହେଲେ ଏହି ସର୍ବଭାରତୀୟ ସର୍ଭିସ୍ ଅଫିସର ସେବାକୁ ଦକ୍ଷ ଓ ଉତ୍ତମ କରିବାକୁ ପଡ଼ିବ। ଏହି ସର୍ଭିସ୍‌ର ଅଫିସରମାନଙ୍କର ଚାକିରୀର ନିରାପତ୍ତା ରହିଲେ ସେମାନେ ସ୍ୱାଧୀନ ଭାବରେ ସେମାନଙ୍କର ମତ ପ୍ରଶାସନିକ ବ୍ୟବସ୍ଥାରେ ଦେଇପାରିବେ। ବାସ୍ତବିକ ଏହି ସର୍ବଭାରତୀୟ ସର୍ଭିସ୍‌ର ଅଫିସରମାନେ କେନ୍ଦ୍ର-ରାଜ୍ୟ ମଧ୍ୟରେ ସଂପର୍କ ସ୍ଥାପନ ସହିତ ଭାରତୀୟ ସଂଘୀୟ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି। ଏହି ପରମ୍ପରା ଭିତ୍ତିରେ ଗତ ୭୫ ବର୍ଷ ଭିତରେ ଏହି ଅଫିସରମାନଙ୍କ ସଂକ୍ରାନ୍ତରେ ଯେଉଁ ପରମ୍ପରା ସୃଷ୍ଟି ହୋଇଛି ତାହାକୁ ନଷ୍ଟକଲେ ଜାତୀୟ ଏକତା ଓ ସଂଘୀୟ ବ୍ୟବସ୍ଥା ବାଧାପ୍ରାପ୍ତ ହେବ ବୋଲି ନୂଆ ନିୟମ ପ୍ରସ୍ତାବକୁ ବିରୋଧ କରୁଥିବା ରାଜ୍ୟମାନେ ମତ ଦେଇଛନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ, ସର୍ବଭାରତୀୟ ସର୍ଭିସ୍‌ର ଅଫିସରମାନେ ନିଜର କାର୍ଯ୍ୟକାଳ ଭିତରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ନିହାତି ଆବଶ୍ୟକ। ଏଥିପାଇଁ ନିୟମ ଥିଲେ ମଧ୍ୟ ଅନେକ ଅଫିସର ଆଦୌ କେନ୍ଦ୍ରୀୟ ଡେପୁଟେସନରେ ନଯାଇ ନିଜ ନିଜ ରାଜ୍ୟ କ୍ୟାଡରରେ ଚାକିରି କାର୍ଯ୍ୟକାଳ ପୂରଣ କରୁଛନ୍ତି। ଫଳରେ କେନ୍ଦ୍ର ସରକାର ଆବଶ୍ୟକ ମୁତାବକ ଅଲ୍ ଇଣ୍ଡିଆ ସର୍ଭିସ୍‌ର ଅଫିସରମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ପାଉନଥିବା ଅଭିଯୋଗ କରାଯାଉଛି।

ଏହା ବିଚାର ଆଲୋଚନା ଭିତରେ ସମାଧାନ ସମ୍ଭବ ଥିଲେ ମଧ୍ୟ ଏଥିପାଇଁ ନିୟମର ପରିବର୍ତ୍ତନର ଯେଉଁ ପ୍ରସ୍ତାବ ଦିଆଯାଇଛି ସେହି ଅନୁସାରେ ରାଜ୍ୟମାନଙ୍କର ଅନୁମୋଦନ ନଥିଲେ ମଧ୍ୟ ସର୍ବଭାରତୀୟ ସର୍ଭିସ୍‌ର ଅଫିସରଙ୍କୁ କେନ୍ଦ୍ର ଡେପୁଟେସନରେ ସହଜରେ ନେଇଯାଇପାରିବ। ଏହାର ଅସଲ ଉଦ୍ଦେଶ୍ୟ ହେଉଛି ସର୍ବଭାରତୀୟ ସର୍ଭିସ୍‌ର ଅଫିସରମାନଙ୍କୁ ସିଧାସଳଖ ପ୍ରତ୍ୟକ୍ଷ ନିୟନ୍ତ୍ରଣକୁ ଆଣିବା। କାରଣ ଏହି ନିୟମଟି କାର୍ଯ୍ୟକାରୀ ହେଲେ ଏହି ସର୍ଭିସର ଅଫିସରମାନେ ରାଜ୍ୟ ସରକାରଙ୍କ ଅପେକ୍ଷା କେନ୍ଦ୍ର ସରକାରଙ୍କ ପ୍ରତି ଅଧିକ ଆନୁଗତ୍ୟ ପ୍ରକାଶ କରିବେ।

ଏହି ପ୍ରସଙ୍ଗକୁ ନେଇ ବିବାଦର କିପରି ସମାଧାନ ହେବ ଓ ରାଜ୍ୟମାନେ ପ୍ରତିବାଦ କଲେ ମଧ୍ୟ କେନ୍ଦ୍ର ସରକାର ନିୟମରେ ପରିବର୍ତ୍ତନ କଲେ କେଉଁ ଧରଣର ସାମ୍ବିଧାନିକ ସଂକଟ ସୃଷ୍ଟିହେବ ତାହା ଏବେଠାରୁ କଳନା କରିବା କଷ୍ଟକର। କିନ୍ତୁ ଏହି ଖବର ପ୍ରକାଶ ପରଠାରୁ ଯେଉଁ ରାଜ୍ୟମାନଙ୍କରେ ଏହି ନିୟମକୁ ବିରୋଧ କରୁଥିବା ସରକାରମାନେ ଅଛନ୍ତି ସେଠାରେ ବିରୋଧୀ ପକ୍ଷମାନେ ନିୟମର ପରିବର୍ତ୍ତନକୁ ସମର୍ଥନ କରୁଛନ୍ତି। ବାସ୍ତବରେ ନୀତିଗତ ପ୍ରସଙ୍ଗ ପାଇଁ ନୁହେଁ, ରାଜ୍ୟମାନଙ୍କରେ ଯେପରି ଭାବରେ ଅଫିସରମାନଙ୍କୁ ଧରି ମୁଖ୍ୟମନ୍ତ୍ରୀମାନେ ଶାସନ କରୁଛନ୍ତି ତାହାର ପରିବର୍ତ୍ତନ କେବଳ ଏପରି ଏକ ନିୟମ ହେଲେ ପରିବର୍ତ୍ତନ ହେବ ବୋଲି ଏମାନେ ଭାବୁଛନ୍ତି। ବିଶେଷ ଭାବରେ ପଶ୍ଚିମବଙ୍ଗ, ଓଡ଼ିଶା ଓ ବିହାରରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧୀମାନେ ଏପରି ମତ ଦେଉଛନ୍ତି।

ଏହି ଖବର ପ୍ରକାଶ ପରେ ରାଜ୍ୟର ଅଫିସରରାଜ୍‌ର ବିରୋଧୀ ଜଣେ ରାଜନେତା ଏହି ସାମ୍ବାଦିକଙ୍କୁ କହିଛନ୍ତି ଯେ, ଓଡ଼ିଶାରେ ଯେପରି ମୁଷ୍ଟିମେୟ ସର୍ବଭାରତୀୟ ସର୍ଭିସ୍ ଅଫିସରଙ୍କ ନିର୍ଦ୍ଦେଶ ଓ ଅଧୀନରେ ରାଜ୍ୟ ଶାସିତ ହେଉଛି ତାହାର ପରିବର୍ତ୍ତନ ହେବାକୁ ହେଲେ କେନ୍ଦ୍ର ସରକାର ଆଣୁଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେବା ଉଚିତ। ଓଡ଼ିଶା କ୍ଷେତ୍ରରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ସଚିବ ବା ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଓଏସ୍‌ଡି ଭାବେ ଥିବା ଆଇପିଏସ ଅଫିସର ଡି.ଏସ୍ କୁଟ୍ଟେଙ୍କ ନାମ ଉଲ୍ଲେଖ କରୁଛନ୍ତି। ଏମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରସଙ୍ଗରେ ନିରବ ରହୁଥିବା ସମୟରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ କାର୍ଯ୍ୟ ବସ୍ତୁତଃ ଏହି ଦୁଇଜଣ ଅଫିସର କାର୍ଯ୍ୟକାରୀ କରୁଛନ୍ତି। ନିକଟରେ ଭୁବନେଶ୍ୱର ସାଂସଦ ଯିଏ ମଧ୍ୟ ଜଣେ ପୂର୍ବତନ ସର୍ବଭାରତୀୟ ସର୍ଭିସ୍ କ୍ୟାଡରର ଅଫିସର ସେ ମତ ଦେଇଛନ୍ତି ଯେ, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଯେପରି ଭାବରେ ତାଙ୍କ ସଚିବଙ୍କ ଫଟୋ ସବୁବେଳେ ପ୍ରକାଶିତ ହେଉଛି ଓ ଯେପରି ଭାବରେ ସେ ରାଜ୍ୟ ଶାସନକୁ ନିୟନ୍ତ୍ରଣ କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ। ଜଣେ ଜୁନିୟର ଅଫିସର ରାଜ୍ୟ ଶାସନକୁ ଏପରି ନିୟନ୍ତ୍ରଣ କରିବା ଅନେକ ଗ୍ରହଣ କରିପାରୁନାହାନ୍ତି। ସଂପୃକ୍ତ ଅଫିସର ଚାକିରି ଛାଡ଼ି ଯଦି ରାଜନୀତି କରନ୍ତି ଓ ମୁଖ୍ୟମନ୍ତ୍ରୀ ତାଙ୍କୁ ଉପମୁଖ୍ୟ ଆସନରେ ଅଧିଷ୍ଠିତ କରିଦିଅନ୍ତି ତେବେ ଏଥିପାଇଁ କାହାର କିଛି ଆପତ୍ତି ରହିବନାହିଁ। କିନ୍ତୁ ଜଣେ ସର୍ବଭାରତୀୟ ସର୍ଭିସ୍ କ୍ୟାଡରର ଅଫିସର ସିଧାସଳଖ ଭାବରେ ରାଜ୍ୟ ଶାସନକୁ ନିୟନ୍ତ୍ରଣ କରିବା ଘଟଣା ଯୋଗୁ ସର୍ବଭାରତୀୟ କ୍ୟାଡର ନିୟମରେ ପରିବର୍ତ୍ତନ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସରକାରୀ ବିରୋଧୀ ବ୍ୟକ୍ତିମାନେ ଯଥାର୍ଥ ବୋଲି ଭାବୁଛନ୍ତି।

ଠିକ୍ ଏହି ଅବସ୍ଥା ବିହାର, ପଶ୍ଚିମବଙ୍ଗ ବା ବିଜେପି ଶାସିତ ରାଜ୍ୟମାନଙ୍କରେ ମଧ୍ୟ ଚାଲିଛି। କିନ୍ତୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭଲଭାବରେ ଜାଣନ୍ତି ଯେ, କେନ୍ଦ୍ର ସରକାର ସେମାନଙ୍କ ଇଚ୍ଛା ବିରୋଧରେ ବା ଦଳର ସ୍ୱାର୍ଥ ବିରୋଧରେ କୌଣସି ପଦକ୍ଷେପ ନେବେନାହିଁ। ଅସଲକଥା ହେଉଛି ମୁଖ୍ୟମନ୍ତ୍ରୀମାନେ ଅଫିସରମାନଙ୍କ ଜରିଆରେ ଅନ୍ୟ ରାଜନୈତିକ ଅଧିକାରୀମାନଙ୍କୁ ନ୍ୟୁନ କରି ଶାସନ ଚଳାଇବାର ଯେଉଁ ପ୍ରକ୍ରିୟା ସାରା ଦେଶରେ ଚାଲିଛି ତାହାର କିଛି ପରିବର୍ତ୍ତନ ସର୍ବଭାରତୀୟ ସର୍ଭିସ୍ କ୍ୟାଡର ନିୟମ ବଦଳାଇଦେଲେ କିଛି ପରିମାଣରେ ସମ୍ଭବ ହେଲେ ମଧ୍ୟ କେନ୍ଦ୍ରୀୟ କ୍ଷମତା ଅତିମାତ୍ରାରେ ବଢ଼ିଯିବ। ବାସ୍ତବରେ ରାଜ୍ୟମାନଙ୍କରେ ଯେଉଁ ଦଳ ବା ବ୍ୟକ୍ତିର ସରକାର ଥାଉନା କାହିଁକି ସର୍ବଭାରତୀର୍ୟ ସର୍ଭିସ କ୍ୟାଡରର ଅଧିକାରୀମାନେ ରାଜ୍ୟ ଅପେକ୍ଷା କେନ୍ଦ୍ରକୁ ଅଧିକ ଆନୁଗତ୍ୟ ପ୍ରକାଶ କରିବେ। ଏପରିକି ରାଜ୍ୟ ନେତୃତ୍ୱକୁ ବା ସରକାରକୁ ହଇରାଣରେ ପକାଇବା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେକୁ କାର୍ଯ୍ୟକାରୀ କରିବାକୁ ବାହାରିଆସିବେ। ଏହା ରାଜ୍ୟମାନଙ୍କରେ ଗୁରୁତର ପ୍ରଶାସନିକ ଓ ରାଜନୈତିକ ସଂକଟ ମଧ୍ୟ ସୃଷ୍ଟିକରିବ। ପଶ୍ଚିମବଙ୍ଗର ପୂର୍ବତନ ଶାସନ ସଚିବଙ୍କ କାର୍ଯ୍ୟକାଳ ଶେଷ ଦିନରେ ତାଙ୍କୁ ଯେପରି ଭାବରେ କେନ୍ଦ୍ରକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଗଲା ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଦେଶ ଅନୁସାରେ ସେ ସେହି ଆଦେଶକୁ ଅବଜ୍ଞା କଲେ ତାହା କେନ୍ଦ୍ର ସରକାରଙ୍କୁ ବହୁତ ବାଧିଛି। ଏହି ପୃଷ୍ଠଭୂମିରେ ହିଁ ଏହି ନୂତନ ନିୟମ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି। ଏହି ନିୟମକ ସଂଶୋଧନକୁ ସିଧାସଳଖ ଭାବରେ ଓଡ଼ିଶା ବିରୋଧ କରିନଥିଲେ ମଧ୍ୟ ଯଦି ଏହି ନିୟମ ସଂଶୋଧିତ ହୁଏ ତେବେ ଓଡ଼ିଶା ଶାସନ ଉପରେ ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ିବ।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story