ଘରେ ପ୍ରତିଦିନ ଆମେ ହଳଦୀ ବ୍ୟବହାର କରିଥାଉ। ହଳଦୀ କେବଳ ସ୍ୱାସ୍ଥ୍ୟକର ନୁହେଁ ଶରୀରର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଏ। ଆସନ୍ତୁ ଜାଣିବା ଆଣ୍ଟିଅକ୍ସାଇଡ୍ରେ ଭରପୂର ଥିବା ହଳଦୀ ଖାଇଲେ କ’ଣ ସବୁ ଫାଇଦା ମିଳେ।
- ହଳଦୀ ଖାଇବା ଦ୍ୱାରା କାଶରୁ ମୁକ୍ତି ମିଳେ। ହଳଦୀ ଗଣ୍ଠିକୁ ପ୍ରତିଦିନ ଚାଟିଲେ କାଶ ସମସ୍ୟା ଦୂର ହୁଏ।
- ସର୍ଦି ଓ ଜ୍ୱରରୁ ଆରାମ ଦିଏ ହଳଦୀ। ସର୍ଦି ହୋଇଥିଲେ ସାଧାରଣତଃ ନାକ ବନ୍ଦ ହୋଇଯାଏ। ସେତେବେଳେ ହଳଦୀ, ମହୁ ଓ ଗୋଲମରିଚ ମିଶାଇ ସେବନ କରନ୍ତୁ।
- ହଳଦୀ ସଂପୂର୍ଣ୍ଣ ଭାବେ ଆଣ୍ଟିବାୟୋଟିକ୍ ହୋଇଥାଏ। ହଳଦୀ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଏ। ଫଳରେ କୌଣସି ରୋଗ ହେବାର ଆଶଙ୍କା କମ୍ ଥାଏ।
- ହଳଦୀକୁ କ୍ଷୀରରେ ମିଶାଇ ପିଇଲେ ଶ୍ୱାସ ସଂପର୍କିତ ରୋଗ ଯେମିତିକି ସାଇନସ୍, ବ୍ରୋନ୍କାଇଟିସ୍ ଓ ଜମି ରହିଥିବା କଫ ଭଳି ସମସ୍ୟା ଦୂର ହୁଏ।
- ହଳଦୀ ମିଶା କ୍ଷୀର ପିଇଲେ ଗଣ୍ଠିରେ ହେଉଥିବା ଯନ୍ତ୍ରଣାରୁ ଉପଶମ ମିଳେ। ଏହା ସହିତ ମାଂସପେଶୀ ଭଲ ରହେ।
- ହଳଦୀକୁ ବାଟି ଶରୀରର କ୍ଷତ ସ୍ଥାନରେ ଲଗାଇଲେ ଘା’ ଶୀଘ୍ର ଭଲ ହୋଇଯାଏ। ସଂକ୍ରମଣ ବି ଭଲ ହୋଇଯାଏ।
- ଆଖୁରସରେ ହଳଦୀ ମିଶାଇ ପିଇଲେ ଆଖି ତଳେ ହେଉଥିବା କଳାଦାଗ ସମସ୍ୟା ଦୂରେଇ ଯାଏ।
- ମଧୁମେହ ରୋଗୀ ସବୁଦିନେ ହଳଦୀ ସେବନ କରିବା ଉଚିତ।
ରିପୋର୍ଟ ଓ ଫଟୋ- ଏବିପି ନ୍ୟୁଜ୍
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।