କଥାରୁ ନଥା: କୌତୁହଳ ବୁଝିଲେନି ଅବୁଝା!

ବିଶ୍ୱବନ୍ଦିତା ସ୍ୱାଇଁ ଖାକି ରଙ୍ଗିନ ହେଉଛି। ପୁଲିସ୍‌ କୌତୁହଳ ସୃଷ୍ଟି କରୁଛି। କେତେବେଳେ କରୋନା କ୍ୟାପ୍‌ ପିନ୍ଧି ପିଲା ହେଇଯାଉଛି, କେତେବେଳେ ହାତଯୋଡ଼ି ନେହୁରା ହେଉଛି। କେତେବେଳେ ଆକଟ କରୁଛି, ତ ପୁଣି କେତେବେଳେ ସାବାଡ଼ କରିବାର ପନ୍ଥା ଆପଣାଉଛି। ଏସବୁ ପ୍ରୟାସ ଲୋକଙ୍କ ହିତରେ। କେମିତି ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଘରେ ରହିବେ, ସେଥିପାଇଁ ପୁଲିସ୍‌ ଅଫିସରମାନେ ବାହାରେ ବୁଲୁଥିବା ଲୋକଙ୍କୁ କିଛି ଏମିତି ଢଙ୍ଗରେ ବାରଣ କରୁଥିଲେ। ଏବେବି ଏ […]

micky-article-photo

micky-article-photo

Biswobandita Swain
  • Published: Thursday, 07 May 2020
  • Updated: 07 May 2020, 06:38 PM IST

ବିଶ୍ୱବନ୍ଦିତା ସ୍ୱାଇଁ

ଖାକି ରଙ୍ଗିନ ହେଉଛି। ପୁଲିସ୍‌ କୌତୁହଳ ସୃଷ୍ଟି କରୁଛି। କେତେବେଳେ କରୋନା କ୍ୟାପ୍‌ ପିନ୍ଧି ପିଲା ହେଇଯାଉଛି, କେତେବେଳେ ହାତଯୋଡ଼ି ନେହୁରା ହେଉଛି। କେତେବେଳେ ଆକଟ କରୁଛି, ତ ପୁଣି କେତେବେଳେ ସାବାଡ଼ କରିବାର ପନ୍ଥା ଆପଣାଉଛି। ଏସବୁ ପ୍ରୟାସ ଲୋକଙ୍କ ହିତରେ। କେମିତି ମହାମାରୀ କରୋନାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଘରେ ରହିବେ, ସେଥିପାଇଁ ପୁଲିସ୍‌ ଅଫିସରମାନେ ବାହାରେ ବୁଲୁଥିବା ଲୋକଙ୍କୁ କିଛି ଏମିତି ଢଙ୍ଗରେ ବାରଣ କରୁଥିଲେ। ଏବେବି ଏ ପ୍ରୟାସ ଜାରି ରହିଛି। କିନ୍ତୁ ଏଥିରେ ଯଦି ଅଧିକ କିଛି ସାମିଲ୍‌ ହୋଇଯାଇଛି। ସେଇଟା ହେଉଛି ମନୋରଞ୍ଜନ। ପୁଲିସ୍‌ ଏବେ ଲୋକଙ୍କୁ ମନୋରଞ୍ଜନ ମାଧ୍ୟମରେ ସଚେତନ କରିବାକୁ ଚେଷ୍ଟା କରିଛି। କମିସନରେଟ୍‌ ପୁଲିସ୍‌ର ଟ୍ୱିଟର ଆକାଉଣ୍ଟ ଦେଖିଲେ ଏମିତି କିଛି ଅନୁଭବ ହେଉଛି।

ଏହି ଟ୍ୱିଟର ଆକାଉଣ୍ଟରେ ୨୦୦୬ରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଫନ୍ନା’ରେ ଋଷି କପୁରଙ୍କ ଡାଏଲୋଗ୍‌ ‘ହମ୍‌ ଆଜ୍‌ ଯୋ ଫୈସ୍‌ଲା କରତେ ହୈ ୱ ହମାରା କଲ୍‌ କା ଫୈସଲା କରେଗା’ ଲେଖାରହିଛି। ଘରେ ରୁହନ୍ତୁ ନହେଲେ ଜୀବନ ପୁଣିଥରେ ମିଳିବନି କହି ବଲିଉଡ୍‌ ଫିଲ୍ମ ‘ଜିନ୍ଦେଗୀ ନା ମିଲେଗି ଦୋବାରା’ ଫିଲ୍ମର ଉଦାହରଣ ଦିଆଯାଇଛି। ଏଠି ‘ଦୁରିୟା ଭି ହୈ ଜରୁରୀ, ଜରୁରୀ ହୈ ୟେ ଦୁରିୟାଁ’ ଗୀତ ମାଧ୍ୟମରେ ୬ଫୁଟ୍‌ ଦୂରତା ରଖିବାକୁ କୁହାଯାଉଛି। ଲୋକଙ୍କୁ ସଚେତନ କରାଇବାକୁ ବଲିଉଡ୍‌ ଫିଲ୍ମ ‘ହେରା ଫେରି’ର ଚର୍ଚ୍ଚିତ ବାବୁ ଭେୟାଙ୍କ ଢଙ୍ଗରେ ଫୋନ୍‌ରେ ୬ଫୁଟ୍‌ ଦୂରରେ ରହିବାର ଫଟୋ ପୋଷ୍ଟ କରାଯାଇଛି। ହେଲେ ଏବେ ଯାହାକୁ ନେଇ ଟିକେ ଅଧିକ ଚର୍ଚ୍ଚା ଚାଲିଛି ସେଇଟା ହେଉଛି, ଗତକାଲି କମିଶନରେଟ୍‌ ପୁଲିସ୍‌ ଶେଆର କରିଥିବା ‘ଭୂତ’ ଟ୍ୱିଟ୍‌। ଏଥିରେ ଲେଖା ଅଛି, ‘କେବଳ ଭୂତ ମାନଙ୍କୁ ସଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରେ ବୁଲିବାରେ ଅନୁମତି ମିଳିବ। ଆପଣ ସେଥିରୁ ଜଣେ ନୁହନ୍ତି।’ ଅର୍ଥାତ ସାରା ରାଜ୍ୟରେ ସଧ୍ୟା ୭ରୁ ସକାଳ ୭ପର୍ଯ୍ୟନ୍ତ କର୍ଫ୍ୟୁ ଜାରିହୋଇଯାଇଛି। ଏ ସମୟରେ କାହାକୁ ବି ବାହାରେ ବୁଲିବାରେ ଅନୁମତି ନାହିଁ।

କିନ୍ତୁ କମିଶନରେଟ୍‌ ପୁଲିସ୍‌ର ଏହି ଟ୍ୱିଟ୍‌କୁ ନେଇ ନାନା ଲୋକେ ନାନା କଥା କହିଛନ୍ତି। ଏହି ଟ୍ୱିଟ୍‌ରେ କମିଶନରେଟ୍‌ ପୁଲିସ୍‌ କାହାକୁ ଭୂତ କହୁଛନ୍ତି ବୋଲି କିଛି ଲୋକ ପ୍ରଶ୍ନ କରିଛନ୍ତି। ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଥିବା ଲୋକମାନେ ଖାସ୍‌ କରି କିଛି ଡାକ୍ତରୀ ସେବା ଏବଂ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ଲୋକେ କମିଶନରେଟ୍‌ ପକ୍ଷରୁ ହୋଇଥିବା ଟ୍ୱିଟ୍‌କୁ ଗୁରୁତର ସହ ନେଇ ଯାଇଛନ୍ତି। କିଛି ଲୋକ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ମାନେ ରାସ୍ତାକୁ ବାହାରିବେ ତେବେ ସେମାନେ କ’ଣ ଭୂତ ବୋଲି ପ୍ରଶ୍ନ କରିଥିବା ବେଳେ ପୁଲିସ୍‌ ଏମିତି ଟ୍ୱିଟ୍‌ କରି ଭୂତ ମାନଙ୍କ ଅବସ୍ଥିତିକୁ ନେଇ ଦର୍ଶାଇବା କ’ଣ ଦରକାର ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ଆଉ କିଛି ଲୋକ ଏମିତି ଟ୍ୱିଟ୍‌ କରି କମିଶନରେଟ୍‌ ପୁଲିସ୍‌ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ କଟାକ୍ଷ କରିବାକୁ ଚେଷ୍ଟା କରିଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

କିନ୍ତୁ ମୋ କହିବା କଥା। ଯିବା ଆସିବା ଆଉ ବୁଲିବାରେ କ’ଣ କିଛି ପାର୍ଥକ୍ୟ ନାହିଁ। ଏହି କୌତୁହଳିଆ ଟ୍ୱିଟ୍‌  ସେ ସମସ୍ତ ଅମାନିଆଙ୍କ ପାଇଁ ଯେ ନୂଆ ନୂଆ ବାହାନା କରି ବୁଲିବାକୁ ପସନ୍ଦ କରନ୍ତି। ଏହି ଟ୍ୱିଟ୍‌ରେ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ କଥା ଲେଖିବାର କଣ ନିହାତି ଆବଶ୍ୟକ ରହିଛି। ମଜାଳିଆ ଢଙ୍ଗରେ ଯେତେବେଳେ କେହି ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛି ସେତେବେଳେ ଗୋଟେ କଥାରୁ ନଥା ବାହାର କରିବା କେତେ ଯୁକ୍ତିଯୁକ୍ତ।

କେବଳ ଓଡ଼ିଶା ପୁଲିସ୍‌ ନୁହଁ ବିଭିନ୍ନ ରାଜ୍ୟ ଯେମିତିକି ଆନ୍ଧ୍ର, କେରଳ ଏବଂ ମୁମ୍ବାଇ ପୁଲିସ୍‌ ମଧ୍ୟ କୌତୁହଳିଆ ଟ୍ୱିଟ୍‌ କରି ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରୁଛନ୍ତି। ଆଉ ଏମିତି ଟ୍ୱିଟ୍‌କୁ ଲୋକମାନେ ସ୍ୱାଗତ କରୁଛନ୍ତି। ଗତ ଅପ୍ରେଲ୍‌ ୧୩ରେ ମୁମ୍ବାଇ ପୁଲିସ୍‌ ସାଙ୍ଗମାନଙ୍କ ସହ ଅଦରକାରୀ କାମ ପାଇଁ ବାହାରକୁ ଯିବା ସମୟରେ କିଏ କେମିତି କାଣ୍ଡଜ୍ଞାନ ଭୁଲିଯାଆନ୍ତି ବୋଲି ଟ୍ୱିଟ୍‌ କରିଥିଲା । ଯାହାକୁ ଲୋକମାନେ ବେଶ୍‌ ପସନ୍ଦ କରିଥିଲେ। ଏଥିସହ ମୁମ୍ବାଇ ପୁଲିସ୍‌ ବିଭିନ୍ନ ଫିଲ୍ମର ଉଦାହରଣ ଦେଇ ଲୋକଙ୍କୁ ସାମାଜିକ ଦୂରତା ବିଷୟରେ ଅବଗତ କରାଇ ଆସିଛନ୍ତି।

ଶେଷରେ ଏତିକି କୁହାଯାଇପାରେ ଯେ, ଭାରତ ଏମିତି ଗୋଟେ ଦେଶ ଯେଉଁଠି ପୁଲିସ୍‌କୁ ଦେଖିଲେ ଲୋକେ ସୁରକ୍ଷାଠୁ ଅଧିକ ଭୟ ଅନୁଭବ କରନ୍ତି। ଆଉ ଏହି ମହାମାରୀ ସମୟରେ ଯେତେବେଳେ ଓଡ଼ିଶା ପୁଲିସ ମଜାଳିଆ ଟ୍ୱିଟ୍‌ କରି ଲୋକମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ସୃଷ୍ଟି କରୁଛି ସେଥିରେ ଏତେ ସନ୍ଦେହ କାହିଁ ରହୁଛି! ଏଇଟା କ’ଣ ପ୍ରକୃତ ସମୟ, ଜିରାରୁ ଶିରା କାଢ଼ିବାର!

ଇମେଲ୍‌-swainbiswobandita@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story