ମୁଣ୍ଡରେ ସିଧା ପାଣି ଢାଳି ଗାଧୋଉଛନ୍ତି କି, ଅସୁବିଧାରେ ପଡ଼ିପାରନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନନ୍ଦିନ ଜୀବନରେ ସବୁର କିଛି ନା କିଛି ନିୟମ ଅଛି। ଆଉ ଆମକୁ ତାକୁ ପାଳନ କରିବାକୁ ପଡ଼େ। ନଚେତ୍‌ ଦେହ ଖରାପ ହୋଇଯାଇଥାଏ। ଆମେ ଆଜି ଏମିତି ଏକ ନିୟମ ବିଷୟରେ କହିବୁ ଯାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଶୋଇବା ଭଳି ଗାଧୋଇବାରେ ମଧ୍ୟ ଏକ ସଠିକ୍‌ ନିୟମ ରହିଛି। ଆପଣ ଭାବୁଥିବେ ଗାଧୋଇବାରେ ପୁଣି ନିୟମ କ’ଣ ? ବାସ୍ତବରେ ଗାଧୋଇବାର ବି କିଛି ନିୟମ ଅଛି। ସେ ନିୟମ […]

bath

bath

Sangita Sahoo
  • Published: Monday, 11 February 2019
  • Updated: 11 February 2019, 07:59 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୈନନ୍ଦିନ ଜୀବନରେ ସବୁର କିଛି ନା କିଛି ନିୟମ ଅଛି। ଆଉ ଆମକୁ ତାକୁ ପାଳନ କରିବାକୁ ପଡ଼େ। ନଚେତ୍‌ ଦେହ ଖରାପ ହୋଇଯାଇଥାଏ। ଆମେ ଆଜି ଏମିତି ଏକ ନିୟମ ବିଷୟରେ କହିବୁ ଯାହା ହୁଏତ ଖୁବ୍‌ କମ୍‌ ଲୋକ ଜାଣିଥିବେ।

ଶୋଇବା ଭଳି ଗାଧୋଇବାରେ ମଧ୍ୟ ଏକ ସଠିକ୍‌ ନିୟମ ରହିଛି। ଆପଣ ଭାବୁଥିବେ ଗାଧୋଇବାରେ ପୁଣି ନିୟମ କ’ଣ ?

ବାସ୍ତବରେ ଗାଧୋଇବାର ବି କିଛି ନିୟମ ଅଛି। ସେ ନିୟମ ପାଳନ ନ କଲେ ପାରାଲିସିସ୍‌ ଓ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାର ଆଶଙ୍କା ବଢ଼ିଯାଏ। ଏଥିରୁ ରକ୍ଷା ପାଇବା ଲାଗି ଜାଣନ୍ତୁ ଗାଧୋଇବାର ସଠିକ୍ ସମୟ ଓ ସଠିକ୍‌ ନିୟମ ସମ୍ପର୍କରେ।

ମୁଣ୍ଡରେ ସିଧା ପାଣି ଢାଳନ୍ତୁ ନାହିଁ
ଅନେକ ଲୋକ ମୁଣ୍ଡ ଧୋଇବା ସମୟରେ ଶାୱାର ଖୋଲି ସିଧା ତଳେ ଠିଆ ହୋଇଯାଆନ୍ତି। ବାଲ୍ଟି ଓ ମଗ୍‌ରେ ମୁଣ୍ଡ ଉପରୁ ପାଣି ଢାଳିବାରେ ଲାଗନ୍ତି। ଗାଧୋଇବାର ଏହା ସବୁଠାରୁ ଭୁଲ୍‌ ଉପାୟ। କାରଣ ଶରୀରର ରକ୍ତ ପ୍ରବାହ ଉପରୁ ନିମ୍ନକୁ ହୋଇଥାଏ। ଏପରିସ୍ଥଳେ ଯଦି ଆପଣ ସିଧା ମୁଣ୍ଡ ଉପରେ ଥଣ୍ଡା ପାଣି ଢାଳି ଗାଧୋଇଲେ ମସ୍ତିଷ୍କରେ ଥିବା ରକ୍ତ ନଳୀ ସଙ୍କୁଚିତ ହେବାରେ ଲାଗେ କିମ୍ବା ରକ୍ତ ଜମାଟ ବାନ୍ଧିବାରେ ଲାଗେ। ଏହାସହ ହଠାତ୍‌ ମୁଣ୍ଡରେ ଥଣ୍ଡା ପାଣି ଢାଳି ଗାଧୋଇବା ଦ୍ୱାରା ବ୍ରେନ୍‌ ଷ୍ଟ୍ରୋକ୍‌ ଓ ଅନ୍ୟାନ୍ୟ ରୋଗ ହେବାର ଆଶଙ୍କା ବି ବଢ଼ିଯାଏ। ତେଣୁ ଗାଧୋଇବା ସମୟରେ ପାଣି ସିଧା ମୁଣ୍ଡରେ ଢାଳନ୍ତୁ ନାହିଁ।

ଶିରା ଫାଟିପାରେ
ମୁଣ୍ଡରେ ସିଧାସଳଖ ପାଣି ଢାଳିବା ଫଳରେ ମୁଣ୍ଡ ଥଣ୍ଡା ହେବାରେ ଲାଗେ, ଯେଉଁଥିପାଇଁ ମସ୍ତିଷ୍କ ଆଡ଼କୁ ହୃତ୍‌ପିଣ୍ଡ ଦ୍ରୁତ ଗତିରେ ରକ୍ତ ପଠାଇବାକୁ ପଡ଼ିଥାଏ। ଯାହାଫଳରେ ହୃତ୍‌ଘାତ କିମ୍ବା ମସ୍ତିଷ୍କର ଶିରା ଫାଟିବାର ସମ୍ଭାବନା ରହିଛି।

ଗାଧୋଇବାର ସଠିକ୍‌ ଉପାୟ
ଗାଧୋଇବା ସମୟରେ ପ୍ରଥମେ ପାଦରୁ ପାଣି ଢାଳିବା ଆରମ୍ଭ କରନ୍ତୁ। ପ୍ରଥମେ ପାଦରେ ପାଣି ଢାଳନ୍ତୁ। ଏହାପରେ ଜଙ୍ଘ, ପେଟ, ହାତ, କାନ୍ଧ ପରେ ସବା ଶେଷରେ ମୁଣ୍ଡରେ ପାଣି ଢାଳନ୍ତୁ। ଏସବୁ କରିବା ପରେ ଆପଣ ଚାହିଁଲେ ଶାୱାର ତଳେ ଠିଆ ହୋଇ କିମ୍ବା ମଗ୍‌ରେ ପାଣି ଢାଳି ଗାଧୋଇ ପାରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos