ପୂର୍ବତନ ମିସ୍‌ ଇକ୍ୟୁଏଡର୍ ପ୍ରତିଯୋଗୀଙ୍କୁ ଗୁଳି କରି ହତ୍ୟା

ଗୁଳିମାଡ଼ ଘଟଣାର ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Ecuadorian beauty queen shot dead

ଇକ୍ୟୁଏଡର୍‌ ବ୍ୟୁଟି କୁଇନ୍ ଲ୍ୟାଣ୍ଡି ପାରାଗା ଗୋଏବୁରୋ

Madhupriya Mistry
  • Published: Sunday, 05 May 2024
  • , Updated: 05 May 2024, 09:37 AM IST

ଦିନ ଦ୍ୱିପହରେ ଇକ୍ୟୁଏଡରିଆନ୍‌ ବ୍ୟୁଟି କୁଇନ୍‌ଙ୍କୁ ଗୁଳି କରି ହତ୍ୟା। ମଡେଲ୍‌ ତଥା ପୂର୍ବତନ ମିସ୍‌ ଇକ୍ୟୁଏଡର୍ ପ୍ରିତିଯୋଗୀଙ୍କ ଉପରକୁ ଏକ ରେଷ୍ଟୁରାଣ୍ଟ ଭିତରେ ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡ କରିଛନ୍ତି। ମଧ୍ୟାହ୍ନ ଭୋଜନ କରିବା ବେଳେ ତାଙ୍କୁ ଗୁଳିମାଡ ହୋଇଛି। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡିଛନ୍ତି।

ପୂର୍ବତନ ମିସ୍ ଇକ୍ୟୁଏଡର୍ ପ୍ରତିଯୋଗୀ ଲ୍ୟାଣ୍ଡି ପାରାଗା ଗୋଏବୁରୋ। ଲସ ରିଓସ ପ୍ରଦେଶରେ ଅବସ୍ଥିତ ଏକ ରେଷ୍ଟୁରାଣ୍ଟରେ ଖାଉଥିବା ବେଳେ ବନ୍ଧୁକଧାରୀମାନେ ସେଠାକୁ ପଶି ଆସିଥିଲେ। ଏହାପରେ ତାଙ୍କ ଉପରକୁ ହଠାତ୍‌ ଗୁଳିମାଡ କରିଥିଲେ। ଫଳରେ ୨୩ ବର୍ଷୀୟ ଏହି ବ୍ୟୁଟି କୁଇନ୍‌ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଏହି ସମସ୍ତ ଘଟଣାର ସିସିଟିଭି ଫୁଟେଜ ସୋଶାଲ ମିଡିଆରେ ଭାଇରାଲ ହେଉଛି। ମ୍ୟତ୍ୟୁର କିଛି ସମୟ ପୂର୍ବରୁ ହିଁ ଲ୍ୟାଣ୍ଡି ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ। ଏଥିରୁ ହିଁ ତାଙ୍କ ଲୋକେସନ୍‌ ବିଷୟରେ ବନ୍ଧୁକଧାରୀମାନଙ୍କୁ ସୁରାଗ ମିଳିଥିଲା।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ମୁତାବକ, ଇକ୍ୟୁଏଡୋର ସୁନ୍ଦରୀ ଲ୍ୟାଣ୍ଡି ପାରାଗାଙ୍କର ଜଣେ କୁଖ୍ୟାତ ଗ୍ୟାଙ୍ଗ ନେତାଙ୍କ ସହ ସମ୍ପର୍କ ଥିଲା। ଏହି ଗ୍ୟାଙ୍ଗର ସଦସ୍ୟମାନେ ହିଁ ଏହି ହତ୍ୟାକାଣ୍ଡ ଘଟାଇ ଥାଇପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଫୁଟେଜରୁ ଜଣାପଡିଛି ଯେ ଦୁଇଜଣ ବନ୍ଧୁକଧାରୀ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହାପରେ ଲ୍ୟାଣ୍ଡିଙ୍କ ସମେତ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କୁ ଉପରୁ ଗୁଳି ମାଡ କରିଥିଲେ। ବନ୍ଧୁକଧାରୀଙ୍କ ମଧ୍ୟରୁ ଜଣେ ଗୁଳି ଚଳାଇଥିବା ବେଳେ ଅନ୍ୟଜଣେ କବାଟ ପାଖରେ ଠିଆ ହୋଇ ଜଗି ରହିଥିଲେ। ଗୁଳି ଚଳାଇବା ପରେ ଦୁହେଁ ସେଠାରୁ ଫେରାର ହୋଇ ଯାଇଥିଲେ। ଏପ୍ରିଲ ୨୮ ତାରିଖରେ ଏହି ଘଟଣା ଘଟିଥିଲା।

ଏହି ଗୁଳିମାଡ ଘଟଣାର ଦିନକ ପୂର୍ବରୁ ଲ୍ୟାଣ୍ଡି ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ଲସ୍‌ ରିଓସ୍‌ ଆସିଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ଏଭଳି ଗୁଳିମାଡ କରି ହତ୍ୟା କରିଛନ୍ତି ସେ ନେଇ କୌଣସି ଖୁଲାସା ହୋଇନାହିଁ। ବର୍ତ୍ତମାନ ପୁଲିସ ସିସିଟିଭି ଫୁଟେଜ ଆଧାରରେ ବନ୍ଧୁକଧାରୀଙ୍କୁ ଚିହ୍ନଟ କରି ଧରିବାକୁ ଚେଷ୍ଟା ଜାରି ରଖିଛି।

କହିରଖୁ ଯେ, ୨୩ ବର୍ଷୀୟ ଲ୍ୟାଣ୍ଡି ପାରାଗା ୨୦୨୨ରେ ମିସ୍‌ ଇକ୍ୟୁଏଡର୍ ପ୍ରିଯୋଗିତାରେ ଭାଗ ନେଇ ଲାଇମ୍‌ଲାଇଟ୍‌କୁ ଆସିଥିଲେ। ସେ ଜଣେ ବ୍ୟୁଟି କୁଇନ୍‌ ସହ ଜଣେ ମଡେଲ ମଧ୍ୟ। ସୋଶାଲ ମିଡିଆରେ ତାଙ୍କର ଏକ ଲକ୍ଷରୁ ଅଧିକ ପଲୋଅର୍ସ ଅଛନ୍ତି। ଏହା ବ୍ୟତୀତ ଲ୍ୟାଣ୍ଡି ନିଜର ଏକ କ୍ରୀଡା ପୋଷାକ ସପ୍‌ ମଧ୍ୟ ଚଳାଉଥିଲେ। ତେବେ ତାଙ୍କର ହଠାତ୍ ଦେହାନ୍ତ ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟ୍‌କା ଦେଇଛି।

Related story