ଟିକା ଅସମତା ଲାଗି ବିଶ୍ୱକୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ

ସରଳ କୁମାର ଦାସ କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେହି କ୍ରମରେ ଅଗଷ୍ଟ ୨୦୨୧ ସୁଦ୍ଧା ବିଶ୍ୱର ଉଚ୍ଚ ଆୟ ବର୍ଗର ଦେଶଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଡୋଜ ଟିକା ଦିଆ ସରିଲାଣି। ଅନ୍ୟ ପକ୍ଷରେ ବିଶ୍ୱର ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଟିକାକରଣ ଅତି ମନ୍ଥର ଗତିରେ ଚାଲି ସେଠାରେ ସେହି ସମୟ ମଧ୍ୟରେ ମାତ୍ର ୧ ପ୍ରତିଶତ ଲୋକଙ୍କ ଟିକାକରଣ […]

vaccine

vaccine

Debendra Prusty
  • Published: Tuesday, 31 August 2021
  • Updated: 31 August 2021, 03:16 PM IST

ସରଳ କୁମାର ଦାସ

କୋଭିଡ-୧୯ ମହାମାରୀର ମୁକାବିଲା କରିବା ପାଇଁ ସାରା ବିଶ୍ୱରେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି। ସେହି କ୍ରମରେ ଅଗଷ୍ଟ ୨୦୨୧ ସୁଦ୍ଧା ବିଶ୍ୱର ଉଚ୍ଚ ଆୟ ବର୍ଗର ଦେଶଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କୁ ଅନ୍ତତଃ ପକ୍ଷେ ଗୋଟିଏ ଡୋଜ ଟିକା ଦିଆ ସରିଲାଣି। ଅନ୍ୟ ପକ୍ଷରେ ବିଶ୍ୱର ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଟିକାକରଣ ଅତି ମନ୍ଥର ଗତିରେ ଚାଲି ସେଠାରେ ସେହି ସମୟ ମଧ୍ୟରେ ମାତ୍ର ୧ ପ୍ରତିଶତ ଲୋକଙ୍କ ଟିକାକରଣ ହୋଇପାରିଛି। ଫଳରେ ସାରା ବିଶ୍ୱରେ ଧନୀ ଓ ଗରିବ ଦେଶମାନଙ୍କ ମଧ୍ୟରେ ଟିକାକରଣକୁ ନେଇ ଏକ ବିରାଟ ଖାଇ ସୃଷ୍ଟି ହୋଇଛି। ଏହି ଟିକାକରଣରେ ହୋଇଥିବା ଅସମତା ପାଇଁ ସାରା ବିଶ୍ୱକୁ ଆଗାମୀ ୪ ବର୍ଷ ମଧ୍ୟରେ ବହୁ ମୂଲ୍ୟ ଦେବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ସାରା ବିଶ୍ୱରେ ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ୫୨୫ କୋଟି ଡୋଜ ଟିକା ଦିଆ ସରିଲାଣି, ଅର୍ଥାତ୍ ପ୍ରତି ୧୦୦ ଜଣରେ ୬୮ ଜଣ ଗୋଟିଏ ଡୋଜ ଟିକା ପାଇଲେଣି। ଏହା ଉତ୍ସାହଜନକ ପରି ମନେ ହେଉଥିଲେ ବି ବାସ୍ତବତା କିଛି ଭିନ୍ନ। ୟୁଏଇ, ଉରୁଗୁଏ, ମାଲଟା, କାତାର, ସିଙ୍ଗାପୁର, ଚିଲି, ଡେନମାର୍କ, ଆଇସଲାଣ୍ଡ, ପର୍ତ୍ତୁଗାଲ, କାନାଡ଼ା, ବେଲଜିଅମ ଆଦି ଦେଶରେ ୭୦ ପ୍ରତିଶତରୁ ଅଧିକ ଲୋକ ଡବଲ ଡୋଜ ଟିକା ନେଇ ସାରିଥିବା ବେଳେ ଏମାନଙ୍କ ମଧ୍ୟରୁ ୟୁଏଇ ସମେତ ଚାରିଟି ଦେଶରେ ତ ୮୦ ପ୍ରତିଶତରୁ ଅଧିକ ଲୋକ ଅନ୍ତତଃ ଗୋଟିଏ ଡୋଜର ଟିକା ପାଇ ସାରିଲେଣି। ଚୀନ, ଇସ୍ରାଏଲ, ବାହାରିନରେ ୬୦ ପ୍ରତିଶତରୁ ବେଶି ଲୋକ ଡବଲ ଡୋଜ ଟିକା ନେଇ ସାରିଲେଣି। ଭାରତରେ ୧୧ ପ୍ରତିଶତ ଲୋକଙ୍କୁ ଡବଲ ଡୋଜ ଟିକା ଦିଆ ଯାଇଥିବା ବେଳେ ୩୬ ପ୍ରତିଶତ ଅନ୍ତତଃ ଗୋଟିଏ ଡୋଜ ଟିକା ପାଇଛନ୍ତି। ତେବେ କଙ୍ଗୋ, ହାଇତି, ଚାଦ, ବୁର୍କିନା ଫାସୋ, ତାଞ୍ଜାନିଆ, ବେନିନ, ମାଲି ଭଳି ନିମ୍ନ ଆୟକାରୀ ଦେଶଗୁଡିକର ୧ ପ୍ରତିଶତ ଲୋକ ମଧ୍ୟ ଏ ଯାଏଁ ଗୋଟିଏ ଡୋଜ ଟିକା ପାଇବାକୁ ସମର୍ଥ ହୋଇନାହାନ୍ତି। ମହାଦେଶଗୁଡ଼ିକ ମଧ୍ୟରୁ ଆଫ୍ରିକାରେ ମାତ୍ର ୭.୩ ପ୍ରତିଶତ ଲୋକଙ୍କୁ ଟିକା ପ୍ରଦାନ କରାଯାଇ ଟିକାକରଣ କାର୍ଯ୍ୟକ୍ରମ ଅତି ମନ୍ଥର ଗତିରେ ଚାଲୁଥିବା ବେଳେ କିଛି ଦେଶରେ ସମୂହ ଟିକାଦାନ କାର୍ଯ୍ୟକ୍ରମ ଏ ଯାଏଁ ଆରମ୍ଭ ହୋଇନାହିଁ। ଉଚ୍ଚ ଆୟକାରୀ ଦେଶ, ଯେଉଁଠାରେ ବୟସ୍କମାନଙ୍କ ଟିକାକରଣର ଲକ୍ଷ୍ୟ ହାସଲ ହୋଇଗଲାଣି, ସେଠାରେ ଏବେ ପିଲାମାନଙ୍କ ଟିକାକରଣ ପ୍ରାଥମିକତାରେ ପରିଣତ ହେଲାଣି। ସେଥିପାଇଁ କଞ୍ଚାମାଲ ଓ ଉତ୍ପାଦନ କ୍ଷମତାର ବିନିଯୋଗ ହୋଇ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ବୟସ୍କଙ୍କ ଟିକା ଦାନ ମଧ୍ୟ ବାଧାପ୍ରାପ୍ତ ହୋଇପାରେ।

ଏକ ଆକଳନ ଅନୁସାରେ ଆମେରିକା, କାନାଡ଼ା, ଚୀନ, ମଙ୍ଗୋଲିଆ, ହଂକଂ, ସିଙ୍ଗାପୁର, ପଶ୍ଚିମ ଇଉରୋପର ଦେଶସମୂହ, ଚିଲି, ଉରୁଗୁଏ ଭଳି ଦେଶଗୁଡ଼ିକର ସଂଖ୍ୟାଧିକ ଲୋକଙ୍କର ଟିକାକରଣ ୨୦୨୧ ଶେଷ ସୁଦ୍ଧା ସମାପ୍ତ ହେବାକୁ ଯାଉଥିବା ବେଳେ ରୁଷିଆ, ତୁର୍କି, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ବ୍ରାଜିଲ, ଆର୍ଜେଣ୍ଟିନା, ମେକ୍ସିକୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ ଭଳି ଦେଶଗୁଡ଼ିକରେ ୨୦୨୨ ମସିହା ଜୁନ ସୁଦ୍ଧା ହେବ। ଅନ୍ୟ ପକ୍ଷରେ ଭାରତ ସମେତ ଜାପାନ, ଇରାନ, କେନ୍ଦ୍ରୀୟ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଓ ଆଫ୍ରିକାର କିଛି ଦେଶରେ ୨୦୨୨ ଶେଷ ସୁଦ୍ଧା ଅଧିକାଂଶ ଲୋକଙ୍କର ଟିକାକରଣ ସମାପ୍ତ ହେଉଥିବା ବେଳେ ଅବଶିଷ୍ଟ ବିଶ୍ୱରେ, ଯେଉଁଠି ଅଧିକାଂଶ ଆଫ୍ରିକୀୟ ଦେଶ ଅଛନ୍ତି, ସଂଖ୍ୟାଧିକ ଲୋକଙ୍କ ଟିକାକରଣ ସରିଲା ବେଳକୁ ୨୦୨୩ର ମଝାମଝି ହୋଇ ଯାଇପାରେ। ଧନୀ ଓ ଗରିବ ଦେଶମାନଙ୍କ ମଧ୍ୟରେ ଥିବା ଟିକା ଅସମତାର ବିଭିନ୍ନ କାରଣ ରହିଛି। ସାରା ବିଶ୍ୱରେ ଟିକା ଉତ୍ପାଦନ ପାଇଁ ଆବଶ୍ୟକ କଞ୍ଚାମାଲର ଘୋର ଅଭାବ ରହିଛି। ସେଥି ସହ ସୀମିତ ସଂଖ୍ୟକ ଟିକା ଉତ୍ପାଦନକାରୀ ଦେଶରେ ଥିବା ସମୁଦାୟ ଟିକା ଉତ୍ପାଦନ କ୍ଷମତା ଯଥେଷ୍ଟ ନ ଥିବାରୁ ତାହା ଆବଶ୍ୟକତାକୁ ତୁରନ୍ତ ମେଣ୍ଟାଇବା ପାଇଁ ସମର୍ଥ ହେଉନାହିଁ। ତା’ଛଡ଼ା ସଂଖ୍ୟାଧିକ ଟିକା ଉପଲବ୍ଧ ଥିଲେ ମଧ୍ୟ ବିଭିନ୍ନ କାରଣରୁ ସବୁ ଦେଶରେ ସବୁ ଟିକା ଗ୍ରହଣୀୟ ହୋଇପାରି ନାହିଁ। ଉଦାହରଣ ସ୍ୱରୂପ, ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ଟିକା ସର୍ବାଧିକ ୧୮୪ଟି ଦେଶରେ ବ୍ୟବହୃତ ହେଉଥିବା ବେଳେ, ଫାଇଜର ୧୨୪ଟି ଦେଶରେ, ମଡର୍ଣ୍ଣା ୭୧ଟି, ସାଇନୋଫାର୍ମ ୬୭ଟି ଓ ଜନସନ ଆଣ୍ଡ ଜନସନ ୪୮ଟି ଦେଶରେ ଗ୍ରହଣୀୟ ହୋଇପାରିଛି। ସଂଖ୍ୟାଧିକ ଟିକା ତ ଗୋଟିଏ ବା ୨-୩ଟି ଦେଶରେ ବ୍ୟବହୃତ ହେଉଛି। ଏ ଭଳି ସମୟରେ ବିତ୍ତଶାଳୀ ଦେଶମାନେ ଅଧିକ ଅର୍ଥ ଦେଇ ନିଜ ଲୋକଙ୍କ ପାଇଁ ଆଗତୁରା ନିର୍ଦ୍ଦିଷ୍ଟ କମ୍ପାନିର ଟିକା ମହଜୁଦ କରି ରଖିବାକୁ ସମର୍ଥ ହେଉଛନ୍ତି। ନିମ୍ନ ଆୟକାରୀ ଦେଶଗୁଡିକ ନିଜ ନାଗରିକଙ୍କର ସର୍ବନିମ୍ନ ଆବଶ୍ୟକତାଗୁଡିକୁ ପୂରଣ କରିବାକୁ ଅସମର୍ଥ ହେଉଥିଲା ବେଳେ ସବୁ ନାଗରିକଙ୍କ ଲାଗି ଟିକା କିଣିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ମଧ୍ୟ ସେମାନଙ୍କ ପକ୍ଷରେ ଏକ ବଡ ଆହ୍ୱାନ ରୂପେ ଦେଖା ଦେଇଛି। ସେହି ଦେଶଗୁଡ଼ିକରେ ଟିକା ତିଆରି ହୁଏ ନାହିଁ ଓ ଟିକା ପାଇଁ ଅନ୍ୟ ଦେଶଙ୍କ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତା’ ଛଡ଼ା ସେହି ସବୁ ଦେଶରେ ଟିକା ପହଞ୍ଚାଇବାରେ ବି ସମସ୍ୟା ରହିଛି। ତା’ଠାରୁ ବଡ଼ ଆହ୍ୱାନ ରହିଛି ଆବଶ୍ୟକ ସଂଖ୍ୟାରେ ଉପଯୁକ୍ତ ଶୀତଳ ଭଣ୍ଡାର, କୋଲଡ ଚେନ ଓ ପରିବହନ ସେବା ଉପଲବ୍ଧ ନ ଥିବାରୁ ଟିକାକୁ ସୁରକ୍ଷିତ ଭାବେ ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ପହଞ୍ଚାଇବା। ଅନେକ ଦେଶରେ ଟିକା ପ୍ରଦାନ କରିବା ପାଇଁ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ନାହାନ୍ତି। ଅନ୍ୟାନ୍ୟ ଅନେକ ଦେଶ ପରି ଏହି ଦେଶଗୁଡ଼ିକର ଲୋକଙ୍କଠାରେ ମଧ୍ୟ ଟିକା ନେବା ଲାଗି କୁଣ୍ଠା ରହିଛି।

କୋଭିଡ ମହାମାରୀର ସଂକ୍ରମଣ ବୃଦ୍ଧିକୁ ରୋକିବା ଲାଗି ତୁରନ୍ତ ଟିକାର ଉଦ୍ଭାବନ ହେବା ଯେତିକି ଜରୁରୀ ଥିଲା, ବିଶ୍ୱର ସମସ୍ତଙ୍କ ନିକଟରେ ତାହା ପହଞ୍ଚିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱସ୍ତରୀୟ ନେତାମାନେ ମନେ କରୁଥିଲେ। ତେଣୁ ଟିକାର ଉତ୍ପାଦନକୁ ବଢ଼ାଇବା ସହ ସବୁ ଦେଶର ଲୋକଙ୍କ ନିକଟରେ କିପରି ଶୀଘ୍ର ସେହି ଟିକା ପହଞ୍ଚିପାରିବ, ସେଥିପାଇଁ ‘କୋଭାକ୍ସ’ କାର୍ଯ୍ୟକ୍ରମର ପରିକଳ୍ପନା କରା ଯାଇଥିଲା। ଏହି କାର୍ଯ୍ୟକ୍ରମଟି ଗାଭି, ଭ୍ୟାକସିନ ଆଲାଏନ୍ସ, ସେପି ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭଳି ୪ଟି ସଂସ୍ଥାଙ୍କ ମିଳିତ ଆନୁକୂଲ୍ୟରେ ପରିଚାଳିତ। ଯଦିଓ ଏଥିରେ ଅଂଶଗ୍ରହଣ କରୁଥିବା ପ୍ରତିଟି ଦେଶ, ସେମାନଙ୍କ ଆର୍ଥିକ ସ୍ଥିତି ଯାହା ଥାଉ ନା କାହିଁକି, ସମାନ ଭାବେ ଟିକା ପାଇବାକୁ ହକଦାର, ତେବେ ୨୦୨୧ ଶେଷ ସୁଦ୍ଧା ଅଧିକ ସଙ୍କଟାପନ୍ନ ଓ ଦୁର୍ବଳ ଲୋକମାନଙ୍କୁ ସର୍ବାଧିକ ୧୯୦ କୋଟି ଟିକା ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଟିକା କିଣିବାକୁ ଅସମର୍ଥ ହେଉଥିବା ନିମ୍ନ ଆୟକାରୀ ଦେଶ ତଥା ଟିକା ଉତ୍ପାଦକମାନଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତି କରି ନ ଥିବା ଓ ନିଜେ କିଣିବାକୁ ସମର୍ଥ ଥିବା ଉଚ୍ଚ ଆୟକାରୀ ଦେଶ ଉଭୟଙ୍କ ଲାଗି ଏହି ‘କୋଭାକ୍ସ’ କାର୍ଯ୍ୟକ୍ରମ ବେଶ ଉପଯୋଗୀ ହେବ ବୋଲି ଆଶା କରାଯାଉଥିଲା। ଆର୍ଥିକ ସହାୟତା ଉପଲବ୍ଧ ହେଲେ ନିମ୍ନ ଆୟକାରୀ ଦେଶଗୁଡ଼ିକୁ ୨୦ ପ୍ରତିଶତ ଯାଏଁ ଟିକା ମାଗଣା ଯୋଗାଇ ଦିଆଯିବାର ଲକ୍ଷ୍ୟ ଥିଲା। ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ବିଶ୍ୱର ୧୩୯ଟି ଦେଶ ଅଂଶଗ୍ରହଣ କରୁଥିବା ବେଳେ ସେମାନଙ୍କୁ ୨୨.୪୦ କୋଟିରୁ ଊର୍ଦ୍ଧ୍ୱ ଡୋଜ ଟିକା ଯୋଗାଇ ଦିଆଯାଇଛି। ଅର୍ଥାତ୍ ଏ ଯାଏଁ ୨୦୨୧ ପାଇଁ ‘କୋଭାକ୍ସ’ କାର୍ଯ୍ୟକ୍ରମରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୨ ପ୍ରତିଶତ ହାସଲ ହୋଇପାରିଛି। ଫଳରେ ଅନେକ ନିମ୍ନ ଆୟକାରୀ ଦେଶର ଲୋକ ଟିକା ପାଇବାରୁ ବଞ୍ଚିତ ହୋଇ ଅନିଶ୍ଚିତତା ମଧ୍ୟରେ ଅଛନ୍ତି। ଆରମ୍ଭରେ ଭାରତ ‘କୋଭାକ୍ସ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନିମ୍ନ ଆୟକାରୀ ଦେଶଗୁଡିକୁ ଟିକା ରପ୍ତାନି କରୁଥିଲେ ବି ଭାରତରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଯାଉଥିବାରୁ ସେଥିରୁ ଓହରିବାକୁ ବାଧ୍ୟ ହୋଇଥିଲା, ଯାହାର ସିଧାସଳଖ ପ୍ରଭାବ ‘କୋଭାକ୍ସ’ କାର୍ଯ୍ୟକ୍ରମର ଅଗ୍ରଗତି ଉପରେ ପଡ଼ିଥିଲା। ପରିତାପର ବିଷୟ, ବ୍ରିଟେନ ଓ କାନାଡ଼ା ପରି ବିତ୍ତଶାଳୀ ଦେଶ, ଯେଉଁଠାରେ ଟିକାକରଣର ସ୍ଥିତି ଅପେକ୍ଷାକୃତ ଭଲ, ସେମାନେ ମଧ୍ୟ ‘କୋଭାକ୍ସ’ ମାଧ୍ୟମରେ ଟିକା ପାଇବାକୁ ଆବେଦନ କରି ଟିକା ପାଇଛନ୍ତି। ଫଳରେ ନିମ୍ନ ଆୟକାରୀ ଦେଶମାନଙ୍କୁ ସେହି ପରିମାଣର ଟିକା ଉପଲବ୍ଧ ହୋଇ ପାରିନାହିଁ। ବିତ୍ତଶାଳୀ ଦେଶମାନେ ଯେଉଁ ପରିମାଣରେ ଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ତାହା ଆହୁରି ପୂରଣ ହୋଇ ନ ଥିବାରୁ ‘କୋଭାକ୍ସ’ କାର୍ଯ୍ୟକ୍ରମର ଆଶାନୁରୂପ ଅଗ୍ରଗତି ହୋଇନାହିଁ।

ଟିକା ଉତ୍ପାଦନ ପୂର୍ବରୁ ସାରା ବିଶ୍ୱରେ ପ୍ରତି ମାସ ଆର୍ଥିକ କ୍ଷତିର ପରିମାଣ ଥିଲା ପ୍ରାୟ ୩୭୫୦ କୋଟି ଡଲାର। ଟିକା ଉତ୍ପାଦନ ଓ ସମୃଦ୍ଧ ଦେଶଗୁଡ଼ିକରେ ବ୍ୟାପକ ଟିକାକରଣ ହେବା ପରେ କ୍ଷତିର ପରିମାଣ ଯଥେଷ୍ଟ ହ୍ରାସ ପାଇଛି। ତେବେ ଲଣ୍ଡନସ୍ଥିତ ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟର ଏକ ଆକଳନ ଅନୁସାରେ ସମଗ୍ର ବିଶ୍ୱରେ ଟିକାକରଣ ଯେତିକି ବିଳମ୍ୱ ହେଉଥିବ ସେଥିପାଇଁ ବିଶ୍ୱକୁ ଅଧିକ କ୍ଷତି ସହିବାକୁ ହେଉଥିବ। ଆଗାମୀ ଜୁନ ୨୦୨୨ ସୁଦ୍ଧା ଯଦି ବିଶ୍ୱର ୬୦ ପ୍ରତିଶତ ଲୋକଙ୍କର ଟିକାକରଣ ସମ୍ପୂର୍ଣ୍ଣ ନ ହୁଏ ତେବେ ୨୦୨୨ରୁ ୨୦୨୫ ମଧ୍ୟରେ ସାରା ବିଶ୍ୱକୁ ୨.୭ ଲକ୍ଷ କୋଟି ଡଲାର ବା ପ୍ରାୟ ୧୯୭ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଏହି କ୍ଷତିର ପ୍ରାୟ ଦୁଇ ତୃତୀୟାଂଶ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକୁ ବହନ କରିବାକୁ ହେବ, ଯେଉଁଥିରୁ ଅଧିକାଂଶ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଅବସ୍ଥିତ।  ସର୍ବାଧିକ କ୍ଷତି ଏସିଆ ମହାଦେଶର ଦେଶମାନେ ସହିବେ ଓ ସେମାନଙ୍କ କ୍ଷତିର ପରିମାଣ ୧.୭ ଲକ୍ଷ କୋଟି ଡଲାର ବା ପ୍ରାୟ ୧୨୪ ଲକ୍ଷ କୋଟି ଟଙ୍କା ହେବ। ସବ୍‌ ସାହାରା କ୍ଷେତ୍ରରେ ଅବସ୍ଥିତ ଆଫ୍ରିକୀୟ ଦେଶମାନଙ୍କର କ୍ଷତି ପ୍ରତିଶତ ଦୃଷ୍ଟିରୁ ସର୍ବାଧିକ ହେବ। ସେହି ସବୁ ଦେଶଗୁଡ଼ିକରେ କ୍ଷତି ମୋଟ ଘରୋଇ ଉତ୍ପାଦର ୩ ପ୍ରତିଶତ ଯାଏ ହୋଇପାରେ, ଯାହା ଉଦବେଗଜନକ। ଏହି କ୍ଷତିର ଆକଳନ କେବଳ ସିଧାସଳଖ ଭାବେ ଆର୍ଥିକ ଦୃଷ୍ଟିରୁ କରାଯାଇଛି ଯାହା, ଅନ୍ୟାନ୍ୟ ଦୀର୍ଘ ମିଆଦି କାରଣର ପ୍ରଭାବଗୁଡ଼ିକୁ ବିଚାରକୁ ନିଆଗଲେ, ବୃଦ୍ଧି ପାଇ ପାରେ। ଉଦାହରଣ ସ୍ୱରୂପ, ଶିକ୍ଷାନୁଷ୍ଠାନଗୁଡ଼ିକରେ ହୋଇଥିବା ଲକଡାଉନର ମଧ୍ୟ ଦୀର୍ଘମିଆଦି ପ୍ରତିକୂଳ ଆର୍ଥିକ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଯେଉଁ ସବୁ ଦେଶରେ ଟିକାକରଣ ଯେତିକି ବିଳମ୍ୱ ହେବ ସେଠାରେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରହି ରହି ସାମାଜିକ ଦୂରତା ଓ ଅନ୍ୟାନ୍ୟ କୋଭିଡ ସୁରକ୍ଷା ବିଧିର ଅନୁପାଳନ ଉପରେ ଜୋର ଦିଆଯାଉଥିବ। ଫଳରେ ନିମ୍ନ ଆୟକାରୀ ଦେଶଗୁଡ଼ିକରେ ଅର୍ଥନୀତି ସ୍ୱାଭାବିକ ହେବା ଲାଗି ଅଧିକ ସମୟ ଲାଗିପାରେ। ଏହାର ପର୍ଯ୍ୟଟନ ଉପରେ ଅତି ବେଶି କୁପ୍ରଭାବ ପଡ଼ିବ। ଟିକାକରଣ ହୋଇ ନ ଥିବା ଦେଶର ଲୋକଙ୍କ ଆସିବା ଉପରେ ଅନ୍ୟ ଦେଶମାନେ ପ୍ରତିବନ୍ଧ ଲଗାଇ ପାରନ୍ତି। ଠିକ ସେମିତି ଟିକାକରଣର ସ୍ଥିତି ଭଲ ଥିବା ଦେଶର ନାଗରିକମାନେ ଅପେକ୍ଷାକୃତ ଅସୁରକ୍ଷିତ ଦେଶକୁ ଯିବାକୁ ପସନ୍ଦ କରି ନ ପାରନ୍ତି।

ଟିକା ଅସମତାର ରାଜନୈତିକ ଓ କୂଟନୈତିକ ପ୍ରଭାବ ମଧ୍ୟ କିଛି ଊଣା ନୁହେଁ। ଯେଉଁ ଦେଶରେ ଟିକା ଦିଆଯାଉ ନାହିଁ, ସେଠାରେ ସ୍ଥାନୀୟ ସରକାରଙ୍କ ବିରୁଦ୍ଧରେ ଆକ୍ରୋଶ ବୃଦ୍ଧି ପାଉଛି। ଅନ୍ୟ ପକ୍ଷରେ ବିତ୍ତଶାଳୀ ଦେଶମାନେ ଟିକା ମହଜୁଦ ରଖୁଥିବାରୁ ସେହି ଦେଶଗୁଡ଼ିକ ପ୍ରତି ମଧ୍ୟ ଲୋକମାନଙ୍କ ଅସନ୍ତୋଷ ବଢୁଛି। ଚୀନ, ରୁଷିଆ ପରି କିଛି ଦେଶ ଏହି ଅସମତାକୁ କୂଟନୀତି ପାଇଁ ସୁବର୍ଣ୍ଣ ସୁଯୋଗ ବୋଲି ମନେ କରି ସେହି ଅନୁସାରେ ଆଚରଣ କରୁଛନ୍ତି। ତେଣୁ ଆଗାମୀ ଦିନମାନଙ୍କରେ ବିଶ୍ୱ ପଟଳରେ ନୂତନ କ୍ଷମତା ସମୀକରଣ ଅବଶ୍ୟମ୍ଭାବୀ।

କୋଭିଡ ସଂକ୍ରମଣ କବଳରୁ ରକ୍ଷା ପାଇବାକୁ ହେଲେ ସମଗ୍ର ମାନବତାକୁ ଗୋଟିଏ ପରିବାରର ଅଂଶ ବୋଲି ମନେ କରି ରଣ କୌଶଳ ପ୍ରସ୍ତୁତ କରିବାକୁ ହେବ। ଡାକ୍ତରମାନଙ୍କ ମତରେ କୋଭିଡ-୧୯ ବିରୁଦ୍ଧରେ ଲଢ଼େଇ କରିବାକୁ ହେଲେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାକୁ ହେବ ଏବଂ ଏହା ଗୋଷ୍ଠୀଗତ ଭାବେ ଯେତେ ଅଧିକ ହେବ ସେତେ ଭଲ। ବିଶେଷଜ୍ଞଙ୍କ ମତରେ ଟିକାକରଣ ବୃଦ୍ଧି ପାଇ ଏହି ହର୍ଡ ଇମ୍ୟୁନିଟି (ଗୋଷ୍ଠୀ ରୋଗ ପ୍ରତିରୋଧକ ଶକ୍ତି) ୭୦ ପ୍ରତିଶତରେ ପହଞ୍ଚିଲେ ସମ୍ପୃକ୍ତ ଦେଶରେ ସଂକ୍ରମଣର ଭୟ କମ ହୋଇଥାଏ। ଆଉ କିଛି ବିଶେଷଜ୍ଞ ଏହା ୯୦ ପ୍ରତିଶତ ହେବା ବିଧେୟ ବୋଲି ମତ ଦେଉଛନ୍ତି। ତେବେ ସମଗ୍ର ମାନବତାର ନିରାପତ୍ତାକୁ ଦୃଷ୍ଟିରେ ରଖି ଉଚ୍ଚ ଆୟକାରୀ ଓ ଅନ୍ୟ ଦେଶମାନେ ସେମାନଙ୍କ ଦେଶରେ ୭୦ ପ୍ରତିଶତ ଟିକାକରଣ ହେବା ପରେ ୧୦୦ ପ୍ରତିଶତ ଟିକାକରଣ ପ୍ରତି ଲକ୍ଷ୍ୟ ନ ରଖି ସ୍ୱେଚ୍ଛାକୃତ ଭାବେ ସାମୟିକ ଭାବେ ଟିକାକରଣକୁ ବିରତି ଦେବା କଥା ଘୋଷଣା କରିବା ଆବଶ୍ୟକ। ତାହାହେଲେ ଆବଶ୍ୟକ ସଂଖ୍ୟକ ଟିକା ପାଇ ପାରୁ ନ ଥିବା ଦେଶର ଲୋକମାନେ ସେହି ଟିକା ପାଇ ପାରିବେ ଓ ସେମାନଙ୍କ ଜୀବନ ଅଧିକ ସଙ୍କଟାପନ୍ନ ହେବାରୁ ରକ୍ଷା ପାଇଯିବ। ଏ ଦିଗରେ ସେମାନଙ୍କୁ ସହାୟତାର ହାତ ବଢାଇ ବିତ୍ତଶାଳୀ ଦେଶଗୁଡ଼ିକ ପ୍ରକୃତ ପକ୍ଷେ ନିଜକୁ ହିଁ ସୁରକ୍ଷିତ ରଖି ପାରିବେ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story