Advertisment

ଆପଣାନ୍ତୁ ଏହିସବୁ ଉପାୟ, ବର୍ଷାଦିନରେ ରହିବନି ପେଟ ସମସ୍ୟା

କେତେକ ଘରୋଇ ପ୍ରାକୃତିକ ଉପାୟ ରହିଛି, ଯାହା ବର୍ଷାଋତୁରେ ପେଟଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇପାରିବ। କଣ ଏହିସବୁ ଉପାୟ, ଜାଣନ୍ତୁ...

loose motion in rainy season

loose motion in rainy season

Advertisment

ବର୍ଷାଦିନେ ଅଧିକ ପେଟଜନିତ ସମସ୍ୟା ଦେଖାଯାଏ। ଏହି ସମୟରେ ଜୀବାଣୁ ଅଧିକ ବୃଦ୍ଧି ପାଇଥାନ୍ତି ଏବଂ ଦୂଷିତ ଖାଦ୍ୟ ଅନ୍ତଃସ୍ୱାସ୍ଥ୍ୟକୁ ବିଗାଡିଦିଏ।ଏହି କାରଣରୁ ଲୁଜ୍ ମୋସନ୍(ତରଳ ଝାଡା) ହୋଇଥାଏ। ଏହା କାରଣରୁ ଶରୀରରେ ଜଳୀୟ ଅଂଶ ଏବଂ ପୁଷ୍ଟିକର ଅଭାବ ଦେଖାଯାଏ। ଫଳରେ ଶରୀର ଦୁର୍ବଳ ହୋଇଯାଏ। ବେଳେ ବେଳେ ଏଥିପାଇଁ ଔଷଧ ଖାଇବାକୁ ପଡିଥାଏ। କିନ୍ତୁ କେତେକ ଘରୋଇ ପ୍ରାକୃତିକ ଉପାୟ ରହିଛି, ଯାହା ବର୍ଷାଋତୁରେ ପେଟଜନିତ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇପାରିବ। କଣ ଏହିସବୁ ଉପାୟ, ଜାଣନ୍ତୁ...

Advertisment
  • ଲୁଜ୍ ମୋସନ୍ ବନ୍ଦ କରିବା ପାଇଁ ଦହି ସବୁଠାରୁ ପ୍ରଭାବଶାଳୀ ଉପାୟ। ବାସ୍ତବରେ ଦହି ହେଉଛି ଏକ ପ୍ରାକୃତିକ ପ୍ରୋବାୟୋଟିକ୍, ଏଥିରେ ଥିବା ସୁସ୍ଥ ଜୀବାଣୁ ଲୁଜ୍ ମୋସନ୍ ଜୀବାଣୁକୁ ମାରିଦିଅନ୍ତି। ତେଣୁ, ଯଦି ଏହି ସମୟରେ ଦହି ଖାଆନ୍ତି, ତେବେ ସହଜରେ ସମସ୍ୟାର ସମାଧାନ କରିପାରିବେ।
  • ଲୁଜ୍ ମୋସନ୍ ସମୟରେ ଶରୀରରେ ଜଳର ଅଭାବ ଦେଖାଯାଏ ଏବଂ ଶରୀର ଡିହାଇଡ୍ରେସନର ଶିକାର ହୋଇଥାଏ। ଏପରି ପରିସ୍ଥିତିରେ ଲୁଣ ଏବଂ ଚିନି ପାଣି ଆରାମ ଦେଇପାରେ। ଏହି ପାଣି ପିଇବା ଦ୍ବାାର ଶରୀରରେ ଜଳର ଅଭାବ ଦୂର ହେବା ସହ ପେଟର ସଂକ୍ରମଣ ମଧ୍ୟ ଦୂର ହୋଇପାରିବ।
  • ଏହି ସମୟରେ ରୋଗୀଙ୍କୁ କଦଳୀ ଖାଇବାକୁ ଦେଇପାରିବେ। କଦଳୀରେ ପୋଟାସିୟମ୍ ଥାଏ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟର ଅଭାବକୁ ଦୂର କରିଥାଏ। ସେଥିପାଇଁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ପାଚିଲା କଦଳୀ ଖାଇବା ଦ୍ୱାରା ଆରାମ ମିଳିଥାଏ।
  • ନଡ଼ିଆ ପାଣିରେ ମଧ୍ୟ ଅନେକ ପୋଟାସିୟମ ମିଳିଥାଏ, ଯାହା ଶରୀରରେ ଇଲେକ୍ଟ୍ରୋଲାଇଟର ଅଭାବକୁ ପୂରଣ କରିଥାଏ। ଏହି କାରଣରୁ, ଶରୀର ଡିହାଇଡ୍ରେସନର ଶିକାର ହୋଇନଥାଏ ଏବଂ ଲୁଜ୍ ମୋସନ୍ ଶୀଘ୍ର ଦୂର ହୋଇଯାଇଥାଏ।
  • ଲେମ୍ବୁ ଜୁସ୍ ପିଇବା ଦ୍ବାରା ଲୁଜ୍ ମୋସନରୁ ଆରାମ ମିଳିଥାଏ। ଲେମ୍ବୁ ରସର ଅମ୍ଳୀୟ ଉପାଦାନ ଅନ୍ତନଳୀରେ ଲୁଚି ରହିଥିବା ଜୀବାଣୁକୁ ମାରିଦିଏ ଏବଂ ଏହା ଅନ୍ତନଳୀକୁ ସଫା କରିଥାଏ। ତେଣୁ, ଏହି ସମୟରେ ରୋଗୀଙ୍କୁ ଲେମ୍ବୁ ରସ ସହ ମିଶ୍ରିତ ପାଣି ପିଇବାକୁ ଦିଅନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ। 

Advertisment
Health News Health Tips Health Tips For Rainy Season
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe