Advertisment

ବହୁ ରୋଗର ଗୋଟିଏ ଔଷଧ ‘ଅଦା’

ଭୁବନେଶ୍ୱର: ଭାରତୀୟଙ୍କ ରୋଷେଇ ଘରେ ଅଦା ଏକ ପ୍ରମୁଖ ଦ୍ରବ୍ୟ। ବିନା ଅଦାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଚିନ୍ତା କରାଯାଇ ନ ପାରେ। କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା ଦାଗ ଓ ଭାଙ୍ଗି ଯାଇଥିବା ହାଡ ଯୋଡିବାରେ ସକ୍ଷମ ହୋଇଥାଏ ବହୁ ଔଷଧୀୟ ଗୁଣର ଅଧିକାରୀ ‘ଅଦା’। […]

author-image
Rakesh Mallick
ଅଦ୍ୟତନ ହୋଇଛି
ବହୁ ରୋଗର ଗୋଟିଏ ଔଷଧ ‘ଅଦା’

Ginger-Ginger

ଭୁବନେଶ୍ୱର: ଭାରତୀୟଙ୍କ ରୋଷେଇ ଘରେ ଅଦା ଏକ ପ୍ରମୁଖ ଦ୍ରବ୍ୟ। ବିନା ଅଦାରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବା ଚିନ୍ତା କରାଯାଇ ନ ପାରେ। କେବଳ ରୋଷେଇ ଲାଗି ଅଦା ବ୍ୟବହାର ହୋଇ ନ ଥାଏ। ଔଷଧୀୟ ଗୁଣ ଲାଗି ବହୁଳ ଭାବେ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ମିଟାମିନ୍ ‘ସି’ ଓ ‘ବି-୬’ ପୁରୁଣା ଘା’, ପୋଡା ଦାଗ ଓ ଭାଙ୍ଗି ଯାଇଥିବା ହାଡ ଯୋଡିବାରେ ସକ୍ଷମ ହୋଇଥାଏ ବହୁ ଔଷଧୀୟ ଗୁଣର ଅଧିକାରୀ ‘ଅଦା’।

Advertisment

ଏହି ରୋଗକୁ ଭଲ କରିବାକୁ ଅଦାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରାଯାଏ। ଅଦାରେ ମାଙ୍ଗାନିଜ, ପୋଟାସିୟମ, କପୋର ଓ ମାଗ୍ନେସିୟମ ଥିବାରୁ ଏହା ହାର୍ଟରେଟ୍ ଓ ରକ୍ତ ଚାପକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥାଏ। ଅଦାର କିଛି ଖଣ୍ଡକୁ ଗରମ ପାଣିରେ ନିୟମିତ ଗ୍ରହଣ କଲେ ସ୍ଥୁଳତା ବା ମୋଟା ପା ହ୍ରାସ ହୋଇଥାଏ। ସେହିପରି ଅଦାକୁ ମୁଣ୍ଡବିନ୍ଧା ରୋଗକୁ ହ୍ରାସ କରିବାକୁ ମଧ୍ୟ ବ୍ୟବହାର କରାଯାଇଥାଏ। ମୁଣ୍ଡବିନ୍ଧା ବେଳେ ଗରମ ପାଣିରେ ଅଦାର ରସ ପକାଇ ବ୍ୟବହାର କଲେ ମୁଣ୍ଡବିନ୍ଧାରୁ ଆରମ ମିଳିଥାଏ।

କ୍ୟାନସର ପରି ଦୂରାରୋଗ୍ୟ ରୋଗକୁ ନିୟନ୍ତ୍ରଣ କରିବାରେ ଅଦା ସହାୟକ ହୋଇଥାଏ। ଅଦାକୁ ବ୍ୟବହାର କରି ମୁଖ୍ୟତ‍ଃ ଓଭାରିଆନ୍ କ୍ୟାନସରକୁ ଭଲ କରି ହେବ। ଏହି ଔଷଧକୁ ବ୍ୟବହାର କରିବା ବେଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବ୍ୟବହାର କରାଯାଇଥାଏ।

Advertisment