ଡାଇବେଟିସ୍‌ ନିୟନ୍ତ୍ରଣ କରେ ତେଜପତ୍ର, ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଅନ୍ୟ ଉପାଦେୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ତେଜପତ୍ରର ବାସ୍ନା ଖାଦ୍ୟର ସ୍ୱାଦକୁ ଦୁଇ ଗୁଣା କରିଦେଇଥାଏ। ତେବେ ଏହି ତେଜପତ୍ରରେ ସ୍ୱାସ୍ଥ୍ୟ ପାଇଁ ବହୁ ଔଷଧୀୟ ଗୁଣ ଭରି ରହିଛି। ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍‌ଏବଂ ଆଇରନ୍‌ ପ୍ରଚୁର ପରିମାଣର ରହିଛି। ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର ଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣ ହୋଇଥାଏ। ଏହା ସହିତ ଏହାକୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କଲେ, ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ଆରୋଗ୍ୟ ମିଳିଥାଏ। ଆସନ୍ତୁ ଜାଣିବା, ତେଜପତ୍ରରୁ ସ୍ୱାସ୍ଥ୍ୟକୁ ମିଳୁଥିବା ବିଭିନ୍ନ ଉପକାରିତା ସମ୍ପର୍କରେ […]

teja-patra

teja-patra

Chinmayee Roy
  • Published: Thursday, 11 October 2018
  • Updated: 11 October 2018, 06:27 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ତେଜପତ୍ରର ବାସ୍ନା ଖାଦ୍ୟର ସ୍ୱାଦକୁ ଦୁଇ ଗୁଣା କରିଦେଇଥାଏ। ତେବେ ଏହି ତେଜପତ୍ରରେ ସ୍ୱାସ୍ଥ୍ୟ ପାଇଁ ବହୁ ଔଷଧୀୟ ଗୁଣ ଭରି ରହିଛି।

ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ୍‌ଏବଂ ଆଇରନ୍‌ ପ୍ରଚୁର ପରିମାଣର ରହିଛି। ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର ଦ୍ୱାରା ଡାଇବେଟିସ୍‌ ନିୟନ୍ତ୍ରଣ ହୋଇଥାଏ। ଏହା ସହିତ ଏହାକୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କଲେ, ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ମଧ୍ୟ ଆରୋଗ୍ୟ ମିଳିଥାଏ।

ଆସନ୍ତୁ ଜାଣିବା, ତେଜପତ୍ରରୁ ସ୍ୱାସ୍ଥ୍ୟକୁ ମିଳୁଥିବା ବିଭିନ୍ନ ଉପକାରିତା ସମ୍ପର୍କରେ ଜାଣିବା।

ଯଦି ଆପଣଙ୍କ କିଡ୍‌ନୀରେ ଷ୍ଟୋନ୍‌ ହୋଇଥାଏ, ତେବେ ତେଜପତ୍ରକୁ ପାଣିରେ ଫୁଟାନ୍ତୁ। ଏହି ପାଣିକୁ ଥଣ୍ଡା କରି ପିଇବା ଦ୍ୱାରା କିଡ୍‌ନୀରେ ପଥର ବା ଷ୍ଟୋନ୍‌ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ I

ଆଜିକାଲି ଏସିଡିଟି ବା ଗ୍ୟାସ୍‌ ହେବା ଏକ ସାଧାରଣ ସମସ୍ୟା ହେଲାଣିI ଆପଣଙ୍କର ଯଦି ଏପରି ସମସ୍ୟା ହେଉଥାଏ, ତେବେ ଚା’ ତିଆରିବେଳେ ସେଥିରେ ତେଜ ପତ୍ର ପକାଇ ସେହି ଚା’କୁ ପିଅନ୍ତୁ। ଦେଖିବେ, ଏସିଡିଟି ସମସ୍ୟାରୁ ଅବଶ୍ୟ ମୁକ୍ତି ମିଳିବ।

ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କରିବା ଦ୍ୱାରା ବ୍ଲଡ୍‌ ସୁଗାର୍‌ ବା ଡାଇବେଟିସ ନିୟନ୍ତ୍ରଣରେ ରହିଥାଏI

ଶୋଇବା ସମୟରେ କିଛି ତେଜପତ୍ରର ଧୂଆଁ ଦେବା ଦ୍ୱାରା ଭଲ ନିଦ ହେଇଥାଏ। ଏହାବ୍ୟତୀତ ଏହା ଶରୀର ଉପରେ ମଧ୍ୟ ଭଲ ପ୍ରଭାବ ପକାଇବା ସହ କ୍ଲାନ୍ତି ଦୂର କରିଥାଏ।

ଯଦି ‌ଆପଣଙ୍କର ଦୀର୍ଘ ଦିନ ଧରି କାଶ ଲାଗି ରହୁଛି ଓ ଔଷଧ ଖାଇବା ପରେ ବି ସ୍ଥିତି ସୁଧୁରୁନାହିଁ, ତେବେ ତେଜପତ୍ର ସିଝାଇ ତାର ଧୂଆଁକୁ ଶୁଙ୍ଘି ନିଃଶ୍ୱାସ ଭିତରକୁ ନେବା ଦ୍ୱାରା କାଶ କମିଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos