୧୨ ଜୁଲାଇ, ବୁଧବାର: କେମିତି କଟିବ ଆଜିର ଦିନ

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲରେ କଟିବ। ଅଟକି ରହିଥିବା କାମରେ ସଫଳତା ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଲାଭ ବଢ଼ିବ। ଆଜିର ଦିନଟି ଏଣେତେଣେ ଯାତାୟତରେ କଟିବ। ‘ଓଁ ରାଂ ରାହୱେ ନମ୍‌’ ମନ୍ତ୍ର ଜପ କରନ୍ତୁ ମଙ୍ଗଳମୟ ହେବ। ବୃଷ: ପୂର୍ବ ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ମାନସମ୍ମାନ ବଢିବ। ନିବେଶ ଲାଭଦାୟକ ରହିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ। ‘ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌’ ମନ୍ତ୍ର ଜପ […]

Rasi

Rasi

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 08:37 AM IST

Sports

Latest News

ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲରେ କଟିବ। ଅଟକି ରହିଥିବା କାମରେ ସଫଳତା ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ଲାଭ ବଢ଼ିବ। ଆଜିର ଦିନଟି ଏଣେତେଣେ ଯାତାୟତରେ କଟିବ। ‘ଓଁ ରାଂ ରାହୱେ ନମ୍‌’ ମନ୍ତ୍ର ଜପ କରନ୍ତୁ ମଙ୍ଗଳମୟ ହେବ।

ବୃଷ: ପୂର୍ବ ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ମାନସମ୍ମାନ ବଢିବ। ନିବେଶ ଲାଭଦାୟକ ରହିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ଭଲ ପ୍ରସ୍ତାବ ଆସିବ। ‘ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ବାଧାବିଘ୍ନ ଦୂର ହେବ।

ମିଥୁନ: ଧର୍ମକର୍ମ ପ୍ରତି ଆଗ୍ରହ ବଢ଼ିବ। ଦୂରଯାତ୍ରା ସଫଳ ହେବ । ଧନପ୍ରାପ୍ତିର ଯୋଗ ରହିଛି। କୋର୍ଟ, କଚେରୀ ସମସ୍ୟା ସମାଧାନ ହେବାର ସମ୍ଭାବନା ରହିଛି। କୌଣସି ବିବାଦରେ ପସନ୍ତୁ ନାହିଁ। ‘ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌’ ମନ୍ତ୍ର ଜପ କରନ୍ତୁ।

କର୍କଟ: ଆଜିର ଦିନଟି ଶୁଭଙ୍କର ନୁହେଁ। ଚୋରି, ବାଦ ବିବାଦ ଓ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏହାସହ କିଛି କାର୍ଯ୍ୟରେ ଲାଭର ସୁଯୋଗ ପାଇବେ। ବିପଦପୂର୍ଣ୍ଣ କାମରେ ପସନ୍ତୁ ନାହିଁ। ଧର୍ଯ୍ୟହରା ନ ହୋଇ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ। ‘ଓଁ ସୋଂ ସୋମାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା ଲାଘବ ହେବ।

ସିଂହ: ଘରେ ଅଶାନ୍ତି ଦେଖାଦେଇ ପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଲାଗି ରହିଥିବା ଆଇନଗତ ସମସ୍ୟା ଦୂର ହେବ। ‘ଓଁ ଅଂ ଅଙ୍ଗାରକାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ଲାଭ ମିଳିବ।

କନ୍ୟା: ପୁରୁଣା ରୋଗ ସମସ୍ୟାରେ ପକାଇ ପାରେ। ଜମି ଓ ଘର କିଣାବିକା କାମରେ ଲାଭ ପାଇବେ। ରୋଜଗାର ବଢ଼ିବ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ।

ତୁଳା: ଆଜିର ଦିନଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳପ୍ରଦ ହେବ। ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ମଉଜ ମଜଲିସ୍‌ରେ ସମୟ କଟିବ। କୌଣସି କାମରେ ଅର୍ଥ ବିନିଯୋଗ ଭବିଷ୍ୟତରେ ଲାଭକାରୀ ହେବ। ଧନପ୍ରାପ୍ତିର ଯୋଗ ରହିଛି। ‘ଓଁ ବୃଂ ବୃହଷ୍ପତୟେ ନମ୍‌’ ଜପ କରନ୍ତୁ ସମସ୍ୟା ଦୂର ହେବ।

ବିଚ୍ଛା: ଅଯଥା ଦୌଡା ଦୌଡି କରିବାକୁ ପଡିବ। ଲାଭର ସୁଯୋଗ ମିଳିବ। ଦୁଃ-ସମ୍ବାଦ ମିଳିପାରେ। କାହାସହ ବିବାଦରେ ପସନ୍ତୁ ନାହିଁ। ‘ଓଁ ଚଂ ଚନ୍ଦ୍ରମସେ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହେବ।

ଧନୁ: ଅଟକି ରହିଥିବା କାମ ଶେଷ କରିବାକୁ ଚେଷ୍ଟା କରନ୍ତୁ ସଫଳତା ପାଇବେ। ବ୍ୟବସାୟ ଠିକ୍‌ଠାକ୍‌ ଚାଲିବ। ଶତ୍ରୁ ଭୟ ଲାଗି ରହିବ। ଏହାସହ ଜୀବନସାଥୀଙ୍କୁ ନେଇ ଚିନ୍ତାରେ ରହିବେ। ‘ଓଁ ବୁଂ ବୁଧାୟ ନମ୍‌’ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହେବ।

ମକର: ଶୁଭ ଖବର ପ୍ରାପ୍ତି ହେବ। ମାନସମ୍ମାନ ବଢ଼ିବ। ଯାତ୍ରା ଓ ନିବେଶରେ ସଫଳତା ପାଇବେ। ବିପଦପୂର୍ଣ୍ଣ କାମ କରନ୍ତୁ ନାହିଁ। ‘ଓଁ କେଂ କେତୱେ ନମ୍‌’ ଜପ କରନ୍ତୁ ଭଲ ଖବର ମିଳିବ।

କୁମ୍ଭ: ଆଜି ଆପଣଙ୍କ ଦିନଟି ଅତ୍ୟନ୍ତ ଭଲରେ କଟିବ। ରାଜଯୋଗର ସମ୍ଭାବନା ରହିଛି। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ମିଳିବ। ଦୂରଯାତ୍ରା ଓ ଚାକିରିରେ ସଫଳତା ପାଇବେ। ‘ଓଁ ରାଂ ରାହୱେ ନମ୍‌’ ଜପ କରନ୍ତୁ।

ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଅଯଥା ଖର୍ଚ୍ଚ ବଢିବ। ଶତ୍ରୁ ସକ୍ରିୟ ରହିବେ। କୌଣସି ବିବାଦରେ ପସନ୍ତୁ ନାହିଁ। ମୂଲ୍ୟବାନ ଦ୍ରବ୍ୟ ସମ୍ଭାଳି ରଖନ୍ତୁ। ବିପଦ ଥିବା ଭଳି କୌଣସି କାମ କରନ୍ତୁ ନାହିଁ। ‘ଓଁ ସୋଂ ସୋମାୟ ନମ୍‌’ ମନ୍ତ୍ର ଜପ କରନ୍ତୁ କିଛି ମାତ୍ରାରେ ବିପଦ ଟଳିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos