Advertisment

ବିଧାନସଭା ବସିଲେ ସରକାରଙ୍କୁ ଡର ପଶେ!

ମଧୁଲିତା ପରିଡ଼ା ସଂସଦୀୟ ଗଣତନ୍ତ୍ରରେ ବିଧାନସଭାର ଗୁରୁତ୍ୱ ବହୁତ ଅଧିକ। ଏଠାରେ ଆଇନ ପ୍ରଣୟନ କରାଯାଏ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରାଯାଏ ଏବଂ ସରକାରଙ୍କ ବଜେଟ ବା ଆୟବ୍ୟୟ ପ୍ରସ୍ତାବକୁ ମଂଜୁର କରାଯାଏ। ଏହା ବ୍ୟତିତ ରାଜ୍ୟର ନାନାଦି ସମସ୍ୟା ସଂପର୍କରେ ମଧ୍ୟ ବିଧାନସଭାରେ ଆଲୋଚନା କରାଯାଇ ସେସବୁର ସମାଧାନ ସୂତ୍ର ବାହାର କରାଯାଏ। ବିଧାନସଭାରେ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ଭୂମିକାକୁ ସାଧାରଣ ଲୋକେ ଅନେଇ ବସିଥାନ୍ତି ଓ ଅନୁଧ୍ୟାନ କରିଥାନ୍ତି। ଏମାନଙ୍କର ଭୂମିକା […]

ଅଦ୍ୟତନ ହୋଇଛି
୧୨ରୁ ମୁଖ୍ୟମନ୍ତ୍ରୀଙ୍କ ୭ ଜିଲ୍ଲାରେ ମାରାଥନ୍ କାର୍ଯ୍ୟକ୍ରମ

Naveen Patnaik

Advertisment
  • ମଧୁଲିତା ପରିଡ଼ା

ସଂସଦୀୟ ଗଣତନ୍ତ୍ରରେ ବିଧାନସଭାର ଗୁରୁତ୍ୱ ବହୁତ ଅଧିକ। ଏଠାରେ ଆଇନ ପ୍ରଣୟନ କରାଯାଏ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷା କରାଯାଏ ଏବଂ ସରକାରଙ୍କ ବଜେଟ ବା ଆୟବ୍ୟୟ ପ୍ରସ୍ତାବକୁ ମଂଜୁର କରାଯାଏ। ଏହା ବ୍ୟତିତ ରାଜ୍ୟର ନାନାଦି ସମସ୍ୟା ସଂପର୍କରେ ମଧ୍ୟ ବିଧାନସଭାରେ ଆଲୋଚନା କରାଯାଇ ସେସବୁର ସମାଧାନ ସୂତ୍ର ବାହାର କରାଯାଏ। ବିଧାନସଭାରେ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ଭୂମିକାକୁ ସାଧାରଣ ଲୋକେ ଅନେଇ ବସିଥାନ୍ତି ଓ ଅନୁଧ୍ୟାନ କରିଥାନ୍ତି। ଏମାନଙ୍କର ଭୂମିକା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ ହେବା ଦରକାର। ସେଥିପାଇଁ ବିଧାନସଭାର ଗୋଟିଏ ଘଣ୍ଟା ପାଇଁ ସାଧାରଣ ଲୋକଙ୍କ ଟିକସରୁ ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

Advertisment

କିନ୍ତୁ ଦୁଃଖ ଓ ପରିତାପର ବିଷୟ ଆମ ବିଧାନସଭାର ଗୁରୁତ୍ୱ ଓ ଗାରିମା ନିଜେ ମୁଖ୍ୟମନ୍ତ୍ରୀ କ୍ଷୁଣ୍ଣ କରିଚାଲିଛନ୍ତି। ସେ ଗୃହର ନେତା ହିସାବରେ ଗୃହର ମର୍ଯ୍ୟାଦା ଆଦୌ ରଖିବାର ଦେଖଯାଉ ନାହିଁ। ଏଥର ବିଧାନସଭା ପରିସରକୁ ଆଦୌ ଆସିନାହାନ୍ତି। ଏ ଯେଉଁ ବିଧାନସଭା ଚାଲିଛି ସାଧାରଣରେ ପ୍ରଶ୍ନ ଉଠୁଛି ମୁଖ୍ୟମନ୍ତ୍ରୀ କାହିଁକି ବିଧାନ ସଭା ପରିସରକୁ ଆସୁନାହାନ୍ତି? ବିନା ମୁଖ୍ୟମନ୍ତ୍ରୀରେ ବିଧାନସଭା ବସିବା କେତେ ଯଥାର୍ଥ? ଯଦି ମୁଖ୍ୟମନ୍ତ୍ରୀ ନଆସିବେ ତାହାଲେ ବିଧାନସଭାର ମର୍ଯ୍ୟଦା କ’ଣ ଅଛି? ଆମେ ମୁଖ୍ୟମନ୍ତ୍ରୀଙ୍କୁ ଭୋଟ ଦେଇ ଜିତାଇଥିଲୁ କ’ଣ ଏଇଆ ଦେଖିବା ପାଇଁ? କାହିଁକି ମୁଖ୍ୟମନ୍ତ୍ରୀଙ୍କର ଏତେ ଡର? ଆଗରୁ ତ ଏତେ ଡର ନଥିଲା, ସରକାରଙ୍କର ଯେତେ ଯେତେ ବୟସ ବଢୁଛି ସେତେସେତେ ଭୟ ବା ଆଶଙ୍କା ଜନସାଧରଣଙ୍କ ଉପରେ ଆସୁଛି କି? ଏପରି ଦୃଶ୍ୟ ଅତୀତରେ କେବେ ଦେଖିବାକୁ ମିଳିନଥିଲା। ଏସବୁ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛା ଅନୁସାରେ କରୁଛନ୍ତି ନା କାହା ପ୍ରରୋଚନାରେ କରୁଛନ୍ତି?

ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଆସେ। ଏହାର ଉତ୍ତର ଜନସାଧରଣ ଚାହାଁନ୍ତି। ଯଦି ମୁଖ୍ୟମନ୍ତ୍ରୀଙ୍କର ଏତେ ଭୟ ତାହାଲେ ମୁଖ୍ୟମନ୍ତ୍ରୀ ପଦବୀଟିକୁ ଆଉ କାହାକୁ ହସ୍ତାନ୍ତର କରାଯିବା ଉଚିତ। କାରଣ ଏଥିରୁ ସ୍ପଷ୍ଟ ବାରି ହେଉଛି ତାଙ୍କର ଅମନଯୋଗିତା ବା ବିଧାନସଭା ପ୍ରତି ଉଦାସୀନତା। ଦୀର୍ଘ ୨୧ ବର୍ଷର ସରକାରର ଯଦି ଏପରି ମନୋବୃତ୍ତି ତାହାଲେ ରାଜ୍ୟବାସୀ ତାଙ୍କଠାରୁ ରାଜ୍ୟର ଉନ୍ନତି କଣ ଆଶା କରିବେ? ଏପରି ମନୋବୃତ୍ତିରୁ ଓହରିବା ନିହାତି ଦରକାର।

Advertisment

ଏବେ ଲୋକମାନଙ୍କୁ ସରକାରଙ୍କର ଏତେ ଡର ଯେ ବିଧାନସଭା ଚାଲିଲା ବେଳେ ସବୁଆଡୁ ବ୍ୟାରିକେଡ଼ କରି ଯିବାଆସିବା ପଥକୁ ସିଲ୍‌ କରୁଛନ୍ତି। କେଶରୀ ସିନେମା ହଲ ପାଖରୁ ଆରମ୍ଭ କରି ଆଇଜି ପାର୍କ ପଛପଟୁ ବୁଲି ଏଜି ଛକ ଦେଇ ବୁଲି ବୁଲି ଜଣକୁ ଯିବାକୁ ପଡୁଛି। ସେପଟେ ପୁଲିସ କମିଶନରେଟ୍‌ ବା ସିପି ଅଫିସ ସାମ୍ନାରୁ ମଧ୍ୟ ବନ୍ଦ କରାଯାଉଛି।ଏବେ ଯେଉଁ ଖରା ଗରମ ସେଥିରେ ପୋଲିସ କର୍ମଚାରୀମାନେ ଡହଡହ ଖରାରେ ରାସ୍ତା ଉପରେ ଛିଡା ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି। ଜନସାଧାରଣ ମଧ୍ୟ ଖରା ଗରମରେ ୪ରୁ ୫ କିଲୋମିଟର ବୁଲି ବୁଲି ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ସେପଟେ ବିଧାୟକ ଓ ମନ୍ତ୍ରୀମାନେ ଶୀତତାପ ନିୟନ୍ତ୍ରୀତ କୋଠରି ଭିତରେ ବସି ନାଟ ତାମସା କରୁଛନ୍ତି। ଥରେ ବିଧାନସଭା ବସିଲେ ଗୋଟେ ଦିନରେ କେତେ ଟଙ୍କା ଖର୍ଚ୍ଚ ସରକାର କରୁଛନ୍ତି ତାହା ଜନସାଧାରଣ ଜାଣିବା ନିହାତି ଦରକାର।

ବର୍ତ୍ତମାନ ପେଟ୍ରୋଲ ଦାମ ଯାହା ସାଧାରଣ ଲୋକ ଗାଡ଼ିରେ କେତେ ବାଟ ବୁଲିକି ଯିବାକୁ ପଡୁଛି। ଏ ବିଷୟରେ ଯଦି ପୋଲିସକୁ ପଚରାଯାଉଛି ତାଙ୍କର ଉତ୍ତର ରହୁଛି ତମେ କାହିଁକି ସେମାନଙ୍କୁ ଭୋଟ ଦେଉଛ? ତାହେଲେ ସରକାରୀ ଦଳକୁ ଭୋଟ ଦେବା ଭୁଲ! ଯଦି ସରକାରଙ୍କର ବିଧାନସଭାକୁ ଚଲେଇଲାବେଳେ ଏତେ ଭୟ ରହୁଛି, ତା’ହାଲେ ବିଧାନସଭା ନ ଚଲାଇ ବନ୍ଦ କରିଦିନ୍ତୁ। ଆଉ କେହି ଆତ୍ମାହୁତି ଦେବେନାହିଁ। ଚାଷୀ ଆତ୍ମହତ୍ୟା କରିବ ନାହିଁ, କେହି ଆନ୍ଦୋଳନକୁ ଆସିବେ ନାହିଁ। ବିରୋଧୀ ଦଳ ଦରକାର ପଡିବ ନାହିଁ। ସରକାର ତାର ମନଇଚ୍ଛା ଯାହା  ଚାହିଁବ ତାହା କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe