ଭୁବନେଶ୍ୱର ଏମ୍ସ ଆରମ୍ଭ କରିବ ‘ସ୍ଲିପ୍-ଇଜି କ୍ଲିନିକ୍’

ଭୁବନେଶ୍ୱର: ରାତିରେ ଭଲ ନିଦ ହେଉନି, ବାରମ୍ୱାର ନିଦ ଭାଙ୍ଗୁଛି। ଭଲ ନିଦ ନହେବାରୁ ଦିନରେ କାମ କରିବାକୁ ମନ ଲାଗୁନି। କେବଳ ପ୍ରାପ୍ତ ବୟସ୍କ ନୁହନ୍ତି, ଯୁବପିଢିଙ୍କ ମଧ୍ୟରେ ନିଦ୍ରାହୀନତା ସମସ୍ୟା ବଢିବାରେ ଲାଗିଛି। ବିଳମ୍ୱିତ ରାତି ପର୍ଯ୍ୟନ୍ତ କାମ କରିବା, ଠିକ୍ ସମୟରେ ଖାଦ୍ୟ ନ ଖାଇବା, ଚାପର ବଶବର୍ତ୍ତୀ ହୋଇ କାମ କରିବା, ଅଧିକ ସମୟ କମ୍ପ୍ୟୁଟର, ମୋବାଇଲ୍ କିମ୍ୱା ଟିଭି ସ୍କ୍ରିନକୁ ଚାହିଁ ରହିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। […]

aiimsbhubaneswar

aiimsbhubaneswar

Rakesh Mallick
  • Published: Monday, 24 August 2015
  • Updated: 27 April 2017, 05:16 PM IST

sleepଭୁବନେଶ୍ୱର: ରାତିରେ ଭଲ ନିଦ ହେଉନି, ବାରମ୍ୱାର ନିଦ ଭାଙ୍ଗୁଛି। ଭଲ ନିଦ ନହେବାରୁ ଦିନରେ କାମ କରିବାକୁ ମନ ଲାଗୁନି। କେବଳ ପ୍ରାପ୍ତ ବୟସ୍କ ନୁହନ୍ତି, ଯୁବପିଢିଙ୍କ ମଧ୍ୟରେ ନିଦ୍ରାହୀନତା ସମସ୍ୟା ବଢିବାରେ ଲାଗିଛି। ବିଳମ୍ୱିତ ରାତି ପର୍ଯ୍ୟନ୍ତ କାମ କରିବା, ଠିକ୍ ସମୟରେ ଖାଦ୍ୟ ନ ଖାଇବା, ଚାପର ବଶବର୍ତ୍ତୀ ହୋଇ କାମ କରିବା, ଅଧିକ ସମୟ କମ୍ପ୍ୟୁଟର, ମୋବାଇଲ୍ କିମ୍ୱା ଟିଭି ସ୍କ୍ରିନକୁ ଚାହିଁ ରହିବା ଏହାର ପ୍ରମୁଖ କାରଣ ବୋଲି କୁହାଯାଉଛି। ନିଦ୍ରାହୀନତାରୁ ମୁକ୍ତି ଦେବା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ‘ସ୍ଲିପ୍-ଇଜି କ୍ଲିନିକ୍’ ଆରମ୍ଭ କରିବାକୁ ଯୋଜନା କରିଛି। ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ‘ସ୍ଲିପ୍-ଇଜି କ୍ଲିନିକ’ରେ ଜଣେ ରୋଗୀ ରାତିରେ ଶୋଇବା ସମୟରେ ତାଙ୍କର ମସ୍ତିଷ୍କର ଗତିବିଧି ରେକର୍ଡ କରାଯିବ। ଏହାକୁ ବିଶ୍ଳେଷଣ କରି ଔଷଧ ଦିଆଯିବା ସହ ଅନ୍ୟ ଚିକିତ୍ସା କରାଯିବ।

ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି ଶୁକ୍ରବାର ଏହି ‘ସ୍ଲିପ୍-ଇଜି କ୍ଲିନିକ୍’ କାର୍ଯ୍ୟ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos