ସ୍ୱପ୍ନରେ କେବେ ଆସୁଛନ୍ତି କି ଏହି ମହିଳାମାନେ? ଆସିଲେ ଖୋଲି ଯାଇପାରେ ଭାଗ୍ୟ

କୁହାଯାଏ ବେଳେ ବେଳେ ସ୍ୱପ୍ନ ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସଂପର୍କରେ କହେ। କିଛି ସ୍ୱପ୍ନ ଶୁଭ ହୋଇଥାଏ ଓ ଆଉ କିଛି ଅଶୁଭ। ଯଦି କୌଣସି ବ୍ୟକ୍ତି ରାତିରେ ମହିଳା ସଂପର୍କିତ ସ୍ୱପ୍ନ ଦେଖନ୍ତି, ତା’ହେଲେ ଜାଣନ୍ତୁ ତାଙ୍କ ଭାଗ୍ୟ ଖୋଲିଗଲା।

  • କୁହାଯାଏ କୌଣସି ବ୍ୟକ୍ତି ସ୍ୱପ୍ନରେ କୌଣସି ଧଳା ପୋଷାକ ପିନ୍ଧିଥିବା ମହିଳାଙ୍କୁ ଆଲିଙ୍ଗନ କରିବାର ଦେଖନ୍ତି, ତା’ହେଲେ ତାଙ୍କୁ ଧନପ୍ରାପ୍ତି ହୁଏ।
  • ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପରୀକୁ ଦେଖନ୍ତି, ତା’ହେଲେ ଆଗାମୀ ଦିନରେ ତାଙ୍କ ଉପରେ ଧନ ବର୍ଷା ହେବ ବୋଲି ଜାଣନ୍ତୁ।
  • ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ କୌଣସି ମହିଳାଙ୍କୁ ପଶାଖେଳ ଖେଳୁ ଥିବାର ଦେଖନ୍ତି ତା’ହେଲେ ତାଙ୍କୁ ରାଜ୍ୟ ସମ୍ମାନ ମିଳେ ବୋଲି କୁହାଯାଏ।
  • ଯଦି କୌଣସି ମହିଳା ନିଜକୁ ସ୍କୁଲ ଛାତ୍ରୀ ଭାବେ ସ୍ୱପ୍ନରେ ଦେଖନ୍ତି, ତା’ହେଲେ ତାଙ୍କର ବିବାହ ତାଙ୍କର ପ୍ରେମିକଙ୍କ ସହ ହେବ।