/odisha-reporter/media/post_attachments/uploads/2015/07/IMG-20150727-WA0002.jpg)
dr.sushanta- sethy
(ଡା.ସୁଶାନ୍ତ କୁମାର ସେଠୀ)
ପ୍ରତ୍ୟେକ ବର୍ଷ ଜୁଲାଇ ମାସ ୨୮ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ୟ ସଂଗଠନ ମାନଙ୍କ ସହ ମିଶି ବିଶ୍ୱ ହେପାଟାଇଟିସ ଦିବସ ପାଳନ କରିଥାଏ। ଏହି ଦିବସ ଭୂତାଣୁ ଜନିତ ହେପାଟାଇଟିସ ଏବଂ ଏହାର ବିଭିନ୍ନ ଜଟିଳତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ।
ଭୂତାଣୁ ଜନିତ ଯକୃତ ଫୁଲା(ଭାଇରାଲ ହେପାଟାଇଟିସ) ସାଧାରଣତଃ ହେପାଟାଇଟିସ ଏ, ବି, ସି ବା ଇ ଜନିତ ସଂକ୍ରମଣ କାରଣର ହୋଇଥାଏ। ସାରା ବିଶ୍ୱରେ ବର୍ଷକୁ ଶହ ଶହ କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ଏବଂ ପ୍ରତିବର୍ଷ ପ୍ରାୟ ୧ରୁ ୨ ନିୟୁତ ଲୋକ ଏଥିରେ ମୃତ୍ୟୁବରଣ କରିଥାନ୍ତି। ଏହା ସତ୍ତ୍ୱେ ସଚେତନତା ଅଭାବରୁ ହେପାଟାଇଟିସର ଭୟାବହତା ବିଷୟରେ ଅଧିକାଂଶ ଧାରଣା ନ ଥାଏ।
ଏଥିପାଇଁ ହେପାଟାଇଟିସର ନିରାକରଣ, ରୋଗ ଚିହ୍ନଟ ଏବଂ ଚିକିତ୍ସା ବିଷୟରେ ସ୍ୱତନ୍ତ୍ର ଧ୍ୟାନ ଦେବା ସମ୍ପୂର୍ଣ୍ଣ ଜୁରୁରୀ ଅଟେ।
ହେପାଟାଇଟିସର କେତେକ ନିର୍ଦ୍ଧିଷ୍ଟ ଦିଗ ବିଷୟରେ କାର୍ଯ୍ୟ କରିବା ବିଧେୟ
୧. ହେପାଟାଇଟିସର ନିରାକରଣକୁ ଦୃଢ କରିବା, ରୋଗର ସହଜ ଚିହ୍ନଟ ଏବଂ ନିୟନ୍ତ୍ରଣ କରିବା।
୨. ହେପାଟାଇଟିସ ‘ବି’ ଯାହା ପାଇଁ ନିରାକରଣ ଟୀକା ସହଜରେ ଉପଲବ୍ଧ। ତାକୁ ଦେଶର ସମସ୍ତ ଜନସାଧାରଣଙ୍କୁ ମିଳିବା ପାଇଁ ପଦକ୍ଷେପ ନେବ ଆବଶ୍ୟକ।
୩. ବିଶ୍ୱସ୍ତରରେ ଭାଇରାଲ ହେପାଟାଇଟିସ ବିଷୟରେ ସମସ୍ତଙ୍କୁ ସେଚତନ କରିବା ଏବଂ ପ୍ରମୁଖ ସଂଗଠନମାନଙ୍କୁ ସାମିଲ କରିବା।
ଜୁଲାଇ ୨୮ ତାରିଖକୁ ବିଶ୍ୱ ହେପାଟାଇଟିସ ଦିବସ ପାଳନ କରିବାର କାରଣ ଏହି ଦିବସରେ ପ୍ରଫେସର ବାରୁଚ୍ ସାମୁଏଲ୍ ବ୍ଲୁମବର୍ଗ ଯିଏ କି ହେପାଟାଇଟିସ ‘ବି’ ଭୂତାଣୁ ଏବଂ ଏହାର ନିରାକରଣ ଟୀକାକୁ ଉଦ୍ଭାବନ କରିଥିଲେ।
ଆସନ୍ତୁ ଆମେ ସମସ୍ତେ ଆଜି ଶପଥ ନେବା କି ଆମେ ହେପାଟାଇଟିସ ବିଷୟରେ ନିଜେ ସଚେତନ ହେବା ସହିତ ଜନସାଧାରଣଙ୍କୁ ସଚେତନ କରିବା। ଯାହାଫଳରେ କୋଟି କୋଟି ଲୋକ ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ।
୨୦୧୫- ବିଶ୍ୱ ହେପାଟାଇଟିସ ଦିବସର ବାର୍ତ୍ତା
୧. ଅଶୋଧିତ ରକ୍ତ, ଅଶୋଧିତ ଛୁଞ୍ଚି, ଗୋଟିଏ ଛୁଞ୍ଚିରେ ଅନେକ ଲୋକଙ୍କ ବ୍ୟବହାର ଅଧିକାଂଶ ସମୟରେ ହେପାଟାଇଟିସ ‘ବି’ ଓ ‘ସି’ ଭୂତାଣୁର ବାହାକ ହୋଇଥାନ୍ତି। ସେଥିପାଇଁ ଶୁଦ୍ଧରକ୍ତ, ଛୁଞ୍ଚି ଓ ଥରେ ବ୍ୟବହୃତ ଛୁଞ୍ଚିକୁ ଦ୍ୱିତୀୟ ଥର ବ୍ୟବହାର ନ କରିବା ବିଧେୟ ଅଟେ। ସର୍ବେକ୍ଷଣରୁ ଜଣାପଡିଛି ଯେ, ବର୍ଷକୁ ୨୦ ଲକ୍ଷ ଲୋକ ଏହି କାରଣରୁ ହିଁ ହେପାଟାଇଟିସ ‘ବି’ ଓ ‘ସି’ ରୋଗରେ ଆକ୍ରାନ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡିଥାନ୍ତି।
୨. ପିଲାମାନଙ୍କୁ ଭ୍ୟାକସିନ୍(vaccine) ଦେବା ସହିତ ଅନ୍ୟମାନେ ହେପାଟାଇଟିସ ‘ବି’ର ଭ୍ୟାକସିନ୍ ନେବା ଜରୁରୀ ଅଟେ।
୩. ନିରାପଦ ଯୌନ କ୍ରିୟା, ଉପଯୁକ୍ତ ଚିକିତ୍ସା, ଔଷଧ ଓ ହେପାଟାଇଟିସ ସମ୍ବନ୍ଧରେ ସଚେତନତା ସାରା ବିଶ୍ୱକୁ ହେପାଟାଇଟିସ ଭଳି ମାରାତ୍ମକ ରୋଗରୁ ରକ୍ଷା କରିପାରିବ।
ହେପାଟାଇଟିସ୍ ଭୂତାଣୁ ଓ ରୋଗ ସମ୍ବନ୍ଧରେ ଜଣେ ନିଶ୍ଚିତ ଜାଣିବା ଜରୁରୀ
୧. ହେପାଟାଇଟିସ ‘ଏ,’ ‘ବି,’ ‘ସି,’ ‘ଡି’ ଓ ‘ଇ’ ଭୂତାଣୁ ଏବଂ ସଂକ୍ରମଣ ପ୍ରକ୍ରିୟା
୨. ରକ୍ତ ଦେବା ଓ ନେବା ସମୟରେ ପରୀକ୍ଷା କରାଇ ନେବା ଜରୁରୀ ଅଟେ
୩. ପ୍ରତ୍ୟେକ ଜନସାଧାରଣ ଜଣେ ହେପାଟାଇଟିସ ଭୂତାଣୁର ବାହାକ ନୁହଁନ୍ତି ତେଣୁ ପରୀକ୍ଷା କରାଇ ନେବା ଉଚିତ
୪. ଗର୍ଭାବସ୍ଥା ସମୟରେ ହେପାଟାଇଟିସ୍ ଭୂତାଣୁ ପରୀକ୍ଷଣ ନିତାନ୍ତ ଆବଶ୍ୟକ
୫. ହେପାଟାଇଟିସ୍ ରୋଗର ସରଳ ପରୀକ୍ଷଣ ଓ ଚିକିତ୍ସା ପଦ୍ଧତ୍ତି
୬. ପ୍ରତ୍ୟେକ ଜନସାଧାରଣ ହେପାଟାଇଟିସ୍ ଭୂତାଣୁର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭ୍ୟାକସିନ୍ ନେବା ବିଧେୟ
ଏମ.ଡି.(ଭେଷଜ),ଡ଼ି.ଏନ.ବି (ଗ୍ୟାଷ୍ଟ୍ରୋ)
ପେଟ ଓ ଲିଭର ରୋଗ ବିଶେଷଜ୍ଞ
ଆପୋଲ ହସ୍ପିଟାଲ,ଭୁବନେଶ୍ୱର
ମୋ.୯୪୩୭୫୫୬୬୮୬
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)

/odisha-reporter/media/post_attachments/wp-content/uploads/2015/07/IMG-20150727-WA0002.jpg)