ଭାରତୀୟ ବିମାନକୁ ମାଳଦ୍ୱୀପରେ ମିଳିଲାନି ଅନୁମତି, ଆଖିବୁଜିଲା ନାବାଳକ

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଜିଦ୍‌ ଯୋଗୁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Maldives-President-Denies To Indian-Plane

ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ

Madhupriya Mistry
  • Published: Sunday, 21 January 2024
  • Updated: 21 January 2024, 12:13 PM IST

Sports

Latest News

ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିବାଦ ଜାରି ରହିଛି। ଏବେ ଏହି ବିବାଦ ଭିତରେ ଜଣେ ୧୪ ବର୍ଷୀୟ ନାବାଳକ ବଳି ପଡିଛି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ଜିଦ୍‌ ଯୋଗୁ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ରିପୋର୍ଟ ମୁତାବକ, ମାଳଦ୍ୱୀପରେ ଜଣେ ୧୪ ବର୍ଷୀୟ ନାବାଳକ ବ୍ରେନ୍‌ ଟ୍ୟୁମର ଓ ଷ୍ଟ୍ରୋକ୍‌ରେ ପୀଡିତ ଥିଲା। ତା'ର ଉତ୍ତମ ଚିକିତ୍ସା ଲାଗି ପରିବାର ଲୋକେ ଗଫ୍‌ ଅଲିଫ ଓ୍ୱିଲିଂଗିଲର ସୁଦୂର ଦ୍ୱୀପ ଓ୍ୱିଲମିଙ୍ଗଟନ୍‌ରୁ ମାଳଦ୍ୱୀପର ରାଜଧାନୀ ମାଲେ ଯାଏଁ ଏୟାରଲିଫ୍ଟ କରିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ଏୟାର ଆମ୍ବୁଲାନ୍ସ ଖୋଜୁଥିଲେ। ବୁଧବାର ରାତିରେ ପିଲାଟିକୁ ପ୍ରଥମ ଷ୍ଟ୍ରୋକ୍‌ ଆସିଥିଲା। ଏହାପରେ ତାଙ୍କ ପରିବାର ରାଜଧାନୀକୁ ଏୟାରଲିଫ୍ଟ କରିବା ପାଇଁ ଅନୁରୋଧ କରିଥିଲେ। ପିଲାଟିକୁ ବିମାନ ଯୋଗେ ମାଲେ ହସ୍ପିଟାଲକୁ ନେବା ପାଇଁ ବାରମ୍ବାର ଅନୁମତି ମାଗିଥିଲେ। ଅନେକ ଫୋନ୍‌ କଲ ମଧ୍ୟ କରାଯାଇଥିଲା। କିନ୍ତୁ ମାଳଦ୍ୱୀପ ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା।

Also Read

ଗୁରୁବାର ସକାଳ ସାଢ଼େ ୮ଟାରେ ଫୋନ୍‌ର ଉତ୍ତର ଦିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଜରୁରୀକାଳୀନ ସ୍ଥାନାନ୍ତର ଅନୁରୋଧର ୧୬ ଘଣ୍ଟା ପରେ ନାବାଳକକୁ ମାଲେ ଅଣାଯାଇଥିଲା। କିନ୍ତୁ ସେଠାରେ ପିଲାଟିର ମୃତ୍ୟୁ ହୋଇଯାଇଥିବା ନେଇ ତାଙ୍କ ବାପା କହିଛନ୍ତି। ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନାବାଳକକୁ ଏୟାରଲିଫ୍ଟ ପାଇଁ ଭାରତୀୟ ଡୋର୍ନିୟର ବିମାନ ଉଡାଣକୁ ଅନୁମତି ନ ଦେବାରୁ ପିଲାଟି ଛଟପଟ ହୋଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ନାବାଳକର ମୃତ୍ୟୁ ପରେ ହସ୍ପିଟାଲ ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପଟେ ମାଳଦ୍ୱୀପର ସାଂସଦ ମିକେଲ ନସିମ ସୋଶାଲ ମିଡିଆ ପୋଷ୍ଟ ଜରିଆରେ କହିଛନ୍ତି, 'ଭାରତ ପ୍ରତି ରାଷ୍ଟ୍ରପତିଙ୍କ ଶତ୍ରୁତାକୁ ସନ୍ତୁଷ୍ଟ କରିବା ପାଇଁ ଲୋକଙ୍କୁ ନିଜ ଜୀବନ ଦେବାକୁ ପଡୁଛି, ଏହା ଉଚିତ ନୁହେଁ।'

ସୂଚନା ମୁତାବକ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (HAL) ଦ୍ୱାରା ନିର୍ମିତ ଏବଂ ଭାରତ ଦ୍ୱାରା ପ୍ରଦାନ କରାଯାଇଥିବା ଡୋର୍ନିୟର ବିମାନ ଦ୍ୱୀପପୁଞ୍ଜ ଦେଶରେ ମାନବିକ ଉଦ୍ଦେଶ୍ୟରେ ବ୍ୟବହୃତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story