Advertisment

ରାତି ସାରା ଏସି ଲଗାଇ ଶୋଉଛନ୍ତି କି? ମାଡ଼ି ବସିବ ବହୁ ରୋଗ

ଭୋର ୪ଟାରୁ ୫ଟା ମଧ୍ୟରେ ଶରୀରର ତାପମାତ୍ର କମ୍‌ ରହିଥାଏ। ଏପରି ସମୟରେ ରାତିରେ ଏସି ଚାଲୁ କରି ଶୋଇଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ଅଦ୍ୟତନ ହୋଇଛି
AC

AC

Advertisment

ଲୋକଙ୍କୁ କଲବଲ କରୁଛି ଅସହ୍ୟ ତାତି। ତାତିରୁ ନିସ୍ତାର ପାଇବାକୁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ। ଖରାର କୋପ ସହି ନ ପାରି ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏପରି ସ୍ଥଳେ ତାତିରୁ ମୁକ୍ତି ପାଇବାକୁ ଲୋକେ ଏସିର ଥଣ୍ଡା ହାୱା ଚାହୁଁଛନ୍ତି। ତେଣୁ ଏବେ ବଜାରରେ ଏସିର ଚାହିଦା ପ୍ରବଳ । ଯେକୌଣସି ପ୍ରକାରେ ନିଜ ଘରେ ଏସି ଲଗାଇ ତାତିକୁ ବାଏ ବାଏ କହିବାକୁ ସମସ୍ତେ ତତ୍ପର।

Advertisment

ଏସି ରୁମ୍‌ରେ ପଶିଗଲେ ପରମ ତୃପ୍ତି ମିଳୁଥିବାରୁ ଆଉ ବନ୍ଦ କରିବାକୁ କାହାର ହାତ ଯାଉନି। ବହୁ ଲୋକେ ରାତି ସାରା ଏସି ଲଗାଇ ଶୋଇବାକୁ ପଛାଉ ନାହାନ୍ତି। ଏପରି କରିବା ଦ୍ୱାରା ସଙ୍ଗେସଙ୍ଗେ ଶାନ୍ତି ମିଳୁଥାଇପାରେ, ମାତ୍ର ଏଥିଯୋଗୁ ଆପଣ ବହୁ ଶାରୀରିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

ଭୋର ୪ଟାରୁ ୫ଟା ମଧ୍ୟରେ ଶରୀରର ତାପମାତ୍ର କମ୍‌ ରହିଥାଏ। ଏପରି ସମୟରେ ରାତିରେ ଏସି ଚାଲୁ କରି ଶୋଇଲେ ବହୁ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ତେଣୁ ଆସନ୍ତୁ ଜାଣିବା ରାତି ସାରା ଏସିରେ ଶୋଇବା ଦ୍ୱାରା ଆପଣ କେଉଁ କେଉଁ ସମସ୍ୟା ଭୋଗିବେ।

Advertisment
  • ଯେଉଁ ଲୋକ ଦିନରେ କାମ ସମୟରେ ଏସିରେ ରହୁଛନ୍ତି ଓ ରାତିରେ ଶୋଇବା ବେଳେ ବି ଏସିକୁ ଚାଲୁ ରଖୁଛନ୍ତି, ସେମାନେ ମୁଖ୍ୟତଃ ମୁଣ୍ଡ ବିନ୍ଧା ରୋଗରେ ପୀଡ଼ିତ ହୋଇଥାନ୍ତି। କାରଣ ରାତି ସାରା ଏସିର ଥଣ୍ଡା ପବନ ଆପଣଙ୍କ ମୁଣ୍ଡରେ ମାଡ଼ ହୋଇଥାଏ। ଫଳରେ ଏପରି ସ୍ଥିତିରେ ମୁଣ୍ଡ ବିନ୍ଧିବା ଓ ମୁଣ୍ଡ ଭାରି ଭାରି ଲାଗିବା ସାଧାରଣ କଥା।
  • ରାତି ସାରା ଏସି ଲଗାଇ ଶୋଇବା ଯୋଗୁ ଶରରୀର ତାପମାତ୍ରା ଖସିଥାଏ। ଏଥିଯୋଗୁ ହଜମ ପ୍ରକ୍ରିୟା ବି ପ୍ରଭାବିତ ହୋଇଥାଏ। କାରଣ ସବୁବେଳେ ଥଣ୍ଡା ତାପମାତ୍ରାରେ ରହିବା ଯୋଗୁ ପାଚନ କ୍ରିୟା ବାଧାପ୍ରାପ୍ତ ହୋଇଥାଏ। 
  • ରାତି ସାରା ଏସିରେ ଶୋଇବା ଦ୍ୱାରା ଶରୀରରୁ ଜଳୀୟ ଅଂଶ ଶୁଖି ଯାଇଥାଏ। ଏପରିକି ଶରୀରରୁ ଖଣିଜ ଲବଣ କମି ଯାଇଥାଏ ଓ ତଣ୍ଟି ଶୁଖି ଯାଇଥାଏ।
  • ସାରା ରାତି ଏସିରେ ଶୋଇବା ଯୋଗୁ ଆମ ଚର୍ମ ଶୁଷ୍କ ହୋଇଯାଇଥାଏ। ଫଳରେ ଚର୍ମରୁ ଚମକ କମି ଯାଇଥାଏ। ଏହା ପୂରା ଡ୍ରାଏ ହୋଇ ଯାଇଥାଏ।
  • ଏସିରେ ରାତି ସାରା ଶୋଇବା କାରଣରୁ ସବୁବେଳେ ଥଣ୍ଡା ଲାଗିରୁହେ। କାରଣ ରାତି ସମୟରେ ଆମ ଶରୀର ନିଷ୍କ୍ରୀୟ ଅବସ୍ଥାରେ ଥାଏ। ଏପରି ସମୟରେ ନନ୍‌ଷ୍ଟପ୍‌ ଥଣ୍ଡା ପବନ ମାଡ଼ ହୋଇ ସହଜରେ ଥଣ୍ଡା ସଂକ୍ରମଣ ମାଡ଼ି ବସିଥାଏ ।
  • ଫ୍ରେଶ ପବନ ସବୁବେଳେ ଲୋକଙ୍କୁ ଏନର୍ଜେଟିକ କରିଥାଏ। ମାତ୍ର ରାତିରେ କବାଟ,ଝରକା ବନ୍ଦ କରି ଏସି ଲଗାଇ ଶୋଇବା ଦ୍ୱାରା ଶରୀରରେ ଫ୍ରେଶ ପବନ ବାଜି ନ ଥାଏ । ଫଳରେ ସକାଳେ ଉଠିବା ପରେ ଥକାପଣ ଅନୁଭବ ହୋଇଥାଏ।
Tips For Health
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe