Advertisment

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ କଲରା

ଭୁବନେଶ୍ୱର: ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥା’ନ୍ତି। ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି।  କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପ୍ରତି  ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ। ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି। କଲରାରେ କାର୍ବୋହାଇଡ୍ରେଟ୍, ଫସ୍‌ଫରସ୍, ପ୍ରୋଟିନ୍  ଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଲ କରେ କଲରା- Benefits of Bitter Gourd

bitter-guard1

bitter-guard1ଭୁବନେଶ୍ୱର: ସାଧାରଣତଃ କଲରା ନାଁ ଶୁଣିଲେ ଲୋକେ ନାକ ଟେକିଥା’ନ୍ତି। ଏଥିରେ ପିତା ଅଂଶ ରହିଥିବାରୁ ଅନେକେ ଏହା ଖାଇବାକୁ ପସନ୍ଦ କରି ନ ଥାଆନ୍ତି।  କିନ୍ତୁ କଲରାରେ ବହୁ ଭିଟାମିନ୍ ଭରି ରହିଥିବାରୁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ପ୍ରତି  ୧୦ରୁ ୧୫ ଦିନ ମଧ୍ୟରେ ଦିନଟିଏ କଲରା ଖାଇବା ଉଚିତ। ଅନ୍ୟ ପରିବା ଓ ଫଳ ଅପେକ୍ଷା କଲରାରେ ଅଧିକ ଔଷଧୀୟ ଗୁଣ ରହିଛି। କଲରାରେ କାର୍ବୋହାଇଡ୍ରେଟ୍, ଫସ୍‌ଫରସ୍, ପ୍ରୋଟିନ୍  ଓ କ୍ୟାଲସିୟମ୍ ଭରି ରହିଛି। କଲରା ଖାଇବା ଦ୍ୱାରା ରକ୍ତ ସଫା ହୋଇଥାଏ। ଲିଭର ସହିତ ଜଡ଼ିତ କିଛି ରୋଗ ଥିଲେ କଲରା ଖାଇବା ଉଚିତ। କଲରା ପାଚନରେ ସହାୟକ ହୋଇଥାଏ।  କଲରା ଜୁସ୍‌ରେ ଲେମ୍ୱୁ ମିଶାଇ ପିଇବା ଦ୍ୱାରା ଶରୀରର ଓଜନ କମ୍ ହୋଇଥାଏ। କଲରାରେ ଫସ୍‌ଫରସ୍ ରହିଥିବାରୁ ଶରୀରରେ କଫ ଜମିଥିଲେ କଲରା ଖାଇବା ଦ୍ୱାରା ସାମାନ୍ୟ ହାଲ୍‌କା ଲାଗିଥାଏ। ଝାଡ଼ା କିମ୍ୱା ବାନ୍ତି ହେଉଥିଲେ କଲରା ଜୁସ୍‌ରେ କଳା ଲୁଣ ପକାଇ ଅଳ୍ପ ପିଇବା ଦ୍ୱାରା କିଛି ମାତ୍ରାରେ ଶରୀରକୁ ଉପଶମ ମିଳିଥାଏ। ମଧୁମେହ ରୋଗୀଙ୍କ ପାଇଁ କଲରା ବେଶ୍ ଲାଭଦାୟକ। ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରିତ କରିବାରେ ଏହା ସହାୟକ ହୋଇଥାଏ।

Advertisment