Advertisment

ବଦଳୁଥିବା ନଖର ରଙ୍ଗ ଏବଂ ଅବସ୍ଥା ହୋଇପାରେ ରୋଗର କାରଣ

ଭୁବନେଶ୍ୱର: ହାଲୁକା ପିଙ୍କ ଏବଂ ଧଳା ରଙ୍ଗ ହେଉଛି ସୁସ୍ଥ ନଖର ସଙ୍କେତ। ଯେତେବେଳେ ଏହାର ରଙ୍ଗ ଏବଂ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖୁଛନ୍ତି ଏହାକୁ ଅବହେଳା କରନ୍ତୁ ନାହିଁ। କାରଣ ଶରୀର ଅସୁସ୍ଥ ଦିଗରେ ଗତି କରୁଥିବାର ଏହା ହେଉଛି ସଙ୍କେତ। ନଖରେ ଏପରି ପରିବର୍ତ୍ତନକୁ ଅନେକ ଗୁରୁତ୍ୱ ଦିଅନ୍ତି ନାହିଁ। ନଖର ରଙ୍ଗ ଫିକା ପଡ଼ିବା, ହଳଦିଆ ପଡିବା ଓ ଆକାରରେ ପରିବର୍ତ୍ତନ ଆସିଲେ ଜ୍ୱର କିମ୍ବା ଫଙ୍ଗଲ ସଂକ୍ରମଣ ହେବା ସହ ଥାଇରଏଡ୍, […]

author-image
Rakesh Mallick
ଅଦ୍ୟତନ ହୋଇଛି
ବଦଳୁଥିବା ନଖର ରଙ୍ଗ ଏବଂ ଅବସ୍ଥା ହୋଇପାରେ ରୋଗର କାରଣ

Nail

nailଭୁବନେଶ୍ୱର: ହାଲୁକା ପିଙ୍କ ଏବଂ ଧଳା ରଙ୍ଗ ହେଉଛି ସୁସ୍ଥ ନଖର ସଙ୍କେତ। ଯେତେବେଳେ ଏହାର ରଙ୍ଗ ଏବଂ ଅବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଦେଖୁଛନ୍ତି ଏହାକୁ ଅବହେଳା କରନ୍ତୁ ନାହିଁ। କାରଣ ଶରୀର ଅସୁସ୍ଥ ଦିଗରେ ଗତି କରୁଥିବାର ଏହା ହେଉଛି ସଙ୍କେତ। ନଖରେ ଏପରି ପରିବର୍ତ୍ତନକୁ ଅନେକ ଗୁରୁତ୍ୱ ଦିଅନ୍ତି ନାହିଁ।

Advertisment

ନଖର ରଙ୍ଗ ଫିକା ପଡ଼ିବା, ହଳଦିଆ ପଡିବା ଓ ଆକାରରେ ପରିବର୍ତ୍ତନ ଆସିଲେ ଜ୍ୱର କିମ୍ବା ଫଙ୍ଗଲ ସଂକ୍ରମଣ ହେବା ସହ ଥାଇରଏଡ୍, ଯକୃତ, ଫୁସଫୁସ, ଆନେମିଆ ଏବଂ ହୃଦ୍ ଜନିତ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି। ବଦଳୁଥିବା ନଖର ଆକାର, ରଙ୍ଗ ଏବଂ ଅବସ୍ଥା ଶରୀରର ବିଭିନ୍ନ ଅଙ୍ଗ ପ୍ରଭାବିତ ହୋଇଥାଏ।

ପାଉଁଶିଆ ନଖ: ନଖର ରଙ୍ଗ ଯଦି ପାଉଁଶିଆ ହୁଏ ତେବେ ଫଙ୍ଗଲ ସଂକ୍ରମଣ ବ୍ୟତୀତ ଏହା ଥାଇରଏଡ, ଫୁସଫୁସ ଏବଂ ମଧୁମେହ ପରି ରୋଗ ସୃଷ୍ଟିର ସଙ୍କେତ ଦିଏ।

Advertisment

nailଧଳା ହେଉଥିଲେ: ନଖର ଅଗ୍ରଭାବ ଧଳା ରହୁଥିଲେ ଶରୀରରେ ପ୍ରୋଟିନ ମାତ୍ରା କମେ ଏବଂ ଯକୃତ ଜନିତ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି।

ଅଧା ଭଙ୍ଗା ନଖ: ଅନେକ ସମୟରେ ନଖ ଅଧାରୁ ଭାଙ୍ଗିବା ହେଉଛି ଥାଇରଏଡ ହରମୋନରେ ଅସନ୍ତୁଳନ, ମଧୁମେହ ରୋଗର ପ୍ରାଥମିକ ସ୍ତର ଏବଂ ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ନ ହେବାର ଲକ୍ଷଣ।

ନଖ କଳା ପଡୁଥିଲେ: କୌଣସି ଏକ ଶକ୍ତ ଜାଗାରେ ନଖ ବାଜି କଳା ପଡ଼ିବା ଏକ ସାଧାରଣ କଥା। ହେଲେ ଅଧିକ ଦିନ ଧରି ନଖର ରଙ୍ଗ କଳା ରହିଲେ ଏହା ଫୁସଫୁସ ସମସ୍ୟା କିମ୍ବା ମେଲାନୋମା ନାକମ ଏକ ପ୍ରକାର ଚର୍ମ କର୍କଟ ହେବାର ସମ୍ଭାବନା ସୃଷ୍ଟି କରିଥାଏ।

ଅଧିକ ଚଉଡା ନଖ: ଶରୀରରେ ଆଇରନର ମାତ୍ରା କମ୍ ରହିଲେ ନଖର ଆକାର ଅଧିକ ଚଉଡା ହୁଏ। ହୃଦ୍, ଏଡସ୍ ରେଗୀଙ୍କ ନିକଟରେ ଏହି ସମସ୍ୟା ଦେଖାଯାଏ।