ଜାଣନ୍ତୁ କେମିତି ତିଆରି ହୁଏ 'ଚିଜ୍ ଫ୍ରାଏଡ୍ ଚିକେନ୍ ୱିଥ୍ ଥିକ୍ ସସ୍'

ଆବଶ୍ୟକ ସାମଗ୍ରୀ: ଚିକେନ୍, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଅଣ୍ଡା, ଚିଜ୍ ଓ ଘିଅ ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ଘିଅରେ ଗୋଳାଇ ରଖନ୍ତୁ। ପରେ ଏଥିରେ ମଇଦା, ଚିଜ୍, ଗୋଲମରିଚ ଗୁଣ୍ଡ ଓ ଲୁଣକୁ ମିଶାନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟି ରଖନ୍ତୁ। ବର୍ତ୍ତମାନ ଚିକେନ୍‌ର ପ୍ରତ୍ୟେକ ପିସ୍‌କୁ ପ୍ରଥମେ ଅଣ୍ଡାରେ ବୁଡ଼ାନ୍ତୁ। ତା’ପରେ ଚିଜ୍ ମିଶ୍ରଣରେ ବୁଡ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇ ଗଲା ‘ଚିଜ୍‌ […]

chkn

chkn

Chinmayee Roy
  • Published: Thursday, 28 March 2019
  • Updated: 28 March 2019, 02:14 PM IST

Sports

Latest News

ଆବଶ୍ୟକ ସାମଗ୍ରୀ: ଚିକେନ୍, ମଇଦା, ଲୁଣ, ଗୋଲମରିଚ ଗୁଣ୍ଡ, ଅଣ୍ଡା, ଚିଜ୍ ଓ ଘିଅ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ଘିଅରେ ଗୋଳାଇ ରଖନ୍ତୁ। ପରେ ଏଥିରେ ମଇଦା, ଚିଜ୍, ଗୋଲମରିଚ ଗୁଣ୍ଡ ଓ ଲୁଣକୁ ମିଶାନ୍ତୁ। ଅନ୍ୟ ଏକ ପାତ୍ରରେ ଅଣ୍ଡାକୁ ଫେଣ୍ଟି ରଖନ୍ତୁ। ବର୍ତ୍ତମାନ ଚିକେନ୍‌ର ପ୍ରତ୍ୟେକ ପିସ୍‌କୁ ପ୍ରଥମେ ଅଣ୍ଡାରେ ବୁଡ଼ାନ୍ତୁ। ତା’ପରେ ଚିଜ୍ ମିଶ୍ରଣରେ ବୁଡ଼ାଇ ଗରମ ତେଲରେ ଭାଜି ଦିଅନ୍ତୁ। ପ୍ରସ୍ତୁତ ହୋଇ ଗଲା ଚିଜ୍‌ ଫ୍ରାଏଡ୍ ଚିକେନ୍’ ଏହାକୁ ସସ୍ ସହିତ ମିଶାଇ ଦିଅନ୍ତୁ।

ସସ୍ ପାଇଁ ସାମଗ୍ରୀ: ମଇଦା, ଚିକେନ ଷ୍ଟକ୍, କ୍ରିମ, ଗୋଲମରିଚ ଗୁଣ୍ଡ ଓ ଲୁଣ।

ପ୍ରସ୍ତୁତି: ପ୍ରଥମେ ଏକ ପାତ୍ରରେ ଅଳ୍ପ ଘିଅ ଗରମ କରି ସେଥିରେ ମଇଦା ପକାନ୍ତୁ। ତା’ପରେ ଚିକେନ୍ ଷ୍ଟକ ଓ କ୍ରିମ୍ ପକାଇ ଏହାକୁ ଘାଣ୍ଟନ୍ତୁ। ଏହା ଫୁଟି ଆସିଲେ କମ୍ ଆଞ୍ଚରେ ଆଉ କିଛି ମିନିଟ୍ ରାନ୍ଧନ୍ତୁ। ଏହାକୁ ବରାବର ଘାଣ୍ଟିବାକୁ ଭୁଲିବେ ନାହିଁ। ଏଥିରେ ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ବେକ୍‌ଡ ଚିକେନ୍ ଖଣ୍ଡ ସହିତ ସସ୍ ମିଶାଇ ଖାଆନ୍ତୁ ଓ ଖୁଆନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos