କୋଭିଡ ଟୀକା ନେବାକୁ କୁଣ୍ଠାର କାରଣ

ସରଳ କୁମାର ଦାସ କିଛି ପ୍ରତିରୋଧଯୋଗ୍ୟ ରୋଗ ଟୀକା ଦ୍ୱାରା ଦୂର କରିବା ବା ଉନ୍ମୁଳନ କରିବା ସମ୍ଭବ। କୌଣସି ଟୀକା ଶତ ପ୍ରତିଶତ ପ୍ରଭାବୀ ହୋଇ ନ ଥିଲେ ବି ଔଷଧ ଅପେକ୍ଷା ଟୀକା ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପ୍ରଭାବୀ ହେଉଥିବାରୁ ପ୍ରତିରୋଧଯୋଗ୍ୟ ରୋଗଗୁଡ଼ିକ କ୍ଷେତ୍ରରେ ଏହାର ପ୍ରୟୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିଛି। ତେବେ ଗୋଷ୍ଠୀ ସ୍ତରରେ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ଅଧିକ ସଂଖ୍ୟକ ଲୋକଙ୍କୁ ଓ […]

Vaccine

Vaccine

Debendra Prusty
  • Published: Saturday, 20 November 2021
  • Updated: 20 November 2021, 02:12 PM IST

Sports

Latest News

ସରଳ କୁମାର ଦାସ

କିଛି ପ୍ରତିରୋଧଯୋଗ୍ୟ ରୋଗ ଟୀକା ଦ୍ୱାରା ଦୂର କରିବା ବା ଉନ୍ମୁଳନ କରିବା ସମ୍ଭବ। କୌଣସି ଟୀକା ଶତ ପ୍ରତିଶତ ପ୍ରଭାବୀ ହୋଇ ନ ଥିଲେ ବି ଔଷଧ ଅପେକ୍ଷା ଟୀକା ଉଭୟ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ପ୍ରଭାବୀ ହେଉଥିବାରୁ ପ୍ରତିରୋଧଯୋଗ୍ୟ ରୋଗଗୁଡ଼ିକ କ୍ଷେତ୍ରରେ ଏହାର ପ୍ରୟୋଗ ମାଧ୍ୟମରେ ଅନେକ କ୍ଷେତ୍ରରେ ସଫଳତା ହାସଲ କରାଯାଇପାରିଛି। ତେବେ ଗୋଷ୍ଠୀ ସ୍ତରରେ ଏହାର ଉତ୍ତମ କାର୍ଯ୍ୟକାରିତା ପାଇଁ ଅଧିକ ସଂଖ୍ୟକ ଲୋକଙ୍କୁ ଓ ସ୍ଥଳ ବିଶେଷରେ ସମସ୍ତଙ୍କୁ ଟୀକା ଦେବା ଜରୁରୀ ହୋଇଥାଏ। କିନ୍ତୁ କୌଣସି ସ୍ଥାନରେ ବା ଗୋଷ୍ଠୀ ମଧ୍ୟରେ କିଛି ଲୋକଙ୍କର ଟୀକା ନେବା ପାଇଁ ଅନିଚ୍ଛା ଥିଲେ ତଦ୍ଦ୍ୱାରା ଟୀକା ନେଇଥିବା ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହି ପାରି ନ ଥାଆନ୍ତି। ଅତୀତରେ କିଛି ଦେଶରେ ମିଳିମିଳା, ହିମୋଫିଲିସ ଇନଫ୍ଲୁଏଞ୍ଜା, ପୋଲିଓ ପରି କେତେକ ରୋଗରେ ଟୀକାକରଣ ହାର ଅଧିକ ହୋଇ ମଧ୍ୟ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳ ଓ ଗୋଷ୍ଠୀରେ ଟୀକାକରଣ ହୋଇ ନ ଥିବାରୁ ସେହି ସବୁ ସ୍ଥାନରୁ ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପି ଭୟାବହ ରୂପ ଧାରଣ କରିଥିଲା। ଅର୍ଥାତ୍ କିଛି ଲୋକଙ୍କ ଟୀକାକୁଣ୍ଠା ଅନ୍ୟମାନଙ୍କ ପାଇଁ ବି ଘାତକ ସାବ୍ୟସ୍ତ ହୋଇପାରେ। କୋଭିଡ ସେହିପରି ଏକ ପ୍ରତିରୋଧଯୋଗ୍ୟ ରୋଗ ହୋଇଥିବାରୁ ସାର୍ବଜନୀନ ଟୀକାକରଣ ଜରିଆରେ ଏହାର ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ଅଭିଯାନ ଚାଲିଥିବା ବେଳେ କେତେକ ଅଞ୍ଚଳ ଓ ଗୋଷ୍ଠୀ ମଧ୍ୟରେ ଥିବା ଟୀକାକୁଣ୍ଠା ଏହି ଅଭିଯାନରେ ବାଧକ ସାଜିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ‘ଟୀକାକୁଣ୍ଠା’ର ସଂଜ୍ଞା - “ଟୀକା ଦାନ ସେବା ଉପଲବ୍ଧ ଥିବା ସତ୍ତ୍ୱେ ଟୀକା ଗ୍ରହଣୀୟତାରେ ବିଳମ୍ୱ ବା ଟୀକା ନେବାକୁ ମନା କରିବାକୁ ଟୀକାକୁଣ୍ଠା କୁହାଯାଇଥାଏ। ଟୀକାକୁଣ୍ଠା ଜଟିଳ ଓ ପ୍ରସଙ୍ଗ ନିର୍ଦ୍ଦିଷ୍ଟ ହୋଇଥାଏ, ଯାହା ସମୟ, ସ୍ଥାନ ଓ ଟୀକା ଅନୁସାରେ ବଦଳିଥାଏ। ଏହା ଆତ୍ମସନ୍ତୋଷ, ସୁବିଧା ଓ ବିଶ୍ୱାସ ଭଳି କାରଣରୁ ପ୍ରଭାବିତ ହୋଇଥାଏ।“ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଗଠିତ ଟୀକାକରଣ ପାଇଁ ବିଶେଷଜ୍ଞଙ୍କ କୌଶଳଗତ ଉପଦେଷ୍ଟା ମଣ୍ଡଳୀ (ସେଜ) ନାମକ କାର୍ଯ୍ୟକାରୀ ଗୋଷ୍ଠୀ ୨୦୧୪ରେ ପ୍ରସ୍ତୁତ କରିଥିବା ରିପୋର୍ଟରେ ଟୀକାକୁଣ୍ଠା ପାଇଁ ଯେଉଁ ତିନିଟି ମୁଖ୍ୟ କାରଣ ଦର୍ଶାଇଥିଲେ ସେଗୁଡ଼ିକ ହେଲା ବିଶ୍ୱାସ, ଆତ୍ମସନ୍ତୋଷ ଓ ସୁବିଧା। ଲୋକଙ୍କର ଟୀକାକରଣ ପ୍ରକ୍ରିୟା ଉପରେ ଭରସା ଆସିବା ପାଇଁ ତିନିଟି ସ୍ତରରେ ‘ବିଶ୍ୱାସ’ ଜନ୍ମିବା ଆବଶ୍ୟକ। ପ୍ରଥମତଃ, ସମ୍ପୃକ୍ତ ଟୀକାର କାର୍ଯ୍ୟକାରିତା କେତେ ଅଧିକ ଓ ତାହା କେତେ ସୁରକ୍ଷିତ? ଦ୍ୱିତୀୟତଃ, ସ୍ୱାସ୍ଥ୍ୟ ସେବା ଓ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଯେଉଁ ବ୍ୟବସ୍ଥା ଏହି ଟୀକାକରଣ ସମ୍ପାଦନ କରୁଛି ସେମାନଙ୍କ ବିଶ୍ୱସନୀୟତା ଓ ଦକ୍ଷତା କେତେ ଅଧିକ? ତୃତୀୟତଃ, ଟୀକାକରଣର ଆବଶ୍ୟକତାକୁ ସ୍ଥିର କରୁଥିବା ନୀତି ନିର୍ଦ୍ଧାରକମାନଙ୍କର ନିଜସ୍ୱ ଅଭିପ୍ରାୟ କେତେ ବେଶୀ?

ସେହିପରି ଟୀକା ପ୍ରତିରୋଧଯୋଗ୍ୟ ରୋଗର ବିପଦ ଅପେକ୍ଷାକୃତ କମ ଥିବା ସ୍ଥାନମାନଙ୍କରେ ଟୀକା ନେବାକୁ ନେଇ ଉତ୍କଣ୍ଠା ନ ଥାଇ ‘ଆତ୍ମସନ୍ତୋଷ’ ଥାଏ। ଆତ୍ମସନ୍ତୋଷ ଅଧିକ ଥିଲେ ବ୍ୟକ୍ତି ଟୀକା ଜନିତ ଅନ୍ୟ ଅଜଣା ରୋଗର ବିପଦ ଆଶଙ୍କାରେ ଟୀକା ପ୍ରତି କୁଣ୍ଠା ପ୍ରକାଶ କରିପାରେ। ଟୀକା ‘ସୁବିଧା’ର ମାପକାଠି ହେଉଛି ବାସ୍ତବରେ କେଉଁ ପରିମାଣରେ ଟୀକା ଉପଲବ୍ଧ, ଲୋକ ଟୀକା ଖର୍ଚ୍ଚ ବହନ କରିବାକୁ କେତେ ଦୂର ସକ୍ଷମ ଓ ସେହି ପରିମାଣ ଅର୍ଥ ବ୍ୟୟ କରିବାକୁ କେତେ ଦୂର ରାଜି, ଦୂରଦୂରାନ୍ତ ଅଞ୍ଚଳଗୁଡ଼ିକରେ ଟୀକାର ଉପଲବ୍ଧତା ଆଦି। ଏଥି ସହ ଟୀକାଦାନ ସେବାର ଗୁଣବତ୍ତା ଓ ଟୀକାଦାନ ପାଇଁ ନିର୍ଦ୍ଧାରିତ ସମୟ, ସ୍ଥାନ ଲୋକଙ୍କ ପାଇଁ କେତେ ସୁବିଧାଜନକ ତାହା ମଧ୍ୟ ଟୀକାର ଗ୍ରହଣୀୟତା ବା ଟୀକା ପ୍ରତି କୁଣ୍ଠାର ମାତ୍ରାକୁ ସ୍ଥିର କରିଥାଏ।

ଟୀକାର ଅଭାବ, ଟୀକା ଯୋଗାଣ ବ୍ୟାହତ ହେବା, ଟୀକାଦାନ କେନ୍ଦ୍ରର ଦୂରରେ ଅବସ୍ଥିତି ଓ ଗମନାଗମନ ଅସୁବିଧା, ଟୀକାଦାନ ସମ୍ପର୍କିତ ସୂଚନାର ଅଭାବ, ପ୍ରାକୃତିକ ଦୁର୍ବିପାକ ଓ ଅଶାନ୍ତି, ସଂଘର୍ଷ ଆଦି କାରଣରୁ ଟୀକାଦାନ ବାତିଲ କରିବା ଭଳି ବ୍ୟବସ୍ଥାଗତ ତ୍ରୁଟି ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଟୀକାଦାନର ହାର କମ କରିବା ସହ ଟୀକାକୁଣ୍ଠାର ମଧ୍ୟ କାରଣ ହୋଇପାରେ। ତେବେ ଉପରୋକ୍ତ ଅସୁବିଧାଗୁଡିକ ନ ଥାଇ ବି ଟୀକା ପହଞ୍ଚ ଓ ଉପଲବ୍ଧତାର ସ୍ଥିତି ଉତ୍ତମ ଥିବା ବିଭିନ୍ନ ଅଞ୍ଚଳରେ ଟୀକାକୁଣ୍ଠା ପ୍ରକାଶ ପାଇ ତାହା ଉଦବେଗର କାରଣ ପାଲଟିଥାଏ। ତେଣୁ ଗୋଟିଏ ଅଞ୍ଚଳରେ ଅଧିକ ସଂଖ୍ୟକ ଲୋକଙ୍କୁ ଟୀକା ଦିଆଯାଇଥିଲେ ବି ସେଠାକାର ଟୀକାକୁଣ୍ଠାର ବାସ୍ତବ ସ୍ଥିତିକୁ ଜାଣିବା ସମ୍ଭବ ହୋଇ ନ ଥାଏ।

ଏଡୱାର୍ଡ ଜେନରଙ୍କ ଦ୍ୱାରା ୧୭୯୬ରେ ବସନ୍ତ ଟୀକାର ଉଦ୍ଭାବନ ପରଠାରୁ ସବୁ ସମୟରେ ବିଭିନ୍ନ ଟୀକାର ପ୍ରୟୋଗକୁ ବିରୋଧ କରା ହୋଇଆସିଛି। ବସନ୍ତ ଟୀକାକୁ ବାଧ୍ୟତାମୂଳକ କରିବା ପାଇଁ ୧୮୫୩ରେ ବ୍ରିଟେନରେ ଭାକସିନେସନ ଆକ୍ଟ ପ୍ରଣୀତ ହୋଇଥିଲା, ଯାହାର ପ୍ରତିବାଦରେ ‘ପସନ୍ଦର ସ୍ୱାଧୀନତା’ ଶୋଭାଯାତ୍ରାମାନ ବାହାର କରା ଯାଇଥିଲା। ଊନ୍ନବିଂଶ ଶତାବ୍ଦୀରେ ବ୍ରିଟେନରେ ‘ଆଣ୍ଟି-ଭାକସିନେସନ ଲିଗ’ଗୁଡ଼ିକ ଟୀକାକୁ ବିରୋଧ କରି ପୁସ୍ତିକା ବଣ୍ଟନ କରୁଥିଲେ ଓ ବିଭିନ୍ନ ଟୀକାକୁ ଭିନ୍ନ ଭିନ୍ନ ସମୟରେ ବିରୋଧ କରା ହୋଇଆସିଛି। ବିରୋଧର ଅନ୍ୟତମ କାରଣ ଯେ ଶରୀର ଉପରେ ଟୀକାର କୁପ୍ରଭାବ ପଡ଼ିଥାଏ ଓ ଏପରିକି ତାହା ନୂଆ ରୋଗ ସୃଷ୍ଟି କରିଥାଏ ଯାହା ଟୀକା ନିଆଯାଉଥିବା ମୂଳ ରୋଗ ଅପେକ୍ଷା ଅଧିକ ଭୟାନକ।

ୟୁରୋପୀୟ କମିଶନଙ୍କ ଦ୍ୱାରା ଜୁନ ୨୦୨୧ରେ ପ୍ରକାଶିତ ‘ଫ୍ଲାସ ୟୁରୋବାରୋମିଟର’ ସର୍ଭେ ଅନୁଯାୟୀ ଟୀକାକୁ ନେଇ ଲୋକମାନେ ନିର୍ଦ୍ଦିଷ୍ଟ ଦୁଇଟି ଗୋଷ୍ଠୀରେ ବିଭାଜିତ। ‘ଅତ୍ୟଧିକ ଟୀକା ଗ୍ରହଣୀୟତା’ ଥିବା ଗୋଷ୍ଠୀରେ ୭୫ ପ୍ରତିଶତ ଲୋକ ଅଛନ୍ତି ଯେଉଁମାନେ ମହାମାରୀକୁ ସମାପ୍ତ କରିବା ପାଇଁ ଟୀକା ହିଁ ଏକମାତ୍ର ବାଟ ବୋଲି ମନେ କରନ୍ତି। ଦ୍ୱିତୀୟ ଗୋଷ୍ଠୀରେ ଥିବା ୨୫ ପ୍ରତିଶତ ଲୋକ କୋଭିଡ-୧୯ର ପ୍ରତିରୋଧକ ଟୀକା ନେବାକୁ ଅଧିକ କୁଣ୍ଠିତ। ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ୨୦୨୧ର ଶେଷ ଆଡ଼କୁ ଟୀକା ନେବେ ବୋଲି କହିଥିବା ବେଳେ ୬ ପ୍ରତିଶତ ପରେ କେବେ ନେବେ ବୋଲି କହିଛନ୍ତି। ତେବେ ଅବଶିଷ୍ଟ ୯ ପ୍ରତିଶତ କେବେ ବି ଟୀକା ନେବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ଏହି ସଂଖ୍ୟା ଅଷ୍ଟ୍ରିଆରେ ସର୍ବାଧିକ ୧୨ ପ୍ରତିଶତ ଥିଲା ବେଳେ ଫ୍ରାନ୍ସ, ଜର୍ମାନୀ, ଇଟାଲିରେ  ଯଥାକ୍ରମେ ୧୧, ୮ ଓ ୬ ପ୍ରତିଶତ ଥିଲା। ଅର୍ଥାତ୍ ସେମାନଙ୍କ ସଂଖ୍ୟା କମ ହେଲେ ବି ପ୍ରତି ଦେଶର ଲୋକସଂଖ୍ୟାର ଏକ କ୍ଷୁଦ୍ର ପ୍ରତିଶତ ଟୀକା ନେବାର ଘୋର ବିରୋଧୀ। ୟୁରୋପର ବିଭିନ୍ନ ସହରରେ ଯେଉଁପରି ଭାବେ ଟୀକା ବିରୋଧୀ ସଭା ଓ ଶୋଭାଯାତ୍ରାମାନ ଆୟୋଜିତ ହେଉଛି ସେଥିରୁ ପ୍ରତୀତ ହେଉଛି ହୁଏତ ଏହି ଟୀକା ବିରୋଧୀ ଲୋକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ। ସେହି ସବୁ ସଭା ଶୋଭାଯାତ୍ରାରେ ସେମାନେ ଧରିଥିବା ପ୍ଲାକାର୍ଡ ଓ ବ୍ୟାନରଗୁଡ଼ିକର ବାକ୍ୟାଂଶଗୁଡିକ ମଧ୍ୟ ବେଶ ଶାଣିତ ଯେମିତି, ‘ଆମ ଦେଶ ଏକଛତ୍ରବାଦୀ ହେଉଛି।“ ବା “ସ୍ୱାସ୍ଥ୍ୟ ଏକଛତ୍ରବାଦ ଡାଉନ ଡାଉନ”।

ବୈଜ୍ଞାନିକ ଓ ଗବେଷକମାନଙ୍କ ମତରେ କୋଭିଡ-୧୯ ବିରୁଦ୍ଧରେ ଲଢ଼ିବାକୁ ହେଲେ ଲୋକଙ୍କ ମଧ୍ୟରେ ଗୋଷ୍ଠୀ ପ୍ରତିରୋଧକ ଶକ୍ତିର ବିକାଶ କରିବାକୁ ହେବ, ଯାହା ଜନସଂଖ୍ୟାର ଅଧିକାଂଶ ଲୋକଙ୍କ ଟୀକାକରଣ ଉପରେ ନିର୍ଭର କରେ। ତେବେ କେତେ ପ୍ରତିଶତ ଲୋକଙ୍କ ଟୀକାକରଣ ହେଲେ ତାହା ଗୋଷ୍ଠୀ ପ୍ରତିରୋଧକ ଶକ୍ତିକୁ ସୁନିଶ୍ଚିତ କରିବ ସେ ନେଇ କୌଣସି ସ୍ପଷ୍ଟତା ନାହିଁ। ପ୍ରଥମେ ଏହା ୭୦ ପ୍ରତିଶତ କୁହା ଯାଉଥିବା ବେଳେ ଏବେ ତାହା ୮୦ରୁ ୯୦ ପ୍ରତିଶତ ବୋଲି କୁହାଯାଉଛି।

‘ନେଚର ମେଡିସିନ’ ନାମକ ପତ୍ରିକାରେ ଜୁଲାଇ ୨୦୨୧ରେ ଭାରତ ସମେତ ୧୩ଟି ନିମ୍ନ ଓ ମଧ୍ୟମ ଆୟ ବର୍ଗର ଦେଶ ଓ ରୁଷିଆ, ଆମେରିକାରେ ଟୀକାର ଗ୍ରହଣୀୟତା ଓ କୁଣ୍ଠାକୁ ନେଇ ହୋଇଥିବା ଏକ ସର୍ଭେର ରିପୋର୍ଟ ପ୍ରକାଶ ପାଇଥିଲା। ତଦନୁଯାୟୀ, ଟୀକାର ଗ୍ରହଣୀୟତା ଆମେରିକା ଓ ରୁଷିଆରେ ଯଥାକ୍ରମେ ୬୫ ଓ ୩୦ ପ୍ରତିଶତ ଥିଲାବେଳେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ତାହା ହାରାହାରି ପ୍ରାୟ ୮୦ ପ୍ରତିଶତ। ଏ ସମସ୍ତ ଦେଶରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଟୀକାକୁଣ୍ଠା ଅଧିକ। ଶିକ୍ଷିତ ଲୋକମାନଙ୍କ ମଧ୍ୟରେ ଟୀକାର ଗ୍ରହଣୀୟତା ଅପେକ୍ଷାକୃତ ଅଧିକ। ଭାରତରେ ୨୫ରୁ ୫୪ ବର୍ଷ ମଧ୍ୟରେ ଥିବା ଲୋକଙ୍କ ତୁଳନାରେ ୨୫ ବର୍ଷରୁ କମ ଯୁବକମାନେ ଟୀକା ନେବାକୁ କମ ଆଗ୍ରହୀ। ଆମେରିକା ଓ ରୁଷିଆରେ ୫୫ ବର୍ଷରୁ ଊର୍ଦ୍ଧ୍ୱ ଲୋକମାନେ ଯୁବକମାନଙ୍କ ତୁଳନାରେ ଟୀକା ନେବାକୁ ବେଶୀ ଆଗ୍ରହୀ। ଟୀକା ପାଇଁ ଆଗ୍ରହୀ ଲୋକଙ୍କ ମଧ୍ୟରୁ ପ୍ରାୟ ୯୧ ପ୍ରତିଶତ ବ୍ୟକ୍ତିଗତ ସୁରକ୍ଷାକୁ ସବୁଠାରୁ ବଡ଼ କାରଣ ବୋଲି ଦର୍ଶାଇଥିବା ବେଳେ, ମାତ୍ର ୩୬ ପ୍ରତିଶତ ପରିବାର ସୁରକ୍ଷାକୁ କାରଣ ବୋଲି କହିଛନ୍ତି। ଗୋଷ୍ଠୀ ସୁରକ୍ଷା ଗ୍ରହଣୀୟତାର ଏକ ବଡ଼ କାରଣ ନୁହେଁ ବୋଲି ଜଣା ପଡ଼ିଛି। ସେହିପରି ଟୀକା ପ୍ରତି ଅନାଗ୍ରହୀ ଲୋକଙ୍କର କୁଣ୍ଠାର ମୁଖ୍ୟକାରଣ ହେଲା, ଟୀକାର ପାର୍ଶ୍ୱ ପ୍ରଭାବ ନେଇ ଉଦବେଗ। ଅନ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ଟୀକା ମାଧ୍ୟମରେ କରୋନା ହେବାର ଆଶଙ୍କା, ଗୁରୁତର ଭାବେ ଅସୁସ୍ଥ ହେବାର ଭୟ ନ ରହିବା, ଟୀକାଗୁଡ଼ିକ ପ୍ରଭାବୀ ନୁହେଁ ବୋଲି ଧାରଣା, କରୋନା ମହାମାରୀକୁ ଯେଉଁ ଭଳି ବଢାଇ ଚଢ଼ାଇ କୁହାଯାଉଛି ତାହା ପ୍ରକୃତରେ ସେପରି ନୁହେଁ, ଛୁଞ୍ଚି ପ୍ରତି ଡର, ଟୀକା ପ୍ରତି ବିରାଗ, ଟୀକା ନେବା ପାଇଁ ସମୟର ଅଭାବ, ଟୀକା ପଛରେ ଷଡ଼ଯନ୍ତ୍ର ତତ୍ତ୍ୱ ଥିବା ଇତ୍ୟାଦି।

ଆମେରିକାରେ ଟୀକାକୁଣ୍ଠାର କାରଣ ଅନେକଟା ରା଼ଜନୈତିକ। ଡେମୋକ୍ରାଟମାନେ ଟୀକା ଗ୍ରହଣ ସମର୍ଥନରେ ଥିବା ବେଳେ ରିପବ୍ଲିକାନ ସମର୍ଥକମାନେ ଟୀକା ଗ୍ରହଣର ତୀବ୍ର ବିରୋଧୀ। ତତକାଳୀନ ରାଷ୍ଟ୍ରପତି ଟ୍ରମ୍ପ ବାରମ୍ୱାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଦ୍ୱାରା ଜାରି ହୋଇଥିବା କୋଭିଡ ନିର୍ଦ୍ଦେଶିକାକୁ ଭଙ୍ଗ କରି ଓ ୟୁଏସ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ)ର ଟୀକା ଅନୁମତି ପ୍ରଦାନ ପ୍ରକ୍ରିୟାରେ ହସ୍ତକ୍ଷେପ କରି ଲୋକଙ୍କର ଟୀକା ଉପରୁ ଆସ୍ଥା ତୁଟାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଥିଲେ। ରେକର୍ଡ ସମୟ ମଧ୍ୟରେ ଆମେରିକାରେ ଟୀକାର ଅନୁମତି ପ୍ରଦାନ ଲାଗି ପ୍ରଶାସନ ଓ ଘରୋଇ କ୍ଷେତ୍ର ଯେତେ ଅଧିକ ତତ୍ପରତା ପ୍ରଦର୍ଶନ କଲେ ତଦ୍ଦ୍ୱାରା ‘ପିଉ ରିସର୍ଚ୍ଚ ସେଣ୍ଟର’ର ସର୍ଭେ ଅନୁଯାୟୀ ଟୀକା ଉପରୁ ବିଶ୍ୱାସ ଯଥେଷ୍ଟ ହ୍ରାସ ପାଇଥିଲା। ପ୍ରାରମ୍ଭିକ ଅବସ୍ଥାରେ ଟୀକାର ଚାହିଦା ଅଧିକ ଥିଲା ବେଳେ ତା’ପରେ ତାହା ଆଉ ନ ବଢ଼ିବାରୁ ନାଗରିକଙ୍କୁ ଟୀକା ପ୍ରତି ଆକୃଷ୍ଟ କରିବାକୁ ସରକାରଙ୍କ ତରଫରୁ ସାଧାରଣ ସ୍ଥାନରେ ମାସ୍କ ଛାଡ଼, ଲକ୍ଷ ଲକ୍ଷ ଡଲାର ମୂଲ୍ୟର ଲଟେରୀ ଆଦିର ପ୍ରଲୋଭନ ଦେଖାଗଲା। ତାହା ସତ୍ତ୍ୱେ ଟୀକାକୁଣ୍ଠା ଦୂର ହୋଇପାରିଲା ନାହିଁ। ଏବେ ମଧ୍ୟ କୋଭିଡ-୧୯ ରୋଗ ଅପେକ୍ଷା ଟୀକା ହିଁ ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ ବୋଲି ଟୀକାକୁଣ୍ଠା ଥିବା ସେଠାକାର ୫୦ ପ୍ରତିଶତରୁ ଅଧିକ ଲୋକ ବିଶ୍ୱାସ କରନ୍ତି।

ନଭେମ୍ୱର ୧୮, ୨୦୨୧ ସୁଦ୍ଧା ଭାରତରେ ୧୧୫ କୋଟି ଡୋଜ କୋଭିଡ ଟୀକା ଦିଆସରିଛି। ସେଥିରେ ୩୮.୮ କୋଟି ଲୋକ ଦୁଇଟି ଡୋଜ ଟୀକା ନେଇ ସେମାନଙ୍କର ଟୀକାକରଣ ସମ୍ପୂର୍ଣ୍ଣ କରିଥିବା ବେଳେ ୭୬ କୋଟି ଲୋକ ଗୋଟିଏ ଡୋଜ ନେଇ ସେମାନଙ୍କର ଆଂଶିକ ଟୀକାକରଣ କରିଛନ୍ତି। ଉଦବେଗର ବିଷୟ ଯେ ଦେଶରେ ଏ ଯାଏଁ ଜନସଂଖ୍ୟାର ମାତ୍ର ୨୮.୧ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ବେଳେ ସାରା ବିଶ୍ୱରେ ଏବେ ୪୧.୮ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଛି। ସେପ୍ଟେମ୍ୱର ୨୦୨୧ରେ ଦୈନିକ ଟୀକାକରଣ ହାରାହାରି ପ୍ରାୟ ୮୦ ଲକ୍ଷ ହୋଇଥିବା ବେଳେ ଏବେ ତାହା ହ୍ରାସ ପାଇବା ୫୦ ଲକ୍ଷରେ ପହଞ୍ଚିବା ଉଦବେଗଜନକ। ଦେଶରେ ଟୀକା ଉପଲବ୍ଧତା ସ୍ଥିତିରେ ଉନ୍ନତି ଘଟିଥିଲେ ବି ଟୀକାକରଣ ହ୍ରାସ ପାଇବାର କାରଣ ଟୀକାକୁଣ୍ଠାଜନିତ ହୋଇ ଥାଇପାରେ ବୋଲି କେହି କେହି ଆଶଙ୍କା ବ୍ୟକ୍ତ କରୁଛନ୍ତି। ଏହି ଟୀକା କୁଣ୍ଠାକୁ ଦୂର କରି ସବୁ ଯୋଗ୍ୟ ବ୍ୟକ୍ତିଙ୍କର ଟୀକାକରଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ସାରା ଦେଶରେ ‘ହର ଘର ଦସ୍ତକ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବା ଆରମ୍ଭ ହୋଇଛି। କିନ୍ତୁ କେତେକ ରାଜ୍ୟରେ ଏହାର କ୍ରିୟାନ୍ୱୟନରେ ମାତ୍ରାଧିକ ଚାପ ପ୍ରୟୋଗ ହୋଇ ସମାଲୋଚିତ ହେବା ଆରମ୍ଭ ହୋଇଛି। ଉଦାହରଣ ସ୍ୱରୂପ, ମଧ୍ୟ ପ୍ରଦେଶ ରାଜ୍ୟ ସରକାର ଲୋକମାନଙ୍କ ଟୀକାକରଣକୁ ଗତି ପ୍ରଦାନ କରିବା ପାଇଁ ସରକାରୀ ରାସନ ସାମଗ୍ରୀ ପାଇବାକୁ ଦୁଇଟି ଯାକ ଡୋଜ ଟୀକା ନେବା ବାଧ୍ୟତାମୂଳକ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଟୀକା ନେଇ ନ ଥିବା ଗରିବ ଲୋକମାନେ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ। ଉଲ୍ଲେଖଯୋଗ୍ୟ ଯେ, ଆଧାର କାର୍ଡ ନ ଥିଲେ ଖାଦ୍ୟ ସୁରକ୍ଷା ଆଇନରେ ଖାଦ୍ୟସାମଗ୍ରୀ ମିଳିବ ନାହିଁ ବୋଲି ସରକାରଙ୍କ ନିଷ୍ପତ୍ତିକୁ ଅତୀତରେ ସୁପ୍ରିମକୋର୍ଟ ନିରସ୍ତ କରିଥିବାରୁ ମଧ୍ୟ ପ୍ରଦେଶ ସରକାରଙ୍କ ଏହି ନିଷ୍ପତ୍ତିର ଗ୍ରହଣୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଟୀକାକରଣ ରାଜ୍ୟର ହାରାହାରି ଟୀକାକରଣ ତୁଳନାରେ କମ ଥିବାରୁ ସେଠାକାର ଜିଲ୍ଲା ପ୍ରଶାସନ ଅନ୍ତତଃ ଗୋଟିଏ ଡୋଜ ଟୀକା ନେଇ ନ ଥିଲେ ତେଜରାତି ସଉଦା ଓ ପେଟ୍ରୋଲ ଡିଜେଲ ନ ଦେବା ପାଇଁ ତେଜରାତି ଦୋକାନ ଓ ପେଟ୍ରୋଲ ପମ୍ପଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଭଳି ନିଷ୍ପତ୍ତିର ଯୌକ୍ତିକତାକୁ ନେଇ ମଧ୍ୟ ଆଲୋଚନା ହେବା ଆରମ୍ଭ ହୋଇଗଲାଣି।

ବ୍ୟକ୍ତିଗତ, ଆଦର୍ଶଗତ, ଧାର୍ମିକ ଓ ଅନ୍ୟ କାରଣରୁ ଟୀକା ଗ୍ରହଣ ନ କରିବାର ନିଷ୍ପତ୍ତି ନେବାକୁ ଜଣେ ସ୍ୱାଧୀନ ବୋଲି କେତେକ ମନେ କରନ୍ତି। ଟୀକା  ବିରୋଧୀ ଲୋକଙ୍କର ଏକ ସାଧାରଣ ଯୁକ୍ତି ହେଉଛି ଟୀକା ପାଇଁ ବାଧ୍ୟବାଧକତା ଟୀକାକୁଣ୍ଠିତ ଲୋକଙ୍କର ମାନବିକ ଅଧିକାର ଓ ନାଗରିକ ସ୍ୱାଧୀନତାର ଉଲ୍ଲଂଘନ କରିଥାଏ। ନିଉୟର୍କ ବିଶ୍ୱବିଦ୍ୟାଳୟର ବାଇଓଏଥିକସ ପ୍ରଫେସର ମାଥିଉ ଲିଆଓଙ୍କ ମତରେ, “ନୀତିତତ୍ତ୍ୱ ଅନୁଯାୟୀ ଜଣେ ଅନ୍ୟକୁ କ୍ଷତି ନ ପହଞ୍ଚାଇଲା ପର୍ଯ୍ୟନ୍ତ ସେ ଯାହା ଚାହିଁବ ତାହା କରିପାରିବ, ଜଣେ ଟୀକା ଗ୍ରହଣ ନ କଲେ ସେ ଅନ୍ୟ ଲୋକମାନଙ୍କୁ ବିପଦରେ ପକାଇଥାଏ।“ ‘ଜାକବସନ ବନାମ ମାସାଚୁସେଟସ ରାଜ୍ୟ’ (୧୯୦୫) ମାମଲାରେ ଆମେରିକାର ସୁପ୍ରିମକୋର୍ଟ ଉପରୋକ୍ତ ତତ୍ତ୍ୱକୁ ଆଧାର କରି  ଟୀକାଦାନକୁ ବାଧ୍ୟତାମୂଳକ କରିବାର ଅଧିକାର ରାଷ୍ଟ୍ର ନିକଟରେ ଅଛି ବୋଲି ରାୟ ଦେଇଥିଲେ।

‘ନେଚର ହ୍ୟୁମାନ ବିହେଭିଅର’ ନାମକ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଯେଉଁ ଦେଶରେ ବିଜ୍ଞାନ ଉପରେ ଭରସା ଯେତେ ଅଧିକ ଥାଏ, ସେହି ଦେଶର ଲୋକମାନେ ଟୀକାକୁ ନେଇ ସେତେ ବେଶୀ ଆଶ୍ୱସ୍ତ ଥାଆନ୍ତି। କିନ୍ତୁ ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଗବେଷଣାର ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ ହେବା ପୂର୍ବରୁ ପ୍ରକ୍ରିୟାକୁ କୋହଳ କରି ଟୀକାକୁ ଅନୁମତି ପ୍ରଦାନ କରାଗଲେ, ତାହା ସାଧାରଣ ଲୋକଙ୍କ ମନରେ ଟୀକା ପ୍ରତି ବିଶ୍ୱାସ ଜନ୍ମାଇବାରେ ବାଧକ ସାଜିପାରେ। ମେ’ ୨୦୨୦ରେ ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲରେ ଏହା ୯୦ ପ୍ରତିଶତ ପ୍ରଭାବୀ ବୋଲି ଜଣା ପଡ଼ିବା ପରେ ‘କଣ୍ଟାର’ ନାମକ ଏକ ସଂସ୍ଥା କେତେକ ବିକଶିତ ଦେଶରେ ଟୀକାର ଗ୍ରହଣୀୟତା ଜାଣିବା ପାଇଁ କରିଥିବା ଏକ ସର୍ଭେ ଅନେକଙ୍କୁ ଉଦବିଗ୍ନ କରିଥିଲା। ତଦନୁଯାୟୀ, ସେତେବେଳେ ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସରେ ନିଶ୍ଚିତ ଭାବେ ଟୀକା ନ ନେବାକୁ କହିଥିବା ଲୋକଙ୍କ ପ୍ରତିଶତ ଯଥାକ୍ରମେ ୧୪, ୨୩, ୨୪ ଥିଲା। ଟୀକା କେତେ ସୁରକ୍ଷିତ ସେ  ନେଇ ଯଥେଷ୍ଟ ପ୍ରମାଣର ଅଭାବ ଓ ଏହାର ନିର୍ମାତା, ବୈଜ୍ଞାନିକ, ଉତ୍ପାଦକ ଓ ବିତରକଙ୍କ ପ୍ରତି ଅବିଶ୍ୱାସ ହିଁ ଲୋକଙ୍କ ଉଦବେଗର କାରଣ ଥିଲା।  ବିଜ୍ଞାନ ପ୍ରତି ଅବିଶ୍ୱାସ ଏବଂ ଏତେ କମ ସମୟ ମଧ୍ୟରେ ବିକଶିତ ଟୀକା ସୁରକ୍ଷିତ କି ନୁହେଁ ସେ ନେଇ ଥିବା ସନ୍ଦେହ ହିଁ ଟୀକାକୁଣ୍ଠାର କାରଣ ପାଲଟିଥିଲା। ଅର୍ଥାତ୍, ବିକଶିତ ଦେଶଗୁଡିକରେ ବି ପ୍ରାଥମିକ ଅବସ୍ଥାରେ ବଡ଼ ଧରଣର ଟୀକାକୁଣ୍ଠା ଥିଲା। ଠିକ୍ ସମାନ କାରଣରୁ ଭାରତରେ ବିକଶିତ କୋଭାକ୍ସିନ ଟୀକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲର ତଥ୍ୟ ଉପଲବ୍ଧ ନ ହୋଇ ଜରୁରୀକାଳୀନ ଅନୁମତି ଦିଆଯାଇଥିବାରୁ ପ୍ରାଥମିକ ଅବସ୍ଥାରେ ଭାରତରେ ମଧ୍ୟ ଟୀକାକୁଣ୍ଠା ପ୍ରକାଶ ପାଇଥିବା କିଛି ଅସ୍ୱାଭାବିକ ନୁହେଁ। ବସ୍ତୁତଃ ଜାନୁଆରୀ ୨୦୨୧ରେ ଭାରତରେ ଟୀକାକୁଣ୍ଠା ୬୦ ପ୍ରତିଶତ ଥିଲା ଯାହା କୋଭିଡର ଦ୍ୱିତୀୟ ଲହରୀର ଭୟାବହତା ପରେ ଦ୍ରୁତ ହ୍ରାସ ପାଇଥିଲା। ତେବେ ‘ଲୋକାଲସର୍କଲସ’ ନାମକ ସଂସ୍ଥା ଦ୍ୱାରା ଅକ୍ଟୋବର ୨୦୨୧ରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଟୀକା ନେଇ ନ ଥିବା ୨୬ କୋଟି ବୟସ୍କ ଲୋକଙ୍କ ମଧ୍ୟରୁ ୨୭ ପ୍ରତିଶତ ବା ପ୍ରାୟ ୭ କୋଟି ଲୋକଙ୍କର ଟୀକାକୁଣ୍ଠା ରହିଛି, ଯାହା ଉଦବେଗଜନକ। ଏମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ଛୋଟ ଛୋଟ ସହରମାନଙ୍କରେ ରହୁଥିବା ବେଳେ ୩୧ ପ୍ରତିଶତ ଗ୍ରାମାଞ୍ଚଳର। ଦେଶରେ ଟୀକାକୁଣ୍ଠା ଦୂର କରିବା ଲାଗି କୌଶଳଗତ ନୀତି ନିର୍ଦ୍ଧାରଣ ଓ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ଟୀକା ଗ୍ରହଣ ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ଜୋରଜବରଦସ୍ତ ବା ବାଧ୍ୟତାମୂଳକ ଭାବେ ନୁହେଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story