ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସବୁଜ ପନିପରିବା ମଧ୍ୟରେ ଜହ୍ନି ଏକ ଉପକାରୀ ପରିବା। ନିୟମିତ ଜହ୍ନି ଖାଇଲେ ଶରୀର ପାଇଁ ଏହା ବେଶ୍ ଲାଭଦାୟକ ହୋଇଥାଏ । ସେହିପରି ଜହ୍ନିରେ ଔଧୀୟ ଗୁଣ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଏହି ଜହ୍ନି ଖାଇବା କ’ଣ ସବୁ ଫାଇଦା ମିଳିଥାଏ। ପ୍ରଥମତଃ ଜହ୍ନି ଖାଇବା ଦ୍ୱାରା ରକ୍ତ ସୃଷ୍ଟି ହେବା ସହ ହେମୋଗ୍ଲୋବିନ୍ ସ୍ତର ବଢ଼ିଥାଏ।
ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସହାୟକ ହୋଇଥାଏ। ସେହିପରି ଏଥିରେ ଭିଟାମିନ ସି, ଜିଙ୍କ, ଆଇରନ୍, ମାଗ୍ନେସିୟମ ଭଳି ମିନେରାଲ୍ସ ରହିଛି। ନିୟମିତ ଜହ୍ନି ଖାଇବା ଦ୍ୱାରା ମେଦବହୁଳତାରୁ ମୁକ୍ତି ମିଳେ। ଏହା ଶରୀରରେ ଜମି ରହିଥିବା ଅଦରକାରୀ ଚର୍ବିକୁ ବାହାର କରିଦେଇଥାଏ। ଡାଇବେଟିସ୍ ରୋଗୀଙ୍କ ପାଇଁ ଜହ୍ନି ମହୋଷଧୀ ସଦୃଶ କାର୍ଯ୍ୟ କରିଥାଏ। ଜହ୍ନି କିଡ୍ନୀ ଷ୍ଟୋନ ସମେତ ଅନ୍ୟ ଷ୍ଟୋନ ଦୂର କରେ।
ଏଥିରେ କ୍ୟାରୋଟିନ ନାମକ ରାସାୟନିକ ପଦାର୍ଥ ଥିବାରୁ ଦୃଷ୍ଟିଶକ୍ତି ବଢ଼ାଏ। ସେହି ପରି ଜହ୍ନି ତରକାରୀ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ସତେଜ ରଖିଥାଏ। ଏଥିରେ ଇନ୍ସୁଲିନ୍ ଉପାଦାନ ତଥା peptides ଏବଂ alkaloids ଥିବାରୁ ରକ୍ତ ଓ ପରିସ୍ରାରେ ସୁଗାର ଅଂଶକୁ ନିୟନ୍ତ୍ରଣ ରଖିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।