Advertisment

ଡାଏଲିସିସ୍ କ'ଣ, କାହିଁକି କିଡନୀ ରୋଗୀଙ୍କ ପାଇଁ ଜରୁରୀ ଜାଣନ୍ତୁ

କିଡନୀ ଶରୀରରୁ ବର୍ଯ୍ୟ ପଦାର୍ଥକୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟ କରେ।

Kidney Representative Image

Kidney Representative Image

Advertisment

କିଡନୀ ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କିନ୍ତୁ ଆମର ଖରାପ ଖାଦ୍ୟ ଅଭ୍ୟାସ ଓ ଜୀବନଶୈଳୀ କିଡନୀ ସମସ୍ୟା ସୃଷ୍ଟି କରୁଛି। ଏବେ ଅଧିକାଂଶ ଲୋକ କିଡନୀ ରୋଗର ମଧ୍ୟ ଶିକାର ହେଉଛନ୍ତି। ଯଦି ରୋଗ ଗମ୍ଭୀର ହୋଇନଥାଏ ତେବେ ଡାଏଲିସିସ୍ ମାଧ୍ୟମରେ ଜଣେ ବ୍ୟକ୍ତି ସୁସ୍ଥ ହୋଇପାରନ୍ତି। ତେବେ ଡାଏଲିସିସ୍ କ'ଣ ଏବଂ କେଉଁ ସମୟରେ ଏହି ଚିକିତ୍ସା କରାଯାଏ, ଜାଣନ୍ତୁ...

Advertisment

ଡାଏଲିସିସ୍ କ’ଣ?
ଡାୟଲିସିସ୍ କିଡନୀ ରୋଗ ଚିକିତ୍ସାର ମୁଖ୍ୟ ଉପାୟ। ଏହି ରୋଗ ମାଧ୍ୟମରେ ରୋଗୀଙ୍କ ରକ୍ତ ସଫା କରାଯାଏ। କାରଣ କିଡନୀ ଫେଲ୍ ପରେ ଜଣେ ବ୍ୟକ୍ତିର ରକ୍ତ ଶୁଦ୍ଧ ହୋଇପାରେ ନାହିଁ। ଡାଏଲିସିସ୍ ମାଧ୍ୟମରେ ରକ୍ତ ଶୁଦ୍ଧ କରିବାକୁ ପ୍ରୟାସ କରାଯାଏ। ଏହି ସମଗ୍ର ପ୍ରକ୍ରିୟା ସମୟରେ, ରକ୍ତରେ ଜମା ହୋଇଥିବା ମଇଳା ଏବଂ ବିଷାକ୍ତ ପଦାର୍ଥ ନିଷ୍କାସନ କରାଯାଏ। ଡାଏଲିସିସ୍ ସମୟରେ ରୋଗୀର ଶରୀରରେ ଇଲେକ୍ଟ୍ରୋଲାଇଟ୍ ସ୍ତର ବଜାୟ ରଖିବା ଉପରେ ଅଧିକ ଧ୍ୟାନ ଦିଆଯାଏ।

ଡାଏଲିସିସ୍ କେବେ ଆବଶ୍ୟକ?
ଯେତେବେଳେ ଉଭୟ କିଡନୀ ସଠିକ୍ ଭାବରେ କାମ କରିବା ବନ୍ଦ କରିଦିଏ, ସେତେବେଳେ ଜଣେ ବ୍ୟକ୍ତିଙ୍କର ଡାଏଲିସିସ୍ ଆବଶ୍ୟକ ହୁଏ। ଅର୍ଥାତ୍ ଦୁଇଟି ଯାକ କିଡନୀ ଫେଲ୍ ହୋଇଯିବା ପରେ ଡାଏଲିସିସ୍ ଚିକିତ୍ସା କରନ୍ତି ଡାକ୍ତର। ବିଶେଷକରି ମଧୁମେହ କିମ୍ବା ବ୍ଲଡ୍ ପ୍ରେସର୍ ରୋଗୀଙ୍କ ପାଇଁ କିଡନୀ ଫେଲ୍ ହେବାର ଆଶଙ୍କା ରହିଥାଏ। 

Advertisment

ଶରୀରରେ କିଡନୀର କାମ
ଆମ ଶରୀରରେ ଦୁଇଟି କିଡନୀ ବା ବୃକକ୍ ଥାଏ। କିଡନୀ ଶରୀରରୁ ବର୍ଯ୍ୟ ପଦାର୍ଥକୁ ନିଷ୍କାସନ କରି ସୁସ୍ଥ ରଖିବାର କାର୍ଯ୍ୟ କରେ। ଯେତେବେଳେ କିଡନୀ ଠିକରେ କାର୍ଯ୍ୟ କରେନାହିଁ ସେତେବେଳେ ଷ୍ଟୋନ୍ ସମସ୍ୟା ଦେଖାଯାଏ। ଡାଏଲିସିସ୍ ମାଧ୍ୟମରେ ରୋଗୀଙ୍କୁ ସୁସ୍ଥ ରଖିବାକୁ ଚେଷ୍ଟା କରାଯାଏ। ଯଦି ସମସ୍ୟା ଗମ୍ଭୀର ଥାଏ, ତେବେ ବେଳେବେଳେ କିଡନୀ ପ୍ରତ୍ୟାରୋପଣ କରାଯାଏ। 

Health Tips Health News What Is Dialysis Kidney Disease Kidney Dialysis
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe