Advertisment

ଆଣ୍ଟିବାୟୋଟିକ୍ସରେ କରୋନା ଚିକିତ୍ସା ହୋଇପାରେ କି ? ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ସଙ୍କଟ ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଦେଶ ଏହି ଭାଇରସର ମୁକାବିଲା କରିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି। ଭାଇରସରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଘରେ ରହିବା ପରାମର୍ଶ ଦିଆଯାଉଛି। ଅନେକ ଦେଶ ଏବେ ମଧ୍ୟ ଲକଡାଉନରେ ରହିଛନ୍ତି। କରୋନା ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଭାକ୍ସିନ ବାହାରିନଥିଲେ ମଧ୍ୟ ଆଣ୍ଟିବାୟୋଟିକ୍‌ରେ ଏହାକୁ ରୋକାଯାଇପାରୁଛି ବୋଲି କେହି କେହି ଆଲୋଚନା କରୁଛନ୍ତି। କିନ୍ତୁ […]

author-image
Puspanjali Panda
ଆଣ୍ଟିବାୟୋଟିକ୍ସରେ କରୋନା ଚିକିତ୍ସା ହୋଇପାରେ କି ? ଜାଣନ୍ତୁ, କ’ଣ କହୁଛନ୍ତି ବିଶେଷଜ୍ଞ

anti

ନୂଆଦିଲ୍ଲୀ: କରୋନା ଭାଇରସ ପାଇଁ ସାରା ବିଶ୍ୱରେ ସଙ୍କଟ ପରିସ୍ଥିତି ଦେଖାଦେଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ରୁ ଅଧିକ ଦେଶ ଏହି ଭାଇରସର ମୁକାବିଲା କରିବା ପାଇଁ ନିଜର ଚେଷ୍ଟା ଜାରି ରଖିଛନ୍ତି। ଭାଇରସରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଘରେ ରହିବା ପରାମର୍ଶ ଦିଆଯାଉଛି। ଅନେକ ଦେଶ ଏବେ ମଧ୍ୟ ଲକଡାଉନରେ ରହିଛନ୍ତି। କରୋନା ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଭାକ୍ସିନ ବାହାରିନଥିଲେ ମଧ୍ୟ ଆଣ୍ଟିବାୟୋଟିକ୍‌ରେ ଏହାକୁ ରୋକାଯାଇପାରୁଛି ବୋଲି କେହି କେହି ଆଲୋଚନା କରୁଛନ୍ତି। କିନ୍ତୁ ଏହା ଠିକ୍ ନୁହେଁ। କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଆଣ୍ଟିବାୟୋଟିକ୍ସ କେବଳ ବ୍ୟାକ୍ଟେରିଆଙ୍କୁ ମାରିଥାଏ। ଏଥିରେ ଭାଇରସକୁ ମାରିବାର କ୍ଷମତା ନାହିଁ।

Advertisment

ଭାଇରସ ଓ ବ୍ୟାକ୍ଟେରିଆ ଦୁଇଟି ଅଲଗା ଜିନିଷ, ଯାହା ଶରୀରରେ ଅଲଗା ଅଲଗା ଭାବରେ କ୍ଷତି ପହଞ୍ଚାଇଥା’ନ୍ତି। ଆଣ୍ଟିବାୟୋଟିକ୍ସ ଭାଇରସକୁ ମାରି ପାରେନାହିଁ ଏବଂ କୋଭିଡ-୧୯ ଏକ ଭାଇରସ। ଏଥିପାଇଁ ଆଣ୍ଟିବାୟୋଟିକ୍ସ ଦ୍ୱାରା ଏହାର ଚିକିତ୍ସା ସମ୍ଭବ ନୁହେଁ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଆଣ୍ଟିବାୟୋଟିକ୍ସକୁ କରୋନାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରାଯାଇନଥାଏ। ଏହା କେବଳ ବ୍ୟାକ୍ଟେରିଆଲ ଇନଫେକ୍ସନକୁ ଭଲ କରିଥାଏ, ଯାହା ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କୁ ଦିଆଯାଇଥାଏ।

Advertisment

ଯଦି କେହି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି,  ତା’ହେଲେ ରୋଗୀକୁ ବ୍ୟାକ୍ଟେରିଆଲ ଇନଫେକ୍ସନଠାରୁ ଦୂରେଇ ରଖିବା ପାଇଁ ଆଣ୍ଟିବାୟୋଟିକ୍ସ ଖାଇବାକୁ ଦିଆଯାଇଥାଏ।

କହିବାକୁ ଗଲେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋଟିଏ ମାତ୍ର ଉପାୟ ହେଉଛି, ସାମାଜିକ ଦୂରତ୍ୱ। ତା’ସହିତ ହାତକୁ ଭଲ ଭାବେ ପ୍ରତିଥର ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୁଅନ୍ତୁ। ସେହିପରି ପରିବା ଆଦି କିଣି ଯାଉଥିଲେ ମୁହଁରେ ମାସ୍କ ଲଗାନ୍ତୁ।