Advertisment

ଅଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ

ଭୁବନେଶ୍ୱର: ଅଧିକ ପାଣି ପିଇବା ଶରୀର ପ୍ରତି ଲାଭଦାୟକ ବୋଲି ସମସ୍ତଙ୍କର ଧାରଣା ରହିଛି। ପ୍ରତିଦିନ ଆଠ ଗ୍ଲାସ୍‌ ପାଣି ପିଇଲେ ଶରୀର ସୁସ୍ଥ ରଖିଥାଏ ବୋଲି ସମସ୍ତେ ଭାବିଥାନ୍ତି। ତେବେ ଏହି ଧାରଣା ଆମ ଶରୀର ଉପରେ ଏବେ ଭାରି ପଡ଼ିପାରେ। ଗବେଷକଙ୍କ ମତରେ ଅଧିକ ପାଣି ପିଇବା ଦ୍ୱାରା ’ୱାଟର୍‌ ଇନ୍‌ଟୋକ୍ସିସେନ’ ହେବାର ଆଶଙ୍କା ରହିଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ସ୍ଥିତ ମୋନାଶ ୟୁନିଭର୍ସିଟିର ଗବେଷକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ପାଣି ଅଧିକ ପିଇବା ଦ୍ୱାରା […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଧିକ ପାଣି ପିଇବା ଶରୀର ପାଇଁ କ୍ଷତିକାରକ

drinking

drinkingଭୁବନେଶ୍ୱର: ଅଧିକ ପାଣି ପିଇବା ଶରୀର ପ୍ରତି ଲାଭଦାୟକ ବୋଲି ସମସ୍ତଙ୍କର ଧାରଣା ରହିଛି। ପ୍ରତିଦିନ ଆଠ ଗ୍ଲାସ୍‌ ପାଣି ପିଇଲେ ଶରୀର ସୁସ୍ଥ ରଖିଥାଏ ବୋଲି ସମସ୍ତେ ଭାବିଥାନ୍ତି। ତେବେ ଏହି ଧାରଣା ଆମ ଶରୀର ଉପରେ ଏବେ ଭାରି ପଡ଼ିପାରେ। ଗବେଷକଙ୍କ ମତରେ ଅଧିକ ପାଣି ପିଇବା ଦ୍ୱାରା ’ୱାଟର୍‌ ଇନ୍‌ଟୋକ୍ସିସେନ’ ହେବାର ଆଶଙ୍କା ରହିଛି।

Advertisment

ଅଷ୍ଟ୍ରେଲିଆର ଭିକ୍ଟୋରିଆ ସ୍ଥିତ ମୋନାଶ ୟୁନିଭର୍ସିଟିର ଗବେଷକମାନେ ଗବେଷଣାରୁ ଜାଣିପାରିଛନ୍ତି ଯେ ପାଣି ଅଧିକ ପିଇବା ଦ୍ୱାରା ଶରୀରରେ ତଳର ପଦାର୍ଥକୁ ନିୟନ୍ତ୍ରଣ କରୁଥିବା ପ୍ରଣାଳୀ ବନ୍ଦ ହୋଇଯାଇଥାଏ। ଶରୀରରେ ଜଳର ପରିମାଣ ଅଧିକ ହେଲେ ’ୱାଟର୍‌ ଇନ୍‌ଟୋକ୍ସିସେନ’ ବା ହାଇପୋନେଟ୍ରିମିୟା ହୋଇପାରେ। ଏ ସ୍ଥିତିରେ ରକ୍ତରେ ସୋଡିୟମ୍ ମାତ୍ରା କମି ଯାଇଥାଏ। ଏପରି ହେଲେ ହଲିଆ ଲାଗିବା ସହ ଅଚେତ କିମ୍ୱା କୋମା ସ୍ଥିତିକୁ ମଣିଷ ଚାଲି ଯାଇଥାଏ। ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଅତ୍ୟଧିକ ତରଳ ପଦାର୍ଥ ସେବନ କରିବା ଦ୍ୱାରା ମସ୍ତିକ ମସ୍ତିଷ୍କ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

ମୋନାଶ ୟୁନିଭର୍ସିଟିର ସହାୟକ ପ୍ରଫେସର ମାଇକଲ ଫେରେଲ କହିଛନ୍ତି,“ଶରୀରର ଆବଶ୍ୟକତା ମୁତାବକ ଖାଦ୍ୟ ଓ ପାନୀୟ ଗ୍ରହଣ କଲେ ଜଣେ ସୁସ୍ଥ ରହିବ। ଯେତିକି ଶୋଷ ଲାଗୁଛି ସେହି ଅନୁସାରେ ପାଣି ପିଇବା ଉଚିତ। ଅଧିକ ପାଣି ପିଇବା ସ୍ୱାସ୍ଥ୍ୟ ପ୍ରତି ହିତକର ନୁହେଁ।”

Advertisment